ପୌର ନିର୍ବାଚନ ପୂର୍ବରୁ ନବୀନଙ୍କ ଟାର୍ଗେଟରେ ମୋଦି
Advertisement

ପୌର ନିର୍ବାଚନ ପୂର୍ବରୁ ନବୀନଙ୍କ ଟାର୍ଗେଟରେ ମୋଦି

କୃଷି ହେଉ କିମ୍ବା ମହିଳା ସଂରକ୍ଷଣ ଅଥବା ଓଡିଶାର ଖଣି ରୟାଲିଟି ସହ ଐତିହ୍ୟ ପରମ୍ପରାର, ଭାଷା ସୁରକ୍ଷା ସବୁଥିରେ କେନ୍ଦ୍ର ନିକଟରେ ନିଜର ହକ ଜାହିର କରିବା ପାଇଁ ବିଜେଡି କାର୍ଯ୍ୟକାରିଣୀ ବେଠକରେ ସଂକଳ୍ପ ପାରିତ ହୋଇଛି।

ପୌର ନିର୍ବାଚନ ପୂର୍ବରୁ ନବୀନଙ୍କ ଟାର୍ଗେଟରେ ମୋଦି

ଚନ୍ଦନ ପାଇକରାୟ,ଭୁବନେଶ୍ୱର: ରବିବାର ଆୟୋଜିତ ହୋଇଥିବାର ଦଳୀୟ କାର୍ଯ୍ୟକାରିଣୀ ବୈଠକରେ (Party Excutive Meet) ଆଭିମୁଖ୍ୟ ସ୍ପଷ୍ଟ କରିଛି ରାଜ୍ୟରେ କ୍ରମାଗତ ଭାବେ ୫ମ ଥର ପାଇଁ ସରକାର ଗଠନ କରିଥିବା ଶାସକ ବିଜୁ ଜନତା ଦଳ-ବିଜେଡି (BJD-Biju Janata Dal)। ଲଢେଇ ଜୋରଦାର କରିବା ନେଇ ଦଳୀୟ କର୍ମକର୍ତ୍ତାଙ୍କ ଉଦ୍ଦେଶ୍ୟରେ ଦିଆଯାଇଛି ବାର୍ତ୍ତା। ଏଣିକି ସଂଘୀୟ ବ୍ୟବସ୍ଥାର କ୍ଷୁର୍ଣ୍ଣକାରୀଙ୍କୁ ସହ୍ୟ କରିବନି ବିଜେଡି।

କେନ୍ଦ୍ର ସରକାରଙ୍କ ପାଇଁ ଆଭିମୁଖ୍ୟ କଠୋର କରିଛି ବିଜେଡି। କୃଷି ହେଉ କିମ୍ବା ମହିଳା ସଂରକ୍ଷଣ ଅଥବା ଓଡିଶାର ଖଣି ରୟାଲିଟି ସହ ଐତିହ୍ୟ ପରମ୍ପରାର, ଭାଷା ସୁରକ୍ଷା ସବୁଥିରେ କେନ୍ଦ୍ର ନିକଟରେ ନିଜର ହକ ଜାହିର କରିବା ପାଇଁ ବିଜେଡି କାର୍ଯ୍ୟକାରିଣୀ ବେଠକରେ ସଂକଳ୍ପ ପାରିତ ହୋଇଛି। ଓଡିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା (Special Categoric State) ଦେବା ନେଇ ଦଳ ସଂଘର୍ଷ କରିବା ନେଇ ଜଣାଇଛି ବିଜେଡି। 

ବିଜେଡି କାର୍ଯ୍ୟକାରିଣୀ ବେଠକରେ ୯ଟି ପ୍ରସ୍ତାବ ଆସିଥିବା ବେଳ ଏହା ଉପରେ ମୋହର ମାରିଛନ୍ତି ବିଜେଡି ସୁପ୍ରିମୋ (BJD Supremo) ନବୀନ ପଟ୍ଟନାୟକ (Naveen Pattnaik)। କେନ୍ଦ୍ର ସରକାର ସଂଘୀୟ ବ୍ୟବସ୍ଥାର ଉଲଂଘନ କରୁଥିବା ମତ ରଖିଛି ଦଳ। ଆଉ ପୁଣି ଉଠାଇଛି କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ। କୃଷି କୃଷକଙ୍କ ପାଇଁ ଲଢେଇ ଜୋରଦାର କରିବା ସହ ଦିଲ୍ଲୀ ଯିବାକୁ ନେଇଛି ନିଷ୍ପତ୍ତି। ଐତିହ୍ୟ ପରମ୍ପରା ସହ ଭାଷାର ସୁରକ୍ଷା ପାଇଁ ନେଇଛି ଦୃଢ ନିଷ୍ପତ୍ତି। 

