UP Election 2022: Silent Mode ଜରିଆରେ କାମ କରୁଛି BSP
Advertisement
Article Detail0/zeeodisha/odisha1082831

UP Election 2022: Silent Mode ଜରିଆରେ କାମ କରୁଛି BSP

୨୦୨୨ ବିଧାନସଭା ନିର୍ବାଚନ ଲାଗି ଦଳ ଏଥର ନୀରବତାର ସହ କାମ କରୁଛି। 

UP Election 2022: Silent Mode ଜରିଆରେ କାମ କରୁଛି BSP

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ନୀରବତାରେ କ୍ଷମତା ଦଖଲ କରିବା ଯୋଜନାରେ ରହିଛି ବହୁଜନ ସମାଜ ପାର୍ଟି। ଗତ ୨୦୧୭ ବିଧାନସଭା ନିର୍ବାଚନରେ ​​ଅଳ୍ପ ବ୍ୟବଧାନରେ ପରାସ୍ତ ହୋଇଥିବା ଆସନ ଉପରେ ଦଳ ରଖିଛି ସତର୍କ ରହିଛି। ରାଜ୍ୟରେ ଏପରି ୨୦୦ ଆସନ ରହିଛି ଯେଉଁଠି ଦଳୀୟ ପ୍ରାର୍ଥୀ ବହୁତ କମ ବ୍ୟବଧାନରେ ପ୍ରତିଦ୍ୱନ୍ଦ୍ୱୀଙ୍କ ଠାରୁ ପରାସ୍ତ ହୋଇଥିଲେ। ଯାହା ମଧ୍ୟରେ ସୁରକ୍ଷିତ ଆସନ ମଧ୍ୟ ଅନ୍ତର୍ଭୂକ୍ତ ରହିଛି।

ଗତ ବିଧାନସଭା ନିର୍ବାଚନରେ (UP Assembly Election 2017) ରାଜ୍ୟର ଯେଉଁ ଆସନରେ ଦଳୀୟ ପ୍ରାର୍ଥୀ (BSP MLA Candidate) ବହୁତ କମ ବ୍ୟବଧାନରେ ପରାସ୍ତ ହୋଇଥିଲେ ତାହାକୁ ଚଳିତ ନିର୍ବାଚନରେ (UP Assembly Election 2022) ପୁନର୍ବାର ଦଖଲ କରିବା ପାଇଁ ରଣନୀତି ପ୍ରସ୍ତୁତ କରିଛି ବହୁଜନ ସମାଜ ପାର୍ଟି (Bahujan Samaj Party) ବିଏସପି (BSP)। ଏହି କ୍ରମରେ ଦଳୀୟ ସୁପ୍ରିମୋ ମାୟାବତୀ (BSP Supremo Mayawati) ଏପରି ଆସନ ଲାଗି ଦଳୀୟ ପଦାଧିକାରୀଙ୍କୁ ନିର୍ବାଚନ ସମ୍ପର୍କିତ ଦାୟିତ୍ୱ ପ୍ରଦାନ କରିଛନ୍ତି। 

Also Read: UP Election 2022: BSP ସପକ୍ଷରେ ସମର୍ଥନ ଜଣାଇଲେ ୧୦ ଦଳ, ଖାତାକୁ ଯିବ କି ପାରମ୍ପରିକ ଭୋଟ?

ଅନ୍ୟପଟେ ବିଏସପି ମହାସଚିବ (BSP General Secretary) ସତୀଶ ଚନ୍ଦ୍ର ମିଶ୍ରା ସୁରକ୍ଷିତ ସହ ସେହି ଆସନରୁ ମତାମତ ନେଉଛନ୍ତି ଯେଉଁଠୁ ଦଳୀୟ ପ୍ରାର୍ଥୀ ବହୁତ କମ ବ୍ୟବଧାନରେ ପରାସ୍ତ ହୋଇଥିଲେ। ଅନ୍ୟପଟେ ମଣ୍ଡଳ ଏବଂ ସେକ୍ଟର ପ୍ରଭାରୀଙ୍କୁ ଜାତିଭିତ୍ତିକ ଗଣିତ ଗୋଟି ସ୍ଥିର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କେଉଁ କାରଣରୁ ଗତ ୨୦୧୭ ନିର୍ବାଚନରେ ଶୋଚନୀୟ ପରାଜୟ ବରଣ କରିବାକୁ ପଡ଼ି଼ଲା ତାହାର କାରଣ ଖୋଜୁଛନ୍ତି ବିଏସପି ନେତୃବୃନ୍ଦ।  

Also Read: UP Poll 2022: ନିର୍ବାଚନ ଲଢିବେ ନାହିଁ BSP Supremo Mayawati

୨୦୨୨ ବିଧାନସଭା ନିର୍ବାଚନ ଲାଗି ବିଏସପି ଏଥର ନୀରବତାର (Silent Mode) ସହ କାମ କରୁଛି। ଏଥର ଏପରି ପ୍ରାର୍ଥୀଙ୍କୁ ଚୟନ କରାଯାଇଛି ଯାହା କ୍ଷେତ୍ରୀୟ ଜାତୀୟ ସମୀକରଣ (Regional & Ethnic Equations) ସହ ଖାପ ଖାଉଛି। ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ମଣ୍ଡଳ, ଜୋନାଲ ଏବଂ ସେକ୍ଟର ପ୍ରଭାରୀ ନିଜର ସମସ୍ତ ସାମର୍ଥ୍ୟ ଲଗାଇ ଦେଇଛନ୍ତି। ନିର୍ବାଚନ ଶେଷ ହେବା ପର୍ଯ୍ୟନ୍ତ ଦଳୀୟ ପଦାଧିକାରୀଙ୍କୁ ବିଭିନ୍ନ ଆସନରେ ରହି ନିର୍ବାଚନ ପରିଚାଳନା କରିବାକୁ କୁହାଯାଇଛି। ଦଳୀୟ ପ୍ରାର୍ଥୀ ହେଉଛନ୍ତି ବିଜୟୀ ଏବଂ ସ୍ଥାୟୀ। ଏଥର ମୁସଲମାନ ପ୍ରାର୍ଥୀଙ୍କ (BSP Muslim Candidate) ଉପରେ ବହୁତ ଗୁରୁତ୍ୱ ଦିଆଯାଇଛି। ଏଥର ଦଳିତ (Dalit), ମୁସଲିମ (Muslim), ବ୍ରାହ୍ମଣ (Brahman) ବର୍ଗକୁ ନେଇ ଦଳ ପକ୍ଷରୁ "ସୋସିଆଲ ଇଞ୍ଜିନିନିୟରିଂ" (BSP Social Engineering) କରାଯାଇଛି।

