Shivraj Singh Chauhan: 'ମଧ୍ୟ ପ୍ରଦେଶ ହେଉଛି ମୋ ମନ୍ଦିର, ମୁଁ ଏହାର ପୂଜାରୀ'
Advertisement
Article Detail0/zeeodisha/odisha1329075

Shivraj Singh Chauhan: 'ମଧ୍ୟ ପ୍ରଦେଶ ହେଉଛି ମୋ ମନ୍ଦିର, ମୁଁ ଏହାର ପୂଜାରୀ'

MP CM Shivraj Singh Chauhan: ରାଜ୍ୟର ପ୍ରଶାସନିକ ଅଧିକାରୀଙ୍କ ଉଦ୍ଦେଶ୍ୟରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ କହିଛନ୍ତି ଯେ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ଯେତେ ଯୋଜନା ରହିଛି ତାହାର ଗରିବ ଲୋକଙ୍କୁ ମିଳିବ ତାହା ସୁନିଶ୍ଚିତ କରିବାକୁ ହେବ। ସମସ୍ତ ଗରିବଙ୍କ ପାଇଁ ମାଗଣା ରାସନ ଉପଲବ୍ଧ ହେବା ଜିଲ୍ଲା ପ୍ରଶାସନର ଦାୟିତ୍ୱ।

 Shivraj Singh Chauhan: 'ମଧ୍ୟ ପ୍ରଦେଶ ହେଉଛି ମୋ ମନ୍ଦିର, ମୁଁ ଏହାର ପୂଜାରୀ'

Madhya Pradesh Politics: ସୋମବାର ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ରାଜଧାନୀ ଭୋପାଳ ଠାରେ ବୁଲା ବିକ୍ରେତା ଏବଂ ଠେଲା ଚାଳକଙ୍କ ସହ କଥା ହୋଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଆୟୋଜିତ ହୋଇଥିବା  ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ସମୟରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଅନେକ ଗୁରୁତ୍ୱପୂର୍ଣ୍ଣ କଥା କହିଥିଲେ। 

ରାଜ୍ୟର ପ୍ରଶାସନିକ ଅଧିକାରୀଙ୍କ ଉଦ୍ଦେଶ୍ୟରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ କହିଛନ୍ତି ଯେ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ଯେତେ ଯୋଜନା ରହିଛି ତାହାର ଗରିବ ଲୋକଙ୍କୁ ମିଳିବ ତାହା ସୁନିଶ୍ଚିତ କରିବାକୁ ହେବ। ସମସ୍ତ ଗରିବଙ୍କ ପାଇଁ ମାଗଣା ରାସନ ଉପଲବ୍ଧ ହେବା ଜିଲ୍ଲା ପ୍ରଶାସନର ଦାୟିତ୍ୱ। ଜନସାଧାରଣଙ୍କୁ କିପରି ସରକାରୀ ଯୋଜନାର ଲାଭ ମିଳିପାରିବ ତାହା ପ୍ରଶାସନ ନିଶ୍ଚିତ କରିବା ଆବଶ୍ୟକ। ଆମକୁ ଗରିବ ଲୋକଙ୍କୁ ମାଗଣା ରାସନ, ପ୍ରଧାନମନ୍ତ୍ରୀ ଗୃହ, ଶିକ୍ଷା ଏବଂ ସ୍ୱାସ୍ଥ୍ୟ ଭଳି ସୁବିଧା ଯୋଗାବାକୁ ହେବ। ବର୍ଷ ବର୍ଷ ଧରି ରହୁଥିବା ସମସ୍ତ ବସ୍ତି ବାସିନ୍ଦାଙ୍କୁ ଜମି ପଟ୍ଟା ପ୍ରଦାନ କରାଯିବ।  ଯଦି ଆପଣଙ୍କ ଜୀବନରେ ଉନ୍ନତି ଆସେ ତାହେଲେ ମୋର ମୁଖ୍ୟମନ୍ତ୍ରୀ ହେବା ସାର୍ଥକ ହୋଇଗଲା। ଖାଦ୍ୟ, ବସ୍ତ୍ର, ବାସଗୃହ ସ୍ୱାସ୍ଥ୍ୟ ସେବା ମଣିଷ ଜୀବନ ପାଇଁ ଅତ୍ୟନ୍ତ ଆବଶ୍ୟକ। ଆୟୁଷ୍ମାନ ଭାରତ ଯୋଜନା ଅନୁଯାୟୀ ଗରିବ ଲୋକଙ୍କୁ ଚିହ୍ନଟ ହୋଇଥିବା ଘରୋଇ ଡାକ୍ତରଖାନାରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ମିଳୁଛି। ମଧ୍ୟପ୍ରଦେଶ ହେଉଛି ମୋର ମନ୍ଦିର, ଏଠାରେ ରହୁଥିବା ଲୋକେ ହେଉଛନ୍ତି ମୋର ଭଗବାନ ଏବଂ ଏହି ମନ୍ଦିରର ପୂଜାରୀ ହେଉଛି ଶିବରାଜ ସିଂ ଚୌହାନ।