Also Read: ବିଜେଡି ପାଳନ କରିବ ୨୩ତମ ପ୍ରତିଷ୍ଠା ଦିବସ

 

ସ୍ବତନ୍ତ୍ର ରାଜ୍ୟର ମାନ୍ୟତା ପାଇବାକୁ ଲଢେଇ ଜୋରଦାର କରିବାକୁ ଜଣାଦେଇଛି ବିଜେଡି। ମହିଳା ସଶକ୍ତିକରଣ ସହ ଲୋକସଭାରେ ମହିଳାଙ୍କ ୩୩ ପ୍ରତିଶତ ସଂରକ୍ଷଣ ଦାବି ହେବ ଜୋରଦାର। ବିଜେଡି ରାଜ୍ୟ କାରିଣୀ ବୈଠକରେ ୯ଟି ପ୍ରସ୍ତାବ ପାରିତ କରିବା ସହ ଦଳ ଆଗାମୀ ଦିନରେ କଠୋର ନୀତି ଅବଲମ୍ବନ କରିବା ନେଇ ଦେଇଛି ସୂଚନା। କେନ୍ଦ୍ର ସରକାରଙ୍କ ବିରୋଧରେ ଦଳର ଆଭିମୁଖ୍ୟ ସ୍ପଷ୍ଟ ହେଉନଥଲା ହେଲେ ଏବେ ଦଳ ସ୍ପଷ୍ଟ ଭାବେ ପ୍ରସଙ୍ଗ ଆଧାରରେ ବିରୋଧ କରିବା ନେଇ ଦେଇଛି ଆହ୍ବାନ।

କେନ୍ଦ୍ର ସରକାରଙ୍କ ବିରୋଧରେ ଏବେ ସାରା ଦେଶର କୃଷକ ଏକାଠି ହୋଇଥିବା ବେଳେ ବିଜେଡି କୃଷକଙ୍କ ପାଇଁ ସିଧାସଳଖ ଲଢେଇ କରିବ। ସର୍ବନିମ୍ନ ସହାୟକ ମୂଲ୍ୟ-ଏମଏସପି (MSP-Minium Support Price) ସହ ସ୍ବାମୀନାଥନ କମିଶନ (Swaminathan Commission) ପ୍ରସ୍ତାବକୁ ଲାଗୁ କରିବା ନେଇ ଦଳ ଲଢେଇ କରିବ ବୋଲି କହିଛି। ଏନେଇ ଦିଲ୍ଲୀରେ ମଧ୍ୟ ଦଳ ଲଢିବ ବୋଲି ସ୍ପଷ୍ଟ ସୂଚନା ଦେଇଛି। 

Also Read: ମୁଖ୍ୟମନ୍ତ୍ରୀଙ୍କୁ ମିଳିଲା ରିପୋର୍ଟ କାର୍ଡ; ମନ୍ତ୍ରୀମଣ୍ଡଳ ଅଦଳବଦଳ ନେଇ ଚର୍ଚ୍ଚା

 

