ନୂଆଦିଲ୍ଲୀ: କର୍ଣ୍ଣାଟକ ଉଡୁପି ଜିଲ୍ଲାରୁ ଆରମ୍ଭ ହୋଇଥିବା ହିଜାବ ବିବାଦ ବର୍ତ୍ତମାନ ଦେଶର ବିଭିନ୍ନ ଅଞ୍ଚଳକୁ ବ୍ୟାପିଗଲାଣି। ଏହି ପ୍ରସଙ୍ଗକୁ ନେଇ ଜାରି ରହିଥିବା ବିବାଦ ଥମିନଥିବା ବେଳେ ବିବାଦୀୟ ମୌଳବାଦୀ ସଙ୍ଗଠନ ପପୁଲାର୍ ଫ୍ରଣ୍ଟ ଅଫ୍ ଇଣ୍ଡିଆ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦେଶର ଏକ ପୂବୋର୍ତ୍ତର ରାଜ୍ୟ ପକ୍ଷରୁ ଦାବି ରହିଛି।  


COMMERCIAL BREAK
SCROLL TO CONTINUE READING

ହିଜାବ ବିବାଦ ଜାରି ରହିଥିବା ବେଳେ ବିବାଦୀୟ ମୌଳବାଦୀ ସଙ୍ଗଠନ ପପୁଲାର୍ ଫ୍ରଣ୍ଟ ଅଫ୍ ଇଣ୍ଡିଆ (Popular Front of India) ପିଏଫଆଇ (PFI) ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ (Assam Chief Minister) ହିମନ୍ତ ବିଶ୍ୱ ଶର୍ମା (Himanta Biswa Sarma)।  


Also Read: ହିଜାବ ସମର୍ଥନରେ ରାଲି କରି ବିବାଦରେ ମୌଳବାଦୀ ସଙ୍ଗଠନ PFI; ଜାଣନ୍ତୁ କାରଣ


ଏନେଇ ସେ କହିଛନ୍ତି ପିଏଫଆଇ ସଙ୍ଗଠନ ଉପରେ ପ୍ରତିବନ୍ଧକ ଲଗାଇବାକୁ ଅନୁରୋଧ କରିଛି ଆସାମ ଭାରତ ସରକାରଙ୍କୁ ଅନୁରୋଧ କରିଛି। ଏହି ସଙ୍ଗଠନ ସିଧାସଳଖ ବେଆଇନ କାର୍ଯ୍ୟକଳାପରେ ଜଡି଼ତ ରହିଛି। ସେମାନେ ମୌଳବାଦୀଙ୍କ ସହ ଯୋଗାଯୋଗରେ ଅଛନ୍ତି।


ବିବାଦୀୟ ମୌଳବାଦୀ ସଙ୍ଗଠନ ପପୁଲାର୍ ଫ୍ରଣ୍ଟ ଅଫ୍ ଇଣ୍ଡିଆ ବାବଦରେ ଏହା କୁହାଯାଏ ଯେ ଏହା ହେଉଛି ଏକ ଚରମପନ୍ଥୀ ଇସଲାମୀୟ ସଙ୍ଗଠନ (Extremist Islamic Organization)। ଏହି ସଙ୍ଗଠନ ବାବଦରେ ଅନେକ ଚାଞ୍ଚଲ୍ୟକର ଖୁଲାସା ହୋଇଛି। ଜାତୀୟ ଅନୁସନ୍ଧାନ ଏଜେନ୍ସି (National Investigation Agency) ଆଇଏସଆଇଏସ (ISIS) ଏବଂ ସିମି (SIMI) ସହିତ ଏହି ସଙ୍ଗଠନର ରହିଥିବା ଲିଙ୍କ ଖୋଜୁଛି। ଏଜେନ୍ସି ମଧ୍ୟ ଏ ବାବଦରେ କିଛି ଆଶ୍ଚର୍ଯ୍ୟଜନକ ସୂଚନା ପାଇଛନ୍ତି। ପିଏଫଆଇ ଏହାର କେରଳ ମଡ୍ୟୁଲ୍ ଆଇଏସ୍ (Kerala Module IS) ପାଇଁ କାମ କରୁଥିବା କୁହାଯାଉଛି। ସେଠାରୁ ଏହାର ସଦସ୍ୟ ସିରିଆ ଏବଂ ଇରାକ ଭଳି ଦେଶରେ ତାଣ୍ଡବ ମଚାଇଥିବା ଆଇଏସଆଇଏସ ଆତଙ୍କବାଦୀ ସଙ୍ଗଠନରେ ଯୋଗ ଦେଇଥିଲେ।


Also Read: Charitable Organization ମାନ୍ୟତା ହରାଇଲା PFI; କାର୍ଯ୍ୟକଳାପ ଉପରେ ରହିବ ସତର୍କ ନଜର


ଯେତେବେଳେ ନାଗରିକତା ସଂଶୋଧନ ଆଇନ (Citizenship Amendment Act) ସିଏଏ (CAA) ବିରୋଧରେ ଦେଶର ବିଭିନ୍ନ ସ୍ଥାନରେ ହିଂସାତ୍ମକ ବିରୋଧ ହୋଇଥିଲା ସେତେବେଳେ ମଧ୍ୟ ଏହି ଘଟଣା ପଛରେ ପିଏଫଆଇ ସଙ୍ଗଠନର ହାତ ରହିଥିହା କୁହାଯାଉଥିଲା। ଏ ଘଟଣାରେ ଉତ୍ତର ପ୍ରଦେଶ ପୋଲିସ ଅନେକ ପିଏଫଆଇ ସଦସ୍ୟଙ୍କୁ ଗିରଫ କରିଥିଲା।