Karnataka Politics: ମିଳିଗଲେ ବିଦାୟୀ ମୁଖ୍ୟମନ୍ତ୍ରୀଙ୍କ ନୂଆ ଉତ୍ତରାଧିକାରୀ
Advertisement
Article Detail0/zeeodisha/odisha951809

Karnataka Politics: ମିଳିଗଲେ ବିଦାୟୀ ମୁଖ୍ୟମନ୍ତ୍ରୀଙ୍କ ନୂଆ ଉତ୍ତରାଧିକାରୀ

ରାଜ୍ୟ ରାଜନୀତିରେ ପ୍ରଭାବ ବିସ୍ତାର କରିଥିବା ଲିଙ୍ଗାୟତ ସମ୍ପ୍ରଦାୟ ଏଥର ମଧ୍ୟ ମୁଖ୍ୟମନ୍ତ୍ରୀ ପଦ ବାଜି ମାରିନେଇଛି। ଏହା ପୂର୍ବରୁ ଏହି ସମ୍ପ୍ରଦାୟର ମଜବୁତ ନେତା ୟେଦିୟୁରାପ୍ପା ୪ ଥର ବିଜେପି ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟଭାର ଗ୍ରହଣ କରିସାରିଛନ୍ତି। 

Karnataka Politics: ମିଳିଗଲେ ବିଦାୟୀ ମୁଖ୍ୟମନ୍ତ୍ରୀଙ୍କ ନୂଆ ଉତ୍ତରାଧିକାରୀ

ବେଙ୍ଗାଲୁରୁ: ଅନେକ ଛକାପଞ୍ଝା ପରେ ଶେଷରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତ ହୋଇଛନ୍ତି ବସବରାଜ ବୋମାଇ। ଏନେଇ ଦଳ ପକ୍ଷରୁ ଆୟୋଜିତ ହୋଇଥିବା ବୈଠକରେ ସେ ବିଧାୟକ ଦଳ ନେତା ଭାବେ ନିର୍ବାଚିତ ହୋଇଛନ୍ତି।  ତାଙ୍କ ନେତୃତ୍ୱରେ ୩ ଜଣ ଉପମୁଖ୍ୟମନ୍ତ୍ରୀ ମଧ୍ୟ କାର୍ଯ୍ୟ କରିବେ।     

ଅନେକ କସରତ ପରେ ଶେଷରେ ମିଳିଯାଇଛନ୍ତି ବିଦାୟୀ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ୟେଦିୟୁରାପ୍ପାଙ୍କ (Former Karnataka CM Yediyurappa) ଉତ୍ତରାଧିକାରୀ। ବର୍ତ୍ତମାନ କର୍ଣ୍ଣାଟକରେ କ୍ଷମତାସୀନ ବିଜେପି ସରକାରରେ (Karnataka BJP Govt) ଗୃହମନ୍ତ୍ରୀ (Karnataka Home Minister) ଥିବା ୬୧ ବର୍ଷୀୟ ବସବରାଜ ବୋମାଇ (Karnataka CM Basavaraj Bommai) ହେବେ ରାଜ୍ୟର ଆଗାମୀ ମୁଖ୍ୟମନ୍ତ୍ରୀ। 

Also Read: Karnataka Politics: ଆଜି ଦାୟିତ୍ୱ ନେବେକି ନୂଆ ମୁଖ୍ୟମନ୍ତ୍ରୀ?

ବିଦାୟୀ ମୁଖ୍ୟମନ୍ତ୍ରୀଙ୍କ କ୍ୟାବିନେଟରେ କାର୍ଯ୍ୟକରୁଥିବା ରାଜ୍ୟର ଲୋକ ନିର୍ମାଣ ବିଭାଗ ମନ୍ତ୍ରୀ (Karnataka PWD Minister) ଗୋବିନ୍ଦ କାରଜୋଲ (Govind Karjol), ରାଜସ୍ୱ ମନ୍ତ୍ରୀ (Karnataka Revenue Minister) ଆର.ଅଶୋକ (R.Ashok), ସାମାଜିକ କଲ୍ୟାଣ ମନ୍ତ୍ରୀ (Karnataka Social Welfare Minister) ଶ୍ରୀରାମଲୁ (Sriramulu) ପ୍ରମୁଖ ଉପମୁଖ୍ୟମନ୍ତ୍ରୀ (Karnataka Deputy Chief Minister) ଭାବେ କାର୍ଯ୍ୟ କରିବେ।  

