Assembly Election 2022: ୫ ରାଜ୍ୟର ରାଜନେତା ଓ ଭୋଟରଙ୍କ ପାଇଁ EC ରଖିଛି ଏ ସବୁ ନିୟମ
Advertisement
Article Detail0/zeeodisha/odisha1065875

Assembly Election 2022: ୫ ରାଜ୍ୟର ରାଜନେତା ଓ ଭୋଟରଙ୍କ ପାଇଁ EC ରଖିଛି ଏ ସବୁ ନିୟମ

ଚଳିତ ୨୦୨୨ ବିଧାନସଭା ନିର୍ବାଚନ ଲାଗି ମୋଟ ୭ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ ନିର୍ବାଚନ ପ୍ରକ୍ରିୟା। 

Assembly Election 2022: ୫ ରାଜ୍ୟର ରାଜନେତା ଓ ଭୋଟରଙ୍କ ପାଇଁ EC ରଖିଛି ଏ ସବୁ ନିୟମ

ନୂଆଦିଲ୍ଲୀ: ଚଳିତ ବର୍ଷ ଦେଶର ୫ ରାଜ୍ୟରେ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି କେନ୍ଦ୍ରୀୟ ନିର୍ବାଚନ ଆୟୋଗ। ଏଥର କୋରୋନା କଟକଣାରେ ମଧ୍ୟର ଅନୁଷ୍ଠିତ ହେବ ନିର୍ବାଚନ ପ୍ରକ୍ରିୟା। ନିର୍ବାଚନ ସମୟରେ କୋଭିଡ୧୯ କଟକଣାକୁ କଡ଼ାକଡ଼ି ଭାବେ ପାଳନ କରାଯିବ। ୫ ରାଜ୍ୟର ମୋଟ ୬୯୦ ବିଧାନସଭା ଆସନ ଲାଗି ଭୋଟଗ୍ରହଣ ଅନୁଷ୍ଠିତ ହେବ। 

ଚଳିତ ୨୦୨୨ ବିଧାନସଭା ନିର୍ବାଚନ ଲାଗି ମୋଟ ୭ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ ନିର୍ବାଚନ ପ୍ରକ୍ରିୟା। ୧୦ ଫେବୃଆରୀରୁ ଆରମ୍ଭ ହୋଇ ମାର୍ଚ୍ଚ ୭ ତାରିଖ ପର୍ଯ୍ୟନ୍ତ ଚାଲିବ ଭୋଟଗ୍ରହଣ। ପଞ୍ଜାବ, ଗୋଆ, ଉତ୍ତରାଖଣ୍ଡ ଲାଗି ଫେବୃଆରୀ ୧୪ ତାରିଖ ଗୋଟିଏ ପର୍ଯ୍ୟାୟରେ ଭୋଟଗ୍ରହଣ ଅନୁଷ୍ଠିତ ହେବ। ସେହିପରି ମଣିପୁର ଲାଗି ଫେବୃଆରୀ ୨୭ ଏବଂ ମାର୍ଚ୍ଚ ୩ ତାରିଖରେ ଦୁଇଟି ପର୍ଯ୍ୟାୟରେ ଏବଂ ଉତ୍ତର ପ୍ରଦେଶ ଲାଗି ୭ଟି ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହେବ। ମାର୍ଚ୍ଚ ୧୦ ତାରିଖରେ ପ୍ରକାଶ ପାଇବ ନିର୍ବାଚନ ଫଳାଫଳ।

Also Read: Assembly Election 2022: ଶୁକ୍ରବାର ହେବ ତାରିଖ ଘୋଷଣା! ବଢିଲା ପ୍ରାର୍ଥୀଙ୍କ ଖର୍ଚ୍ଚ ସୀମା

କେଉଁ ରାଜ୍ୟର କେତେ ଆସନ ଲାଗି ହେବ ଭୋଟଗ୍ରହଣ      

  • ଉତ୍ତର ପ୍ରଦେଶ: ୪୦୩
  • ପଞ୍ଜାବ: ୧୧୭
  • ଉତ୍ତରାଖଣ୍ଡ: ୭୦
  • ମଣିପୁର: ୬୦
  • ଗୋଆ: ୪୦   

