UP ବିଧାନସଭାରେ ନଜର ଆସିବ ନାହିଁ କଂଗ୍ରେସ-ବିଏସପି କାର୍ଯ୍ୟାଳୟ
Advertisement

UP ବିଧାନସଭାରେ ନଜର ଆସିବ ନାହିଁ କଂଗ୍ରେସ-ବିଏସପି କାର୍ଯ୍ୟାଳୟ

ଦେଶ ସ୍ୱାଧୀନ ହେବା ପରେ ଉତ୍ତର ପ୍ରଦେଶରେ ଅନୁଷ୍ଠିତ ହୋଇଥିବା ପ୍ରଥମ ବିଧାନସଭା ନିର୍ବାଚନରେ ​୩୮୮ ଆସନ ହାତେଇଥିଲା ​କଂଗ୍ରେସ। 

UP ବିଧାନସଭାରେ ନଜର ଆସିବ ନାହିଁ କଂଗ୍ରେସ-ବିଏସପି କାର୍ଯ୍ୟାଳୟ

ନୂଆଦିଲ୍ଲୀ: ୨୦୨୨ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାନରେ ବାଜିମାତ କରିବା ସହ କ୍ରମାଗତ ଭାବେ ଦ୍ୱିତୀୟ ଥର ଲାଗି ସରକାର ଗଠନ କରିବାକୁ ଯାଉଛି ବିଜେପି। ଅନ୍ୟପଟେ ଗତ ଥର ଅପେକ୍ଷା ଏଥର ଅଧିକ ସିଟ୍ ପାଇଥିବା ସମାଜବାଦୀ ପାର୍ଟି ପୁଣି ଥରେ ରାଜ୍ୟର ମୁଖ୍ୟ ବିରୋଧି ଦଳ ଆସନରେ ବସିବାକୁ ଯାଉଛି। 

୨୦୨୨ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ (UP Assembly Election 2022) ଉଭୟ ସିଟ୍ ସହ ଭୋଟ ହରାଇଥିବା ବହୁଜନ ସମାଜ ପାର୍ଟି (Bahujan Samaj Party) ବିଏସପି (BSP) ଏବଂ କଂଗ୍ରେସ (Congress) ଏଥର ରାଜ୍ୟ ବିଧାନ ଭବନ (Uttar Pradesh Vidhan Bhawan) ପରିସରରେ ନିଜର କାର୍ଯ୍ୟାଳୟ ହରାଇ ପାରନ୍ତି। ଅନ୍ୟପଟେ ୧୨ ସିଟ୍ ପାଇଥିବା ଅପନା ଦଳ ସୋନଲାଲ, ୮ ସିଟ୍ ପାଇଥିବା ରାଷ୍ଟ୍ରୀୟ ଲୋକ ଦଳ, ୬-୬ ଲେଖାଁଏ ସିଟ୍ ପାଇଥିବା ନିଷାଦ ପାର୍ଟି ଏବଂ ସୁହଲଦେବ ଭାରତୀୟ ସମାଜ ପାର୍ଟି ଭଳି ଦଳକୁ ଏଥର କାର୍ଯ୍ୟାଳୟ ଆବଣ୍ଟିତ କରାଯିବ। 

ଉତ୍ତର ପ୍ରଦେଶ ବିଧାନ ଭବନ ପରମ୍ପରା ଅନୁସାରେ ଅତି କମରେ ୧% କିମ୍ବା ଅତି କମରେ ୪ ସିଟ୍ ପାଇଥିବା ଦଳକୁ ଅଫିସ୍ ରୁମ୍ ପାଇବାର ଅଧିକାର ରହିଛି। ଗତ ୨୦୧୭ ବିଧାନସଭା ନିର୍ବାଚନରେ କେବଳ ଗୋଟିଏ ମାତ୍ର ଆସନ ପାଇଥିବା ରାଷ୍ଟ୍ରୀୟ ଲୋକ ଦଳକୁ କାର୍ଯ୍ୟାଳୟ ଆବଣ୍ଟିତ ହୋଇନଥିଲା। ଅନ୍ୟପଟେ କେବଳ ୨ ସିଟ୍ ପାଇଥିବା ଜନସତ୍ତା ଦଳ ଲୋକତାନ୍ତ୍ରିକ ଭଳି ଦଳକୁ ମଧ୍ୟ ବିଏସପି ଏବଂ କଂଗ୍ରେସ ଭଳି ଏହି ସୁବିଧା ମିଳିପାରିବ ନାହିଁ।  

