ବିଜେଡି କାର୍ଯ୍ୟକାରିଣୀ ବୈଠକ: ପୁରୁଣା ଦାବି ଦୋହରାଇଲେ ନବୀନ, ବିରୋଧିଙ୍କ ଉପରେ ଗରମ
Advertisement
Article Detail0/zeeodisha/odisha809903

ବିଜେଡି କାର୍ଯ୍ୟକାରିଣୀ ବୈଠକ: ପୁରୁଣା ଦାବି ଦୋହରାଇଲେ ନବୀନ, ବିରୋଧିଙ୍କ ଉପରେ ଗରମ

ଯୁବ ବିଜେଡି କାର୍ଯ୍ୟକ୍ରମ ବୈଠକରେ ସେହି ପରୁଣା ପାରମ୍ପରିକ ଦାବି ଉଠାଇଛନ୍ତି ବିଜେଡି ମଙ୍ଗୁଆଳ ନବୀନ ପଟ୍ଟନାୟକ।  

ବିଜେଡି କାର୍ଯ୍ୟକାରିଣୀ ବୈଠକ: ପୁରୁଣା ଦାବି ଦୋହରାଇଲେ ନବୀନ, ବିରୋଧିଙ୍କ ଉପରେ ଗରମ

ଚନ୍ଦନ ପାଇକରାୟ,ଭୁବନେଶ୍ୱର: ବିଜେଡି ଯୁବ ଶାଖାର (BJD Youth Wing) ପ୍ରଥମ କାର୍ଯ୍ୟକାରିଣୀ ବୈଠକରେ (Executive Meet) ବିରୋଧିଙ୍କ ପ୍ରତି ନରମ ଅଭିମୁଖ୍ୟ ରଖୁଥିବା ଦଳୀୟ ମଙ୍ଗୁଆଳ ନବୀନ ପଟ୍ଟନାୟକ ଏଥର  କରିଛନ୍ତି ସିଧାସଳଖ ଟାର୍ଗେଟ। ଆଉ ବିପକ୍ଷଙ୍କ ପାଇଁ ହୋଇ ଉଠିଛନ୍ତି କଠୋର। ରାଜ୍ୟରେ ଦୁଇ ବିରୋଧି ଦଳ କଂଗ୍ରେସ ବିଜେପିର ମୁଖା ଖୋଲିବା ଉତାରିବା ସହ ରାଜ୍ୟ ପାଇଁ ଜାତୀୟ ଦଳଙ୍କ ହୃଦୟରେ ଟିକେ ହେଲେ ସ୍ଥାନ ନଥିବା କହିଛନ୍ତି ବିଜେଡି ସୁପ୍ରିମୋ (BJD Supremo)। 

ଏପରିକି ଉଭୟ ବିଜେପି, କଂଗ୍ରେସ ଦିଲ୍ଲୀରୁ ସେମାନଙ୍କ ବସ୍ ଦ୍ୱାରା ପରିଚାଳିତ ହେଉଥିବା ବେଳେ ବିଜେଡି ହିଁ ଏକମାତ୍ର ଦଳ ଯାହାର କୌଣସି ବସ୍ ନାହାନ୍ତି। ରାଜ୍ୟବାସୀ ଦଳର ବସ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ (Odisha Chief Minister) ନବୀନ ପଟ୍ଟନାୟକ (Naveen Pattnaik)। ପୁଣିଥରେ ଉଠିଛି ରାଜ୍ୟକୁ ସ୍ବତନ୍ତ୍ର ପାହ୍ୟା ମାନ୍ୟତା (Special Catergory Status) ପ୍ରଦାନ ପ୍ରସଙ୍ଗ। ଏହାକୁ ନେଇ ବିଜେପି କଂଗ୍ରେସ ଚୁପ ଥିବା ବେଳେ ବିଜେଡି ଏନେଇ ଲଢେଇ ଜାରି ରଖିଛି ଆଗକୁ ମଧ୍ୟ ଜାରି ରଖିବ। ଏହା ସହ ବିଜେଡି କେବଳ ଏକମାତ୍ର ଦଳ ଯିଏ ଓଡିଶାର ଯୁବବର୍ଗଙ୍କ କଥା ଚିନ୍ତା କରୁଥିବା ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ। 