Also Read: Madhya Pradesh: ସରକାରୀ କର୍ମଚାରୀଙ୍କୁ ଖୁସି ଖବର ଦେଲେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ

 

ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ କହିଛନ୍ତି ଯେ ଆମେ ରାଜଧାନୀ ଭୋପାଳ ଠାରେ ଏକ କାର୍ଯ୍ୟକ୍ରମ ଆରମ୍ଭ କରିଛୁ। ରାଜ୍ୟର ବୁଲା ବିକ୍ରେତାଙ୍କୁ କିପରି ସରକାରୀ ଯୋଜନାର ଲାଭ ମିଳିବା ତାହା ଆମର ପ୍ରୟାସ ହେବ। ଯାହା ଦ୍ୱାରା ସେମାନଙ୍କ ଜୀବନରେ ସକରାତ୍ମକ ପରିବର୍ତ୍ତନ ଆସିବ। ଅନେକ ଯୋଜନା ଆସିଥାଏ ଏବଂ ଯାଇଥାଏ। ଏପରି ଅନେକ ପ୍ରକଳ୍ପ ଆସିଥାଏ ଯାହା ଫଳରେ ଠେଲା ହଟାଇବାକୁ ପଡ଼ିଥାଏ। ଏହି ଠେଲା ଯୋଗେ ଆମର ଅନେର ଭାଇଉଭଣୀ ଫଳ ଏବଂ ପନିପରିବା ବୁଲି ବୁଲି ବିକ୍ରି କରିଥାନ୍ତି। ମାତ୍ର ସେମାନଙ୍କୁ ବେଳେ ବେଳେ ଅସୁବିଧାର ସାମ୍ନା କରିବାକୁ ପଡ଼ିପାରେ। କାରଣ କେତେବେଳେ ସେମାନଙ୍କୁ ପୋଲିସ କିମ୍ବା ନଗର ନିଗମ ହଟାଇ ଦେଇଥାଏ। ଯଦିଓ ବିକ୍ରି କରିବା ଲାଗି ଜାଗା ମିଳିଯାଉଛି ହେଲେ ସେମାନଙ୍କୁ ସେମାନଙ୍କର ବ୍ୟବସାୟ କରିବା ଲାଗି ଏକ ସ୍ଥାୟୀ ଜାଗା ଆବଶ୍ୟକ। ସେମାନେ ପରିଶ୍ରମ କରି ନିଜର ଗୁଜୁରାଣ ମେଣ୍ଟାଉଛନ୍ତି। କେହି ଚୋରୀ କର ନାହାଁନ୍ତି। ସେମାନେ ଫଳ ଏବଂ ପନିପରିବା ଜନସାଧାରଣଙ୍କୁ ବିକ୍ରି କରୁଛନ୍ତି। ସେମାନଙ୍କ ସମସ୍ୟାର ସମାଧାନ ପାଇଁ ଆମେ ପ୍ରୟାସ  କରିବା ଦରକାର। ସେମାନଙ୍କର ବ୍ୟବସାୟ କରିବା ଲାଗି ଏକ ସ୍ଥାୟୀ ଜାଗା ପ୍ରଦାନ କରିବା ଆବଶ୍ୟକ। ଏନେଇ ଜାଗା ଚିହ୍ନଟ କରାଯିବା ଆବଶ୍ୟକ। ଯେଉଁଠାରେ ଆମର ବୁଲା ବିକ୍ରେତା ସେମାନଙ୍କର ବ୍ୟବସାୟକୁ ସମ୍ମାନର ସହିତ କରିପାରିବେ। 

