ଦେଶବ୍ୟାପୀ 'ଭାରତ ବନ୍ଦ', ଏହି ସବୁ ରାସ୍ତା ଦେଇ ଆପଣ କରିପାରିବେ ଯାତାୟତ...
Advertisement
Article Detail0/zeeodisha/odisha801897

ଦେଶବ୍ୟାପୀ 'ଭାରତ ବନ୍ଦ', ଏହି ସବୁ ରାସ୍ତା ଦେଇ ଆପଣ କରିପାରିବେ ଯାତାୟତ...

କୃଷି ଆଇନକୁ (Agriculture Law) ବିରୋଧ କରି  ଭାରତୀୟ କୃଷକ ସଂଗଠନ ଆଜି ଦେଶ ତମାମ ଭାରତ ବନ୍ଦ (Bharth Bandh) ଡାକରା ଦେଇଛି । 

ଦେଶବ୍ୟାପୀ 'ଭାରତ ବନ୍ଦ', ଏହି ସବୁ ରାସ୍ତା ଦେଇ ଆପଣ କରିପାରିବେ ଯାତାୟତ...

ନୂଆଦିଲ୍ଲୀ: କୃଷି ଆଇନକୁ (Agriculture Law) ବିରୋଧ କରି  ଭାରତୀୟ କୃଷକ ସଂଗଠନ ଆଜି ଦେଶ ତମାମ ଭାରତ ବନ୍ଦ (Bharth Bandh) ଡାକରା ଦେଇଛି । ତେବେ କୃଷକମାନେ କହିଛନ୍ତି କି, ଭାରତ ବନ୍ଦ ସମୟରେ ଦେଶରେ ଟ୍ରାଫିକ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଭାବେ ଠପ କରିଦିଆଯିବ । ଏହି ସମୟରେ କେବଳ ଜରୁରୀକାଳିନ ସେବାକୁ ଅନୁମତି ପ୍ରଦାନ କରାଯିବ । ସେପଟେ ଏହି ବନ୍ଦକୁ ଦୃଷ୍ଟିରେ ରଖି ରାଜ୍ୟରେ ପୋଲିସ ପ୍ରଶାସନ ଆଡଭାଇଜାରୀ (Traffic Advisory) ଜାରି କରିଛି । 

ଅଧିକ ପଢନ୍ତୁ: ପରୀ ହତ୍ୟା ଘଟଣା; କଂଗ୍ରେସ-ବିଜେପି ଟଣାଓଟରା,ବିଜେଡି କହିଲା ଏମିତି

ଦିଲ୍ଲୀ (Delhi Border) ସୀମାନ୍ତ ସିଙ୍ଘୁ ବର୍ଡର (Singhu Border), ଗାଜିପୁର (Ghazipur Border), ଟିକରୀ ଓ ଚିଲ୍ଲା ବର୍ଡରରେ ପୂର୍ବ ଭଳି ବନ୍ଦ ରହିବ । ଏଠାରେ ଦୀର୍ଘ ୧୨ ଦିନ ହେବ ଟ୍ରାଫିକ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିଦିଆଯାଇଛି । ସେହିପରି ଟିକରି, ଝରୋନ୍ଦୋ, ଧନସା ସୀମାକୁ ବନ୍ଦ ରଖାଯାଇଛି । ବଦୁସରାୟ ସୀମାରେ କେବଳ ଦୁଇ ଓ ଚାରି ଚକିଆ ଗାଡ଼ିକୁ ଅନୁମତି ପ୍ରଦାନ କରାଯାଉଛି । ସେହିପରି ଝାଟିକରା ସୀମାରେ କେବଳ ଦୁଇ ଚକିଆ ଯାନକୁ ହିଁ ଅନୁମତି ମିଳୁଛି । 

