cVIGIL Apps: cVIGIL ଆପ୍ ବାବଦରେ ଉଲ୍ଲେଖ କଲେ ନିର୍ବାଚନ ଆୟୋଗ, ଜାଣନ୍ତୁ ନିର୍ବାଚନରେ କାହିଁକି କରାଯିବ ବ୍ୟବହାର?
Advertisement
Article Detail0/zeeodisha/odisha1424159

cVIGIL Apps: cVIGIL ଆପ୍ ବାବଦରେ ଉଲ୍ଲେଖ କଲେ ନିର୍ବାଚନ ଆୟୋଗ, ଜାଣନ୍ତୁ ନିର୍ବାଚନରେ କାହିଁକି କରାଯିବ ବ୍ୟବହାର?

cVIGIL Mobile App: ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ଗୁଜୁରାଟ ବିଧାନସଭା ନିର୍ବାଚନରେ cVIGIL ମୋବାଇଲ୍ ଆପ୍ ବ୍ୟବହାର କରିବା ନେଇ ଜଣାଇ ଦେଇଛନ୍ତି ନିର୍ବାଚନ ଆୟୋଗ। 

 

 

cVIGIL Apps: cVIGIL ଆପ୍ ବାବଦରେ ଉଲ୍ଲେଖ କଲେ ନିର୍ବାଚନ ଆୟୋଗ, ଜାଣନ୍ତୁ ନିର୍ବାଚନରେ କାହିଁକି କରାଯିବ ବ୍ୟବହାର?

ECI introduce cVIGIL Apps: ଗୁଜୁରାଟ ବିଧାନସଭା ନିର୍ବାଚନ ୨୦୨୨ ପାଇଁ ନଭେମ୍ବର ୩ ତାରିଖ ଗୁରୁବାର କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି ଭାରତୀୟ ନିର୍ବାଚନ ଆୟୋଗ। ଏହି ଅବସରରେ ନିର୍ବାଚନ ଆୟୋଗ cVIGIL ଆପ୍ ବାବଦରେ ଉଲ୍ଲେଖ କରିଛନ୍ତି। ହେଲେ ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା କରିବା ବେଳେ ନିର୍ବାଚନ ଆୟୋଗ କାହିଁକି ଏହି cVIGIL ଆପ୍ ବାବଦରେ ଉଲ୍ଲେଖ କଲେ ତାହାର ଉତ୍ତର ଏବେ ମିଳିଯାଇଛି।     

cVIGIL ହେଉଛି ଏକ ମୋବାଇଲ୍ ଆପ୍ (Mobile App)। ଯାହା ମାଧ୍ୟମରେ ଯେ କୌଣସି ନାଗରିକ ନିର୍ବାଚନ ଆୟୋଗ (Election Commission of India) ପାଖରେ ଅଭିଯୋଗ କରିପାରିବେ। ଅଭିଯୋଗ କରାଯିବାର ୧୦୦ ମିନିଟରେ ମଧ୍ୟରେ ଜବାବ ରଖିବେ ଆୟୋଗ। ଏହି ଆପ୍ କୁ ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ଗୁଜୁରାଟ ବିଧାନସଭା ନିର୍ବାଚନରେ (Gujarat Assembly Election 2022) ବ୍ୟବହାର କରିବା ନେଇ ଜଣାଇ ଦେଇଛନ୍ତି ନିର୍ବାଚନ ଆୟୋଗ (Election Commission)। 

Also Read: UP Election 2022: ଅପରାଧିକ ପୃଷ୍ଠଭୂମି ଥିବା ପ୍ରାର୍ଥୀଙ୍କୁ ବାଜିଲା ଆଇନ ଛାଟ, EC ଙ୍କୁ ଏହି ନିର୍ଦେଶ ଦେଲେ SC

ଆୟୋଗ ଅନୁଯାୟୀ ଏଥର ଗୁଜୁରାଟ ନିର୍ବାଚନକୁ ନେଇ ଯଦି ​​କୌଣସି ମତଦାତା କୌଣସି ପ୍ରକାର ଅଭିଯୋଗ କରନ୍ତି ତାହେଲେ ୧୦୦ ମିନିଟ ମଧ୍ୟରେ ଏହାର ଉତ୍ତର ଦିଆଯିବ। ମତଦାତା cVIGIL ଆପ ମାଧ୍ୟମରେ ଅଭିଯୋଗ କରିପାରିବେ। ଯେ କୌଣସି ଅଭିଯୋଗ ଏହି ଆପ୍ ମାଧ୍ୟମରେ କରାଯାଇ ପାରିବ। ଗତ ୨୦୧୮ ବର୍ଷରେ ଲଞ୍ଚ ହୋଇଥିଲା ଏହି cVigil ଆପ୍। ଏହି ଆପ୍ ଗୁଗୁଲ ପ୍ଲେ ଷ୍ଟୋର (Google Play Store) ରେ ମଧ୍ୟ ଉପଲବ୍ଧ ରହିଛି। ଥରେ ଆପଣ ଆପ୍ ଡାଉନଲୋଡ୍ କଲେ, ଆପଣ ଆପଣଙ୍କର ଅଭିଯୋଗ ପଞ୍ଜୀକରଣ କରିବାକୁ ଲଗ୍ ଇନ୍ କରିପାରିବେ।

ଅଭିଯୋଗ ଦାଖଲ କରିବାକୁ, ଏହି ଆପ୍ କୁ ଆପଣଙ୍କୁ ଆପଣଙ୍କର ଫୋନର କ୍ୟାମେରା (Mobile Camera) ଏବଂ ଷ୍ଟୋରେଜ୍ ଆକ୍ସେସ୍ (Mobile Phone Storage Access) କରିବାକୁ ଅନୁମତି ଦେବାକୁ ହେବ। ବୈକଳ୍ପିକ ଭାବରେ, ଆପଣ cVigil ୱେବସାଇଟ୍ ମାଧ୍ୟମରେ ସମାନ କାର୍ଯ୍ୟ କରିପାରିବେ। ଥରେ ଲଗ୍ ଇନ୍ ହୋଇଗଲେ ଏହି ଆପ୍ ସମ୍ଭାବ୍ୟ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନର (Violation of Model Code of Conduct) ଏକ ତାଲିକା ଦେଖାଇବ। 

Also Read: Indian Politcs: ରାଜନୈତିକ ଦଳ ଉପରେ ବାଜିଲା ନିର୍ବାଚନ କମିଶନଙ୍କ ଛାଟ, ଜାଣନ୍ତୁ କାରଣ

ଟଙ୍କା ବଣ୍ଟନ, ମଦ ବଣ୍ଟନ, ବିନା ଅନୁମତିରେ ପୋଷ୍ଟର/ବ୍ୟାନର, ବିନା ଅନୁମତିରେ ଅସ୍ତ୍ରଶସ୍ତ୍ର ପ୍ରଦର୍ଶନ କରିବା, ଧମକ ଦେବା, ବିନା ଅନୁମତିରେ ରାଲି କରିବା, ଦେୟମୁକ୍ତ ଖବର ପ୍ରସାରଣ କରିବା, ସମ୍ପତ୍ତି ବଦନାମ, ମତଦାନ ଦିନ ମତାଦାଙ୍କୁ ପରିବହନ କରିବା ଏବଂ ମତଦାନ କେନ୍ଦ୍ରର ୨୦୦ ମିଟର ମଧ୍ୟରେ ପ୍ରଚାର କରିବା ଆଦି ବିକଳ୍ପ ଆପଣଙ୍କ ପାଖରେ ଉପଲବ୍ଧ ରହିବ। ଯାହାକୁ ଆପଣ ଅଭିଯୋଗ ଜରିଆରେ ଦର୍ଶାଇପାରିବେ। ଏହି ବିକଳ୍ପ ମଧ୍ୟରୁ ଗୋଟିଏ ଉପରେ କ୍ଲିକ୍ କରି ଆପଣ ଆପଣଙ୍କର ଅଭିଯୋଗ ପଞ୍ଜୀକରଣ କରିପାରିବେ। ଆପଣଙ୍କ ଅଭିଯୋଗ ପାଇବାର ୧୦୦ ମିନିଟ ମଧ୍ୟରେ ଉତ୍ତର ରଖିବ ଭାରତୀୟ ନିର୍ବାଚନ ଆୟୋଗ।