ବିରୋଧିଙ୍କ ପାଇଁ ମାଷ୍ଟରଷ୍ଟ୍ରୋକ ଆପାଣାଇଛନ୍ତି ବିଜେଡି ସୁପ୍ରିମୋ। ଦୀର୍ଘଦିନର ନିରବତା ପରେ ସିଧାସଳଖ ଟାର୍ଗେଟ। ବିଜେପି କଂଗ୍ରେସକୁ ନବୀନଙ୍କ ଅଜଶ୍ର ପ୍ରଶ୍ନ। ରାଜ୍ୟ କଥା କିଏ କେତେ ଭାବୁଛି ତାହାର ହିସାବ ରଖିଲେ ରାଜ୍ୟ ଯୁବବର୍ଗଙ୍କ ଆଗରେ ରଖିଲେ ସେ। ଆଉ ତେରର୍ଛା ନୁହେଁ ଏଥର ସିଧାସଳଖ ଆକ୍ରମଣ। ଏଣିକି ନରମ ଅଭିମୁଖ୍ୟ ନୁହେଁ ସମ୍ପୂର୍ଣ୍ଣ କଠୋର ନୀତି ଆପଣାଇବ ମୁଡରେ ଅଛନ୍ତି ବିଜେଡି ମଙ୍ଗୁଆଳ। 

ଉଭୟ କଂଗ୍ରେସ (Congress), ବିଜେପି (BJP) ଭଳି ଜାତୀୟ ଦଳକୁ ସିଧାସଳଖ ଦେଖାଇଛନ୍ତି ସେମାନଙ୍କ ବାସ୍ତବ ସ୍ଥିତି। ରାଜ୍ୟ ଯୁବପିଢିଙ୍କ ଉଦ୍ଦେଶ୍ୟପରେ ଦେଇଛନ୍ତି ଆହ୍ବାନ। ରାଜ୍ୟ ଭାଷା, ପରମ୍ପରା, କଳା କୃତି ସହ ଜଗନ୍ନାଥଙ୍କୁ ନେଇ ଓଡିଶାର ସ୍ବତନ୍ତ୍ରତା ଉପରେ କରିଛନ୍ତି ଆଲୋଚନା। ବିରୋଧିଙ୍କୁ ୭ଟି ପ୍ରସଙ୍ଗରେ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ।       

ଜାତୀୟ ଦଳର ମୁଖ୍ୟ ଲକ୍ଷ ହେଉଛି ନିର୍ବାଚନ ଜିତିବା, କ୍ଷମତା ଦଖଲ କରିବା ଆଉ କେନ୍ଦ୍ରରେ ସରକାର ଗଠନ କରିବା କିନ୍ତୁ ସେହି ଦଳର ରାଜ୍ୟସ୍ତରୀୟ ନେତାଙ୍କ ଲକ୍ଷ୍ୟ ହେଉଛି ଦଳର ଜାତୀୟସ୍ତରର ନେତାଙ୍କୁ ଖୁସି କରି ମନ୍ତ୍ରୀ ହେବା କିମ୍ବା ପଦବୀ ହାତେଇବ।  

ଭୋଟ ହାତେଇବା ପାଇଁ ଗୋଟିଏ ଭାଷା ଗୋଟିଏ ସଂସ୍କୃତି (ହିନ୍ଦୀ) ହେଉଛି ତାଙ୍କର ସ୍ୱତନ୍ତ୍ର ପରିଚୟ। ସେଥିପାଇଁ ସେହି ଭାଷାକୁ ଅନ୍ୟ ରାଜ୍ୟ ଉପରେ ଲଦି ଦେଉଛନ୍ତି। ନିଜର ସ୍ୱାର୍ଥ ପାଇଁ ଜାତୀୟ ଦଳ ରାଜ୍ୟ ସହ ସାଲିସ କରୁଛନ୍ତି। ହିନ୍ଦୀ ଠାରୁ ଓଡିଆ ଭାଷା ବହୁତ ଭଲ।  

