Congress President Election: ଦୌଡରୁ ହଟିଲେ ଅଶୋକ ଗେହୋଲତ, କାହା କାହା ମଧ୍ୟରେ ହେବ ମୁକାବିଲା?
Advertisement

Congress President Election: ଦୌଡରୁ ହଟିଲେ ଅଶୋକ ଗେହୋଲତ, କାହା କାହା ମଧ୍ୟରେ ହେବ ମୁକାବିଲା?

Fight for Congress President: କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତ ହଟିଯିବା ପରେ ଏହି ପଦ ଲାଗି ମୁକାବିଲା ଦଳର ଜଣେ ଲୋକସଭା ସାଂସଦ ଏବଂ ଅନ୍ୟଜଣେ  ରାଜ୍ୟସଭା ସାଂସଦଙ୍କ ମଧ୍ୟରେ ହେବାକୁ ଯାଉଛି।

Congress President Election: ଦୌଡରୁ ହଟିଲେ ଅଶୋକ ଗେହୋଲତ, କାହା କାହା ମଧ୍ୟରେ ହେବ ମୁକାବିଲା?

President Election of Congress: ରାଜ୍ୟରେ ଜାରି ରହିଥିବା ରାଜନୈତିକ ସଂକଟ ମଧ୍ୟରେ ଗୁରୁବାର କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତ। ଏହି ଭେଟଘାଟ ପରେ ଗଣମାଧ୍ୟମରେ ପ୍ରତିକ୍ରିୟ ରଖି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସେ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ଲଢିବେ ନାହିଁ।   
 
ଗୁରୁବାର ଦିଲ୍ଲୀ ଆସି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ (Congress President Sonia Gandhi) ଭେଟିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତ (Rajasthan CM Ashok Gehlot)। ଏହା ପରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ଅଶୋକ ଗେହଲୋତ କହିଛନ୍ତି, ମୁଁ ଦଳର ଅନ୍ତରୀଣ ଅଧ୍ୟକ୍ଷାଙ୍କ ସହ କଥା ହୋଇଛି। ଦୁଇ ଦିନ ପୂର୍ବେ ଯାହା ଘଟିଲା ତାହା ଆମକୁ ବ୍ୟଥିତ କରିଛି। ମୁଁ ମୁଖ୍ୟମନ୍ତ୍ରୀ ହେବାକୁ ତାହୁଁଥିବାରୁ ଏପରି ଘଟଣା ଘଟିଥିଲା ବୋଲି କୁହାଯାଉଛି। ଏହି ଘଟଣା ପାଇଁ ମୁଁ ସୋନିଆ ଗାନ୍ଧୀଙ୍କୁ କ୍ଷମା ମାଗିଛି। 

କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଅଶୋକ ଗେହଲୋତ ମନା କରି ଦେଇଛନ୍ତି। ବର୍ତ୍ତମାନ ଦଳୀୟ ସଭାପତି ପଦ ପାଇଁ ଦଳର ବରିଷ୍ଠ ନେତା ଦିଗବିଜୟ ସିଂହ ଏବଂ ଶଶୀ ଥରୁରଙ୍କ ମଧ୍ୟରେ ମୁକାବିଲା ହେବାକୁ ଯାଉଛି। ଗୁରୁବାର  କଂଗ୍ରେସ ନେତା ଦିଗବିଜୟ ସିଂହ କେରଳରୁ ଆସି ନୂଆଦିଲ୍ଲୀସ୍ଥିତ ଦଲୀୟ ମୁଖ୍ୟାଳୟ ଠାରେ ପହଞ୍ଚିବା ପୂର୍ବରୁ ସେଠାରେ ସେ ରାହୁଲ ଗାନ୍ଧୀ ଏବଂ ତାଙ୍କ ଦଳର ଅନ୍ୟ ନେତାଙ୍କ ସହ ଭାରତ ଯୋଡା ଯାତ୍ରା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ନୂଆଦିଲ୍ଲୀରେ ପହଞ୍ଚିବା ପରେ ସେ ୧୦ ଖଣ୍ଡ ନାମାଙ୍କନ ପତ୍ର  ମଧ୍ୟ ନେଇଛନ୍ତି।

Also Read: Former MP CM: କଂଗ୍ରେସ ଅଧ୍ୟକ୍ଷ ଦୌଡ଼ରେ ଜଣେ ଆଗେଇଲେ, ଆଉ ଜଣେ ହଟିଗଲେ

କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରେ ପ୍ରତିଦ୍ୱଦ୍ୱିତା କରିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଦଳର ବରିଷ୍ଠ ନେତା ଦିଗବିଜୟ ସିଂହ (Congress Leader Digvijay Singh) କହିଛନ୍ତି ଯେ ଏହି ମୁକାବିଲାରେ ମୁଁ ଜଣେ ପ୍ରତିଯୋଗୀ ହେବାକୁ ଚାହୁଁଛି। ଦଳର କେନ୍ଦ୍ରୀୟ ନିର୍ବାଚନ ପ୍ରାଧିକରଣର ଅଧ୍ୟକ୍ଷ ମଧୁସୂଦନ ମିସ୍ତ୍ରୀ ଶୁକ୍ରବାର ଦିନ ଦିଲ୍ଲୀରେ ଉପସ୍ଥିତ ନ ଥିବାରୁ ମୁଁ ଶୁକ୍ରବାର ମୋର ନାମାଙ୍କନ ପତ୍ର ଦାଖଲ କରିବି। 

