'ରାଷ୍ଟ୍ରପତି ହେବାକୁ ଚାହୁଁନାହିଁ; ଦେଶର ପ୍ରଧାନମନ୍ତ୍ରୀ ହେବାକୁ ଚାହୁଁଛି'
Advertisement
Article Detail0/zeeodisha/odisha1167620

'ରାଷ୍ଟ୍ରପତି ହେବାକୁ ଚାହୁଁନାହିଁ; ଦେଶର ପ୍ରଧାନମନ୍ତ୍ରୀ ହେବାକୁ ଚାହୁଁଛି'

 ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବ ବର୍ତ୍ତମାନ ହୃଦୟଙ୍ଗମ କରୁଛନ୍ତି ଯେ ବହୁଜନ ସମାଜ ପାର୍ଟି ତାଙ୍କ ଅଧିନକୁ ଆସିବ ନାହିଁ।

'ରାଷ୍ଟ୍ରପତି ହେବାକୁ ଚାହୁଁନାହିଁ; ଦେଶର ପ୍ରଧାନମନ୍ତ୍ରୀ ହେବାକୁ ଚାହୁଁଛି'

ଲକ୍ଷ୍ନୌ: ବୁଧବାର ବହୁଜନ ସମାଜ ପାର୍ଟି ମହାସଚିବ ସତୀଶ ଚନ୍ଦ୍ର ମିଶ୍ରା ଏବଂ ଦଳର ଏକମାତ୍ର ବିଧାୟକ ଉମାଶଙ୍କର ସିଂହ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିଛନ୍ତି। ଏହି ସାକ୍ଷାତକାର ପରେ ବିଏସପି ସୁପ୍ରିମୋ ମାୟାବତୀ ଏକ ସାମ୍ବାଦିକ ସମ୍ମିଳନୀ କରି ଅଖିଲେଶ ଯାଦବଙ୍କ କେତେକ ପ୍ରଶ୍ନର ଉତ୍ତର ଦେବା ସହ ସମାଜବାଦ ପାର୍ଟି ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। 

ଏନେଇ ସେ କହିଛନ୍ତି ମୁଁ ପୁଣି ଥରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ କିମ୍ବା ଦେଶର ପ୍ରଧାନମନ୍ତ୍ରୀ ହେବାର ସ୍ୱପ୍ନ ଦେଖିପାରେ। ହେଲେ ମୁଁ ରାଷ୍ଟ୍ରପତି ହେବାକୁ ସ୍ୱପ୍ନ ଦେଖିବି ନାହିଁ। ୨୦୨୨ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ବିଜେପି ପାଇଁ ସମାଜବାଦୀ ପାର୍ଟି ଦାୟୀ। ମୋତେ ରାଷ୍ଟ୍ରପତି କରି ଏହି ଅଞ୍ଚଳ ଖାଲି କରିବାକୁ ଚାହୁଁଛି ସମାଜବାଦୀ ପାର୍ଟି। ଯାହା ଦ୍ୱାରା ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ସମାଜବାଦୀ ପାର୍ଟି ଲାଗି ରାସ୍ତା ସଫା ହୋଇଯିବ। ହେଲେ ମୁଁ ରାଜ୍ୟର ରାଜନୈତିକ କ୍ଷେତ୍ର ଛାଡିବି ନାହିଁ। ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବ ବର୍ତ୍ତମାନ ହୃଦୟଙ୍ଗମ କରୁଛନ୍ତି ଯେ ବହୁଜନ ସମାଜ ପାର୍ଟି ତାଙ୍କ ଅଧିନକୁ ଆସିବ ନାହିଁ।

ବୁଧବାର ମୈନପୁରୀ ଠାରେ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଲେଶ ଯାଦବ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି କହିଥିଲେ ୨୦୨୨ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ବହୁଜନ ସମାଜ ପାର୍ଟି ଏହାର ଭୋଟ ବିଜେପି ଆଡକୁ ହସ୍ତାନ୍ତର କରିଥିଲା। ଏବେ ଦେଖିବାକୁ ରହିଲା ବିଜେପି ମାୟାବତୀଙ୍କୁ ରାଷ୍ଟ୍ରପତି କରୁଛି ନା ନାହିଁ।  

Also Read: 'ବିଏସପି ନୁହେଁ ବିଜେପି ସହ ଖୋଲାଖୋଲି ଭାବେ ଯୋଗାଯୋଗରେ ରହିଛି ସମାଜବାଦୀ ପାର୍ଟି'

ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଲେଶ ଯାଦବଙ୍କୁ ଜବାବ ଦେଇ ବିଏସପି ସୁପ୍ରିମୋ ମାୟାବତୀ କହିଛନ୍ତି ବିଭିନ୍ନ ଦଳ ମେଣ୍ଟ କରିବା ସତ୍ତ୍ୱେ ସମାଜବାଦୀ ପାର୍ଟି ରାଜ୍ୟରେ ସରକାର ଗଠନ କରିବାରେ ସକ୍ଷମ ହୋଇନାହିଁ। ସମାଜବାଦୀ ପାର୍ଟି କେବେ ଆଉ ଉତ୍ତର ପ୍ରଦେଶ ରାଜନୀତିରେ କ୍ଷମତାକୁ ଫେରିପାରିବ ନାହିଁ। ଏକଥା ଜାଣିବା ପରେ ଦଳର ମୁଖ୍ୟ ଅଖିଲେଶ ଯାଦବ ବିଦେଶ ପଳାୟନ କରିବାକୁ ଚେଷ୍ଟା କରୁଛନ୍ତି। ଯେଉଁଠି ସେ ପୂର୍ବରୁ ଅନେକ ବ୍ୟବସ୍ଥା କରିସାରିଛନ୍ତି।