ମହାନଦୀ, ଓଡିଶୀ ସଂଗୀତ, ଆଦିବାସୀ ସଂସ୍କୃତି, ସମ୍ବଲପୁରୀ ହସ୍ତତନ୍ତ ଆମ ପାଇଁ ବିଶ୍ୱସ୍ତରୀୟ। ଜାତୀୟ ଦଳଙ୍କ ପାଇଁ ଏହାର କିଛି ମୂଲ୍ୟ ନାହିଁ। ରାଜ୍ୟର ସ୍ୱତନ୍ତ୍ର ପରିଚୟ (Unique Identity) ପାଇଁ ଜାତୀୟ ଦଳର ରାଜ୍ୟସ୍ତରୀୟ ନେତା ଏହି ପ୍ରସଙ୍ଗରେ ସ୍ୱର ଉଠାଇ ନାହାଁନ୍ତି।  

ରାଜ୍ୟରେ କଂଗ୍ରେସ କ୍ଷମତାସୀନ ଥିବା ବେଳେ ଦିଲ୍ଲୀର ରିମୋର୍ଟ କଣ୍ଟ୍ରୋଲ ଦ୍ୱାରା ଚାଲୁଥିଲା। ବିଜେପି ମଧ୍ୟ କେନ୍ଦ୍ରର ନିର୍ଦ୍ଦେଶ ଆନୁଯାୟୀ କାର୍ଯ୍ୟ କରୁଛି। ବିଜେଡି କିନ୍ତୁ ଓଡିଶା ସ୍ୱାର୍ଥ ପାଇଁ କାର୍ଯ୍ୟ କରୁଛି।  

ମହାନଦୀ ପାଣି, ଓଡିଆ ସଂଗୀତକୁ ଶାସ୍ତ୍ରୀୟ ମାନ୍ୟତା, କୋଶଳୀ ଓ ହୋ ଭାଷାକୁ ସମ୍ବିଧାନର ୮ମ ସୂଚୀରେ ସ୍ଥାନ ଦେବା ଏବଂ ଖଣିଜ ସମ୍ପଦରୁ ରାଜ୍ୟର ପାଇବାକୁ ଥିବା ଲାଭ ପାଇଁ ଆମେ ଲଢେଇ ଜାରି ରଖିବୁ।  

ଆମ ରାଜ୍ୟ ପ୍ରତି ବର୍ଷ ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରୁଥିବାରୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦେବାକୁ ଦାବି କରୁଛୁ। ଜାତୀୟ ଦଳ ବିଜେପି, କଂଗ୍ରେସ ସ୍ୱତନ୍ତ୍ର ରାଜ୍ୟପାହ୍ୟ ପ୍ରଦାନ ପ୍ରସଙ୍ଗକୁ ନିଜ ନିର୍ବାଚନ ଇସ୍ତାହାରରେ ରଖିଥିଲେ ଏବଂ ନିର୍ବାଚନ ପରେ ଭୁଲିଗଲେ। ହେଲେ ଆମେ ଲଢେଇ ଜାରି ରଖିବୁ।   

