ନବୀନଙ୍କ T-21ର ନୂଆ ଅସ୍ତ୍ର '6T', ଥଇଥାନ ହେବେ ବିଦାୟୀ ମନ୍ତ୍ରୀ
Advertisement
Article Detail0/zeeodisha/odisha1210190

ନବୀନଙ୍କ T-21ର ନୂଆ ଅସ୍ତ୍ର '6T', ଥଇଥାନ ହେବେ ବିଦାୟୀ ମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆ ମନ୍ତ୍ରିମଣ୍ଡଳର ମନ୍ତ୍ରୀମାନେ ସୋମବାର ନିଜ ନିଜ ବିଭାଗର ଦାୟିତ୍ବ ଗ୍ରହଣ କରିଛନ୍ତି। ଲୋକସେବା ଭବନରେ ବିଭାଗୀୟ ସଚିବ ଏବଂ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି। ତାସହ ଵିଭାଗୀୟ ଅଧିକାରୀଙ୍କ ବିଭିନ୍ନ ଯୋଜନା ଉପରେ ଆଲୋଚନା କରିବେ।

ସୌ- ସୋସିଆଲ ମିଡିଆ

ଭୁବନେଶ୍ୱର: ସୋମବାର ନବୀନଙ୍କ ଟି-୨୧ ନିଜ ନିଜ ବିଭାଗର ଦାୟିତ୍ୱ ନେବା ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଆଗକୁ ନୂଆ କ୍ୟାବିନେଟ ଆଗରେ ଅନେକ ଚ୍ୟାଲେଞ୍ଜ ରହିଛି। ସେହି ଚ୍ୟାଲେଞ୍ଜର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନିଜ ମନ୍ତିମଣ୍ଡଳକୁ ଗୁରୁମନ୍ତ୍ର ଦେଇଛନ୍ତି। ଏଥିପାଇଁ ସେ 6T ଅସ୍ତ୍ର ପ୍ରୟୋଗ କରିଛନ୍ତି। ଅନ୍ୟପଟେ ବିଦାୟୀ ମନ୍ତ୍ରୀଙ୍କୁ ଖୁବଶୀଘ୍ର ସାଙ୍ଗଠାନିକ ଦାୟିତ୍ୱ ଦେଇ ଥଇଥାନ କରାଯିବ ବୋଲି ସୂଚନା ମିଳିଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆ ମନ୍ତ୍ରିମଣ୍ଡଳର ମନ୍ତ୍ରୀମାନେ ସୋମବାର ନିଜ ନିଜ ବିଭାଗର ଦାୟିତ୍ବ ଗ୍ରହଣ କରିଛନ୍ତି। ଲୋକସେବା ଭବନରେ ବିଭାଗୀୟ ସଚିବ ଏବଂ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି। ତାସହ ଵିଭାଗୀୟ ଅଧିକାରୀଙ୍କ ବିଭିନ୍ନ ଯୋଜନା ଉପରେ ଆଲୋଚନା କରିବେ। ନବୀନ ଦେଇଥିବା ଗୁରୁମନ୍ତ୍ରକୁ କିଭଳି କାର୍ଯ୍ୟକାରୀ କରାଯିବ, ସେନେଇ ଵିଭାଗୀୟ ଦପ୍ତରରେ ତର୍ଜମା କରିବେ। ସବୁଠାରୁ ବଡ଼ କଥା ଏଣିକି ସେମାନେ ଆଉ 5T ବଦଳରେ 6T ଗୁରୁତ୍ୱ ଦେବେ। 

