୫ଟି ରାଜ୍ୟରେ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନ ୨୦୨୧ ଲାଗି ଜାରିରହିଛି ଭୋଟଗ୍ରହଣ।
Trending Photos
ନୂଆଦିଲ୍ଲୀ: ଚଳିତ ବର୍ଷ ପୁଦୁଚେରୀ ସମେତ ପଶ୍ଚିମବଙ୍ଗ, ଆସାମ, ତାମିଲନାଡୁ, କେରଳ ଆଦି ୫ଟି ରାଜ୍ୟରେ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନ ଲାଗି ଜାରି ରହିଛି ମତଦାନ। ଏପ୍ରିଲ ୬ ତାରିଖ ମଙ୍ଗଳବାର ୩ୟ ପର୍ଯ୍ୟାୟରେ ପଶ୍ଚିମବଙ୍ଗର ୩୧, ଆସାମର ୪୦, ତାମିଲନାଡୁର ୨୩୪, କେରଳର ୧୪୦, ପୁଦୁଚେରୀର ସମସ୍ତ ୩୦ ଆସନ ପାଇଁ ଚାଲିଛି ଭୋଟଗ୍ରହଣ।
ନିବାଚନ ଆୟୋଗ ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ ସକାଳ ୧୦ଟା ମଧ୍ୟରେ ଆସାମରେ ୧୨.୮୩, କେରଳରେ ୧୫.୩୩, ପୁଦୁଚେରୀରେ ୧୫.୬୩, ତାମିଲନାଡୁରେ ୭.୩୬, ପଶ୍ଚିମବଙ୍ଗରେ ୧୪.୬୨ ପ୍ରତିଶତ ମତଦାନ ହୋଇଛି। ପୁଦୁଚେରୀ ସହିତ କେରଳ, ତାମିଲନାଡୁ ଆଦି ରାଜ୍ୟର ସମସ୍ତ ବିଧାନସଭା ଆସନରେ ଚାଲିଛି ମତଦାନ। ଅନ୍ୟପଟେ ଚଳିତ ବର୍ଷ ମାର୍ଚ୍ଚ ୨୭ ତାରିଖ ପ୍ରଥମ ପର୍ଯ୍ୟାୟରେ ପଶ୍ଚିମବଙ୍ଗର ୩୦ ଏବଂ ଆସାମର ୪୭, ଏପ୍ରିଲ ୧ ତାରିଖ ଦ୍ୱିତୀୟ ପର୍ଯ୍ୟାୟରେ ପଶ୍ଚିମବଙ୍ଗର ୩୦ ଏବଂ ଆସାମର ୩୯ ବିଧାନସଭା ଆସନ ଲାଗି ହୋଇସାରିଛି ଭୋଟଗ୍ରହଣ।
Also Read: Assembly Election 2021: ପଶ୍ଚିମବଙ୍ଗରେ ୮୦.୪୩, ଆସାମରେ ୭୩.୦୩ ପ୍ରତିଶତ ମତଦାନ
ମୋଟ ୩୦ ନିର୍ବାଚିତ ଆସନ ବିଶିଷ୍ଟ ପୁଦୁଚେରୀ ବିଧାନସଭା ନିର୍ବାଚନ ୨୦୨୧ (Puducherry Assembly Election 2021) ଲାଗି ଏପ୍ରିଲ ୬ ତାରିଖ ମଙ୍ଗଳବାର ଗୋଟିଏ ପର୍ଯ୍ୟାୟରେ ହେଉଛି ଭୋଟଗ୍ରହଣ। ଏଥରର ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ମୋଟ ୩୨୪ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରିବେ ୧୦ ଲକ୍ଷ ୪ ହଜାର ୧୯୭ ମତଦାତା।
ସେହିପରି ୨୩୪ ଆସନ ବିଶିଷ୍ଟ ତାମିଲନାଡୁ ବିଧାନସଭା ନିର୍ବାଚନ ୨୦୨୧ (Tamilnadu Assembly Election 2021) ଲାଗି ଏପ୍ରିଲ ୬ ତାରିଖ ମଙ୍ଗଳବାର ଗୋଟିଏ ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଯାଇଛି ଭୋଟଗ୍ରହଣ। ତାମିଲନାଡୁ ବିଧାନସଭାର ବର୍ତ୍ତମାନର କାର୍ଯ୍ୟକାଳ ଚଳିତ ବର୍ଷ ମେ ୨୪ ତାରିଖରେ ଶେଷ ହେଉଛି। ଏଥର ପ୍ରତିଦ୍ୱନ୍ଦ୍ୱିତା କରୁଥିବା ମୋଟ ୩୯୯୮ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରିବେ ୬.୨୮ କୋଟି ମତାଦାତା।
