ଆମ୍ ଆଦମୀ ପାର୍ଟିର ବିଧାୟିକା ଅତିଶୀ ଦାବି କରିଛନ୍ତି ଯେ, କେରଳର ଅଧିକାରୀମାନେ ନୂଆଦିଲ୍ଲୀକୁ ଆସି ଦିଲ୍ଲୀର ଶିକ୍ଷା ମଡେଲ (Delhi Education Model) ର କାର୍ଯ୍ୟକାରିତା ବିଷୟରେ ପଚାରି ବୁଝିଛନ୍ତି। କିନ୍ତୁ କେରଳର ଶିକ୍ଷା ମନ୍ତ୍ରୀ ଏହି ଦାବି ଉପରେ ପ୍ରଶ୍ନ ଉଠାଇଛନ୍ତି।
Trending Photos
ନୂଆଦିଲ୍ଲୀ: ଦିଲ୍ଲୀ ବନାମ କେରଳ। କିଏ ଶିଖୁଛି କାହା ଶିକ୍ଷା ମଡେଲ୍? ଆମ୍ ଆଦମୀ ପାର୍ଟି ବିଧାୟକା ଅତିଶୀଙ୍କ ଟ୍ୱିଟ୍ ପରେ ଦିଲ୍ଲୀ ଏବଂ କେରଳର ଶିକ୍ଷା ମଡେଲକୁ ନେଇ ଏକ ନୂଆ ବିବାଦ ସୃଷ୍ଟି ହୋଇଛି। ଦିଲ୍ଲୀ ଶିକ୍ଷା ମଡେଲକୁ ଦେଖିବା ପାଇଁ କେରଳରୁ ଅଧିକାରୀ, ମାନ୍ୟଗଣ୍ୟ ବ୍ୟକ୍ତି ଓ ଶିକ୍ଷାବିତ ଆସିଥିବା କେଜ୍ରିୱାଲ ସରକାରଙ୍କ ଏକ ବିବୃତ୍ତି କହିଥିଲେ। କିନ୍ତୁ କେରଳ ଶିକ୍ଷାମନ୍ତ୍ରୀ ଏହି ଦାବିକୁ ଖଣ୍ଡନ କରିଛନ୍ତି।
ବାସ୍ତବରେ, ଆମ୍ ଆଦମୀ ପାର୍ଟିର ବିଧାୟିକା ଅତିଶୀ ଦାବି କରିଛନ୍ତି ଯେ, କେରଳର ଅଧିକାରୀମାନେ ନୂଆଦିଲ୍ଲୀକୁ ଆସି ଦିଲ୍ଲୀର ଶିକ୍ଷା ମଡେଲ (Delhi Education Model) ର କାର୍ଯ୍ୟକାରିତା ବିଷୟରେ ପଚାରି ବୁଝିଛନ୍ତି। କିନ୍ତୁ କେରଳର ଶିକ୍ଷା ମନ୍ତ୍ରୀ ଏହି ଦାବି ଉପରେ ପ୍ରଶ୍ନ ଉଠାଇଛନ୍ତି। ଦିଲ୍ଲୀ ସରକାରଙ୍କ ଶିକ୍ଷା କମିଟିର ଅଧ୍ୟକ୍ଷ ଅତିଶୀ ଟ୍ୱିଟ୍ କରି କହିଛନ୍ତି, "କେରଳର ଅଧିକାରୀମାନେ କାଲକାଜୀସ୍ଥିତ ଏକ ବିଦ୍ୟାଳୟରେ ପରିଭ୍ରମଣ କରିବା ଆଶ୍ଚର୍ଯ୍ୟଜନକ ଥିଲା। ଆମ ଶିକ୍ଷା ବ୍ୟବସ୍ଥାକୁ ବୁଝିବା ଏବଂ ଏହାକୁ ନିଜ ରାଜ୍ୟରେ କାର୍ଯ୍ୟକାରୀ କରିବା ପାଇଁ ସେମାନେ ଉତ୍ସାହିତ ଥିଲେ। ଏହା ଭାରତ ସରକାରଙ୍କ ସହଯୋଗରେ ଅରବିନ୍ଦ କେଜ୍ରିୱାଲଙ୍କ ରାଷ୍ଟ୍ର ନିର୍ମାଣର ଧାରଣା ଦର୍ଶାଉଛି।"
Also Read: ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ଆନ୍ଧ୍ର ରାଜ୍ୟପାଳ ବିଶ୍ୱଭୂଷଣ