ଅଧିକ ପଢନ୍ତୁ: ଭାରତ ବନ୍ଦ: ବିଜେପି-ବିଜେଡି-କଂଗ୍ରେସ ମୁହାଁମୁହିଁ

ଦିଲ୍ଲୀ ଓ ହରିଆଣା ମଧ୍ୟରେ ଦରୌଲା, କାପସହେଡା, ରଜୌକରୀ ଜାତୀୟ ରାଜପଥ ୮, ବିଜାଓ୍ୱସନ, ପାଲମ ବିହାର ଓ ଦୁନ୍ଦେହେରା ସୀମାରେ ଚଳପ୍ରଚଳ ପାଇଁ ପୋଲିସ ଅନୁମତି ପ୍ରଦାନ କରିଛନ୍ତି । ଦିଲ୍ଲୀ-ଗାଜିଆବାଦ ଗାଜିପୁର ସୀମାକୁ ବନ୍ଦ ରଖାଯାଇଛି । କୃଷକ ଆନ୍ଦୋଳନ ଚାଲିଥିବାରୁ ଏହାକୁ ବନ୍ଦ କରିଦିଆଯାଇଛି । ଫଳରେ ଯାତ୍ରୀମାନେ ଦିଲ୍ଲୀ ଯିବା ପାଇଁ ଅପସରା, ଭୋପୁରା, ଡିଏନଜି ରାସ୍ତା ଦେଇ ଯାତ୍ରୀମାନେ ଦିଲ୍ଲୀ ଯାଇପାରିବେ । 

ଅଧିକ ପଢନ୍ତୁ: ପୁଣି ସଙ୍କଟରେ ଗେହଲଟ ସରକାର!

ସେହିପରି ସିଙ୍ଗୁ ଅଚୌନ୍ଦୀ, ପିୟାଓ ମନିୟାରୀ, ମଙ୍ଗେଶ ସୀମାକୁ ବନ୍ଦ କରିଦିଆଯାଇଛି । ଜାତୀୟ ରାଜପଥ ୪୪କୁ ମଧ୍ୟ ବନ୍ଦ କରିଦିଆଯାଇଛି । ଲାମପୁର, ସୌଫିୟାବାଦ, ସବୋଲି ସୀମା ଦେଇ ଯାତାୟାତ କରିବାକୁ ଅନୁମତି ମିଳିଛି । ସେପଟେ ହରିଆଣା ପୋଲିସ କହିବା ମୁତାବକ ନୁଁହ ଓ ନାରନୌଲ ରାସ୍ତା ବ୍ୟତୀତ ରାଜ୍ୟର ସମସ୍ତ ଜିଲ୍ଲାରେ ଜାମ ଦେଖାଦେଇଯାଇପାରେ । ଦିଲ୍ଲୀ-ଅମ୍ବାଲା ଜାତୀୟ ରାଜପଥ, ଦିଲ୍ଲୀ-ହିସାର, ଦିଲ୍ଲୀ-ପଲଓ୍ୱଲ ଓ ଦିଲ୍ଲୀ-ରଓ୍ୱାଡି ଏହି ବନ୍ଦରେ ପ୍ରଭାବିତ ହେବାର ସମ୍ଭାବନା ରହିଥିବା ନେଇ ପୋଲିସ ସୂଚନା ଦେଇଛି । 

ସେହିପରି ଓଡ଼ିଶାରେ ମଧ୍ୟ ଭାରତ ବନ୍ଦର ପ୍ରଭାବ ପଡ଼ିଥିବା ଦେଖିବାକୁ ମିଳିଛି । ସକାଳ ପ୍ରାୟ ୭ଟାରୁ ବନ୍ଦ କରାଯାଇଛି । ଏହାର ପ୍ରଭାବରେ ଭୁବନେଶ୍ୱର, ବାଲେଶ୍ୱର, ଭଦ୍ରକ, ବ୍ରହ୍ମପୁର ଆଦି ସ୍ଥାନରେ କୃଷକ ସଂଗଠନ ରାଜରାସ୍ତାକୁ ଓହ୍ଲାଇ ଭାରତବନ୍ଦ କରିଛନ୍ତି ।