କାହିଁକି ନିର୍ବାଚନରେ ବ୍ୟବହୃତ ହୁଏ କାଳୀ? କ'ଣ ରହିଛି ଏହା ପଛର କାରଣ?
Advertisement
Article Detail0/zeeodisha/odisha1104630

କାହିଁକି ନିର୍ବାଚନରେ ବ୍ୟବହୃତ ହୁଏ କାଳୀ? କ'ଣ ରହିଛି ଏହା ପଛର କାରଣ?

ନିର୍ବାଚନରେ କାହିଁକି ବ୍ୟବହୃତ ହୁଏ କାଳୀ?

କାହିଁକି ନିର୍ବାଚନରେ ବ୍ୟବହୃତ ହୁଏ କାଳୀ? କ'ଣ ରହିଛି ଏହା ପଛର କାରଣ?

ନୂଆଦିଲ୍ଲୀ: ଦେଶରେ ବିଭିନ୍ନ ସ୍ଥାନରେ ବିଭିନ୍ନ ସମୟରେ ଅନୁଷ୍ଠିତ ହେଉଥିବା ନିର୍ବାଚନରେ ମତଦାନ ସମୟରେ ବ୍ୟବହାର କରାଯାଉଥିବା କାଳୀ ବାବଦରେ ଆପଣ ନିଶ୍ଚିତ ଭାବେ ଜାଣିଥିବେ। ନିର୍ବାତନ ସମୟରେ ମତଦାତା ଆଙ୍ଗୁଠିରେ କାଳୀ ଲଗା ଯାଇଥିବାର ଆପଣ। ସୋସିଆଲ ମିଡିଆରେ କାଳୀ ଲାଗିଥିବା ଆଙ୍ଗୁଠି ଫଟୋକୁ ଅପଲୋଡ଼ କରିବା ପାଇଁ ଭାରତୀୟ ନିର୍ବାଚନ ଆୟୋଗ ନିଜେ ମତାଦାତଙ୍କୁ ପ୍ରୋତ୍ସାହିତ କରିଥାନ୍ତି। ଏହା ମଧ୍ୟ ଅଧିକ ଲୋକଙ୍କୁ ଭୋଟ୍ ଦେବାକୁ ପ୍ରେରିତ କରିଥାଏ। 

ନିର୍ବାଚନରେ କାହିଁକି ବ୍ୟବହୃତ ହୁଏ ଏହି କାଳୀ? ଏହାର ଚିହ୍ନ କେତେ ଦିନ ପର୍ଯ୍ୟନ୍ତ ଆଙ୍ଗୁଠିରେ ରହିଥାଏ ଏବଂ ଏହା କେବେ ଆରମ୍ଭ ହୋଇଥିଲା? ନିର୍ବାଚନୀ କାଳୀର ଯାତ୍ରା କେଉଁଠାରୁ ଆରମ୍ଭ ହେଲା ଏବଂ କେଉଁଠାରେ ଏହାକୁ ନିର୍ମାଣ କରାଗଲା? 

ନିର୍ବାଚନରେ କୌଣସି ମତଦାତା ଯେପରି ୨ ଥର ମତଦାନ କରିପାରିବେ ନାହିଁ ତାହା ସୁନିଶ୍ଟିତ କରିବାକୁ ତାଙ୍କ ଆଙ୍ଗୁଠିରେ କାଳୀ ଲଗାଯାଇଥାଏ। ମତଦାନରେ କରାଯାଉଥିବା ଠକେଇକୁ ରୋକିବାର ଏହି କାଳୀ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ନିର୍ବାଚନ ଆୟୋଗ କେନ୍ଦ୍ର ଆଇନ ମନ୍ତ୍ରଣାଳୟ, ରାଷ୍ଟ୍ରୀୟ ଭୌତିକ ପ୍ରୟୋଗଶାଳା ଏବଂ ରାଷ୍ଟ୍ରୀୟ ଅନୁସନ୍ଧାନ ବିକାଶ ନିଗମ ସହ ଏକ ଚୁକ୍ତିନାମା ସ୍ୱାକ୍ଷର କରିଛି। 

Also Read: ଆଦର୍ଶ ଆଚରଣ ବିଧି କ'ଣ? ନିର୍ବାଚନ ସମୟରେ କାହିଁକି ଲାଗୁଥାଏ ଏହି ନିୟମ?

ପ୍ରଥମେ କେବଳ ଲୋକସଭା ଏବଂ ବିଧାନସଭା ପରେ ପୌରସଂସ୍ଥା ଠାରେ ଅନୁଷ୍ଠିତ ହେଉଥିବା ନିର୍ବାଚନରେ କାଳୀ ବ୍ୟବହାର କରାଯାଉଥିଲା। ଉଚ୍ଚ ଗୁଣବତ୍ତା ସମ୍ପନ୍ନ କାଳୀ ୪୦ ସେକେଣ୍ଡରୁ କମ ସମୟ ମଧ୍ୟରେ ପୁରାପୁରି ଶୁଖି ଯାଇଥାଏ। ଯଦିଓ କାଳୀ ଚର୍ମ ଉପରେ ଏକ ସେକେଣ୍ଡ ପର୍ଯ୍ୟନ୍ତ ରହିଥାଏ ତାହେଲେ ଏହା ଏହାର ପ୍ରଭାବ ଛାଡି ଦେଇଥାଏ। 