କେଉଁ ତାରିଖରେ କେଉଁ ପର୍ଯ୍ୟାୟ ଲାଗି ହେବ ମତଦାନ

  • ମୋଟ ୭ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ ନିର୍ବାଚନ  
  • ଫେବୃଆରୀ ୧୦ ତାରିଖରେ ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ
  • ଫେବୃଆରୀ ୧୪ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟଗ୍ରହଣ
  • ଫେବୃଆରୀ ୨୦ ତାରିଖରେ ତୃତୀୟ ପର୍ଯ୍ୟାୟ ଭୋଟଗ୍ରହଣ
  • ଫେବୃଆରୀ ୨୩ ତାରିଖରେ ଚତୁର୍ଥ ପର୍ଯ୍ୟାୟ ଭୋଟଗ୍ରହଣ
  • ଫେବୃଆରୀ ୨୭ ତାରିଖରେ ପଞ୍ଚମ ପର୍ଯ୍ୟାୟ ଭୋଟଗ୍ରହଣ
  • ମାର୍ଚ୍ଚ ୩ ତାରିଖରେ ଷଷ୍ଠ ପର୍ଯ୍ୟାୟ ଭୋଟଗ୍ରହଣ
  • ମାର୍ଚ୍ଚ ୭ ତାରିଖରେ ସପ୍ତମ ପର୍ଯ୍ୟାୟ ଭୋଟଗ୍ରହଣ
  • ମୋଟ ୪୦୩ ବିଧାନସଭା ଆସନ ବିଶିଷ୍ଟ ଉତ୍ତର ପ୍ରଦେଶରେ ପ୍ରତ୍ୟେକ ପର୍ଯ୍ୟାୟରେ ହେବ ଭୋଟଗ୍ରହଣ
  • ସେହିପରି ପଞ୍ଜାବର ୧୧୭, ଉତ୍ତରାଖଣ୍ଡର ୭୦, ଗୋଆର ୪୦ ଆସନ ଲାଗି ଫେବୃଆରୀ ୧୪ ତାରିଖରେ ଗୋଟିଏ ପର୍ଯ୍ୟାୟରେ ହେବ ମତଦାନ
  • ଅନ୍ୟପଟେ ୬୦ ଆସନ ବିଶିଷ୍ଟ ମଣିପୁରରେ ୨୭ ଫେବୃଆରୀ ଏବଂ ୩ ମାର୍ଚ୍ଚ ତାରିଖରେ ୨ ପର୍ଯ୍ୟାୟରେ ହେବ ଭୋଟଗ୍ରହଣ  
  • ମାର୍ଚ୍ଚ ୧୦ ତାରିଖରେ ପ୍ରକାଶ ପାଇବ ନିର୍ବାଚନ ଫଳାଫଳ

୨୦୨୨ ବିଧାନସଭା ନିର୍ବାଚନ ପାଇଁ ଲାଗୁ ହୋଇଥିବା ନିର୍ବାଚନ ଆୟୋଗ ପକ୍ଷରୁ ଲାଗୁ ହୋଇଥିବା ନିର୍ଦ୍ଦେଶାବଳୀ 

  • ପ୍ରଥମ ଥର ଲାଗି ମତଦାନ କରିବେ ୨୪.୯ ଲକ୍ଷ ମତଦାତା
  • ଉତ୍ତର ପ୍ରଦେଶରେ ବଢିଛି ୨୯ ପ୍ରତିଶତ ମହିଳା ମତଦାତାଙ୍କ ସଂଖ୍ୟା
  • ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ୫ ରାଜ୍ୟରେ ଅଛନ୍ତି ୧୮.୩୪ କୋଟି ମତଦାତା
  • ନିର୍ବାଚନ ପୂର୍ବରୁ ବୁଥ ପରିଦର୍ଶନ କରିଛନ୍ତି ନିର୍ବାଚନ ଅଧିକାରୀ 
  • ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ୫ ରାଜ୍ୟରେ ହୋଇଛି ୨ ଲକ୍ଷ ୧୫ ହଜାର ୩୬୮ Polling Booth
  • ଦିବ୍ୟାଙ୍ଗଙ୍କ ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା କରିବ PWD
  • ୨୦୨୨ ବିଧାନସଭା ନିର୍ବାଚନ ଲାଗି ପ୍ରସ୍ତୁତ ହୋଇଛି 'Know Your Candidate' ନାମକ ଏକ APP
  • On Line ମାଧ୍ୟମରେ ନାମାଙ୍କନ ଦାଖଲ କରିବାକୁ ମିଳିବ ସୁବିଧା
  • ଟଙ୍କା, ମଦ, ଡ୍ରଗ୍ସ ବନ୍ଦ କରିବା ପାଇଁ କରାଯାଇଛି ବ୍ୟବସ୍ଥା
  • ସମସ୍ତ ମତଦାନ ବୁଥ ଠାରେ ହୋଇଛି EVM-VVPAT ସୁବିଧା 
  • ମତଦାନ କେନ୍ଦ୍ରରେ ମାସ୍କ, ଗ୍ଲୋଭସ୍ ଏବଂ ସାନିଟାଇଜରର ସୁବିଧା 
  • cVIGIL, APP ମାଧ୍ୟମରେ ଫଟୋ ଅପଲୋଡ୍ କରି କରାଯାଇପାରିବ ଅଭିଯୋଗ ଦାଖଲ
  • ଅଭିଯୋଗ ହେବାରେ ୧୦୦ ମିନିଟ ମଧ୍ୟରେ ଘଟଣାସ୍ଥଳରେ ପହଞ୍ଚିବେ ନିର୍ବାଚନ ଅଧିକାରୀ
  • ମତଦାନ ସମୟ ୧ ଘଣ୍ଟା ବୃଦ୍ଧି କରାଯିବ 
  • ଜାନୁୟାରୀ ୧୫ ତାରିଖ ପର୍ଯ୍ୟନ୍ତ କୌଣସି ପ୍ରକାର ରୋଡ୍ ସୋ, ସାଧାରଣ ସଭା, ପଦ ଯାତ୍ରା କିମ୍ବା ଗାଡି ଯୋଗେ ହେଉଥିବା ଯାତ୍ରାକୁ ମିଳିବ ନାହିଁ ଅନୁମତି  
  • ସକାଳ ୮ଟାରୁ ରାତି ୮ଟା ପର୍ଯ୍ୟନ୍ତ ଲାଗୁ ହେବ Campaign Curfew