କ୍ୟାବିନେଟରେ ମିଳିଲାନି ସ୍ଥାନ; ପ୍ରତିବାଦ ଜଣାଇଲେ ଅସନ୍ତୁଷ୍ଟ BJP ନେତା-ସମର୍ଥକ
କର୍ଣ୍ଣାଟକରେ କ୍ଷମତାସୀନ ବିଜେପି ସରକାରରେ ଗଠିତ ହୋଇଥିବା ନୂତନ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇବାରୁ ବଞ୍ଚିତ ହୋଇଛି ରାଜ୍ୟର ୧୩ ଜିଲ୍ଲା।
ବେଙ୍ଗାଲୁରୁ: ନେତୃତ୍ୱ ପରିବର୍ତ୍ତନକୁ ନେଇ କର୍ଣ୍ଣାଟକ ବିଜେପିରେ ସୃଷ୍ଟି ହୋଇଥିବା ଅସନ୍ତୋଷ ଥମିବାର ନାଁ ଧରୁନାହିଁ। ପ୍ରଥମେ ମୁଖ୍ୟମନ୍ତ୍ରୀ ଆଉ ଏବେ କ୍ୟାବିନେଟରେ ସ୍ଥାନ ନମିଳିବାରୁ ଅସନ୍ତୁଷ୍ଟ ହୋଇଉଠିଛନ୍ତି ଦଳୀୟ ନେତା ଓ ସମର୍ଥକ। ଦାୟିତ୍ୱ ଗ୍ରହଣ କରିବାର ସପ୍ତାହେ ପରେ କ୍ୟାବିନେଟ ଗଠନ କରିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ। ହେଲେ ନୂଆ ମନ୍ତ୍ରୀମଣ୍ଡଳରେ ସ୍ଥାନ ନମିଳିବାରୁ ନାରାଜ ହୋଇଉଠିବା ସହ ଖୋଲାଖୋଲି ଭାବେ ନିଜ ଅସନ୍ତୋଷ ଜଣାଇଛନ୍ତି ଅସନ୍ତୁଷ୍ଟ ନେତା।
ଗତ ଜୁଲାଇ ୨୮ ତାରିଖରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବାର ସପ୍ତାହେ ପରେ କ୍ୟାବିନେଟ ଗଠନ କରିଛନ୍ତି ବାସବରାଜ ବୋମାଇ। କର୍ଣ୍ଣାଟକରେ କ୍ଷମତାସୀନ ବିଜେପି ସରକାରରେ ଗଠିତ ହୋଇଥିବା ନୂତନ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇବାରୁ ବଞ୍ଚିତ ହୋଇଛି ରାଜ୍ୟର ୧୩ ଜିଲ୍ଲା। ଯାହାକୁ ନେଇ ଅସନ୍ତୁଷ୍ଟ ହୋଇଉଠିବା ସହ ଖୋଲାଖୋଲି ଭାବେ ନିଜର ଅସନ୍ତୋଷ ଜଣାଇଛନ୍ତି ଏହି ଜିଲ୍ଲାରୁ ପ୍ରତିନିଧିତ୍ୱ କରୁଥିବା ଦଳୀୟ ନେତା ଏବଂ ସେମାନଙ୍କ ସମର୍ଥକ।
Also Read: Karnatak CM ଭାବେ ଶପଥ ନେଲେ Basavaraj Bommail; ଗଠନ ହେବ ନୂଆ ମନ୍ତ୍ରୀମଣ୍ଡଳ