ଅପରପକ୍ଷେ, ଆତିଶୀ (AAP MLA Atishi) ଙ୍କ ଦାବିରେ କେରଳ ଶିକ୍ଷା ମନ୍ତ୍ରୀ ଭି ସିଭାନକ୍ୟୁଟି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ରବିବାର ଏକ ଟୁଇଟ୍ରେ ସେ କହିଛନ୍ତି ଯେ, କେରଳର ଶିକ୍ଷା ବିଭାଗ ଦିଲ୍ଲୀ ମଡେଲକୁ ବୁଝିବା ପାଇଁ କାହାକୁ ପଠାଇ ନାହିଁ। ଏହା ବ୍ୟତୀତ ଗତ ମାସରେ ଦିଲ୍ଲୀରୁ ଆସିଥିବା ଅଧିକାରୀମାନଙ୍କୁ କେରଳ ମଡେଲ (Kerala Education Model) ବିଷୟରେ ସୂଚନା ଦେବା ପାଇଁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯାଇଥିଲା। ଆମ ଆଦମୀ ପାର୍ଟି ବିଧାୟିକା କେଉଁ ଅଧିକାରୀଙ୍କୁ ସ୍ୱାଗତ କରିଛନ୍ତି ଆମେ ତାହା ଜାଣିବାକୁ ଚାହିଁବୁ ବୋଲି କେରଳ ଶିକ୍ଷା ମନ୍ତ୍ରୀ କହିଥିଲେ।
Dr. B.R. Ambedkar School of Specialised Excellence, Kalkaji, was visited yesterday by Mr. Victor T.I, Regional Secy of CBSE School Management Association and Dr. M. Dinesh Babu, Confederation of Kerala Sahodaya Complexes https://t.co/pg5Pvbv6Ce
— Atishi (@AtishiAAP) April 24, 2022
କେରଳ ଶିକ୍ଷା ମନ୍ତ୍ରୀଙ୍କ ଟ୍ୱଟର କିଛି ସମୟ ପରେ, AAP ବିଧାୟିକା ନିଜ ଦାବିକୁ ନେଇ ସଫେଇ ଦେଇଛନ୍ତି। ସେ ଟ୍ୱିଟରରେ ଲେଖିଛନ୍ତି, "ସିବିଏସଇ ସ୍କୁଲ ମ୍ୟାନେଜମେଣ୍ଟ ଆସୋସିଏସନର ଆଞ୍ଚଳିକ ସଚିବ ଭିକ୍ଟର ଟି.ଆଇ ଏବଂ କେରଳ ସାହୋଦୟ କମ୍ପ୍ଲେକ୍ସ ଆସୋସିଏସନର ଡ. ଦୀନେଶ ବାବୁ, କାଲ୍କାଜୀରେ ଡକ୍ଟର ବି.ଆର୍ ଆମ୍ବେଦକର ସ୍କୁଲ୍ ଅଫ୍ ଏକ୍ସଲେନ୍ସ ପରିଦର୍ଶନ କରିଥିଲେ।" ଏହା ସହିତ ଦିଲ୍ଲୀ ସରକାର ଗଣମାଧ୍ୟମକୁ ଦେଇଥିବା ବିବୃତ୍ତିକୁ ମଧ୍ୟ ସେ ପ୍ରକାଶ କରିଛନ୍ତି। ଯଦିଓ ଏହି ଅଧିକାରୀମାନେ କେରଳର ଥିଲେ, କିନ୍ତୁ କେରଳ ସରକାରଙ୍କ ସହ ଜଡିତ ନଥିଲେ। ଦିଲ୍ଲୀ ସରକାରଙ୍କ ପ୍ରେସ ବିଜ୍ଞପ୍ତିରେ ଅଧିକାରୀମାନଙ୍କୁ ମାନ୍ୟଗଣ୍ୟ ବ୍ୟକ୍ତି ତଥା ଶିକ୍ଷାବିତ୍ ବୋଲି ଲେଖାଯାଇଛି।