  ଗତ ବିଧାନସଭା ନିର୍ବାଚନରେ ରାମପୁର ଜିଲ୍ଲାର ମନିହାରନ ଆସନରୁ ମାତ୍ର ୫୯୫, ମୋହନଲାଲଗଞ୍ଜରେ ୫୩୦ ଭୋଟରେ ପରାସ୍ତ ହୋଇଥିଲେ ବିଏସପି ପ୍ରାର୍ଥୀ। ସେହିଭଳି ସୁଲତାନପୁର, କାଦିପୁର, ମୁହମ୍ମଦବାଦର ଗୋହାନା ଆସନ ୫୩୮, ଫେଫନା, ସୋନଭଦ୍ରା ଜିଲ୍ଲାର ଦୁଦ୍ଧି, ଖଲିଲାବାଦ, ମହାରାଜଗଞ୍ଜ, ପିପରାଇଚ, ପଡରୌନା, ଘାଟମପୁର, ମହାରାଜପୁର, କାଲପି, ଝାନ୍ସି,, ବାରବାଙ୍କୀ, ବାଲହା, ଖଡ୍ଡା, ମଞ୍ଝନପୁର, ବାସଗାଓଁ, ଖଜନୀ, ଫତେହପୁର ସୀକରୀ, ବାଲାମଉ, ଇଗଲାସ୍, ହାଥରସ୍, ଥାନା ଭବନ, ମୀରାଗଞ୍ଜ, ମିଶ୍ରିଖ, ମହାଦେୱା, ଇଟାୱା, ବାଦଲାପୁର, ରାଏବରେଲି, ସରେନି ସମେତ ଆହୁରି ଏରକି ଅନେକ ଆସନ ରହିଛି ଯେଉଁଠାରେ ବିଏସପି ପ୍ରାର୍ଥୀ ବହୁତ କମ ବ୍ୟବଧାନରେ ପ୍ରତିଦ୍ୱନ୍ଦ୍ୱୀଙ୍କ ଠାରୁ ପରାସ୍ତ ହୋଇଥିଲେ।

Also Read: 'ଅସ୍ଥିତ୍ୱ ପାଇଁ ସଂଘର୍ଷ କରୁଛି ହାତୀ'

ବିଏସପି ଭଳି ଦଳର ମୂଳ ଭୋଟ ବ୍ୟାଙ୍କ (BSP Core Vote Bank) କୁହାଯାଉଥିବା ଦଳିତ ଭୋଟ (Dalit Vote) ଦଳ ସହ ରହିଛି। ଅନ୍ୟପଟେ "ସୋସିଆଲ ଇଞ୍ଜିନିନିୟରିଂ" ଆଧାରରେ ଦଳୀୟ ପ୍ରଦର୍ଶନକୁ ସୁଧାରିବା ଲକ୍ଷ୍ୟରେ ରହିଛି ବିଏସପି। ପଶ୍ଚିମ ଉତ୍ତର ପ୍ରଦେଶର (Western Uttar Pradesh) ବିଭିନ୍ନ ଆସନରେ ନିର୍ବାଚନ ଲଢୁଥିବା ବିଏସପି ପ୍ରାର୍ଥୀ ସମ୍ପୂର୍ଣ୍ଣ ବଳ କଳ ଲଗାଇ ଦେଇଛନ୍ତି। ଅନ୍ୟପଟେ ଦଳର ମୁସଲମାନ ପ୍ରାର୍ଥୀ ନିଜ ନିର୍ବାଚନ କ୍ଷେତ୍ରରେ ଆର୍ଥିକ ଦୃଷ୍ଟିରୁ ବହୁତ ଶକ୍ତିଶାଳୀ ଅଛନ୍ତି। ଏହି ପ୍ରାର୍ଥୀଙ୍କ ପରିଚୟ ନିଜ ନିର୍ବାଚନମଣ୍ଡୀଳରେ ବହୁତ ଭଲ ରହିଛି। ଦଳର ଅନ୍ୟ ପ୍ରାର୍ଥୀ ନିଜ ଅଞ୍ଚଳର ଜାତିଭିତ୍ତିକ ସାମାଜିକ ସ୍ଥିତି ବାବଦରେ ବେଶ ଭଲ ଭାବେ ଅବଗତ ଅଛନ୍ତି। ଯଦିଓ ଦଳୀୟ ପ୍ରଚାର ଅଭିଯାନରୁ ବିଏସପି ଦୂରରେ ରହିଥାଇ ପାରେ ମାତ୍ର ଦଳ ୨୦୨୨ ନିର୍ବାଚନ ପାଇଁ ଗୋପନୀୟ ଭାବେ ଏହାର କାର୍ଯ୍ୟ ଜାରି ରଖିଛି।