ଆମେ ରାଜ୍ୟକୁ MP-Rajasthan ହେବାକୁ ଦେବୁ ନାହିଁ: Punjab Congress Chief
Advertisement
Article Detail0/zeeodisha/odisha926996

ଆମେ ରାଜ୍ୟକୁ MP-Rajasthan ହେବାକୁ ଦେବୁ ନାହିଁ: Punjab Congress Chief

ଶାସକ ଦଳରେ ଚାଲିଥିବା ହାଇଭୋଲଟେଜ ରାଜନୈତିକ ନାଟକ କାରଣରୁ ଏବେ ବିଧାନସଭା ନିର୍ବାଚନ ପୂର୍ବରୁ ସରଗରମ ହୋଇଉଠିଛି ରାଜ୍ୟ ରାଜନୀତି। 

ଆମେ ରାଜ୍ୟକୁ MP-Rajasthan ହେବାକୁ ଦେବୁ ନାହିଁ: Punjab Congress Chief

ନୂଆଦିଲ୍ଲୀ: ଆସନ୍ତାବର୍ଷ ଫେବୃଆରୀ-ମାର୍ଚ୍ଚ ମାସରେ ହେବାକୁ ଯାଉଛି ପଞ୍ଜାବ ବିଧାନସଭା ନିର୍ବାଚନ। ଦିନ ପାଖେଇ ଆସୁଥିବାରୁ ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି। ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଏବେ ଠାରୁ ସରଗରମ ହୋଇଉଠିଲାଣି ପଞ୍ଜାବ ରାଜନୀତି। ବିଭିନ୍ନ କାରଣକୁ ନେଇ ଏଥର ଚର୍ଚ୍ଚାରେ ଏହି ନିର୍ବାଚନ। 

ବିଶେଷ କରି ଶାସକ କଂଗ୍ରେସ (Congress) ଦଳରେ ଚାଲିଥିବା ହାଇଭୋଲଟେଜ ରାଜନୈତିକ ନାଟକ (High Voltage Political Drama) କାରଣରୁ ଏବେ ରାଜ୍ୟ ବିଧାନସଭା ନିର୍ବାଚନ (Punjab Assembly Poll 2022) ପୂର୍ବରୁ ସରଗରମ ହୋଇଉଠିଛି ପଞ୍ଜାବ ରାଜନୀତି (Punjab Politics)। ବେଶ ଲମ୍ବା ସମମୟ ଧରି ବିଭିନ୍ନ କାରଣକୁ ନେଇ ଦଳରେ ଚାଲିଥିବା ଏହି ନାଟକର ମୁଖ୍ୟ ଚରିତ୍ରଦ୍ୱୟ ହେଉଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ (Punjab Chief Minister) କ୍ୟାପ୍ଟେନ ଅମରିନ୍ଦର ସିଂହ (Captain Amrinder Singh) ଏବଂ ଦଳୀୟ ନେତା ନବଜୋତ ସିଂହ ସିଦ୍ଧୁ (Navjot Singh Sidhu)।

Also Read: ଏବେ ପଞ୍ଜାବ କଂଗ୍ରେସରେ ବିଦ୍ରୋହ, ଦିଲ୍ଲୀ ପହଞ୍ଚିଲେ ୨୫ ବିଧାୟକ

ବିଭିନ୍ନ ପ୍ରସଙ୍ଗକୁ ନେଇ ବିଭିନ୍ନ ସମୟରେ ମୁହାଁମୁହିଁ ହୋଇଛନ୍ତି ଉଭୟେ। ବିଧାନସଭା ନିର୍ବାଚନ ପୂର୍ବରୁ ଦଳରେ ନାଟକ ଚାଲିଥିବା ସମୟରେ ରାହୁଲ ଗାନ୍ଧୀଙ୍କୁ (Rahul Gandhi) ସାକ୍ଷାତ କରିଛନ୍ତି ପଞ୍ଜାବ କଂଗ୍ରେସ ପ୍ରଭାରୀ (Punjab Congress Incharge) ହରିଶ ରାୱତ (Harish Rawat)। ଭେଟଘାଟ ପରେ ପ୍ରତିକ୍ରିୟା ରଖି ରାୱତ କହିଛନ୍ତି ଆଲୋଚନା କରିବା ଲାଗି ନବଜୋତ ସିଂହ ସିଦ୍ଧୁଙ୍କୁ ଦିଲ୍ଲୀ ଡକାଯାଇଛି। ଦଳର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ପଞ୍ଜାବ କଂଗ୍ରେସ ସ୍ଥିତି ଉପରେ ନଜର ରଖିଛନ୍ତି। ମୁଖ୍ୟମନ୍ତ୍ରୀ ସିଂହ ରାଜଧାନୀ ଚଣ୍ଡିଗଡ ଠାରେ ସମ୍ବାଦିକ ସମ୍ମିଳନୀ କରି ନିଜ ପକ୍ଷ ରଖିବେ।  

Also Read: ଆପ୍ ଟାର୍ଗେଟରେ ପଞ୍ଜାବ, ଝାଡ଼ୁ ଧରିବେ ସିଦ୍ଧୁ !