ଏହି କାଳୀ ନିର୍ମାଣରେ ସିଲଭର ନାଇଟ୍ରେଟ୍ ରାସାୟନିକ ବ୍ୟବହାର କରାଯାଏ। ଏହି କାରଣରୁ ଥରେ ଏହାକୁ ଶରୀରର ଯେକୌଣସି ଅଂଶରେ ପ୍ରୟୋଗ କରାଯାଏ ତାହେଲେ ଏହାକୁ ଅତି କମରେ ୭୨ ଘଣ୍ଟା ପାଇଁ ଚର୍ମରୁ ବାହାର କରାଯାଇପାରିବ ନାହିଁ। କାଳୀ ନିର୍ମାଣରେ ଯେଉଁ ସିଲଭର ନାଇଟ୍ରେଟ୍ ରାସାୟନିକ ବ୍ୟବହୃତ ହୋଇଥାଏ ତାହା ଜଳ ସଂସ୍ପର୍ଶରେ ଆସିଲେ କଳା ହୋଇଯାଏ ଏବଂ ଦୀର୍ଘ ସମୟ ପର୍ଯ୍ୟନ୍ତ ଏହା ଚର୍ମରେ ରହିଥା। ଯେତେବେଳେ ଆପଣ ଭୋଟ୍ ଦେବାକୁ ଯାଆନ୍ତି ସେତେବଳେ ଏହା ଆପଣଙ୍କ ଆଙ୍ଗୁଠିରେ ଲଗାଯାଏ। ସିଲଭର ନାଇଟ୍ରେଟ୍ ଆମ ଶରୀରରେ ଥିବା ଲୁଣ ସହିତ ମିଶି ସିସଲଭର କ୍ଲୋରାଇଡ୍ ସୃଷ୍ଟି କରିଥାଏ। ସିଲଭର କ୍ଲୋରାଇଡ୍ ପାଣିରେ ଦ୍ରବିଭୂତ ହୁଏ ନାହିଁ ଏବଂ ଚର୍ମରେ ଲାଗିଯାଏ। ଏହାକୁ ସାବୁନରେ ଧୋଇହେବ ନାହିଁ। ଥରେ ପ୍ରୟୋଗ ହେବା ପରେ ଯେତେବେଳେ ଚର୍ମ କୋଷ ପୁରୁଣା ହୋଇଯାଏ ସେତେବେଳେ ଏହି କାଳୀ ଚର୍ମରୁ ବାହାରକୁ ଆସିବା ଆରମ୍ଭ କରିଥାଏ। 

ଯଦି ଏହି କାଳୀର ମୂଲ୍ୟ କଥା ବିଚାର କରାଯାଏ ତାହେଲେ ପ୍ରତ୍ୟେକ ବୋତଲରେ ୧୦ ମିଲିଲିଟର କାଳୀ ରହିଥାଏ। କାଳୀ ପ୍ରତ୍ୟେକ ବୋତଲର ମୂଲ୍ୟ ଭାରତୀୟ ମୁଦ୍ରାରେ ପ୍ରାୟ ୧୨୭ ଟଙ୍କା। ଗୋଟିଏ ଲିଟର କାଳୀର ମୂଲ୍ୟ ପ୍ରାୟ ୧୨ ହଜାର ୭୦୦ ଟଙ୍କା ହୋଇଥିବାବେଳେ ୧ ମିଲିଲିଟର କାଳୀର ମୂଲ୍ୟ ପ୍ରାୟ ୧୨ ଟଙ୍କା ୭୦ ପଇସା ହେବ। ଏହି କାଳୀକୁ କର୍ଣ୍ଣାଟକସ୍ଥିତ ମହୀଶୂର ପେଣ୍ଟ ଆଣ୍ଡ ଭାର୍ନିସ୍ ଲିମିଟେଡ଼ (Mysore Paint & Varnish Limited) ଏମଭିପିଏଲ (MPVL) ଦ୍ୱାରା ନିର୍ମାଣ କରାଯାଏ।

Also Read: ଏଣିକି ପ୍ରାର୍ଥୀଙ୍କୁ ଦେବାକୁ ହେବ ସିଙ୍ଗଡା, PPE Kit, ପୂଜା ପାଠ ଖର୍ଚ୍ଚର ହିସାବ: ମୂଲ୍ୟ ସ୍ଥିର କଲେ EC

ପ୍ରଥମ ୧୯୬୨ ମସିହାରେ ଅନୁଷ୍ଠିତ ହେଉଥିବା ନିର୍ବାଚନରେ କାଳୀ ବ୍ୟବହାର କରାଯାଇଥିଲା। ନିର୍ବାଚନରେ ​​ଏହି କାଳୀକୁ ଅନ୍ତର୍ଭୁକ୍ତ କରିବାର ଶ୍ରେୟ ଦେଶର ପ୍ରଥମ ମୁଖ୍ୟ ନିର୍ବାଚନ କମିଶନର ସୁକୁମାର ସେନଙ୍କୁ ଦିଆଯାଏ। ବର୍ତ୍ତମାନ ପର୍ଯ୍ୟନ୍ତ ଭାରତୀୟ ନିର୍ବାଚନ ଆୟୋଗ କାଳୀର କୌଣସି ବିକଳ୍ପ ଖୋଜି ପାଇନାହାଁନ୍ତି। ବିଗତ ୬୦ ବର୍ଷରୁ ଅଧିକ ସମୟ ଧରି କାଳୀ ଦେଶର ବିଭିନ୍ନ ସ୍ଥାନରେ ବିଭିନ୍ନ ସମୟରେ ଅନୁଷ୍ଠିତ ହେଉଥିବା ନିର୍ବାଚନରେ ବ୍ୟବହୃତ ହୋଇଆସୁଛି।