BJP ବିଧାୟକଙ୍କ ଗାଡିରୁ ମିଳିଲା EVM, ୪ ଅଧିକାରୀ ନିଲମ୍ବିତ
Advertisement
Article Detail0/zeeodisha/odisha877058

BJP ବିଧାୟକଙ୍କ ଗାଡିରୁ ମିଳିଲା EVM, ୪ ଅଧିକାରୀ ନିଲମ୍ବିତ


ବିଜେପି ବିଧାୟକଙ୍କ ଗାଡ଼ିରେ ଇଭିଏମ ନେବା ଘଟଣାରେ ୪ ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି ନିର୍ବାଚନ ଆୟୋଗ।

BJP ବିଧାୟକଙ୍କ ଗାଡିରୁ ମିଳିଲା EVM, ୪ ଅଧିକାରୀ ନିଲମ୍ବିତ

ଗୌହାଟି: ଉତ୍ତର-ପୂର୍ବ ରାଜ୍ୟ ଆସାମ ବିଧାନସଭା ନିର୍ବାଚନ ୨୦୨୧ ଲାଗି ଚଳିତ ବର୍ଷ ଏପ୍ରିଲ ୧ ତାରିଖ ଗୁରୁବାର ଶେଷ ହୋଇଛି ଦ୍ୱିତୀୟ ପର୍ଯ୍ୟାୟ ମତଦାନ। ଆସନ୍ତା ୬ ତାରିଖ ମଙ୍ଗଳବାର ହେବାକୁ ଯାଉଛି   ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟ ଭୋଟଗ୍ରହଣ। ଏହି ପର୍ଯ୍ୟାୟରେ ରାଜ୍ୟର ୪୦ ବିଧାନସଭା ଆସନ ଲାଗି ହେବ ଭୋଟଗ୍ରହଣ। 

ଅନ୍ତିମ ପର୍ଯ୍ୟାୟ ଭୋଟଗ୍ରହଣ ଅନୁଷ୍ଠିତ ହେବା ପୂର୍ବରୁ ଇଲେକଟ୍ରୋନିକ ଭୋଟିଂ ମେସିନ-ଇଭିଏମ (Electronic Voting Machine-EVM) ନେଇ ଏବେ ତେଜିଛି ବିବାଦ। ସଦ୍ୟ ଜଣେ ବିଜେପି ବିଧାୟକଙ୍କ ଗାଡିରୁ ଇଭିଏମ ଜବତ ହୋଇଛି। ଏ ଘଟଣାରେ ସ୍ଥାନୀୟ ପ୍ରଶାସନକୁ ରିପୋର୍ଟ ମାଗିଛନ୍ତି ନିର୍ବାଚନ ଆୟୋଗ-ଇସି (Election Commission-EC)। 

Also Read: Assembly Election 2021: ପଶ୍ଚିମବଙ୍ଗରେ ୮୦.୪୩, ଆସାମରେ ୭୩.୦୩ ପ୍ରତିଶତ ମତଦାନ

 

ଏ ମାମଲାରେ ମିଳିଥିବା ରିପୋର୍ଟ ଅନୁସାରେ ପୋଲିଂ ପାର୍ଟି (Polling Party) ଗାଡି ଖରାପ ହୋଇଯିବା ପରେ ଇଭିଏମକୁ ନେବା ଲାଗି ନିର୍ବାଚନ ଆୟୋଗ ପକ୍ଷରୁ ନିଯୁକ୍ତ ହୋଇଥିବା ସ୍ଥାନୀୟ ସେକ୍ଟର ଅଫିସର (Sector Officer) କୌଣସି ଗାଡିର ବ୍ୟବସ୍ଥା କରିନଥିଲେ। ଏହା ପରେ ଜଣେ ବିଜେପି ବିଧାୟକଙ୍କ ଗାଡିରେ ଇଭିଏମ ନିଆଯାଇଥିଲା।         