ଏହା ସହିତ ସେ ଆହୁରି କହିଛନ୍ତି କାହା ନେତୃତ୍ୱରେ ପଞ୍ଜାବ ବିଧାନସଭା ନିର୍ବାଚନ ଲଢାଯିବ ସେ ନେଇ ଦଳ ପକ୍ଷରୁ ସେ ନେଇ ଖୁବଶୀଘ୍ର ଘୋଷଣା କରାଯିବ। ଆସନ୍ତା ମାସ ୮-୧୦ ତାରିଖ ମଧ୍ୟରେ କଂଗ୍ରେସ ଅଧ୍ୟକ୍ଷ କିଏ ହେବ ସେ ବାବଦରେ ମଧ୍ୟ ଘୋଷଣା କରାଯିବ।  

 ଅନ୍ୟପଟେ ରାଜ୍ୟ କଂଗ୍ରେସ ମୁଖ୍ୟ (Punjab Congress President) ସୁନୀଲ ଜାଖଡ (Sunil Jakhar) କହିଛନ୍ତି ଦଳୀୟ ମଙ୍ଗୁଆଳ ଭାବେ ମୁଁ ଏହି ଗ୍ୟାରେଣ୍ଟି ଦେଉଛି ଆମେ ପଞ୍ଜାବକୁ ମଧ୍ୟ ପ୍ରଦେଶ (Madhya Pradesh) କିମ୍ବା ରାଜସ୍ଥାନ (Rajasthan) ହେବାକୁ ଦେବୁନାହିଁ। ଏହି ଦୁଇ ରାଜ୍ୟରେ ସୃଷ୍ଟିହୋଇଥିବା ହୋଇଥିବ ଦଳୀୟ ସଂକଟରୁ ଆମେ ଶିକ୍ଷା ଗ୍ରହଣ କରିଛୁ। ଗତ ୨୦୧୭ ବିଧାନସଭା ନିର୍ବାଚନ ପ୍ରଚାର ସମୟରେ ଭଟିଣ୍ଡା (Bathinda) ଠାରେ ଆୟୋଜିତ ହୋଇଥିବା ରାଲିରେ ମୁଖ୍ୟମନ୍ତ୍ରୀ ଭାବେ କ୍ୟାପଟେନ ଅମରିନ୍ଦର ସିଂହଙ୍କ ନାଁ ଘୋଷଣା କରିଥିଲେ ରାହୁଲ ଗାନ୍ଧୀ।  

Also Read: ସିଡ୍ୟବ୍ଲ୍ୟୁସି ବୈଠକ ବେଳେ ରାହୁଲଙ୍କ ଉପରେ ତାତିଲେ ଶିବଲ, ଦଳରେ ଥାଇ ଦେଲେ ଖୋଲା ଚ୍ୟାଲେଞ୍ଜ

ରାଜ୍ୟ ବିଧାନସଭା ନିର୍ବାଚନ ପୂର୍ବରୁ ଜୁନ ୨୨ ତାରିଖ ମଙ୍ଗଳବାର ପଞ୍ଜାବ କଂଗ୍ରେସ ପ୍ରଭାରୀ ହରିଶ ରାୱତଙ୍କ ନେତୃତ୍ୱରେ ଗଠିତ ୩ ଜଣିଆ କମିଟି ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ। ହେଲେ ସୋନିଆ ଗାନ୍ଧୀ କିମ୍ବା ରାହୁଲ ଗାନ୍ଧୀଙ୍କୁ ନଭେଟିନ ପଞ୍ଜାବ ଫେରିଆସିଥିଲେ ମୁଖ୍ୟମନ୍ତ୍ରୀ ଅମରିନ୍ଦର। ହେଲେ ଏହାକୁ ନେଇ ରାଜନୈତିକ ମହଲରେ ବିଭିନ୍ନ ଚର୍ଚ୍ଚା ହେଉଛି। କୁହାଯାଉଛି ଆଗାମୀ ଦିନରେ  ସେ ପୁଣି ଥରେ ଦିଲ୍ଲୀ ଆସି ଉଭୟଙ୍କୁ ସାକ୍ଷତ କରିପାରନ୍ତ। ଅନ୍ୟପଟେ ଦଳୀୟ ନେତୃତ୍ୱ ପ୍ରତି ନାରାଜ ହୋଇ ସେ ଏହା କରି ଥାଇପାରନ୍ତି। ଯଦିଓ ଏନେଇ ପକ୍ଷରୁ କଂଗ୍ରେସ କିଛି କୁହାଯାଇନାହିଁ। 

Also Read: ମହଙ୍ଗା ପଡିଲା ପ୍ରଶଂସା; ଦଳୀୟ Star Campaigner ତାଲିକାରୁ ବାଦପଡିଲେ G23 ନେତା

ଏଥର ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦରଙ୍କ ନେତୃତ୍ୱରେ କଂଗ୍ରେସ ପଞ୍ଜାବ ବିଧାନସଭା ନିର୍ବାଚନ ଲଢିବ ନାଁ ନେତୃତ୍ୱ ପରିବର୍ତ୍ତନ କରାଯିବା ସେ ପ୍ରସଙ୍ଗକୁ ନେଇ ବିଭିନ୍ନ ଆକଳନ କରାଯାଉଛି। ଗତ ଥର ତାଙ୍କ ନେତୃତ୍ୱରେ ଦଳ ପଞ୍ଜାବ ବିଧାନସଭା  ନିର୍ବାଚନ ଲଢି ବାଜିମାତ କରିବା ସହ ରାଜ୍ୟରେ ସରକାର ଗଠନ କରିଥିଲା। ଦଳୀୟ କମିଟି ସଦସ୍ୟ ରହିଥିବା ମଲ୍ଲିକାର୍ଜୁନ ଖାର୍ଗେ କହିଥିଲେ ଏଥର ଦଳ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ପଞ୍ଜାବ ନିର୍ବାଚନ ଲଢିବ।