WB Political Violence: ଅଦାଲତଙ୍କ ହସ୍ତକ୍ଷେପ ଦାବି କଲେ ଶିକ୍ଷାବିତ
Advertisement
Article Detail0/zeeodisha/odisha912378

WB Political Violence: ଅଦାଲତଙ୍କ ହସ୍ତକ୍ଷେପ ଦାବି କଲେ ଶିକ୍ଷାବିତ

ଶିକ୍ଷାବିଦ ସମୂହ ପକ୍ଷରୁ କୁହାଯାଇଛି ନିର୍ବାଚନ ପୂର୍ବରୁ ଏବଂ ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ଘଟୁଥିବା ରାଜନୈତିକ ହିଂସାକାଣ୍ଡ  ଘଟଣାରେ ଅଦାଲତ ନିଜ ପକ୍ଷରୁ ସ୍ୱତପ୍ରବୃତ୍ତ ଭାବେ ହସ୍ତକ୍ଷେପ କରନ୍ତୁ। 

WB Political Violence: ଅଦାଲତଙ୍କ ହସ୍ତକ୍ଷେପ ଦାବି କଲେ ଶିକ୍ଷାବିତ

କୋଲକାତା: ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଏବଂ ପରେ ପଶ୍ଚିମବଙ୍ଗରେ ଘଟୁଥିବା ରାଜନୈତିକ ହିଂସାକାଣ୍ଡ ଘଟଣାରେ ଅଦାଲତ ହସ୍ତକ୍ଷେପ କରିବାକୁ ଦାବି କରିଛନ୍ତି ରାଜ୍ୟ ଶିକ୍ଷାବିତ ସମୂହ। ଏନେଇ ଜୁନ ୨ ତାରିଖ ମଙ୍ଗଳବାର ରାଜ୍ୟର ୬ ଶହରୁ ଉର୍ଦ୍ଧ୍ୱ ପ୍ରଫେସର ଏବଂ କୂଳପତିଙ୍କ ସମୂହ ରାଜ୍ୟରେ ଘଟୁଥିବା ଏଭଳି ଘଟଣାର ତଦନ୍ତ କେନ୍ଦ୍ରୀୟ ସଂସ୍ଥା ଦ୍ୱାରା କରିବାକୁ ଆବେଦନ କରିଛନ୍ତି। 

ଏ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ପଶ୍ଚିମବଙ୍ଗ (West Bengal) ଶିକ୍ଷାବିଦ ସମୂହ ପକ୍ଷରୁ କୁହାଯାଇଛି ନିର୍ବାଚନ ପୂର୍ବରୁ ଏବଂ ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ଘଟୁଥିବା ରାଜନୈତିକ ହିଂସାକାଣ୍ଡ (Political Violence) ଘଟଣାରେ ଅଦାଲତ ନିଜ ପକ୍ଷରୁ ସ୍ୱତପ୍ରବୃତ୍ତ ଭାବେ ହସ୍ତକ୍ଷେପ କରନ୍ତୁ କିମ୍ବା ଏ ମାମଲାରେ ତନନ୍ତ ପାଇଁ ସ୍ୱତନ୍ତ୍ର ତଦନ୍ତାରୀ ଦଳ-ଏସଆଇଟି (Special Investigation Team-SIT) ଗଠନ କରନ୍ତୁ। 

Also Read: ପଶ୍ଚିମବଙ୍ଗରୁ ଲୋପ ପାଇଗଲାଣି ଗଣତନ୍ତ୍ର: ରାଜ୍ୟପାଳ

ରାଜ୍ୟ ଶିକ୍ଷାବିତ ସମୂହ ପକ୍ଷରୁ ଦିଆଯାଇଥିବା ଏକ ବୟାନରେ ଦାବି କରାଯାଇଛି ରାଜ୍ୟରେ ବଙ୍ଗୀୟ ସମାଜର ଏକ ବଡ଼ ଭାଗ ଭୟତ୍ରସ୍ତ ଅବସ୍ଥାରେ ରହିଛି। ଶାସକ ତୃଣମୂଳ କଂଗ୍ରେସ ବିରୁଦ୍ଧରେ ଭୋଟ ଦେଇଥିବା ଲୋକଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ହଇରାଣ ହରକତ କରାଯାଉଛି। ଟିଏମସି ସମର୍ଥିତ ଗୁଣ୍ଡାଙ୍କ ଦ୍ୱାରା ଚାଲିଥିବା ରାଜନୈତିକ ହିଂସାକାଣ୍ଡ ଏବଂ ଆକ୍ରମଣ ଭୟରେ ସେମାନେ ପଡୋଶୀ ଓଡ଼ିଶା, ଝାଡଖଣ୍ଡ, ଆସାମ ଭଳି ରାଜ୍ୟରେ ଆଶ୍ରୟ ନେଉଛନ୍ତି। 

ଏହା ସହ ଜାତୀୟ ମାନବାଧିକାର ଆୟୋଗ (National Human Right Commission) ଭଳି ସ୍ୱାଧିନ ସଂସ୍ଥା ରାଜ୍ୟର ବିଭିନ୍ନ ସ୍ଥାନରେ ଘଟୁଥିବା ରାଜନୈତିକ ହିଂସାକାଣ୍ଡ ମାମଲାରେ ତଦନ୍ତ କରିବାକୁ ଦାବି କରିଛି ପଶ୍ଚିମବଙ୍ଗ ଶିକ୍ଷାବିଦ ସମୂହ। ଆମେ ଏ ଘଟଣାର ଯାଞ୍ଚ ପାଇଁ ଏସଆଇଟି ଗଠନ କରିବାକୁ ଅଦାଲତରେ ଆବେଦନ କରୁଛୁ। ଏଭଳି ଘଟଣା ଗଣତାନ୍ତ୍ରିକ ମୂଲ୍ୟବୋଧକୁ କ୍ଷୁର୍ଣ୍ଣ କରୁଛି।

Also Read: Political Violence: ବିଗତ ୩ ବର୍ଷରେ ପଶ୍ଚିମବଙ୍ଗରେ ଯାଇଛି ଏତିକି ଜୀବନ

ରାଜ୍ୟରେ ଘଟୁଥିବା ରାଜନୈତିକ ହିଂସାକାଣ୍ଡକୁ ନେଇ ମୁହାଁମୁହିଁ ହୋଇଛନ୍ତି ଶାସକ ଟିଏମସି (TMC) ଏବଂ ରାଜ୍ୟର ମୁଖ୍ୟ ବିରୋଧି ଦଳ ବିଜେପି (BJP)। ଶାସକ ଦଳ ସମର୍ଥନରେ ଏଭଳି କାଣ୍ଡ ଭିଆଯାଉଥିବା କରିଛନ୍ତି ବିରୋଧି। ଏହି ଅଭିଯୋଗ ଉପରେ ଜବାବ ରଖି ଶାସକ ଦଳ ପକ୍ଷରୁ କୁହାଯାଇଛି ଏ ପ୍ରସଙ୍ଗକୁ ବିରୋଧି ରାଜନୀତିକରଣ କରୁଛନ୍ତି। ଏ ଘଟଣାରେ ଦଳୀୟ ସମର୍ଥକ ପ୍ରାଣ ହରାଉଥିବା ଶାସକ ଦଳ କହିଛି।