ଏ ଘଟଣାରେ ପ୍ରଶାସନ ପକ୍ଷରୁ ନିର୍ବାଚନ ଆୟୋଗଙ୍କୁ ମିଳିଥିବା ରିପୋର୍ଟ ଅନୁସାରେ ପୋଲିଂ ପାର୍ଟି ବ୍ୟବହାର କରୁଥିବା ଗାଡି ବିଜେପି ବିଧାୟକଙ୍କ ବୋଲି ପ୍ରଥମେ ଜାଣି ପାରିନଥିଲେ ନିର୍ବାଚନ ଦାୟିତ୍ୱରେ ରହିଥିବା ଅଧିକାରୀ। ଏହି ଗାଡି ସମ୍ପୃକ୍ତ ବିଧାୟକଙ୍କ ପତ୍ନୀଙ୍କ ନାଁରେ ପଞ୍ଜୀକୃତ ହୋଇଛି।         

Also Read: Assembly Election 2021: ମତଦାନ ଜାରି, ଚାଲିଛି ରାଜନେତାଙ୍କ ଭାଗ୍ୟ ପରୀକ୍ଷା

ଯେତେବେଳେ ପୋଲିଂ ପାର୍ଟି ବିଜେପି ବିଧାୟକଙ୍କ ଗାଡିରେ ଇଭିଏମ ନେଇ ଯାଉଥିଲା ସେତେବେଳେ ଲୋକେ ଏହାକୁ ଦେଖିବା ପରେ ଏହି ଗାଡିକୁ ଅଟକାଇଥିଲେ। ଲୋକେ ଏହି ଗାଡିକୁ ଦେଖିବା ପରେ ପୋଲି ପାର୍ଟକୁ ବାହାରି ଆସିବାକୁ କହିଥିଲେ। ଏହି ଇଭିଏମରେ ଭୋଟଗ୍ରହଣ ହୋଇଥିଲା। ଏହାର ସିଲ ଭାଙ୍ଗି ନାହିଁ। 

ଏ ଘଟଣାରେ ନିର୍ବାଚନ କମିଶନ, ନିର୍ବାଚନ ଦାୟିତ୍ୱରେ ଥିବା ୪ ଅଧିକାରୀଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସେମାନଙ୍କୁ ନିଲମ୍ବିତ କରିବା ସହ ସେମାନଙ୍କ ବିରୁଦ୍ଧରେ ମାମଲା ଦାଏର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପଟେ ଯେଉଁ ସ୍ଥାନରୁ ଏହି ଇଭିଏମ ଧରାପଡିଛି ସେଠାକାର ସ୍ଥାନୀୟ ପ୍ରଶାସନକୁ ବିସ୍ତୃତ ରିପୋର୍ଟ ଦେବା ଲାଗି ନିର୍ଦେଶ ଦେଇଛନ୍ତି ନିର୍ବାଚନ କମିଶନ।    

Also Read: Assembly Elections 2021: ମତଦାନ ଜାରି; ଚାଲିଛି ପୁରୁଖା ନେତାଙ୍କ ଭାଗ୍ୟ ପରୀକ୍ଷା

 

ବିଜେପି ବିଧାୟକଙ୍କ ଗାଡିରୁ ଇଭିଏମ ମିଳିବା ଘଟଣାରେ ପ୍ରଶ୍ନ ଉଠାଇଛି ବିରୋଧି କଂଗ୍ରେସ। ଏହି ଘଟଣାରେ ପ୍ରତିକ୍ରିୟା ରଖି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଟ୍ୱିଟ କରି କହିଛନ୍ତି ପ୍ରତ୍ୟକ ନିର୍ବାଚନ ସମୟରେ ଏପରି ଘଟଣା ସାମ୍ନାକୁ ଆସୁଛି। ଘରୋଇ ଲୋକଙ୍କ ଗାଡିରେ ଇଭିଏମ କୌଣସି ସ୍ଥାନକୁ ନେଇଯାଉଥିବା ସମୟରେ ଧରାପଡୁଛି। ହେଲେ ଏହାକୁ ମିଛ ଘଟଣା କହି ଖାରଜ କରି ଦିଆଯାଉଛି।