Also Read: Odisha Cabinet Reshuffle: ଆଜି ନୂଆ ମନ୍ତ୍ରୀଙ୍କ ଶପଥ ଗ୍ରହଣ ସହ ବିଭାଗ ବଣ୍ଟନ, ଅନାଥ ହୋଇଗଲେ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କର ଆହୁରି ନିକଟତର ହେବା ପାଇଁ ଆଉ ଗୋଟେ T ଉପରେ ଗୁରୁତ୍ୱ ଦେଇଛନ୍ତି। ତାହା ହେଉଛି T ଫର tour (ଟୁର)। ମନ୍ତ୍ରୀମାନେ ଆଉ ରାଜଧାନୀରେ ନରହି ରାଜ୍ୟ ବିଭିନ୍ନ ଅଞ୍ଚଳ ଗସ୍ତ କରିବେ। ପୂର୍ବ, ପଶ୍ଚିମ, ଉତ୍ତର, ଦକ୍ଷିଣ ଚାରିଆଡେ ବୁଲିବେ। ରାଜ୍ୟର ପ୍ରତି ଅଞ୍ଚଳକୁ ଗସ୍ତ କରି ଲୋକଙ୍କ ସୁବିଧା ସୁଯୋଗ ବୁଝିବେ। ଲୋକେ ସରକାରୀ ସୁବିଧା ସୁଯୋଗ କିଭଳି ପାଇବେ, ସେହି ଦିଗରେ ଗ୍ରାଉଣ୍ଡକୁ ଯାଇ ମନ୍ତ୍ରୀମାନେ ତଦାରଖ କରିବେ। ଏହା ବ୍ୟତିତ ଯେଉଁମାନେ ସରକାରଙ୍କ ଯୋଜନାରୁ ବଞ୍ଚିତ ହେଉଛନ୍ତି। ସେମାନେ କିଭଳି ଲାଭବାନ ହେବେ, ସେଦିଗରେ ମନ୍ତ୍ରୀମାନେ ପଦକ୍ଷେପ ନେବେ।

ମୁଖ୍ୟମନ୍ତ୍ରୀଙ୍କ ଏହି ଗୁରୁମନ୍ତ୍ର କାର୍ଯ୍ୟକାରୀ କରିବା ପାଇଁ ଆଜିଠୁ ମନ୍ତ୍ରୀ କର୍ଯ୍ୟ ଆରମ୍ଭ କରିବେ। ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ଦାୟିତ୍ୱ ନେଇଛନ୍ତି। ଆଗକୁ ମନ୍ତ୍ରୀମାନଙ୍କ ଆଗରେ ଅନେକ ଚ୍ୟାଲେଞ୍ଜ ରହିଛି। ତାହାକୁ ସୁଚାରୁରୂପେ ତୁଲାଇବେ ବୋଲି କହିଛନ୍ତି। ଅର୍ଥ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଂଜନ ପୂଜାରୀ, ଜଙ୍ଗଲ ପରିବେଶ ଓ ସୂଚନା ଲୋକ ସମ୍ପର୍କ ମନ୍ତ୍ରୀ ପ୍ରଦୀପ ଅମାତ ବି ସୋମବାର ଦାୟିତ୍ବ ନେଇଛନ୍ତି।

Also Read: ନବୀନ କ୍ୟାବିନେଟର ନବକଳେବର; ଦିଶୁନି ୩୩% ମହିଳା ସଂରକ୍ଷଣ, ୧୨ ଜିଲ୍ଲା ମନ୍ତ୍ରୀ ଶୂନ୍ୟ

ଅନ୍ୟପଟେ ସୋମବାର ନବୀନ ନିବାସରେ ଵିଦାୟୀ ମନ୍ତ୍ରୀଙ୍କ ମେଳି ଦେଖିବାକୁ ମିଳିଛି। ବିଦାୟ ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଆଶ୍ୱାସନା ଦେଇଥିବା କୁହାଯାଉଛି। ମନ୍ତ୍ରିମଣ୍ଡଳ ଅଦଳବଦଳ ଏକ ସ୍ବଭାବିକ ପ୍ରକ୍ରିୟା। ରୋଟେସନ ବେସିସିରେ କରାଯାଇଛି। ପ୍ରଦର୍ଶନକୁ ନେଇ ମନ୍ତ୍ରିମଣ୍ଡଳ ଅଦଳବଦଳ ହୋଇନାହିଁ ବୋଲି କୁହାଯାଉଛି। ବିଦାୟୀ ମନ୍ତ୍ରୀଙ୍କୁ ଦଳ ପାଇଁ କାମ କରିବାକୁ ଆହ୍ୱାନ ଦିଆଯାଇଛି। ଆଗକୁ ୨୦୨୪ ନିର୍ବାଚନ ରହିଛି। ସଙ୍ଗଠନ କଥା ବୁଝିବାକୁ ମୁଖ୍ୟମନ୍ତ୍ରୀ କହିଥିବା ବେଳେ ଦୁଇ ଚାରି ଦିନ ଭିତରେ ସଙ୍ଗଠନ ଦାୟିତ୍ୱ ଦିଆଯିବ ବୋଲି ସୂଚନା ମିଳିଛି।