ବିଧାନସଭା ନିର୍ବାଚନକୁ ନେଇ ବଡ଼ ନିଷ୍ପତ୍ତି ନେଲେ ନିର୍ବାଚନ ଆୟୋଗ
Advertisement

ବିଧାନସଭା ନିର୍ବାଚନକୁ ନେଇ ବଡ଼ ନିଷ୍ପତ୍ତି ନେଲେ ନିର୍ବାଚନ ଆୟୋଗ

ବିଧାନସଭା ନିର୍ବାଚନ ପାଇଁ କରାଯାଉଥିବା ଦଳୀୟ ​​ପ୍ରଚାର ଉପରେ ଲଗାଯାଇଥିବା ପ୍ରତିବନ୍ଧକକୁ ନେଇ ମଙ୍ଗଳବାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି ନିର୍ବାଚନ ଆୟୋଗ।

ବିଧାନସଭା ନିର୍ବାଚନକୁ ନେଇ ବଡ଼ ନିଷ୍ପତ୍ତି ନେଲେ ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ: କୋରୋନା ମହାମାରୀ ମଧ୍ୟରେ ଚଳିତ ବର୍ଷ ଦେଶର ୫ ରାଜ୍ୟରେ ଅନୁଷ୍ଠିତ ହେଉଥିବା ବିଧାନସଭା ନିର୍ବାଚନ ପାଇଁ କରାଯାଉଥିବା ଦଳୀୟ ​​ପ୍ରଚାର ଉପରେ ଲଗାଯାଇଥିବା ପ୍ରତିବନ୍ଧକକୁ ନେଇ ମଙ୍ଗଳବାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି ନିର୍ବାଚନ ଆୟୋଗ।

ପ୍ରଚାର ବାବଦରେ ନିର୍ବାଚନ ଆୟୋଗ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ ଏଣିକି ଜିଲ୍ଲା ଅଧିକାରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ରୋଡ୍ ସୋ ଆୟୋଜନ କରିବାକୁ ଅନୁମତି ପ୍ରଦାନ କରାଯାଇଛି। ଏହା ସହିତ ରାଜନୈତିକ ଦଳ କିମ୍ବା  ଏହାର ଦଳୀୟ ପ୍ରାର୍ଥୀ ୫୦% କ୍ଷମତା ସହିତ ସଭା ସମିତି, ଜନସଭା, ବୈଠକ, ରାଲି ପ୍ରଭୃତି କାର୍ଯ୍ୟକ୍ରମ ଆୟୋଜନ କରିପାରିବେ। 

ଏନେଇ ନିର୍ବାଚନ ଆୟୋଗ ପକ୍ଷରୁ ଜାରି ହୋଇଥିବା ବୟାନ ଜରିଆରେ କୁହାଯାଇଛି ଏସଡିଏମଏ ନିୟମ ଅଧିନ (Subject to SDMA Rules) ଏବଂ ଜିଲ୍ଲା ଅଧିକାରୀଙ୍କ (District Officials) ପୂର୍ବ ଅନୁମତି (Prior Authorization) ସହିତ ରୋଡ୍ ସୋ କାର୍ଯ୍ୟକ୍ରମ ଆୟୋଜନ କରିବା ଲାଗି ଅନୁମତି ପ୍ରଦାନ କରାଯାଇଛି।

Also Read: କାହିଁକି ନିର୍ବାଚନରେ ବ୍ୟବହୃତ ହୁଏ କାଳୀ? କ'ଣ ରହିଛି ଏହା ପଛର କାରଣ?

ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଲାଗି  ପଞ୍ଚମ, ଷଷ୍ଠ ଏବଂ ସପ୍ତମ ପର୍ଯ୍ୟାୟ ପାଇଁ ବିଭିନ୍ନ ଦଳ ପକ୍ଷରୁ ଦଳୀୟ ପ୍ରଚାର ଅଭିଯାନ ଜାରି ରହିଛି। ଅନ୍ୟପଟେ ୨ ପର୍ଯ୍ୟାୟରେ ଅନୁଷ୍ଠିତ ହେଉଥିବା ମଣିପୁର ବିଧାନସଭା ନିର୍ବାଚନ ଲାଗି ପ୍ରଚାର ଜାରି ରହିଛି।