Also Read: ବିଜେଡି ଓ ବିଜେପି ମଧ୍ୟରେ ରହିଛି ମେଣ୍ଟ: ନିରଞ୍ଜନ ପଟ୍ଟନାୟକ

କେନ୍ଦ୍ରର ବୈମାତୃକ ମନୋଭାବ ଓଡିଶା ପ୍ରତି ରହିଛି ହେଲେ ଆମେ ରାଜ୍ୟର ସ୍ୱତନ୍ତ୍ର ପରିଚୟ ପାଇଁ ଆମେ ଲଢେଇ ଜାରି ରଖିବୁ। ଯୁବ ବିଜେଡି କାର୍ଯ୍ୟକାରିଣୀ ବୈଠକରେ ରାଜନୈତିକ ପ୍ରସ୍ତାବ, ସଂଙ୍କଳ୍ପ ପ୍ରସ୍ତାବ ପାରିତ ହୋଇଥିବା ବେଳେ ଆଗାମୀ ବର୍ଷେ ମଧ୍ୟରେ ଅନ୍ୟୁନ ୨୫ ଲକ୍ଷ ଯୁବକ ଯୁବତୀଙ୍କୁ ଦଳୀୟ ସଙ୍ଗଠନରେ ସାମିଲ କରିବାକୁ ଲକ୍ଷ୍ୟ ରଖିଛି ଦଳ। ଏହା ସହିତ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ମାଧ୍ୟମରେ ୫୦ ହଜାରରୁ ଅଧୁକ ୟୁନିଟ୍ ରକ୍ତ ସଂଗ୍ରହ ପାଇଁ ଦଳର ସଂକଳ୍ପ ପାରିତ ହୋଇଛି। 

ବିଜେଡି କାର୍ଯ୍ୟକାରିଣୀ ବୈଠକରେ ଅନେକ ବିଷୟ ଉପରେ ଆଲୋକପାତ ହୋଇଥିବା ବେଳେ ବିଗତ ୨୦ ବର୍ଷ ଧରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ବିଜୁ ଜନତା ଦଳ-ବିଜେଡି (Biju Janat Dal-BJD) ସରକାର ରାଜ୍ୟର କୃଷି, ଶିଳ୍ପ, ଗମନାଗମନ, ଭିତ୍ତିଭୂମି, ମହିଳା ସଶକ୍ତିକରଣ, ଅନୁସୂଚିତ ଜାତି ଜନଜାତି କଲ୍ୟାଣ, ଖାଦ୍ୟ ସୁରକ୍ଷା, ସାମାଜିକ ସୁରକ୍ଷା, ରାଜ୍ୟ ଯୁବନୀତି, ପର୍ଯ୍ୟଟନ, ସଂସ୍କୃତି ବିକାଶ ଭଳି ଅର୍ଥନୈତିକ, ଲୋକାଭିମୁଖ୍ୟ କାର୍ଯ୍ୟକ୍ରମ ସମଗ୍ର ଭାରତ ବର୍ଷରେ ଜାରିରଖିଛି। କେନ୍ଦ୍ରୀୟ ଅବହେଳା ବିରୁଦ୍ଧରେ ବିଜେଡି ପକ୍ଷରୁ କ୍ରମାଗତ ଭାବେ ପ୍ରତିବାଦ ଜାରି ରହିଛି। 

Also Read:ମୁଖ୍ୟମନ୍ତ୍ରୀଙ୍କୁ ମିଳିଲା ରିପୋର୍ଟ କାର୍ଡ; ମନ୍ତ୍ରୀମଣ୍ଡଳ ଅଦଳବଦଳ ନେଇ ଚର୍ଚ୍ଚା

କୋଇଲା ରୟାଲଟି, ରେଳପଥର ବିକାଶ, ବିଭିନ୍ନ ଯୋଜନାରେ ଅର୍ଥ କାଟ, ଶିଳ୍ପ କରିଡର ନିର୍ମାଣ ଆଦି କ୍ଷେତ୍ରରେ ଓଡିଶାକୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଉଛି। କେନ୍ଦ୍ର ସରକାରଙ୍କ ପ୍ରତିକୂଳ ନୀତି ହେଉ କିମ୍ବା ପଡୋଶୀ ରାଜ୍ୟଙ୍କ ଅସହଯୋଗ ମନୋଭାବ ପାଇଁ ଓଡିଶା କ୍ଷତିଗ୍ରସ୍ତ ହେଉଛି। ପୋଲାଭରମ, ମହାନଦୀ, ସୁବର୍ଣ୍ଣରେଖା ନଦୀ ଉପରେ ବ୍ୟାରେଜ ନିର୍ମାଣ ବିବାଦରେ କେନ୍ଦ୍ର ସରକାର ଓଡିଶା ପ୍ରତି ବୈମାତୃକ ମନୋଭାବ ରାଜ୍ୟ ସ୍ୱାର୍ଥରେ କ୍ଷତି ପହଞ୍ଚାଇଛି। 

