Assembly Election 2022: କୌଣସି ସମୟରେ ନିର୍ବାଚନ ତାରିଖ ଘୋଷଣା କରିପାରନ୍ତି EC
Advertisement
Article Detail0/zeeodisha/odisha1064475

Assembly Election 2022: କୌଣସି ସମୟରେ ନିର୍ବାଚନ ତାରିଖ ଘୋଷଣା କରିପାରନ୍ତି EC

ଉତ୍ତର ପ୍ରଦେଶରେ ୫-୭, ପଞ୍ଜାବରେ ୧-୨, ମଣିପୁରରେ ୧-୨,  ଉତ୍ତରାଖଣ୍ଡ ଏବଂ ଗୋଆରେ ଗୋଟିଏ ପର୍ଯ୍ୟାୟରେ ଭୋଟଗ୍ରହଣ କରାଯାଇପାରେ।

Assembly Election 2022: କୌଣସି ସମୟରେ ନିର୍ବାଚନ ତାରିଖ ଘୋଷଣା କରିପାରନ୍ତି EC

ନୂଆଦିଲ୍ଲୀ: ଚଳିତ ବର୍ଷ ହେବାକୁ ଯାଉଥିବା ଦେଶର ୫ ରାଜ୍ୟର ବିଧାନସଭା ନିର୍ବାଚନ ଲାଗି କୌଣସି ସମୟରେ ତାରିଖ ଘୋଷଣା କରିପାରନ୍ତି ନିର୍ବାଚନ ଆୟୋଗ। ଏନେଇ ଆୟୋଗ ପକ୍ଷରୁ ନିର୍ବାଚନ ସମ୍ପର୍କିତ ପ୍ରସ୍ତୁତିକୁ ଜୋରଦାର କରାଯାଇଛି। ଏନେଇ ମିଳିଥିବା ଖବର ଅନୁସାରେ ଉତ୍ତର ପ୍ରଦେଶରେ ୫-୭, ପଞ୍ଜାବରେ ୧-୨, ମଣିପୁରରେ ୧-୨,  ଉତ୍ତରାଖଣ୍ଡ ଏବଂ ଗୋଆରେ ଗୋଟିଏ ପର୍ଯ୍ୟାୟରେ ଭୋଟଗ୍ରହଣ କରାଯାଇପାରେ।

ଚଳିତ ବର୍ଷ ଉତ୍ତର ପ୍ରଦେଶ, ପଞ୍ଜାବ, ମଣିପୁର, ଉତ୍ତରାଖଣ୍ଡ ଏବଂ ଗୋଆ ପ୍ରଭୃତି ରାଜ୍ୟରେ ହେବାକୁ ଯାଉଛି ବିଧାନସଭ ନିର୍ବାଚନ। ଚଳିତ ବର୍ଷ ନିର୍ବାଚନ ହେବାକୁ ଯାଉଥିବା ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ବାବଦରେ ନିର୍ବାଚନ ଆୟୋଗଙ୍କୁ ଏକ ରିପୋର୍ଟ ପ୍ରଦାନ କରିଛନ୍ତି ଗୃହ ସଚିବ। ପଞ୍ଜାବ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ଦେଖାଦେଇଥିବା ଅବ୍ୟବସ୍ଥାକୁ ନେଇ ଗୃହ ସଚିବ ସମ୍ପୃକ୍ତ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ବାବଦରେ ବିସ୍ତୃତ ସୂଚନା ଦେଇଛନ୍ତି। ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ଫାଟ ଦେଖାଯିବା ଘଟଣା ନିର୍ବାଚନ ଆୟୋଗ ପାଇଁ ମଧ୍ୟ ଚିନ୍ତାର ବିଷୟ ପାଲଟିଛି। 

Also Read: Omicron ସଂକଟ ମଧ୍ୟରେ ବନ୍ଦ ହୋଇଯିବ କି UP Poll 2022? ଜାଣନ୍ତୁ କେବେ ସ୍ଥଗିତ ହୋଇଥାଏ ନିର୍ବାଚନ

କୋରୋନା ମାମଲାରେ ନିର୍ବାଚନ ଆୟୋଗ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ସଚିବ, ICMR ବଳରାମ ଭାର୍ଗବ, AIIMS ନିର୍ଦ୍ଦେଶକ ଡ.ରଣଦୀପ ଗୁଲେରିଆଙ୍କୁ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ୫ ରାଜ୍ୟର Covid19 ସଂକ୍ରମଣର ସ୍ଥିତି, ସୁରକ୍ଷା ପ୍ରୋଟୋକଲ ଏବଂ ଟିକାକରଣ ସୁନିଶ୍ଚିତ କରିବା ପାଇଁ ରିପୋର୍ଟ ନେଇଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ ଯଥାସମ୍ଭବ ଲୋକଙ୍କୁ ପ୍ରଥମ ଏବଂ ଦ୍ୱିତୀୟ ଡୋଜ୍ ଟିକାକରଣ କରିବାକୁ କହିଛନ୍ତି ନିର୍ବାଚନ ଆୟୋଗ। ନିର୍ବାଚନ ହେବାକୁ ଯାଉଥିବା ୫ ରାଜ୍ୟର ମତଦାନ ପ୍ରକ୍ରିୟାକୁ ଚୂଡ଼ାନ୍ତ ରୂପ ଦେବା ପାଇଁ ଲାଗିଛନ୍ତି।  ଶେଷ କରିବାରେ ବ୍ୟସ୍ତ ଅଛନ୍ତି।