Also Read: Madhya Pradesh: ଥଣ୍ଡା ଚା ମିଳିବାକୁ ନେଇ ତାତି ଉଠିଲେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ

 

ଆମର ପ୍ରୟାସ ଏହା ହେବ ଯେ ସମଗ୍ର ରାଜ୍ୟର ସମସ୍ତ ବୁଲା ବିକ୍ରେତାଙ୍କ ଜୀବନରେ ଉନ୍ନତି ଆଣିବା। ସେମାନଙ୍କ ଜୀବନରେ ଆଶା ଏବଂ ବିଶ୍ୱାସର ଆଲୋକ ବିସ୍ତାର ହେଉ ସେମାନଙ୍କ ପିଲା ମଧ୍ୟ ପଢନ୍ତୁ, ଲେଖନ୍ତୁ ଏବଂ ଆଗକୁ ବଢନ୍ତୁ। ସେମାନଙ୍କ ଜୀବନ ପ୍ରକୃତ ଅର୍ଥରେ ପରିପୂର୍ଣ୍ଣ ହେଉ। ଆନନ୍ଦ ଏବଂ ସୁଖରେ ସେମାନଙ୍କ ଜୀବନ ଭରିଯାଉ। ମୁଁ ଏହି ସଂକଳ୍ପ ବ୍ୟକ୍ତ କରୁଛି ଯେ ପ୍ରଧାନମନ୍ତ୍ରୀ ମୋଦି ଏବଂ ତାଙ୍କ ଆଶୀର୍ବାଦ ସହିତ ମଧ୍ୟପ୍ରଦେଶରେ କ୍ଷମତାସୀନ ବିଜେପି ସରକାର ଆପଣଙ୍କ ଜୀବନକୁ ପରିବର୍ତ୍ତନ କରି ଆପଣଙ୍କୁ ଦେଖାଇବ। ଏଥି ପାଇଁ କୌଣସି ଚେଷ୍ଟା ଛାଡ଼ିବୁ ନାହିଁ। ଆପଣ ସାହସ ସହିତ ଆଗକୁ ବଢନ୍ତୁ। ସରକାରୀ ଯୋଜନାର ଲାଭ ପାଆନ୍ତୁ। ପ୍ରଶାସନକୁ ମଧ୍ୟ ସମାନ କଥା କହିବାକୁ ପଡିବ ଯେ ଏହି ଗରିବ ଭାଇଭଉଣୀଙ୍କର ଯୋପରି କୌଣସି ସମସ୍ୟା ନ ହୁଏ।କାରଣ ସେମାନେ ମଧ୍ୟ ମଣିଷ। ଯଦି ଆମେ ସରକାର ଚଳାଉଛୁ। ଆମେ ସେମାନଙ୍କ ସେବା ପାଇଁ ଏହାକୁ ଚଳାଉଛୁ। ମୁଖ୍ୟମନ୍ତ୍ରୀଙ୍କ ଅନୁଭବ ଯାହା ରହିଛି ସେହି ଭାବାନ ପ୍ରଶାସନ ପାଖରେ ରହିବା ଆବଶ୍ୟକ।