ରାଜ୍ୟର ମହୀଶୂର, କଲବୁର୍ଗୀ, ରାମନଗର, କୋଡାଗୁ, ହାସନ, ବିଜୟପୁରା, ଦାବଣଗେରେ, କୋଲାର, ୟାଦଗିରି, ଚିକମାଗାଲୁରୁ, ଚାମରାଜନଗର ଆଦି ୧୩ଟି ଜିଲ୍ଲା ସଦ୍ୟ ଗଠିତ ହୋଇଥିବା ନୂତନ କ୍ୟାବିନେଟରେ ସ୍ଥାନ ପାଇନାହିଁ। ଏପରିକି ବିଦାୟୀ ମୁଖ୍ୟମନ୍ତ୍ରୀ ୟେଦିୟୁରାପ୍ପାଙ୍କ ସରକାରରେ ମନ୍ତ୍ରୀ ଥିବା କେତେକ ନେତା ଏଥରର କ୍ୟାବିନେଟ ବିସ୍ତାରରୁ ବାଦ ପଡିଛନ୍ତି। ଏହି କାରଣରୁ ଦଳରେ ସୃଷ୍ଟି ହୋଇଛି ଅସନ୍ତୋଷ। ମନ୍ତ୍ରୀ ପଦରୁ ବାଦ ପଡ଼ିଥିବା ନେତା ଖୋଲାଖୋଲି ଭାବେ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି।
ଏଥର କ୍ୟାବିନେଟ ବିସ୍ତାରୁ ବାଦ ପଡ଼ିଥିବା ମନ୍ତ୍ରୀ ହେଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ସେଟ୍ଟାର, ସୁରେଶ କୁମାର, ଲକ୍ଷ୍ମଣ ସାବାଦୀ, ଅରବିନ୍ଦ ଲିମ୍ବାବଲୀ, ସିପି ଯୋଗଶ୍ୱର, ଶ୍ରୀମନ୍ତ ପାଟିଲ ଏବଂ ଆର.ଶଙ୍କର। ଏମାନେ ବିଦାୟୀ ସରକାରରେ ମନ୍ତ୍ରୀ ଥିଲେ।
Also Read: Karnataka Politics: ମିଳିଗଲେ ବିଦାୟୀ ମୁଖ୍ୟମନ୍ତ୍ରୀଙ୍କ ନୂଆ ଉତ୍ତରାଧିକାରୀ
ମନ୍ତ୍ରୀମଣ୍ଡଳରୁ ବାଦ ପଡିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଆର.ଶଙ୍କର କହିଛନ୍ତି ଭରସା ଦିଆଯିବା ପରେ ମୋତେ ମନ୍ତ୍ରୀ ପଦ ମିଳିନାହିଁ। ଆଗମୀ ଦିନରେ ମନ୍ତ୍ରୀ ହେବା ନେଇ ମୁଁ ଆଶାବାଦୀ ରହିଛି। ସେହିପରି ଅନ୍ୟତମ ଆଶାୟୀ ଶ୍ରୀମନ୍ତ ପାଟିଲ କହିଛନ୍ତି ବିଦାୟୀ ସରକାରରେ ମୋତେ ମନ୍ତ୍ରୀ ପଦ ମିଳିଥିଲା। ହେଲେ ଏଥର ମୁଁ ବାଦ ପଡି଼ଛି।
ସେହିପରି ଦଳର ଅନ୍ୟତମ ନେତା ତଥା କୃଷ୍ଣରାଜ ନିର୍ବାଚନମଣ୍ଡଳୀ ବିଧାୟକ ଏସ.ଏ ରାମଦାସ କହିଛନ୍ତି ମୋତେ ମନ୍ତ୍ରୀ ପଦ ମିଳିବା ନେଇ ମୁଁ ଆଶାବାଦୀ ଥିଲି। ଏପରିକି ବିଦାୟୀ ମୁଖ୍ୟମନ୍ତ୍ରୀ ୟେଦିୟୁରାପ୍ପା ନିଜେ ମୋ ନାଁ ପ୍ରସ୍ତାବ ଦେଇଥିଲି। ମୁଁ ମନ୍ତ୍ରୀ ହେବି ବୋଲି ଚର୍ଚ୍ଚା ଆରମ୍ଭ ହୋଇଯିବା ଲୋକଙ୍କ ଶୁଭେଚ୍ଛାର ସୁଅ ମୋ ନିକଟକୁ ଛୁଟିଥିଲା। କାରଣ ଏହା ଦ୍ୱାରା ମହୀଶୂର ଜିଲ୍ଲାକୁ ପ୍ରତିନିଧିତ୍ୱ ମିଳିବ। ହେଲେ ମୋତେ ଜଣାପଡୁନାହିଁ ଶେଷ ସମୟରେ ଅଚାନକ କ'ଣ ବଦଳିଗଲା।
Also Read: Karnataka Politics: ଆଜି ଦାୟିତ୍ୱ ନେବେକି ନୂଆ ମୁଖ୍ୟମନ୍ତ୍ରୀ?