ଏହା ସହିତ ପଡୋଶୀ ରାଜ୍ୟ ସହ ଚାଲିଥିବା ସୀମା ବିବାଦ ସମ୍ପର୍କରେ ସମ୍ପକ୍ତ ପକ୍ଷଙ୍କ ସହ ଆଲୋଚନା କରି ସମାଧାନ କରିବା ସହିତ ଓଡିଶାର ସ୍ବାର୍ଥକୁ ନେଇ ଜୋରଦାର ଲଢେଇ କରିବାପାଇଁ ବିଜେଡି ଯୁବ ଶାଖା ପ୍ରସ୍ତାବ ରଖିଛି। ଏହାର ପ୍ରତିବାଦରେ ଆଗାମୀ ଦିନରେ ଦଳ ପକ୍ଷରୁ ବିଭିନ୍ନ ରାଜନୈତିକ କାର୍ଯ୍ୟପନ୍ଥା ଗ୍ରହଣ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। କେନ୍ଦ୍ରୀୟ ଅବହେଳା, ବିଭିନ୍ନ ପ୍ରତିକୂଳ ପରିସ୍ଥିତି ସହ ରାଜ୍ୟକୁ ବିକାଶ ମାର୍ଗରେ ନେବା ପାଇଁ ନିରବଛିନ୍ନ ଭାବେ ଉଦ୍ୟମ ଜାରି ରହିଛି। 

Also Read: ନୂଆବର୍ଷରୁ ଖୋଲିବ ସ୍କୁଲ-କଲେଜ ! ମନ୍ତ୍ରୀ, ସଚିବଙ୍କ ଘୋଷଣାରେ ମୁଖ୍ୟମନ୍ତ୍ରୀ ଖପ୍ପା

 

ଅନେକ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ପଦକ୍ଷେପ ଦେଶ ତଥା ବିଶ୍ୱରେ ଆଦୃତ ହୋଇପାରିଛି। ଏହିସବୁ ସଫଳତା ସତ୍ତ୍ୱେ ଦଳ ରାଜ୍ୟ ସରକାରଙ୍କର ବିକାଶର ସମନ୍ବିତ ପ୍ରୟାସରେ ସାମିଲ ହେବା ସହିତ ଆଗାମୀ ଦିନରେ ଏହାକୁ ତ୍ବରିତ ଢଙ୍ଗରେ କାର୍ଯ୍ୟ କରିବାକୁ ପ୍ରସ୍ତାବ ରଖିଛି। ରାଜ୍ୟ ସରକାର କୃଷି, ଆନୁଷଙ୍ଗୀକ କ୍ଷେତ୍ରରେ ବହୁ ବୈଷୟିକ ପରିବର୍ତ୍ତନ ଆଣିଛନ୍ତି। କୃଷି କ୍ୟାବିନେଟ, ସ୍ୱତନ୍ତ୍ର କୃଷି ବଜେଟ, କୃଷି, କୃଷକ ସଶକ୍ତି କରଣ ବିଭାଗ ଗଠନ ଆଦି ଯୁଗାନ୍ତକାରୀ ପଦକ୍ଷେପ କୃଷିକୁ ଏକ ସମ୍ମାନଜନକ ପେଶାରେ ପରିଣତ କରାଇଛି। ଅଧିକରୁ ଅଧିକ ଯୁବପିଢିକୁ ବୈଷୟିକ କୃଷି ପ୍ରତି ଆକୃଷ୍ଟ କରିବା ପାଇଁ ପ୍ରୋତ୍ସାହନ ଦେବାକୁ ସରକାରଙ୍କ ନିକଟରେ ପ୍ରସ୍ତାବ ରଖାଯାଇଛି। ବିଜୁ ଯୁବ ଜନତା ଦଳ ରାଜ୍ୟରେ ସମସ୍ତ ପଞ୍ଚାୟତ ଏବଂ ୱାର୍ଡରେ ଦଳୀୟ ସଭାପତି ନିଯୁକ୍ତ ଏବଂ କମିଟି ତିଆରି କରି ସଙ୍ଗଠନକୁ ଆହୁରି ମଜବୁତ, କ୍ରିୟାଶୀଳ କରିବା ପାଇଁ ଲକ୍ଷ୍ୟ ରଖୁଛି। 

