Brajrajnagar By Election 2022: ଆସନ୍ତାକାଲି ହେବ ଭୋଟ ଗଣତି
Advertisement
Article Detail0/zeeodisha/odisha1205821

Brajrajnagar By Election 2022: ଆସନ୍ତାକାଲି ହେବ ଭୋଟ ଗଣତି

ଝାରସୁଗୁଡା ଜିଲ୍ଲାର ବ୍ରଜରାଜନଗର ବିଧାନସଭା ଆସନରେ ଅନୁଷ୍ଠିତ ହେଉଥିବା ଉପନିର୍ବାଚନ ଲାଗି ମେ ୩୧ ତାରିଖ ମଙ୍ଗଳବାର ଅନୁଷ୍ଠିତ ହୋଇଥିଲା ଭୋଟ ଗ୍ରହଣ।

Brajrajnagar By Election 2022: ଆସନ୍ତାକାଲି ହେବ ଭୋଟ ଗଣତି

ଝାରସୁଗୁଡା: ଜିଲ୍ଲାର ବ୍ରଜରାଜନଗର ବିଧାନସଭା ଆସନରେ ହୋଇଥିବା ଉପନିର୍ବାଚନ ଲାଗି ଜୁନ ୩ ତାରିଖ ଶୁକ୍ରବାର ହେବ ଭୋଟ ଗଣତି। ଏନେଇ ଆସନ୍ତାକାଲି ସକାଳ ଆଠଟାରୁ ଝାରସୁଗୁଡା ଇଂଜିନିୟରିଂ କଲେଜ ଠାରେ ଆରମ୍ଭ ହେବ ଭୋଟ ଗଣତି। ପ୍ରଥମେ ୩୦ ମିନିଟ ପୋଷ୍ଟାଲ ବାଲଟ ପେପର ଭୋଟ ଗଣତି କରାଯିବ। ପରେ ଇଭିଏମ ଭୋଟ ଗଣତି କରାଯିବ। ମୋଟ ୧୪ଟି ଟେବୁଲରେ ଗଣତି ହେବ। ମୋଟ ୨୭୯ ମତଦାନ କେନ୍ଦ୍ରରେ ମତଦାନ କରାଯାଇଥିବାରୁ ୨୦ ରାଉଣ୍ଡ କାଉଣ୍ଟ ହେବ। ପ୍ରତି ଟେବୁଲରେ ୪ ଜଣ କାଉଣ୍ଟିଂ ଅଫିସର ରହିବେ। ପ୍ରତି ରାଉଣ୍ଡ ପରେ ଫଳାଫଳ ମାଇକ ଯୋଗେ ଘୋଷଣା କରାଯିବ। ଭୋଟ ଗଣତି ପାଇଁ ସୁରକ୍ଷା ବ୍ୟବସ୍ଥାକୁ ମଜବୁତ କରାଯାଇଛି। ଭୋଟ ଗଣତି କେନ୍ଦ୍ରରେ କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ବଳ, ସଶସ୍ତ୍ର ପୋଲିସ ବାହିନୀ ସହ ଓଡ଼ିଶା ପୋଲିସର ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। 

ଝାରସୁଗୁଡା ଜିଲ୍ଲାର ବ୍ରଜରାଜନଗର ବିଧାନସଭା ଆସନରେ ଅନୁଷ୍ଠିତ ହେଉଥିବା ଉପନିର୍ବାଚନ ଲାଗି ମେ ୩୧ ତାରିଖ ମଙ୍ଗଳବାର ଅନୁଷ୍ଠିତ ହୋଇଥିଲା ଭୋଟ ଗ୍ରହଣ। ମୋଟ ୨୭୯ ମତଦାନ କେନ୍ଦ୍ରରେ ଅନୁଷ୍ଠିତ ହୋଇଥିଲା ମତଦାନ। ଏହି ନିର୍ବାଚନରେ ୭୧.୯୦% ପ୍ରତିଶତ ମତଦାନ ହୋଇଥିବା ଜଣାପଡ଼ିଛି। 

ମଙ୍ଗଳବାର ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ହୋଇଥିଲା ମତଦାନ। ୨ ଲକ୍ଷ ୧୪ ହଜାରରୁ ଊର୍ଦ୍ଧ୍ୱ ମତଦାତା ସେମାନଙ୍କ ମତଦାନ ସାବ୍ୟସ୍ତ କରିଛନ୍ତି। ୨୭୯ ବୁଥରେ ମତଦାନ ହୋଇଥିବା ବେଳେ ସେଥିଲାଗି ନିଯୁକ୍ତ ହୋଇଥିଲେ ୧୨୮୮ ଜଣ ପୋଲିଂ ଅଫିସର। ସୁରକ୍ଷା ପାଇଁ ଉଭୟ କେନ୍ଦ୍ରୀୟ ଏବଂ ରାଜ୍ୟ ପୋଲିସ ବଳ ମୁତୟନ କରାଯାଇଥିଲା। ଶାନ୍ତି ଶୃଙ୍ଖଳାର ସହ ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ଲାଗି ଲାଗି ଶେଷ ହୋଇଥିଲା ମତଦାନ।

କେଉଁ ଦଳରୁ କିଏ ହୋଇଛନ୍ତି ପ୍ରାର୍ଥୀ

  • ଅଳକା ମହାନ୍ତି: ବିଜେଡି 
  • ରାଧାରାଣୀ ପଣ୍ଡା: ବିଜେପି
  • କିଶୋର ଚନ୍ଦ୍ର ପଟେଲ: କଂଗ୍ରେସ
  • ରମେଶ ତ୍ରିପାଠୀ: ସିପିଆଇ
  • ବିଜୟ ଜଲାନ: ହିନ୍ଦୁସ୍ଥାନ ନିର୍ବାଣ ପାର୍ଟି
  • ସୀତାରାମ ବେହେରା: ସ୍ୱାଧିନ 
  • ମନୋଜ ମେହେର: ସ୍ୱାଧିନ 
  • ସୁପ୍ରୀତ ବେହେରା: ସ୍ୱାଧିନ
  • ଦୀନବନ୍ଧୁ ବିଶ୍ୱାଳ: ସ୍ୱାଧିନ
  • ଶେଖାୱତ ରାଜପୁତ ଜୈନ: ସ୍ୱାଧିନ 
  • ଆଦିତ୍ୟ ପ୍ରଧାନ: ସ୍ୱାଧିନ 

Also Read: Brajrajnagar Assembly By Poll 2022: ସରିଲା ଭୋଟ ଗ୍ରହଣ, ୩ ଜୁନରେ ପ୍ରକାଶ ପାଇବ ଫଳ