Madhya Pradesh: ସରକାରୀ କର୍ମଚାରୀଙ୍କୁ ଖୁସି ଖବର ଦେଲେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ
Advertisement
Article Detail0/zeeodisha/odisha1283757

Madhya Pradesh: ସରକାରୀ କର୍ମଚାରୀଙ୍କୁ ଖୁସି ଖବର ଦେଲେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ

MP Govt Employees DA Hike: ଅଗଷ୍ଟ ମାସରେ ମିଳିବାକୁ ଥିବା ଦରମାରେ ରାଜ୍ୟ ସରକାର ଏହି ନିଷ୍ପତ୍ତି କାର୍ଯ୍ୟକାରୀ କରିବେ। ସେପ୍ଟେମ୍ବରରେ ମିଳିଥିବା ଦରମା ସହିତ ସରକାରୀ କର୍ମଚାରୀ ମହଙ୍ଗା ଭତ୍ତା ପାଇବେ।

Madhya Pradesh: ସରକାରୀ କର୍ମଚାରୀଙ୍କୁ ଖୁସି ଖବର ଦେଲେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ

MP Govt Employees: ରାଜ୍ୟର ସରକାରୀ କର୍ମଚାରୀଙ୍କୁ ଏକ ଖୁସି ଖବର ଦେଇଛନ୍ତି ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ। ରାଜ୍ୟର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩୪% ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି ମଧ୍ୟ ପ୍ରଦେଶ। ଗତ ଥର ଏହାକୁ ୧୧% ବଢାଯାଇ ଏହା ୩୧ ପ୍ରତିଶତ ହୋଇଥିଲା। ରାଜ୍ୟର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବଢା ଯାଇଥିବା ନେଇ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଘୋଷଣା କରିଛନ୍ତି। 

ଏନେଇ ଟ୍ୱିଟ କରି ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ (Madhya Pradesh Chief Minister) ଶିବରାଜ ସିଂହ ଚୌହାନ (Shivraj Singh Chouhan) କହିଛନ୍ତି ବର୍ତ୍ତମାନ ରାଜ୍ୟର ସରକାରୀ କର୍ମଚାରୀଙ୍କୁ (Madhya Pradesh Government Employee) ୩୧% ମହଙ୍ଗା ଭତ୍ତା (Dearness Allowance) ମିଳୁଛି। ଗତଥର ଆମେ ଏହାକୁ ୧୧% ବୃଦ୍ଧି କରିଥିଲୁ। ବର୍ତ୍ତମାନ ଆମେ ନିଷ୍ପତ୍ତି ନେଉଛୁ ରାଜ୍ୟର ସରକାରୀ କର୍ମଚାରୀଙ୍କୁ ୩୪% ମହଙ୍ଗା ଭତ୍ତା ମିଳିବ। 
 
ଅଗଷ୍ଟ ମାସରେ ମିଳିବାକୁ ଥିବା ଦରମାରେ ରାଜ୍ୟ ସରକାର (Madhya Pradesh Government) ଏହି ନିଷ୍ପତ୍ତି କାର୍ଯ୍ୟକାରୀ କରିବେ। ସେପ୍ଟେମ୍ବରରେ ମିଳିଥିବା ଦରମା ସହିତ ସରକାରୀ କର୍ମଚାରୀ ମହଙ୍ଗା ଭତ୍ତା ପାଇବେ। ଏହି ପଦକ୍ଷେପ ଦ୍ୱାରା ମଧ୍ୟ ପ୍ରଦେଶର ସାଢେ ୭ ଲକ୍ଷରୁ ଅଧିକ ସରକାରୀ କର୍ମଚାରୀ ଉପକୃତ ହେବେ। ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ ଉପରେ ରାଜକୋଷ ଉପରେ ୬୨୫ କୋଟି ଟଙ୍କା ଅତିରିକ୍ତ ଆର୍ଥିକ ବୋଝ ପଡ଼ିବ ବୋଲି କହିଛନ୍ତି ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ।

ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି ହେବା ଫଳରେ ରାଜକୋଷ ଉପରେ ୬୨୫ କୋଟି ଟଙ୍କା ଅତିରିକ୍ତ ଆର୍ଥିକ ବୋଝ ପଡ଼ିବ। ମାତ୍ର ମହଙ୍ଗା ଭତ୍ତା ବୃଦ୍ଧିର ଲାଭ ରାଜ୍ୟର ସାଢେ ସାତ ଲକ୍ଷରୁ ଅଧିକ ସରକାରୀ କର୍ମଚାରୀଙ୍କୁ ମିଳିବ। ଆମେ ସେମାନଙ୍କ ଉନ୍ନତି ପାଇଁ ଏହି ନିଷ୍ପତ୍ତି ନେଇଛୁ। ଶୁଭେଚ୍ଛା!"

କେନ୍ଦ୍ରୀୟ ସରକାରୀ କର୍ମଚାରୀ ସେମାନଙ୍କର ଆଗାମୀ ମହଙ୍ଗା ବୃଦ୍ଧିକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଯାହା ୪% ବଢିପାରୋ ବୋଲି ଅନୁମାନ କରାଯାଉଛି। ଚଳିତ ସପ୍ତାହରେ କେନ୍ଦ୍ର ସରକାର କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ବୃଦ୍ଧି ବାବଦରେ ଘୋଷଣା କରିପାରନ୍ତି।

Allso Read: ସରକାରୀ କର୍ମଚାରୀଙ୍କ ଅବସର ବୟସକୁ ନେଇ ପ୍ରଶ୍ନ ଉଠାଇଲେ କମଲନାଥ; ଜବାବ ଦେଲେ ଶିବରାଜ