ରାଜ୍ୟର ଯୁବବର୍ଗଙ୍କୁ ଦଳ ପ୍ରତି ଆକୃଷ୍ଟ କରାଯାଇ ସେମାନଙ୍କୁ ଦଳୀୟ ସଦସ୍ୟ କରାଇବାର ପ୍ରୟାସ ଜାରି ରହିବା ସହିତ ଆସନ୍ତା ବର୍ଷେ ମଧ୍ୟରେ ଅନୁନ୍ୟ ୨୫ ଲକ୍ଷ ଯୁବକଯୁବତୀଙ୍କୁ ସଙ୍ଗଠନରେ ସାମିଲ କରାଯିବା ପାଇଁ କାର୍ଯ୍ୟକ୍ରମ ହାତକୁ ନିଆଯିବ। ଏକ ସମୃଦ୍ଧ, ସ୍ବାଭିମାନୀ ଓଡିଶା ଗଠନ ଦିଗରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ସମ୍ପନ୍ନ କାର୍ଯ୍ୟକ୍ରମ, ପ୍ରୟାସ ପାଇଁ ସାଢେ ୪ କୋଟି ଓଡ଼ିଆଙ୍କ ଆସ୍ଥା ଦୃଢୀଭୂତ ହୋଇଛି। 

Also Read:ଅରୁପଙ୍କ ପାଇଁ ଅଡ଼ୁଆରେ ନବୀନ !

ନବୀନ ପଟ୍ଟନାୟକଙ୍କ ସରକାର ଯେଉଁ ବିକାଶର ଜୟଯାତ୍ରା ଜାରି ରଖିଛନ୍ତି ତାହାକୁ ଆଧିକ ଶାଣିତ, ମଜବୁତ କରିବା ପାଇଁ ବିଜୁ ଯୁବ ଜନତା ଦଳ ତାର ପୂର୍ବ ପ୍ରୟାସ ଜାରି ରଖିବ ଏବଂ ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ କରିବା ପାଇଁ ସଙ୍କଳ୍ପ ନିଆଯାଇଛି। ଏହା ସହିତ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ମାଧ୍ୟମରେ ୫୦ ହଜାରରୁ ଅଧୁକ ୟୁନିଟ୍ ରକ୍ତ ସଂଗ୍ରହ ପାଇଁ ସଙ୍କଳ୍ପ ନିଆଯାଇଛି। ଏହି ବୈଠକରେ ବିଜୁ ଜନତା ଦଳର ସାଧାରଣ ସମ୍ପାଦକ (ଯୁବ ଓ ଛାତ୍ର ବ୍ୟାପାର) ତଥା ବିଧାୟକ ପ୍ରଣବ ବଳବନ୍ତରାୟ, ବିଜୁ ଯୁବ ଜନତା ଦଳର ସଭାପତି ତଥା ବିଧାୟକ ଡ.ବ୍ୟୋମକେଶ ରାୟ, ବିଜୁ ଛାତ୍ର ଜନତା ଦଳର ସଭାପତି ତଥା ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀଙ୍କ ସହିତ ୩୫ ସାଙ୍ଗଠନିକ ଜିଲ୍ଲାର ସଭାପତି ଓ ରାଜ୍ୟ କମିଟିର କର୍ମକର୍ତ୍ତା ଯୋଗ ଦେଇଥିଲେ।