Also Read: Assembly Election 2021: ମତଦାନ ଜାରି, ଚାଲିଛି ରାଜନେତାଙ୍କ ଭାଗ୍ୟ ପରୀକ୍ଷା
ମୋଟ ୧୪୦ ଆସନ ବିଶିଷ୍ଟ କେରଳ ବିଧାନସଭା ନିର୍ବାଚନ ୨୦୨୧ (Kerala Assembly Election 2021) ଲାଗି ଏପ୍ରିଲ ୬ ତାରିଖ ମଙ୍ଗଳବାର ଗୋଟିଏ ପର୍ଯ୍ୟାୟରେ ହେଉଛି ଭୋଟଗ୍ରହଣ। ଏଥରର ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ୯୫୭ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରିବେ ୨.୭୪ କୋଟି ଭୋଟର। ରାଜ୍ୟରେ ଏଥର ୧ କୋଟି ୩୨ ଲକ୍ଷ ୮୩ ହଜାର ୭୨୪ ପୁରୁଷ, ୧ କୋଟି ୪୧ ଲକ୍ଷ ୬୨ ହଜାର ୨୫ ମହିଳା, ୨୯୦ ଟ୍ରାନ୍ସଜେଣ୍ଡର ମତଦାତା ମତଦାନ କରିବେ।
Also Read: Assembly Elections 2021: ମତଦାନ ଜାରି; ଚାଲିଛି ପୁରୁଖା ନେତାଙ୍କ ଭାଗ୍ୟ ପରୀକ୍ଷା
ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ୨୦୨୧ (West Bengal Assembly Election 2021) ଲାଗି ତୃତୀୟ ପର୍ଯ୍ୟାୟରେ ୩ ଜିଲ୍ଲାର ୩୧ ସିଟ ଲାଗି ଚାଲିଛି ଭୋଟଗ୍ରହଣ। ଏଥର ୨୦୫ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ତୃତୀୟ ପର୍ଯ୍ୟାୟରେ ହାୱଡାର ୭, ହୁଗୁଳିର ୮, ଦକ୍ଷିଣ ୨୪ ପ୍ରଗଣାର ୧୬ଟି ବିଧାନସଭା ଆସନରେ ଚାଲିଛି ଭୋଟଗ୍ରହଣ। ଏହି ସମସ୍ତ ଆସନ ସମ୍ବେଦନଶୀଳ ହୋଇଥିବାରୁ ସେଠାରେ ୧୪୪ ଧାରା ଜାରି କରାଯାଇଛି ଏବଂ ସୁରକ୍ଷା ଲାଗି ୬୧୮ କମ୍ପାନୀ କେନ୍ଦ୍ରୀୟ ସୁରକ୍ଷା ବଳ ମୁତୟନ କରାଯାଇଛି। ସର୍ବାଧିକ ୩୦୭ କମ୍ପାନୀ ସୁରକ୍ଷା ବଳ ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାରେ ନିୟୋଜିତ କରାଯାଇଛି। ଏହି ପର୍ଯ୍ୟାୟରେ ୧୦୮୭୧ ଭୋଟ ଗ୍ରହଣ କେନ୍ଦ୍ରରେ ୭୮ ଲକ୍ଷ ୫୨ ହଜାର ୪୨୫ ଭୋଟର ଭୋଟ ଦେବେ।
Also Read: Election 2021: ୪ ରାଜ୍ୟ, ପୁଦୁଚେରୀ ପାଇଁ ତାରିଖ ଘୋଷଣା
ଆସାମ ବିଧାନସଭା ନିର୍ବାଚନ ୨୦୨୧ (Assam Assembly Election 2021) ଲାଗି ଏପ୍ରିଲ ୬ ତାରିଖ ମଙ୍ଗଳବାର ଅନୁଷ୍ଠିତ ହୋଇଛି ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ। ଏହି ପର୍ଯ୍ୟାୟରେ ରାଜ୍ୟର ୧୨ ଜିଲ୍ଲାର ୪୦ ବିଧାନସଭା ଆସନ ଲାଗି ହେଉଛି ଭୋଟଗ୍ରହଣ। ଶେଷ ପର୍ଯ୍ୟାୟରେ ୩୩୭ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଚଳିତ ବର୍ଷ ମାର୍ଚ୍ଚ ୨୭ ତାରିଖ ପ୍ରଥମ ପର୍ଯ୍ୟାୟରେ ୪୭, ଏପ୍ରିଲ ୧ ଦ୍ୱିତୀୟ ପର୍ଯ୍ୟାୟରେ ୩୯ ଆସନ ଲାଗି ହୋଇଥିଲା ଭୋଟଗ୍ରହଣ। ଉଭୟ ପର୍ଯ୍ୟାୟର ଯଥାକ୍ରମେ ୭୯.୯୩ ଏବଂ ୮୦.୯୬ ପ୍ରତିଶତ ମତଦାନ ହୋଇଥିଲା।