ମ୍ବାଇର ପୂର୍ବତନ ପୋଲିସ କମିଶନର ପରମବୀର ସିଂଙ୍କ ଦ୍ୱାରା ହୋଇଥିବା ଦୁର୍ନୀତି ଅଭିଯୋଗ ଉପରେ ଏହି ପଦକ୍ଷେପ ନିଆଯାଇଛି। ଏହା ବ୍ୟତୀତ ଅନୁସନ୍ଧାନକାରୀ ସଂସ୍ଥା ମୁମ୍ବାଇର ଅନେକ ସ୍ଥାନରେ ମଧ୍ୟ ଚଢଉ କରିଛି। ଏହାପୂର୍ବରୁ CBI ଦେଶମୁଖଙ୍କୁ ପ୍ରାୟ ୧୧ ଘଣ୍ଟା ଜେରା କରିଥିଲା।
Trending Photos
ମୁମ୍ବାଇ: ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ଅଡୁଆ ବଢିବାରେ ଲାଗିଛି। କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (CBI) ଶନିବାର ତାଙ୍କ ବିରୋଧରେ FIR ଦାଖଲ କରିଛି। ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବୀର ସିଂଙ୍କ ଦ୍ୱାରା ହୋଇଥିବା ଦୁର୍ନୀତି ଅଭିଯୋଗ ଉପରେ ଏହି ପଦକ୍ଷେପ ନିଆଯାଇଛି। ଏହା ବ୍ୟତୀତ ଅନୁସନ୍ଧାନକାରୀ ସଂସ୍ଥା ମୁମ୍ବାଇର ଅନେକ ସ୍ଥାନରେ ମଧ୍ୟ ଚଢଉ କରିଛି। ଏହାପୂର୍ବରୁ CBI ଦେଶମୁଖଙ୍କୁ ପ୍ରାୟ ୧୧ ଘଣ୍ଟା ଜେରା କରିଥିଲା।
ପୂର୍ବତନ ମୁମ୍ବାଇ ପୋଲିସ କମିଶନର ପରମବୀର ସିଂ (Param Bir Singh) , ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଚିଠି ଲେଖି ଅଭିଯୋଗ କରିଛନ୍ତି ଯେ, ଗୃହମନ୍ତ୍ରୀ ଅନୀଲ ଦେଶମୁଖ ମୁମ୍ବାଇରେ ବାର, ରେଷ୍ଟୁରାଣ୍ଟ ଏବଂ ହୋଟେଲ ଇତ୍ୟାଦିରୁ ଟଙ୍କା ସଂଗ୍ରହ କରିବାକୁ ପୋଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ପରେ ସିବିଆଇ ୧୪ ଏପ୍ରିଲରେ ପଚରାଉଚରା ପାଇଁ ଦେଶମୁଖଙ୍କୁ ଡାକିଥିଲା। କିନ୍ତୁ ଅନିଲ ଦେଶମୁଖ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଆରମ୍ଭରୁ ଖଣ୍ଡନ କରୁଛନ୍ତି। ରାଜ୍ୟ ସରକାର ମଧ୍ୟ ତାଙ୍କୁ ରକ୍ଷା କରିଥିଲେ, କିନ୍ତୁ CBI ତଦନ୍ତ ନିର୍ଦ୍ଦେଶ ପରେ ଦେଶମୁଖଙ୍କୁ ତାଙ୍କ ପଦରୁ ଇସ୍ତଫା ଦେବାକୁ ପଡିଥିଲା।
Also Read: ମହାରାଷ୍ଟ୍ରରେ ରାଜନୈତିକ ଝଡ଼! ଗୃହମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଅନିଲ ଦେଶମୁଖ
ପାରମବୀର ସିଂଙ୍କ ପିଟିସନରେ ବମ୍ବେ ହାଇକୋର୍ଟ (Bombay High Court) , ଅନିଲ ଦେଶମୁଖ (Anil Deshmukh) ଙ୍କ ବିରୋଧରେ CBI ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏହା ପରେ ଅନୁସନ୍ଧାନକାରୀ ସଂସ୍ଥା ଦେଶମୁଖଙ୍କ ଦୁଇଜଣ ବ୍ୟକ୍ତିଗତ ସହାୟକଙ୍କୁ ପଚରାଉଚରା କରିଥିଲେ। ଏହା ବ୍ୟତୀତ କେନ୍ଦ୍ରୀୟ ଏଜେନ୍ସି ମଧ୍ୟ ନିଲମ୍ବିତ ମୁମ୍ବାଇ ପୋଲିସ (Mumbai Police) ର ସଚିନ୍ ବାଜେ (Sachin Vaze) ଙ୍କ ଦୁଇ ଡ୍ରାଇଭରଙ୍କୁ ପ୍ରଶ୍ନ କରିଛି। ଏହି ମାମଲାରେ CBI ପ୍ରତ୍ୟେକ ଦିଗ ଉପରେ ତୀକ୍ଷ୍ଣ ଅନୁସନ୍ଧାନ କରୁଛି।
ସୂଚନାଯୋଗ୍ୟ ଏଣ୍ଟିଲିଆ ବିସ୍ଫୋରକ ମାମଲାକୁ ନେଇ ଦେଶବ୍ୟାପୀ ଚର୍ଚ୍ଚା ଚାଲୁଥିବା ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବୀର ସିଂ, ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ (Uddhav Thackeray) ଏବଂ ରାଜ୍ୟପାଳ ଭାଗବତ ସିଂ କୋଶ୍ୟାରିଙ୍କୁ ଏକ ଚିଠି ଲେଖି ଥିଲେ। ସେଥିରେ ତତ୍କାଳୀନ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ, ପୋଲିସକୁ ବାର ଏବଂ ହୋଟେଲରୁ ପ୍ରତିମାସରେ ୧୦୦ କୋଟି ଟଙ୍କା ଆଦାୟ କରିବାପାଇଁ ନିର୍ଦ୍ଦେଶ ଦେଇଥିବା ଅଭିଯୋଗ କରିଥିଲେ। ଏହା ସହିତ ପରମବୀର ସିଂ, ବମ୍ବେ ହାଇକୋର୍ଟରେ PIL ଦାଖଲ କରିଥିଲେ। ଯେଉଁଥିରେ ଅନିଲ ଦେଶମୁଖଙ୍କ ବିରୋଧରେ ଆସିଥିବା ଅଭିଯୋଗର CBI ତଦନ୍ତ ଦାବି କରିଥିଲେ।