ପେସାରେ ଇଞ୍ଜିନିୟର ଥିବା ବରିଷ୍ଠ ବିଜେପି ତଥା ରାଜ୍ୟର ଆଗାମୀ ମୁଖ୍ୟମନ୍ତ୍ରୀ ବସବରାଜଙ୍କ ମାତୃଭାଷା କନ୍ନଡ ସମେତ ହିନ୍ଦୀ, ଇଂରାଜୀ ପ୍ରଭୃତି ଭାଷାରେ ଭଲ ଦଖଲ ରହିଛି। ବିଦାୟୀ ମୁଖ୍ୟମନ୍ତ୍ରୀ ୟେଦିୟୁରାପ୍ପାଙ୍କ କ୍ୟାବିନେଟରେ ଦୁଇ ଦୁଇ ଥର ମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି ସେ। ସେ ଦଳୀୟ ନୀତିକୁ ଭଲଭାବେ ବୁନ୍ତି ଏବଂ ଦଳର ନିୟମ ଅନୁଯାୟୀ କୌଣସି ନିଷ୍ପତ୍ତି ଅନୁସରଣ କରିବାକୁ ପଛଘୁଞ୍ଚା ଦିଅନ୍ତି ନାହିଁ।

Also Read: ଗାଦି ଛାଡିଲେ Yediyurappa; କିଏ ହେବେ Karnataka CM?

ଗତ ୨୦୦୮ ମସିହାରେ ସେ ଜେଡିଏସ (JDS) ଛାଡି ବିଜେପି ହାତ ଧରିଥିଲେ। ଏହା ପୂର୍ବରୁ ସେ ୨ ଥର ଜେଡିଏସ ବିଧାୟକ ଭାବେ ରାଜ୍ୟ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଚତୁର୍ଥ ପାଳି କାର୍ଯ୍ୟକାଳର ଦୁଇ ବର୍ଷର ପୂର୍ତ୍ତି ଅବସରର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ୟେଦିୟୁରାପ୍ପା। ଏହା ପରେ ତାଙ୍କ ନେତୃତ୍ୱାଧିନ କ୍ୟାବିନେଟକୁ ଭଙ୍ଗ କରାଯାଇଛି। ନୂଆ ମୁଖ୍ୟମନ୍ତ୍ରୀଙ୍କ ସହ ଏବେ ଶପଥ ନେବ ନୂତନ ମନ୍ତ୍ରୀମଣ୍ଡଳ। 

ଦେଶର ଅନ୍ୟ ରାଜ୍ୟ ଭଳି କର୍ଣ୍ଣାଟକ (Karnataka Politics) ମଧ୍ୟ ଜାତିବାଦ ପ୍ରଭାବରୁ ମୁକ୍ତ ରହିନାହିଁ। ରାଜ୍ୟ ରାଜନୀତିରେ ପ୍ରଭାବ ବିସ୍ତାର କରିଥିବା ଲିଙ୍ଗାୟତ ସମ୍ପ୍ରଦାୟ (Lingayat Community) ଏଥର ମଧ୍ୟ ମୁଖ୍ୟମନ୍ତ୍ରୀ ପଦ ବାଜି ମାରିନେଇଛି। ଏହା ପୂର୍ବରୁ ଏହି ସମ୍ପ୍ରଦାୟର ମଜବୁତ ନେତା ୟେଦିୟୁରାପ୍ପା ୪ ଥର ବିଜେପି ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟଭାର ଗ୍ରହଣ କରିସାରିଛନ୍ତି। ବାସବରାଜଙ୍କୁ ଛାଡି ମୁଖ୍ୟମନ୍ତ୍ରୀ ପଦ ଦୌଡରେ ଲିଙ୍ଗାୟତ ସମ୍ପ୍ରଦାୟରୁ ପ୍ରତିନିଧିତ୍ୱ କରୁଥିବା ଅନ୍ୟତମ ବିଜେପି ନେତା ଅରବିନ୍ଦ ବେଲାଦ (BJP Leader Aravind Bellad) ମଧ୍ୟ ସାମିଲ ଥିଲେ।

Also  Read: କାହିଁକି CM ପଦ ହରାଇଲେ Yediyurappa? ସାମ୍ନାକୁ ଆସିଲା ଏହି କାରଣ

ସେମାନଙ୍କୁ ଛାଡି଼ ଦଳୀୟ ନେତା ମୁରଗେଶ ନିରାନି (Murugesh Nirani), ବିଜେପି ରାଷ୍ଟ୍ରୀୟ ସମ୍ପାଦକ (BJP National General Secretary) ବିଏଲ ସନ୍ତୋଷ (BL Santhosh) ଏବଂ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ (Union Minister Pralhad Joshi) ପ୍ରମୁଖ ମୁଖ୍ୟମନ୍ତ୍ରୀ ଦୌଡ଼ରେ ରହିଥିଲେ।