ମନ୍ତ୍ରୀ ପଦ ନିମିଳିବାରୁ ମୁଖ୍ୟମନ୍ତ୍ରୀ ବୋମାଇଙ୍କୁ ଟାର୍ଗେଟ କରି ରାଜ୍ୟର ହବେରି ବିଧାନସଭା ଆସନର ବିଧାୟକ ନେହାରୁ ଓଲୋକର କହିଛନ୍ତି ମୁଁ ଅନୁସୂଚିତ ଜାତି ବର୍ଗରୁ ପ୍ରତିନିଧିତ୍ୱ କରୁଛି। ବିଧାୟକ ଭାବେ ୩ ଥର ନିର୍ବାଚିତ ହୋଇସାରିଛି। ମୁଁ ଦଳର ଜଣେ ବିଶ୍ୱସ୍ତ କର୍ମକର୍ତ୍ତା। ମୋତେ ମନ୍ତ୍ରୀ କରିବା ପାଇଁ ଉଭୟ ଦଳୀୟ ନେତୃବୃନ୍ଦ ଏବଂ ବିଦାୟୀ ମୁଖ୍ୟମନ୍ତ୍ରୀ ୟେଦିୟୁରାପ୍ପା ଚାହୁଁଥିଲେ। ହେଲେ ମୋତେ ମନ୍ତ୍ରୀ ପଦ ମିଳିନାହିଁ। ବୋଧେ ମୁଖ୍ୟମନ୍ତ୍ରୀ ମୋତେ ଛୋଟ ଭାବୁଛନ୍ତି। ମନ୍ତ୍ରୀ ହୋଇନପାରିଲେ ମଧ୍ୟ ମୁଁ ଦଳ ଛାଡିବି ନାହିଁ। କାହିଁକି ମୋତେ ମନ୍ତ୍ରୀ କରାଗଲା ନାହିଁ ସେ ବାବଦରେ ମୁଁ କେନ୍ଦ୍ରୀୟ ନେତୃବୃନ୍ଦଙ୍କ ସହ ଆଲୋଚନା କରିବି।
Also Read: କାହିଁକି CM ପଦ ହରାଇଲେ Yediyurappa? ସାମ୍ନାକୁ ଆସିଲା ଏହି କାରଣ
ମନ୍ତ୍ରୀମଣ୍ଡଳରୁ ବାଦ ପଡ଼ିବା ପରେ ବିଜେପି ବିଧାୟକ ଓଲକାରଙ୍କ ସମର୍ଥକ ତାଙ୍କ ସମର୍ଥନରେ ବିରୋଧ ପ୍ରଦର୍ଶନ କରିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ୟେଦିୟୁରାପ୍ପାଙ୍କ ବିଶ୍ୱସ୍ତ ଭାବେ ଜଣାଶୁଣା ଅନ୍ୟତମ ଦଳୀୟ ବିଧାୟକ ଏମପି ରେଣୁକାଚାର୍ଯ୍ୟ କହିଛନ୍ତି ନୂତନ ମନ୍ତ୍ରୀମଣ୍ଡଳ ଗଠନରେ ଦାବଣଗେରେ ଜିଲ୍ଲା ସହ ଅନ୍ୟାୟ ହୋଇଛି। କାରଣ ନୂତନ କ୍ୟାବିନେଟରେ ଜିଲ୍ଲାର କୌଣସି ପ୍ରତିନିଧିତ୍ୱ ନାହିଁ।
ସେହିପରି ଦକ୍ଷିଣ କୁଲବୁର୍ଗୀ ବିଧାୟକ ଦତ୍ତାତ୍ରେୟ ଚନ୍ଦ୍ରଶେଖର ପାଟିଲଙ୍କ ସମର୍ଥକ ମନ୍ତ୍ରୀମଣ୍ଡଳରେ ପ୍ରତିନିଧିତ୍ୱ କରିବାରେ କଲ୍ୟାଣ କର୍ଣ୍ଣାଟକ କ୍ଷେତ୍ର ବାଦ ପଡି଼ବାରୁ ଅସନ୍ତୁଷ୍ଟ ହୋଇଉଠିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏହା ବ୍ୟତୀତ ଅନେକ ବିଧାୟକଙ୍କ ସମର୍ଥକ ସେମାନଙ୍କ ନେତାଙ୍କୁ ମନ୍ତ୍ରୀ କରାଯାଇନଥିବାରୁ ଅସନ୍ତୋଷ ବ୍ୟକ୍ତ କରିବା ସହ ନାରାବାଜି କରିଛନ୍ତି।
Also Read: ଗାଦି ଛାଡିଲେ Yediyurappa; କିଏ ହେବେ Karnataka CM?
ଗତ ଜୁଲାଇ ୨୮ ତାରିଖରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟଭାର ଗ୍ରହଣ କରିବା ପରେ ଅଗଷ୍ଟ ୪ ତାରିଖ ବୁଧବାର କ୍ୟାବିନେଟ ବିସ୍ତାର କରିଥିଲେ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ। ଏଥର ଗଠିତ ହୋଇଥିବା ମନ୍ତ୍ରୀମଣ୍ଡଳରେ ଜଣେ ମହିଳାଙ୍କୁ ମିଶାଇ ୨୯ ଜଣଙ୍କୁ ମନ୍ତ୍ରୀ କରାଯାଇଛି। ଗତକାଲି ରାଜଭବନ ପରିସରରେ କ୍ୟାବିନେଟ ଶପଥ ଗ୍ରହଣ ଅନୁଷ୍ଠିତ ହୋଇଥିଲା। କର୍ଣ୍ଣାଟକ ରାଜ୍ୟପାଳ ଥାୱର ଚାନ୍ଦ ଗେହୋଲତ ନୂତନ ମନ୍ତ୍ରୀଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ। ଆଗାମୀ କିଛି ଦିନ ମଧ୍ୟରେ ନୂତନ ମନ୍ତ୍ରୀଙ୍କୁ ସେମାନଙ୍କ ବିଭାଗ ବଣ୍ଟନ କରାଯିବ ବୋଲି ଏହି ଅବସରରେ କହିଛନ୍ତି ମୁଖ୍ୟମନ୍ତ୍ରୀ ବୋମାଇ।