Central Vista Project: ୭୦ ପ୍ରତିଶତ ଶେଷ ହୋଇଛି ନୂତନ ସଂସଦ ଭବନ ନିର୍ମାଣ କାର୍ଯ୍ୟ
Advertisement
Article Detail0/zeeodisha/odisha1288415

Central Vista Project: ୭୦ ପ୍ରତିଶତ ଶେଷ ହୋଇଛି ନୂତନ ସଂସଦ ଭବନ ନିର୍ମାଣ କାର୍ଯ୍ୟ

New Parliament Building:  ଆଗାମୀ ଦିନରେ ଦେଶ ଖୁବ ଶୀଘ୍ର ଏକ ନୂତନ ସଂସଦ ଭବନ ଉପହାର ଭାବେ ପାଇବାକୁ ଯାଉଛି। ନୂତନ ସଂସଦ ଭବନ ନିର୍ମାଣ କାର୍ଯ୍ୟ ଅତି ଶୀଘ୍ର ଶେଷ ହେଉଛି।

Central Vista Project: ୭୦ ପ୍ରତିଶତ ଶେଷ ହୋଇଛି ନୂତନ ସଂସଦ ଭବନ ନିର୍ମାଣ କାର୍ଯ୍ୟ

Central Vista Project: ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ଠାରେ ନିର୍ମାଣ ହେଉଥିବା ଦେଶର ନୂତନ ସଂସଦ ଭବନ ଯାହାକୁ ସେଣ୍ଟ୍ରାଲ ଭିଷ୍ଟା ମଧ୍ୟ କୁହାଯାଉଛି ତାହାର ନିର୍ମାଣ କାର୍ଯ୍ୟ ଖୁବଶୀଘ୍ର ଶେଷ ହେବାକୁ ଯାଉଛି। ଆଗାମୀ ଦିନରେ ଦେଶ ଖୁବ ଶୀଘ୍ର ଏକ ନୂତନ ସଂସଦ ଭବନ ଉପହାର ଭାବେ ପାଇବାକୁ ଯାଉଛି। ନୂତନ ସଂସଦ ଭବନ ନିର୍ମାଣ କାର୍ଯ୍ୟ ଅତି ଶୀଘ୍ର ଶେଷ ହେଉଛି।

ଗୁରୁବାର କେନ୍ଦ୍ର ସରକାର ଦେଶର ନୂତନ ସଂସଦ ଭବନ (New Parliament Building of India) ସେଣ୍ଟ୍ରାଲ ଭିଷ୍ଟା (Central Vista) ନିର୍ମାଣ କାର୍ଯ୍ୟ ବାବଦରେ ଜଣାଇଛନ୍ତି। ସରକାର ଗୁରୁବାର ଦିନ ଲୋକସଭାକୁ କହିଛନ୍ତି ଯେ ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପ (Central Vista Project) ବିକାଶ ଯୋଜନା ଅଧିନରେ ପାଞ୍ଚଟି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ନୂତନ ସଂସଦ ଭବନର ୭୦ ପ୍ରତିଶତ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ଲୋକସଭାରେ ବିଜେପି ସାଂସଦ ରାଜେନ୍ଦ୍ର ଅଗ୍ରୱାଲଙ୍କ (BJP MP Rajendra Agrawal) ପ୍ରଶ୍ନର ଲିଖିତ ଉତ୍ତରରେ ସହରାଞ୍ଚଳ ଏବଂ ଗୃହ ନିର୍ମାଣ (Housing and Urban Development Ministry) ରାଷ୍ଟ୍ରମନ୍ତ୍ରୀ କୌଶଳ କିଶୋର (Union Minister Kaushal Kishore) ଉପରୋକ୍ତ ତଥ୍ୟ ପ୍ରଦାନ କରିଛନ୍ତି।

ଲୋକସଭାରେ ବିଜେପି ସାଂସଦ ରାଜେନ୍ଦ୍ର ଅଗ୍ରୱାଲଙ୍କ ଲିଖିତ ପ୍ରଶ୍ନର ଉତ୍ତର ଦେଇ ସହରାଞ୍ଚଳ ଏବଂ ଗୃହ ନିର୍ମାଣ ରାଷ୍ଟ୍ରମନ୍ତ୍ରୀ କୌଶଳ କିଶୋର କହିଛନ୍ତି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ନୂତନ ସଂସଦ ଭବନର ୭୦ ପ୍ରତିଶତ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପ ବିକାଶ ଯୋଜନା ଅଧିନରେ ପାଞ୍ଚଟି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ଚଳିତ ବର୍ଷ ନଭେମ୍ବର ମାସ ପର୍ଯ୍ୟନ୍ତ ଏହାର ନିର୍ମାଣ କାର୍ଯ୍ୟ ସାରିବାକୁ ଲକ୍ଷ୍ୟ ରଖାଯାଉଛି। 

Also Read: New Parliament Building: ଅଶୋକ ସ୍ତମ୍ଭର ଉଦଘାଟନ ପରେ ବିରୋଧିଙ୍କ ଟାର୍ଗେଟରେ ସରକାର

କେନ୍ଦ୍ରମନ୍ତ୍ରୀ କୌଶଳ କିଶୋର କହିଛନ୍ତି ଯେ ସେଣ୍ଟ୍ରାଲ ଭିଷ୍ଟା  ଆଭେନ୍ୟୁ ପୁନଃନିର୍ମାଣ କାର୍ଯ୍ୟ ପ୍ରାୟ ଶେଷ ହୋଇଛି। ଏଥିରେ କୁହାଯାଇଛି ଯେ କେନ୍ଦ୍ରୀୟ ସଚିବାଳୟର ୧,୨,୩, ର ୧୭ ପ୍ରତିଶତ କାର୍ଯ୍ୟ ଶେଷ ହୋଇଛି। ଡିସେମ୍ବର ୨୦୨୩ ପର୍ଯ୍ୟନ୍ତ ଏହାକୁ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି। ଉପରାଷ୍ଟ୍ରପତିଙ୍କ ଏନକ୍ଲେଭ ର  ୨୪ ପ୍ରତିଶତ କାର୍ଯ୍ୟ ଶେଷ ହୋଇଛି ଏବଂ ଜାନୁୟାରୀ ୨୦୨୩ ପର୍ଯ୍ୟନ୍ତ ଏହାକୁ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏଜୁକ୍ୟୁଟିଭ୍ ଏନକ୍ଲେଭ କାର୍ଯ୍ୟ ଏପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ।