UP Election 2022: ଅପରାଧିକ ପୃଷ୍ଠଭୂମି ଥିବା ପ୍ରାର୍ଥୀଙ୍କୁ ବାଜିଲା ଆଇନ ଛାଟ, EC ଙ୍କୁ ଏହି ନିର୍ଦେଶ ଦେଲେ SC
Advertisement

UP Election 2022: ଅପରାଧିକ ପୃଷ୍ଠଭୂମି ଥିବା ପ୍ରାର୍ଥୀଙ୍କୁ ବାଜିଲା ଆଇନ ଛାଟ, EC ଙ୍କୁ ଏହି ନିର୍ଦେଶ ଦେଲେ SC

ଅପରାଧିକ ପୃଷ୍ଠଭୂମି ପ୍ରାର୍ଥୀଙ୍କୁ ଦଳ କାହିଁକି ଟିକେଟ ପ୍ରଦାନ ଦେଲା ତାହାର କାରଣ ଦର୍ଶାଇବେ ରାଜନୈତିକ ଦଳ।

UP Election 2022: ଅପରାଧିକ ପୃଷ୍ଠଭୂମି ଥିବା ପ୍ରାର୍ଥୀଙ୍କୁ ବାଜିଲା ଆଇନ ଛାଟ, EC ଙ୍କୁ ଏହି ନିର୍ଦେଶ ଦେଲେ SC

ଲକ୍ଷ୍ନୌ: ଚଳିତ ଅନୁଷ୍ଠିତ ହେଉଥିବା ଉତ୍ତର ପ୍ରଦେଶ ବିଧାନସଭା ଲାଗି ​​ରାଜନୈତିକ ଦଳଙ୍କ ଲାଗି ଏକ ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି ନିର୍ବାଚନ ଆୟୋଗ। ଏହି ନିର୍ଦ୍ଦେଶ ଅନୁସାରେ ଏଣିକି ରାଜନୈତିକ ଦଳଙ୍କୁ ଗଣମାଧ୍ୟମ ଜରିଆରେ ଦଳୀୟ ଟିକେଟରେ ନିର୍ବାଚନ ଲଢୁଥିବା ପ୍ରାର୍ଥୀଙ୍କ ବାବଦରେ ଖବର ଦେବାକୁ ହେବ।

ଏନେଇ ଉତ୍ତର ପ୍ରଦେଶ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଅଜୟ କୁମାର ଶୁକ୍ଳା ଗୁରୁବାର କହିଛନ୍ତି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ନିର୍ବାଚନ ଆୟୋଗ ଦ୍ୱାରା ଜାରି ହୋଇଇଥିବା ଆଦେଶରେ କୁହାଯାଇଛି ଯେ ଯଦି କୌଣସି ରାଜନୈତିକ ଦଳ ଅପରାଧିକ ପୃଷ୍ଠଭୂମି ରହିଥିବା ପ୍ରାର୍ଥୀ ଚୟନ କରନ୍ତି ତାହେଲେ ସେହି ଦଳକୁ ୪୮ ଘଣ୍ଟା ମଧ୍ୟରେ ଗଣମାଧ୍ୟମ, ସାମାଜିକ ଗଣମାଧ୍ୟମ, ଦଳୀୟ ୱେବସାଇଟ ଜରିଆରେ ସମ୍ପୃକ୍ତ ପ୍ରାର୍ଥୀଙ୍କ ବାବଦରେ ଖବର ପ୍ରସାରିତ କରିବାକୁ ହେବ। ଅପରାଧିକ ପୃଷ୍ଠଭୂମି ପ୍ରାର୍ଥୀଙ୍କୁ ଦଳ କାହିଁକି ଟିକେଟ ପ୍ରଦାନ ଦେଲା ତାହାର କାରଣ ମଧ୍ୟ ଦର୍ଶାଇବାକୁ ହେବ। ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ତାରିଖ ଠାରୁ ପ୍ରଚାର ଅବଧି ଶେଷ ପର୍ଯ୍ୟନ୍ତ ଅନ୍ତତଃ ପକ୍ଷେ ୩ ଥର ଏପରି ପ୍ରାର୍ଥୀ ଚୟନ ହେବାର କାରଣ କ'ଣ ତାହା ରାଜନୈତିକ ଦଳଙ୍କୁ ପ୍ରକାଶ ଏବଂ ପ୍ରସାରଣ କରିବାକୁ ହେବ।

Also Read: ଦାଗୀ ନେତାଙ୍କୁ ନିର୍ବାଚନରେ କାହିଁକି କଲେ ପ୍ରାର୍ଥୀ? କାରଣ ସାର୍ବଜନୀନ କରିବେ ରାଜନୈତିକ ଦଳ

ଅପରାଧିକ ପୃଷ୍ଠଭୂମି ରହିଥିବା ପ୍ରାର୍ଥୀଙ୍କ ସୂଚନା ମତାଦାତାଙ୍କ ନିକଟରେ ପହଞ୍ଚାଇବାର ଦାୟିତ୍ୱ ଉଭୟ ପ୍ରାର୍ଥୀ ଏବଂ ରାଜନୈତିକ ଦଳଙ୍କୁ ପ୍ରଦାନ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଅପରାଧିକ ପୃଷ୍ଠଭୂମି ରହିଥିବା ୨୮ ଜଣ ପ୍ରାର୍ଥୀଙ୍କ ଚୟନ ସମ୍ପର୍କରେ ବିଜେପି, ସମାଜବାଦୀ ପାର୍ଟି, ରାଷ୍ଟ୍ରୀୟ ଲୋକ ଦଳ ସୂଚନା ଦେଇଛନ୍ତି।

Also Read: ଆଦର୍ଶ ଆଚରଣ ବିଧି କ'ଣ? ନିର୍ବାଚନ ସମୟରେ କାହିଁକି ଲାଗୁଥାଏ ଏହି ନିୟମ?

ଅପରାଧିକ ପୃଷ୍ଠଭୂମି ରହିଥିବା ପ୍ରାର୍ଥୀଙ୍କ ବାବଦରେ ଗଣମାଧ୍ୟମରେ ଖବର ପ୍ରସାରିତ କରାଯାଇଛି ବୋଲି ଏହି ଦଳଙ୍କ ପକ୍ଷରୁ କୁହାଯାଇଛି। ବାକି ଦଳଙ୍କୁ ଏ ସମ୍ପର୍କିତ ସୂଚନା ପ୍ରଦାନ କରିବାକୁ ଅନୁରୋଧ କରାଯାଇଛି।  ନିର୍ବାଚନ ଆୟୋଗ ଏକ KYC ଆପ୍ ବିକଶିତ କରିଛନ୍ତି, ଯାହା ପ୍ଲେ ଷ୍ଟୋରରୁ ଉଭୟ ଆଣ୍ଡ୍ରଏଡ୍ କିମ୍ବା ଆଇଓଏସ୍ ଫୋନ ଜରିଆରେ ଡାଉନଲୋଡ୍ ହୋଇପାରିବ।

Also Read: ଏଣିକି ପ୍ରାର୍ଥୀଙ୍କୁ ଦେବାକୁ ହେବ ସିଙ୍ଗଡା, PPE Kit, ପୂଜା ପାଠ ଖର୍ଚ୍ଚର ହିସାବ: ମୂଲ୍ୟ ସ୍ଥିର କଲେ EC

ଏହି ଆପ୍ ଜରିଆରେ ପ୍ରାର୍ଥୀ ଏବଂ ସେମାନଙ୍କ ଦ୍ୱାରା ଦାଖଲ କରାଯାଇଥିବା ନିର୍ବାଚିତ ସମ୍ପର୍କିତ ସତ୍ୟପାଠ ଉପଲବ୍ଧ ରହିଛି। ଏହି ଆପ ମାଧ୍ୟମରେ କୌଣସି ପ୍ରାର୍ଥୀଙ୍କ ଅପରାଧିକ ପୃଷ୍ଠଭୂମି ରହିଛି ନା ନାହିଁ ସେ ନେଇ ସ୍ପଷ୍ଟ ସୂଚନା ପ୍ରଦାନ କରାଯାଇଛି।