Also Read: UP MLC ନିର୍ବାଚନକୁ ନେଇ ବଡ଼ ଘୋଷଣା କଲା ବିଜେପି

ମୋଟ ଉପରେ ୪ ଜଣରୁ କମ ବିଧାୟକ ଥିବା ଦଳକୁ ବିଧାନ ଭବନ ପରିସରରେ କୌଣସି ଦଳୀୟ ବୈଠକ କରିବା ଲାଗି ଏକ କାର୍ଯ୍ୟାଳୟ ଆବଣ୍ଟିତ କରାଯାଇପାରେ। ମାତ୍ର ସେମାନଙ୍କ କାର୍ଯ୍ୟାଳୟ ଆବଣ୍ଟିତ କରିବା ବିଧାନ ଭବନ ଅଧ୍ୟକ୍ଷଙ୍କ ବିବେକ ଉପରେ ନିର୍ଭର କରିଥାଏ। 

ବିଧାନ ଭବନ ପରିସରରେ କାର୍ଯ୍ୟାଳୟ ଆବଣ୍ଟିତ କରାଯାଇଥିବା ଦଳକୁ କର୍ମଚାରୀ ଯୋଗାଇ ଦିଆଯାଇଥାଏ। ମୋଟ ଉପରେ ୪ ଜଣରୁ ଅଧିକ ବିଧାୟକ ରହିଥିବା ଦଳ ହେଉଛନ୍ତି ୨୨୫ ସିଟ୍ ପାଇଥିବା ବିଜେପି, ୧୧୧ ସିଟ୍ ପାଇଥିବାସମାଜବାଦୀ ପାର୍ଟି,  ୧୨ ସିଟ୍ ପାଇଥିବା ଅପନା ଦଳ ସୋନଲାଲ, ୮ ସିଟ୍ ପାଇଥିବା ରାଷ୍ଟ୍ରୀୟ ଲୋକ ଦଳ, ୬-୬ ଲେଖାଁଏ ସିଟ୍ ପାଇଥିବା ନିଷାଦ ପାର୍ଟି ଏବଂ ସୁହଲଦେବ ଭାରତୀୟ ସମାଜ ପାର୍ଟି। 

ଦେଶ ସ୍ୱାଧୀନ ହେବା ପରେ ଉତ୍ତର ପ୍ରଦେଶରେ ଅନୁଷ୍ଠିତ ହୋଇଥିବା ପ୍ରଥମ ବିଧାନସଭା ନିର୍ବାଚନରେ ​୩୮୮ ଆସନ ହାତେଇଥିଲା ​କଂଗ୍ରେସ। ଯାହା ବର୍ତ୍ତମାନ ପର୍ଯ୍ୟନ୍ତ ଏକ ରେକର୍ଡ ହୋଇଛି। ସେହିପରି ୨୦୦୭ ନିର୍ବାଚନରେ ସର୍ବାଧିକ ୨୦୬ ଆସନ ପାଇ ପ୍ରଥମ ଥର ଲାଗି ୫ ବର୍ଷ ପାଇଁ ସରକାର ଗଠନ କରିଥିଲା ବିଏସପି। ହେଲେ ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନରେ ​​କଂଗ୍ରେସ ୨ ଏବଂ ବିଏସପି ଗୋଟିଏ ଆସନ ପାଇଛି।  

Also Read: ବିଧାନସଭା ପରେ ବିଧାନ ପରିଷଦ ନିର୍ବାଚନରେ ମୁହାଁମୁହିଁ ହେବେ BJP-Samajwadi Party

୨୦୨୨ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ: କେଉଁ ଦଳ ପାଇଲେ କେତେ ଆସନ

  • ବିଜେପି:୨୫୫
  • ସମାଜବାଦୀ ପାର୍ଟି:୧୧୧
  • ଅପନା ଦଳ ସୋନଲାଲ:୧୨
  • ରାଷ୍ଟ୍ରୀୟ ଲୋକ ଦଳ: ୮
  • ନିଷାଦ ପାର୍ଟି: ୬
  • ସୁହଲଦେବ ଭାରତୀୟ ସମାଜ ପାର୍ଟି:୬
  • କଂଗ୍ରେସ:୨
  • ଜନସତ୍ତା ଦଳ ଲୋକତାନ୍ତ୍ରିକ:୨
  • ବିଏସପି:୧

Also Read: UP Election 2022: ସେହି ୫ ଆସନ ଯେଉଁଠି ଜିତିଲେ BSP-Congress-Jansatta Dal ପ୍ରାର୍ଥୀ

ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ବିଗତ ୩୭ ବର୍ଷର ରେକର୍ଡ ଭାଙ୍ଗିଛି ବିଜେପି। ଗତ ୧୯୮୫ ମସିହାରୁ ୨୦୨୨ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନରେ କୌଣସି ଦଳ କ୍ରମାଗତ ଭାବେ ଦ୍ୱିତୀୟ ଥର ଲାଗି କ୍ଷମତାକୁ ଆସିନଥିଲେ। ହେଲେ ଦୀର୍ଘ ଦିନ ଧରି ଚାଲିଥିବା ଏହି ପରମ୍ପରାରେ ଏଥର ଦେଖିବାକୁ ମିଳିଛି ବ୍ୟତିକ୍ରମ।