ନେତାଜୀ ଜୟନ୍ତୀରେ ରାଜନୈତିକ ହିଂସା, ପଶ୍ଚିମବଙ୍ଗରେ ସ୍ଥିତି ସଂଗୀନ
Advertisement
Article Detail0/zeeodisha/odisha833819

ନେତାଜୀ ଜୟନ୍ତୀରେ ରାଜନୈତିକ ହିଂସା, ପଶ୍ଚିମବଙ୍ଗରେ ସ୍ଥିତି ସଂଗୀନ

କୋଲକାତାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କର ଏକାଧିକ କାର୍ଯ୍ୟକ୍ରମରେ ଯୋଗଦେବେ। ତେବେ କୋଲକାତାରେ ପ୍ରଧାନମନ୍ତ୍ରୀ ମୋଦି ପହଞ୍ଚିବା ପୂର୍ବରୁ ରାଜନୈତିକ ଅସନ୍ତୋଷ ଦେଖାଦେଇଛି । 

ନେତାଜୀ ଜୟନ୍ତୀରେ ରାଜନୈତିକ ହିଂସା, ପଶ୍ଚିମବଙ୍ଗରେ ସ୍ଥିତି ସଂଗୀନ

କୋଲକାତା: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଅବସରରେ ପଶ୍ଚିମବଙ୍ଗରେ ରାଜନୈତିକ ହଇଚଇ ସୃଷ୍ଟି ହୋଇଛି। ରାଜଧାନୀରେ ଆଜି ଦୁଇ ହେଭିଓ୍ୱେଟ ନେତାଙ୍କ ବ୍ୟାକ ଟୁ ବ୍ୟାକ କାର୍ଯ୍ୟକ୍ରମ ରହିଛି। କୋଲକାତାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କର ଏକାଧିକ କାର୍ଯ୍ୟକ୍ରମରେ ଯୋଗଦେବେ। ତେବେ କୋଲକାତାରେ ପ୍ରଧାନମନ୍ତ୍ରୀ ମୋଦି ପହଞ୍ଚିବା ପୂର୍ବରୁ ରାଜନୈତିକ ଅସନ୍ତୋଷ ଦେଖାଦେଇଛି । 

ଆଜି ଉଭୟ TMC ଓ BJP କର୍ମୀଙ୍କ ମଧ୍ୟରେ ହାତାହାତି ଭଳି ପରିସ୍ଥିତି ଦେଖାଦେଇଛି। ଏପରିକି ବିଜେପି ନେତାଙ୍କ ଉପରକୁ ଟିଏମସି ସମର୍ଥକ ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଛି। ସ୍ଥାନୀୟ ବିଜେପି ନେତା କହିଛନ୍ତି, "ମଣ୍ଡଳ ସଭାପତି ମନୋଜ ସିଂଙ୍କ ଉପରେ କିଛି ଲୋକ ଆକ୍ରମଣ କରି ତାଙ୍କ ମୁଣ୍ଡ ଫଟାଇ ଦେଇଥିଲେ। ଯେତେବେଳେ ଆମେ ତାଙ୍କୁ ପୋଲିସ ଷ୍ଟେସନକୁ ନେଇଥିଲୁ, ସେତେବେଳେ ୧୫ରୁ ୨୦ ଲୋକ ଆମ କର୍ମୀଙ୍କ ଉପରେ ଆକ୍ରମଣ କରିଥିଲେ, ଯେଉଁଥିରେ ଜଣେ ଆହତ ହୋଇଛନ୍ତି।"

Also Read: ଶାହଙ୍କ ବଙ୍ଗଳା ଗସ୍ତ ପୂର୍ବରୁ ମମତାଙ୍କୁ ଆଉ ଏକ ଝଟକା, ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ରାଜୀବ ବାନାର୍ଜୀ

ସେପଟେ ହାୱଡାର ବେଲି ଅଞ୍ଚଳରେ ବି ହଂସାକାଣ୍ଡ ଦେଖିବାକୁ ମିଳିଛି। ଆଜି ସକାଳୁ BJP ଓ TMC  ସମର୍ଥକଙ୍କ ମୁହାଁମୁହିଁ ହୋଇଥିଲେ। ଲୁହା ଛଡ଼ ଓ ଠେଙ୍ଗାରେ ଉଭୟ ଦଳର ସମର୍ଥକ ପିଟାପିଟି ହୋଇଛନ୍ତି। ପେଟ୍ରୋଲ ବୋମା ମଧ୍ୟ ବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଛି। ଏହି ହିଂସାକାଣ୍ଡରେ ଅନେକ ଲୋକ ଆହତ ହୋଇଥିବା ବେଳେ ଗାଡି ପୋଡାଜଳା କରାଯାଇଛି। ବିଜେପି ଏହା଼ର ପ୍ରତିବାଦରେ ରାଜରାସ୍ତାକୁ ଓହ୍ଲାଇଛି।

୧୨୫ତମ ଜନ୍ମ ବାର୍ଷିକୀରେ ନତାଜୀ ସୁଭାଷ ଚନ୍ଦ୍ର ବୋଷ (Netaji Jayanti) ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ (Mamata Banerjee) କୋଲକାତା (Kolkata) ରେ ଏକ ବିଶାଳ ସମାବେଶ କରିଥିଲେ। ସହରର ଉତ୍ତର ଭାଗରେ ଅବସ୍ଥିତ ଶ୍ୟାମ ବଜାର ଅଞ୍ଚଳରେ ଏହି ଶୋଭାଯାତ୍ରା ଆରମ୍ଭ କରିବା ପୂର୍ବରୁ ବାନାର୍ଜୀ ଶଙ୍ଖ ଫୁଙ୍କିଥିଲେ। ସାଇରେନ୍ ମଧ୍ୟ ବଜାଯାଇଥିଲା