WB Assembly Election 2021: ପ୍ରଚାର ମୈଦାନରେ ଶକ୍ତି ପ୍ରଦର୍ଶନ କରିବେ BJP-TMC
Advertisement
Article Detail0/zeeodisha/odisha882751

WB Assembly Election 2021: ପ୍ରଚାର ମୈଦାନରେ ଶକ୍ତି ପ୍ରଦର୍ଶନ କରିବେ BJP-TMC

 ଜନସମର୍ଥନ ହାତେଇବା ଲାଗି ଦଳୀୟ ନିର୍ବାଚନ ପ୍ରଚାରକୁ ଜୋରଦାର କରିଛନ୍ତି ବିଭିନ୍ନ ଦଳ।

WB Assembly Election 2021: ପ୍ରଚାର ମୈଦାନରେ ଶକ୍ତି ପ୍ରଦର୍ଶନ କରିବେ BJP-TMC

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ୨୦୨୧ ଲାଗି ବିଭିନ୍ନ ଦଳ ପକ୍ଷରୁ ଚାଲିଛି ନିର୍ବାଚନ ପ୍ରଚାର। ଏହିକ୍ରମରେ ଏପ୍ରିଲ ୧୨ ତାରିଖ ସୋମବାର ରାଜ୍ୟର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେଉଥିବା ଜନସଭା ଏବଂ ନିର୍ବାଚନୀ  ରାଲିକୁ ସମ୍ବୋଧିତ କରିବେ ବିଭିନ୍ନ ଦଳର ତାରକା ପ୍ରଚାରକ। ଆସନ୍ତା ୧୭ ତାରିଖ ରବିବାର ହେବାକୁ ଯାଉଛି ପଞ୍ଚମ ପର୍ଯ୍ୟାୟ ମତଦାନ।  
 
ସୋମବାର ରାଜ୍ୟର ବର୍ଦ୍ଧମାନ (Bardhaman), କଲ୍ୟାଣୀ (Kalyani), ଉତ୍ତର ୨୪ ପ୍ରଗଣା (North 24 Pragana) ଆଦି ସ୍ଥାନରେ ବିଜେପି ପକ୍ଷରୁ ଆୟୋଜିତ ହେଉଥିବା ୩ଟି ଜନସଭାକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ମୋଦି (PM Modi)। ଅନ୍ୟପଟେ କେନ୍ଦ୍ର ଗୃହମନ୍ତ୍ରୀ (Union Home Minister) ଅମିତ ଶାହା (Amit Shah) ପଞ୍ଚମ ପର୍ଯ୍ୟାୟ ପ୍ରଚାର ଅବସରରେ କାଲିମପୋଙ୍ଗ (kalimpong) ଏବଂ ସିଲିଗୁଡି (Siliguri) ଠାରେ ରୋଡ ଶୋ କରିବେ। ଏହା ସହିତ ସେ ଉତ୍ତର ଦିନାଜପୁର (Uttar Dinajpur) ଏବଂ ହେମାତବାଦ (Hemtabad) ଠାରେ ଆୟୋଜିତ ହେଉଥିବା ଜନସଭାକୁ ସମ୍ବୋଧିତ କରିବେ।     

Also Read: Assembly Election 2021: ୪ର୍ଥ ପର୍ଯ୍ୟାୟ ମତଦାନରେ ରକ୍ତରଞ୍ଜିତ ପଶ୍ଚିମବଙ୍ଗ

ସେହିପରି ଟିଏମସି ସୁପ୍ରିମୋ (TMC Supremo) ମମତା ବାନାର୍ଜୀ (Mamata Banerjee) ପଶ୍ଚିମ ରାଣାଘାଟ (Paschim Ranaghat), ଉତ୍ତର ୨୪ ପ୍ରଗଣା (North 24 Pargana) ଜିଲ୍ଲାସ୍ଥିତ ଦମଦମ (Dumdum) ଠାରେ ଜନସଭାକୁ ସମ୍ବୋଧିତ କରିବେ। ଏହି ଜିଲ୍ଲାର ବସିରହାଟ (Basirhat), ବାରସାତ (Barasat) ଠାରେ ହେଉଥିବା ରାଲିରେ ଯୋଗଦେବେ। ଅନ୍ୟପଟେ ତାଙ୍କ ପୁତୁରା ଅଭିଷେକ ବାନାର୍ଜୀ (Abhishek Banerjee) ଜଳପାଇଗୁଡିସ୍ଥିତ (Jalpaiguri) ମଲ ବାଜାର ଏବଂ ମାୟାନଗରୀ ଠାରେ ଜନସଭାକୁ ସମ୍ବୋଧିତ କରିବେ। ଏହାପରେ ଦାର୍ଜିଲିଂସ୍ଥିତ (Darjeeling) ଫାଂସିଦେବା ଠାରେ ଆୟୋଜିତ ଦଳୀୟ ସଭାରେ ଯୋଗଦେବେ।   

Also Read: WB Assembly Election 2021: କୁଚବିହାର ହିଂସାକାଣ୍ଡ ପରେ ମତଦାନ ବନ୍ଦ, କେନ୍ଦ୍ର-ରାଜ୍ୟ ମୁହାଁମୁହିଁ

 

ମୋଟ ୨୯୪ ବିଧାନସଭା ବିଶିଷ୍ଟ ପଶ୍ଚିମବଙ୍ଗରେ ୨୭ ମାର୍ଚ୍ଚ ପ୍ରଥମ ଏବଂ ୧ ଅପ୍ରେଲ ଦ୍ୱିତୀୟ ପର୍ଯ୍ୟାୟରେ ୩୦, ୬ ଏପ୍ରିଲ ତୃତୀୟ ପର୍ଯ୍ୟାୟରେ ୩୧, ୧୦ ଅପ୍ରେଲ ଚତୁର୍ଥ ପର୍ଯ୍ୟାୟରେ ୪୪ ଆସନ ଲାଗି ଭୋଟଗ୍ରହଣ ହୋଇସାରିଛି। ଅନ୍ୟପଟେ ୧୭ ଅପ୍ରେଲ ପଞ୍ଚମ ପର୍ଯ୍ୟାୟରେ ୪୫, ୨୨ ଅପ୍ରେଲ ଷଷ୍ଠ ପର୍ଯାୟରେ ୨୩, ୨୬ ଅପ୍ରେଲ ସପ୍ତମ ପର୍ଯ୍ୟାୟରେ ୩୬, ୨୯ ଅଷ୍ଟମ ପର୍ଯ୍ୟାୟରେ ୩୫ ଆସନ ପାଇଁ ମତଦାନ ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟରେ ୮୪.୬୩, ଦ୍ୱିତୀୟ ପର୍ଯ୍ୟାୟରେ ୮୦.୪୩, ତୃତୀୟ ପର୍ଯ୍ୟାୟରେ ୭୭.୬୮, ଚତୁର୍ଥ ପର୍ଯ୍ୟାୟରେ ୭୫.୯୩ ପ୍ରତିଶତ ମତଦାନ ହୋଇଥିବାର ରେକର୍ଡ କରାଯାଇଛି। ଆସନ୍ତା ମେ ୨ ତାରିଖରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ। 

 

\