ବିଧାନସଭା ନିର୍ବାଚନରେ ଦଳୀୟ ପରାଜୟ ପରେ ଲୋକସଭା ନେତୃତ୍ୱ ବଦଳାଇଲେ ବିଏସପି ମୁଖ୍ୟ ମାୟାବତୀ
Advertisement

ବିଧାନସଭା ନିର୍ବାଚନରେ ଦଳୀୟ ପରାଜୟ ପରେ ଲୋକସଭା ନେତୃତ୍ୱ ବଦଳାଇଲେ ବିଏସପି ମୁଖ୍ୟ ମାୟାବତୀ

ବିଧାନସଭା ନିର୍ବାଚନରେ ହୋଇଥିବା ପରାଜୟ ପରେ ବିଏସପି ମୁଖ୍ୟ ଦଳୀୟ ସଙ୍ଗଠନରେ ପରିବର୍ତ୍ତନ କରିପାରନ୍ତି।   

ବିଧାନସଭା ନିର୍ବାଚନରେ ଦଳୀୟ ପରାଜୟ ପରେ ଲୋକସଭା ନେତୃତ୍ୱ ବଦଳାଇଲେ ବିଏସପି ମୁଖ୍ୟ ମାୟାବତୀ

ନୂଆଦିଲ୍ଲୀ: ୨୦୨୨ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ହୋଇଥିବା ଦଳୀୟ ପରାଜୟ ପରେ ଲୋକସଭାରେ ନେତୃତ୍ୱ ପରିବର୍ତ୍ତନ କରିଛନ୍ତି ବହୁଜନ ସମାଜ ପାର୍ଟି ମୁଖ୍ୟ ମାୟାବତୀ। ବର୍ତ୍ତମାନ ଲୋକସଭାରେ ଦଳର ନେତା ପଦରେ ଅବସ୍ଥାପିତ ରହିଥିବା ଆମ୍ବେଦକର ନଗର ସାଂସଦ ରିତେଶ ପାଣ୍ଡେଙ୍କୁ ହଟାଯାଇ ତାଙ୍କୁ ସ୍ଥାନରେ ନଗିନା ସାଂସଦ ଗିରୀଶ ଚନ୍ଦ୍ରଙ୍କୁ ନିଯୁକ୍ତ କରାଯାଇଛି।   

ଏନେଇ ଲୋକସଭା ଅଧ୍ୟକ୍ଷଙ୍କୁ ବହୁଜନ ସମାଜ ପାର୍ଟି (Bahujan Samaj Party) ବିଏସପି ମୁଖ୍ୟ ମାୟାବତୀ (BSP Chief Mayawati) ଲେଖିଥିବା ପତ୍ରରେ ଜଣାଇଛନ୍ତି ଯେ ଉତ୍ତର ପ୍ରଦେଶର ନଗିନା ସାଂସଦ (Nagina Lok Sabha) ଗିରୀଶ ଚନ୍ଦ୍ର (BSP MP Girish Chandra) ଲୋକସଭାରେ ବିଏସପି ସଂସଦୀୟ ଦଳ ନେତା ନିଯୁକ୍ତ ହୋଇଛନ୍ତି। ଯିଏକି ବର୍ତ୍ତମାନ ଦଳର ମୁଖ୍ୟ ସଚେତକ (BSP Chief Whip in Lok Sabha) ଭାବେ କାର୍ଯ୍ୟ କରୁଥିଲେ। 

ଲାଲଗଞ୍ଜ ଲୋକସଭା (Lalganj Lok Sabha) ସାଂସଦ ସଙ୍ଗୀତା ଆଜାଦଙ୍କୁ (BSP MP Sangeeta Azad) ଦଳୀୟ ମୁଖ୍ୟ ସଚେତକ ନିଯୁକ୍ତ କରିଛି ବିଏସପି। ଅନ୍ୟପଟେ ଶ୍ରାବସ୍ତୀ ସାଂସଦ (Shravasti Lok Sabha) ରାମ ଶିରୋମଣି ବର୍ମା (BSP MP Ram Shiromani Verma) ବିଏସପି ସଂସଦୀୟ ଦଳ ଉପନେତା ପଦରେ ପୂର୍ବ ଭଳି ରହିବେ।  

Also Read: ଦଳୀୟ ପରାଜୟ ପରେ ଗଣମାଧ୍ୟମ ଉପରେ ତାତି ଉଠିଲେ BSP ମୁଖ୍ୟ ମାୟାବତୀ; ନେଲେ ଏହି ନିଷ୍ପତ୍ତି

ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ (UP Assembly Election 2022) ପୂର୍ବରୁ ଆମ୍ବେଦକର ନଗର ଲୋକସଭା (Ambedkar Nagar Lok Sabha) ସାଂସଦ ରିତେଶ ପାଣ୍ଡେଙ୍କ (Ritesh Pandey) ପିତା ରାକେଶ ପାଣ୍ଡେ (Rakesh Pandey) ବିଏସପି ଛାଡି଼ ସମାଜବାଦୀ ପାର୍ଟି (Samajwadi Party) ହାତ ଧରିଥିଲେ। ଏହି ନିର୍ବାଚନରେ ସେ ସମାଜବାଦୀ ପାର୍ଟି ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢି ବାଜିମାତ କରିଛନ୍ତି। ବର୍ତ୍ତମାନ ବିଏସପି ସୁପ୍ରିମୋ ମାୟାବତୀ ନେଇଥିବା ନିଷ୍ପତ୍ତିକୁ ଏହି ଘଟଣାକ୍ରମ ସହ ଯୋଡି଼ ଦେଖାଯାଉଛି। 

ମାର୍ଚ୍ଚ ୧୫ ତାରିଖ ବିଏସପି ସଂସ୍ଥାପକ ସାହେବ କାଂଶୀରାମଙ୍କ ଜୟନ୍ତୀ ଅବସରରେ ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏହି ଅବସରରେ ସେ କହିଥିଲେ ବର୍ତ୍ତମାନର ଚାମଚା ଯୁଗରେ ବାବାସାହେବ ଭୀମ୍ ରାଓ ଆମ୍ବେଦକରଙ୍କ ଅଭିଯାନ ସହ ଦୃଢ ଭାବେ ଛିଡା ହେବା ଏକ ବଡ କଥା ବୋଲି କହିଛନ୍ତି ସେ। ବିଏସପି ଏହାର ଆନ୍ଦୋଳନର ଶକ୍ତି ଉପରେ ଏହି ଅଭିଯାନକୁ ଆଗକୁ ନେଉଛି। ଦେଶର କୋଟି କୋଟି ଦଳିତ, ଆଦିବାସୀ, ପଛୁଆବର୍ଗ ତଥା ଅବହେଳିତ ଗୋଷ୍ଠୀକୁ ବାହାର କରି ସେମାନଙ୍କୁ ଆତ୍ମ ନିର୍ଭରଶୀଳ କରିବା ଦଳର ପ୍ରତିଷ୍ଠାତା ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଚଳି ହେବ। 

Also Read: ଲୋକଙ୍କ ସମସ୍ୟା ଉଠାଉଥିବାରୁ ସହ୍ୟ କରି ପାରୁନାହାଁନ୍ତି ବିରୋଧି: ମାୟାବତୀ

ବର୍ତ୍ତମାନର ଚମଚା ଯୁଗରେ ବାବାସାହେବ ଆମ୍ବେଦକରଙ୍କ ଅଭିଯାନ ସହ ଦୃଢ ଭାବେ ଛିଡା ହେବା କୌଣସି ଛୋଟ କଥା ନୁହେଁ। ବିଏସପି ଆନ୍ଦୋଳନ କାରଣରୁ  ଅନେକ ଐତିହାସିକ ସଫଳତା ଅର୍ଜନ କରିଛି। ଭବିଷ୍ୟତରେ ମଧ୍ୟ ଆମକୁ ଆମର ସଂଗ୍ରାମ ସହ ସ୍ଥିର ଭାବେ ରହିବାକୁ ହେବ।

ସାହେବ କାଂଶୀରାମ ବାବା ସାହେବ ଆମ୍ବେଦକରଙ୍କ ଆତ୍ମ ସମ୍ମାନ ଏବଂ ମାନବବାଦୀ ଅଭିଯାନକୁ ଜୀବନ୍ତ ରଖିବା ପାଇଁ ଜୀବନସାରା କଠିନ ପରିଶ୍ରମ କରିଥିଲେ ଏବଂ ଅନେକ ବଳିଦାନ ମଧ୍ୟ ଦେଇଥିଲେ। ଏହି ଶକ୍ତି ଉପରେ ବିଏସପି ଅନେକ ସଫଳତା ହାସଲ କରିଛି ଏବଂ ଦେଶର ରାଜନୀତିରେ ଏକ ନୂଆ ଦିଗ ଦେଇଛି।

Also Read: BSP Chief Mayawati: BJP ଲାଗି ନରମ, Samajwadi Party ପାଇଁ ଗରମ

ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ରାଜ୍ୟର ମୋଟ ୪୦୩ ସିଟ୍ ମଧ୍ୟରୁ ବିଏସପି କେବଳ ଗୋଟିଏ ଆସନ ପାଇଛି। ରାଜ୍ୟର ୨୯୭ ଆସନରେ ଦଳୀୟ ପ୍ରାର୍ଥୀ ସେମମାନଙ୍କ ଅମାନତ ହରାଇଛନ୍ତି। ଏନେଇ କୁହାଯାଉଛି ଯେ ଏହି ନିର୍ବାଚନରେ ହୋଇଥିବା ପରାଜୟ ପରେ ବିଏସପି ମୁଖ୍ୟ ଦଳୀୟ ସଙ୍ଗଠନରେ ପରିବର୍ତ୍ତନ କରିପାରନ୍ତି।