ସେହିପରି ରାଜ୍ୟର ସ୍ବାର୍ଥ ସହ କେନ୍ଦ୍ର ଅବହେଳାକୁ ଆୟୁଦ୍ଧ କରି ଦଳ ଆଗାମୀ ଦିନରେ କଠୋର ହେବା ନେଇ କର୍ମକର୍ତ୍ତାଙ୍କୁ ଦିଆଯାଇଛି ବାର୍ତ୍ତା। ଦଳର କାର୍ଯ୍ୟକାରିଣୀ ବୈଠକରେ ବେଶ କିଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ସହ ଆଗାମୀ ଦିନରେ ଦଳର କଣ ରହିବ ରାଜନୈତିକ ଆଭିମୁଖ୍ୟ ତାହା ସ୍ପଷ୍ଟ ହୋଇଛି। ଯୁବ କାର୍ଯ୍ୟକାରିଣୀ ହେଉ ଅଥବା ଦଳୀୟ କାର୍ଯ୍ୟକାରିଣୀ ବୈଠକ। ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାରଙ୍କୁ ସିଧାସଳଖ ଟାର୍ଗେଟ କରିବା ଆରମ୍ଭ କରି ଦେଇଛି ବିଜେଡି। ଆଗାମୀ ଦିନରେ କେନ୍ଦ୍ର ସରକାରଙ୍କୁ ସିଧାସଳଖ ବିରୋଧ କରିବା ନେଇ ଦେଉଛି ସ୍ପଷ୍ଟ ସଙ୍କେତ।

ଏଭଳି ସ୍ଥଳେ ବିଜେପି ରଖିଛି କେନ୍ଦ୍ର ଦେଉଥିବା ରାଜ୍ୟକୁ ଅନୁଦାନର ହିସାବ। ଏହା ସହ ବିଜେଡିକୁ ଏହାର ଉତ୍ତର ମାଗିଛି ଦଳ। ବିଜେଡି ସୁପ୍ରିମୋ ନବୀନଙ୍କ ଆଞ୍ଚଳିକବାଦ ଓ ଜାତୀୟତବାଦ ମନ୍ତବ୍ୟକୁ ନେଇ ଜବାବ ରଖିଛି ବିଜେପି । ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କ ରାଜ୍ୟ ପ୍ରତି ଥିବା ପ୍ରତିବଦ୍ଧତାକୁ ଭୁଲ ଦର୍ଶାଇବା ପାଇଁ ରାଜ୍ୟବାସୀଙ୍କୁ ମିଛ କହିଥିବା କହିଛି ବିଜେପି। ନିଜ ଦଳର ଦୋଷ ଦୁର୍ବଳତାକୁ ଲୁଚାଇବା ପାଇଁ ଆଞ୍ଚଳିକ ଭାଷାର ପରିଚୟ ପ୍ରସଙ୍ଗ ଉଠାଇ ଓଡ଼ିଶାର ଯୁବକଙ୍କୁ ଉସୁକାଇଛନ୍ତି। 

ବିଗତ ୨୦ ବର୍ଷ ଧରି ଥିବା ମୁଖ୍ୟମନ୍ତ୍ରୀ କଣ ଜାଣିନାହାନ୍ତି ସ୍ୱତନ୍ତ୍ର ରାଜ୍ୟପାହ୍ୟ ମାନ୍ୟତାର ମାନଦଣ୍ଡ କଣ ବୋଲି ଓଲଟା ପ୍ରଶ୍ନ କରିଛି ବିଜେପି। କେତେବେଳେ କଂଗ୍ରେସ ଅଭିଯୋଗ କରୁଥିଲା ବିଜେପି-ବିଜେଡି ମଧ୍ୟରେ ସମ୍ପର୍କ ଅଛି ଆଉ କେତେବେଳେ ବିଜେପି ଅଭିଯୋଗ କରୁଥିଲା ବିଜେଡି-କଂଗ୍ରେସ ଭିତିରିଆ ସମ୍ପର୍କ ରହିଛି। ହେଲେ ବିଜେଡିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ କରିଦେଲା ସବୁକିଛି ସ୍ପଷ୍ଟ। ବିଜେଡି କାହା ସହ ନଥିବା ସ୍ପଷ୍ଟ କରିଛି। କେନ୍ଦ୍ର ସରକାରଙ୍କ ପାଇଁ କୋମଳ ମନୋଭାବରୁ ଓହରି ଏବେ କଠୋର ନୀତି ଆପଣେଇଥିବା ସୂଚନା ଦେଇଛନ୍ତି ଦଳୀୟ ସୁପ୍ରିମୋ। ଆଗକୁ ରାଜ୍ୟରେ ପୌର ନିର୍ବାଚନ ହେବାକୁ ଯାଉଛି।