ମୁଁ ମୋର ବ୍ୟକ୍ତିଗତ ନିଷ୍ପତ୍ତି ଅନୁଯାୟୀ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛି। ମୋତେ କଂଗ୍ରେସ ହାଇକମାଣ୍ଡ ଙ୍କ ପକ୍ଷରୁ ଏହି ନିର୍ବାଚନ ଲଢିବା ନେଇ କୌଣସି ସଂଙ୍କେତ ଦିଆ ଯାଇନାହିଁ। ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାର ନିଷ୍ପତ୍ତି ହେଉଛି ମୋର ବ୍ୟକ୍ତିଗତ। ଗାନ୍ଧୀ ପରିବାରର କୌଣସି ସଦସ୍ୟ ମୋତେ ନିର୍ବାଚନ ଲଢିବାକୁ କହି ନାହାଁନ୍ତି। ଦଳର ଅଧ୍ୟକ୍ଷ ନିର୍ବାଚନ ଲଢିବା ପ୍ରସଙ୍ଗରେ ଦିଗବିଜୟ ସିଂହଙ୍କୁ ସମର୍ଥନ ଜଣାଇଛି ମଧ୍ୟ ପ୍ରଦେଶ କଂଗ୍ରେସ କମିଟି। ଏନେଇ  କଂଗ୍ରେସ ବିଧାୟକଙ୍କ ଏକ ପ୍ରତିନିଧୀ ଦଳ ସିଂଙ୍କୁହ ସମର୍ଥନ ଜଣାଇବା ପାଇଁ ଦିଲ୍ଲୀରେ ପହଞ୍ଚିବେ। 

ଅଖିଳ ଭାରତୀୟ କଂଗ୍ରେସ କମିଟ ଏଆଇସିସି ଅଧ୍ୟକ୍ଷ ନିର୍ବାଚନ ପାଇଁ ଦିଗବିଜୟ ସିଂହ କାହିଁକି ଜଣେ ମୁଖ୍ୟ ପ୍ରାର୍ଥୀ ଭାବେ ଉଭା ହୋଇଛନ୍ତି ତାହା ପଛରେ ରହିଥିବା ତିନୋଟି କାରଣ ଜଣାପଡ଼ିଛି। ଏହି ପ୍ରସଙ୍ଗରେ ନାମ ଗୋପନ ରଖିବା ସର୍ତ୍ତରେ ଜଣେ କଂଗ୍ରେସ ନେତା ଗଣମାଧ୍ୟମରେ ପ୍ରତିକ୍ରିୟା ରଖି କହିଛନ୍ତି ଜଣେ ମୁଖପାତ୍ର ଭାବେ ତାଙ୍କର ଅନେକ ଅଭିଜ୍ଞତା ରହିଛି।ସେ ଦୀର୍ଘ ବର୍ଷ ଧରି ପ୍ରଶାସନ ଏବଂ ସଙ୍ଗଠନ ସହିତ ଜଡିତ ରହିଥିଲେ। ଦ୍ୱିତୀୟରେ ସେ ହିନ୍ଦୀ ଭାଷାଭାଷୀ ରାଜ୍ୟର ନେତା। ଯେଉଁଠାରେ ଦଳର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ତୃତୀୟ କାରଣ ହେଉଛି ପ୍ରଧାନମନ୍ତ୍ରୀ ମୋଦିଙ୍କ ମୁକାବିଲା କରିବାର ସାମର୍ଥ୍ୟ ରଖିଛନ୍ତି। ଏହି କାରଣରୁ ସେ ଜଣେ ପ୍ରମୁଖ ପ୍ରାର୍ଥୀ ଭାବେ ଉଭା ହୋଇଛନ୍ତି।

Also Read: Congress President Election: ପ୍ରିୟଙ୍କା ଗାନ୍ଧୀଙ୍କୁ ନେଇ ଆସିଲା ବଡ଼ ଖବର

କଂଗ୍ରେସ ସଭାପତି ଦୌଡରେ ଦଳର ଲୋକସଭା ସାଂସଦ ଶଶୀ ଥରୁର (Congress MP Shashi Tharoor) ମଧ୍ୟ ସାମିଲ ଅଛନ୍ତି। ସେ ନାମାଙ୍କନପତ୍ର ଗ୍ରହଣ କରିଛନ୍ତି। ସେପ୍ଟେମ୍ବର ୩୦ ତାରିଖରେ ସେ ଦଳର ଅଧ୍ୟକ୍ଷ ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ କରିବେ। କଂଗ୍ରେସ ସଭାପତି ନିର୍ବାଚନ ଇତିହାସରେ ଏଭଳି ଘଟଣୀ ପ୍ରଥମ ପାଇଁ ଘଟୁଛି। ଯେତେବେଳେ ଗାନ୍ଧୀ ପରିବାରର କୌଣସି ସଦସ୍ୟ ଏହି ନିର୍ବାଚନରେ ପ୍ରତିଦ୍ୱନଦ୍ୱିତା କରୁନାହାଁନ୍ତି।