Presidential Election 2022: ବିରୋଧ ଦଳର ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠାଇଲା ଶିବସେନା
Advertisement
Article Detail0/zeeodisha/odisha1225655

Presidential Election 2022: ବିରୋଧ ଦଳର ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠାଇଲା ଶିବସେନା

ShivSena Advice to Opposition: ଯଦି ବିରୋଧି ଏହି ନିର୍ବାଚନରେ ମଜବୁତ ପ୍ରାର୍ଥୀ ଛିଡା ନ କରି ପାରନ୍ତି ତାହେଲେ ଦେଶକୁ ବିକଳ୍ପ ପ୍ରଧାନମନ୍ତ୍ରୀ କିପରି ଦେବେ।

 Presidential Election 2022: ବିରୋଧ ଦଳର ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠାଇଲା ଶିବସେନା

ShivSena Advice to Opposition: ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ରାଷ୍ଚ୍ରପତି ନିର୍ବାଚନକୁ ନେଇ ବିରୋଧି ଦଳର ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇଛି ଶିବ ସେନା। ଏନେଇ ଦଳ ପକ୍ଷରୁ କୁହାଯାଇଛି ବିରୋଧି ରାଷ୍ଟ୍ରପତି ନିର୍ବାଚନକୁ ଗୁରୁତର ସହ ନିଅନ୍ତୁ।  ଯଦି ବିରୋଧି ଏହି ନିର୍ବାଚନରେ ମଜବୁତ ପ୍ରାର୍ଥୀ ଛିଡା ନ କରି ପାରନ୍ତି ତାହେଲେ ଦେଶକୁ ବିକଳ୍ପ ପ୍ରଧାନମନ୍ତ୍ରୀ କିପରି ଦେବେ। ବିରୋଧି ପକ୍ଷରୁ ଗୋପାଳ କୃଷ୍ଣ ଗାନ୍ଧୀ ଏବଂ ପୂର୍ବତନ ଜାମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲାଙ୍କୁ  ପ୍ରାର୍ଥୀ କରିବାକୁ ଚର୍ଚ୍ଚା ହେଉଛି ମାତ୍ର ରାଷ୍ଟ୍ରପତି ନିର୍ବାଚନକୁ ପ୍ରତିଦ୍ୱନ୍ଦ୍ୱିତା ମୂଳକ କରିବା ପାଇଁ କୌଣସି ବ୍ୟକ୍ତିତ୍ୱ ନାହାଁନ୍ତି। 

ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ରାଷ୍ଚ୍ରପତି ନିର୍ବାଚନ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଦଳୀୟ ମୁଖପତ୍ର ସାମନା  ଜରିଆରେ ଶିବସେନା ପକ୍ଷରୁ କୁହାଯାଇଛି ଏପରି କୌଣସି ସମ୍ଭାବନା ନାହିଁ ସରକାର କୌଣସି କୌଣସି ତେଜସ୍ୱୀ ପ୍ରାର୍ଥୀଙ୍କୁ ଆଣିବେ। ପାଞ୍ଚ ବର୍ଷ ଦୁଇ ତିନି ଜଣ ଲୋକ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ନିର୍ବାଚିତ କରିଥିଲେ। ଏଥର ମଧ୍ୟ ଏପରି ହୋଇପାରେ। 
 
ରାଷ୍ଟ୍ରପତି ନିର୍ବାଚନରେ ବିରୋଧି ଦଳ ପକ୍ଷରୁ ସହମତି ଭତ୍ତିରେ ପ୍ରାର୍ଥୀ ଦେବାକୁ ଜୁନ ୧୫ ତାରିଖ ବୁଧବାର ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀସ୍ଥିତ କନଷ୍ଟିଚ୍ୟୁସନ କ୍ଲବ ଠାରେ ଆୟୋଜିତ ହୋଇଥିଲା ଏକ ବୈଠକ। ଯେଉଁଥିରେ ବିଭିନ୍ନ ଦଳର ନେତା ଯୋଗ ଦେଇଥିଲେ। ଏହି ବୈଠକରେ ଶରଦ ପାୱରଙ୍କୁ ପ୍ରାର୍ଥୀ କରିବାକୁ ପ୍ରସ୍ତାବ ଦିଆଯାଇଥିଲା। ମାତ୍ର ନିଜେ ସେ ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ। ଆସନ୍ତା ୨୦-୨୧ ତାରିଖରେ ମୁମ୍ବାଇ ଠାରେ ବିରୋଧି ଦଳ ପକ୍ଷରୁ ଅନ୍ୟ ଏକ ବୈଠକ ଆୟୋଜିତ ହେବାକୁ ଯାଉଛି। ଯେଉଁ ବୈଠକରେ ରାଷ୍ଚ୍ରପତି ନିର୍ବାଚନରେ ସହମତି ଭତ୍ତିରେ ପ୍ରାର୍ଥୀ ଦେବା ନେଇ ଚର୍ଚ୍ଚା ହୋଇପାରେ।      

ରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ ହେବାକୁ ଏନସିପି ସୁପ୍ରିମୋ ଶରଦ ପାୱର ମନା କରିବା ପରେ ପ୍ରାର୍ଥୀ କିଏ ହେବ ବୋଲି ବିରୋଧି ଦଳକୁ ପ୍ରଶ୍ନ କରିଛି ଶିବସେନା। ଯଦି ଏହି କାମ ୬ ମାସ ପୂର୍ବରୁ କରାଯାଇଥାନ୍ତା ତାହେଲେ ରାଷ୍ଟ୍ରପତି ନିର୍ବାଚନକୁ ବିରୋଧି ଗୁରୁତର ସହ ନେଉଛନ୍ତି ବୋଲି ଜଣାପଡୁଥାନ୍ତା। ଯଦି ବିରୋଧି ଏହି ନିର୍ବାଚନରେ ମଜବୁତ ପ୍ରାର୍ଥୀ ଛିଡା ନ କରି ପାରନ୍ତି ତାହେଲେ ଦେଶକୁ ବିକଳ୍ପ ପ୍ରଧାନମନ୍ତ୍ରୀ କିପରି ଦେବେ। ଯଦି ୨୦୨୪ ଲୋକସଭା ନିର୍ବାଚନରେ ବିରୋଧି ବିଜୟ ହାସଲ କରନ୍ତି ତାହେଲେ ଅନେକ ଦଳର ନେତା  ପ୍ରଧାନମନ୍ତ୍ରୀ ହେବାକୁ ମାଡି ଆସିବେ। ମାତ୍ର ରାଷ୍ଟ୍ରପତି ନିର୍ବାଚନ ମୁକାବିଲାରୁ ସମସ୍ତେ ଦୂରେଇ ରହୁଛନ୍ତି। ୨୦୨୨ ରାଷ୍ଟ୍ରପତି ନିର୍ବାଚନ ହେଉଛି ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଏକ ଅଭ୍ୟାସ ମ୍ୟାଚ୍। ଏହାକୁ ବିରୋଧି ଗୁରୁତର ସହ ନେବା ଆବଶ୍ୟକ।  

ରାଷ୍ଟ୍ରପତି କେବଳ  ରବର ଷ୍ଟାମ୍ପ ହୋଇନଥାନ୍ତି। ସେ ହେଉଛନ୍ତି ଦେଶର ସମ୍ବିଧାନ ଏବଂ ନ୍ୟାୟପାଳିକାର ସଂରକ୍ଷକ। ବର୍ତ୍ତମାନର ରାଷ୍ଚ୍ରପତି ରାମନାଥ କୋବିନ୍ଦଙ୍କ ଉଦ୍ଦେଶ୍ୟରେ ଟାର୍ଗେଟ କରି ଶିବସେନା ପକ୍ଷରୁ କୁହାଯାଇଛି ସେ  ସଂସଦ, ଗଣମାଧ୍ୟମ, ନ୍ୟାୟପାଳିକା, ପ୍ରଶାସନିକ କ୍ଷମତାରେ ରହିଥିବା ଲୋକଙ୍କ ଆଗରେ ଆଣ୍ଠେଇ ପଡ଼ିଛନ୍ତି। ଦେଶରେ ସାମ୍ପଦ୍ରାୟିକ ବିଭାଜନ ବଢିଛି ହେଲେ ରାଷ୍ଟ୍ରପତି ଚୁପ୍ ଅଛନ୍ତି। ଯଦି ରାଷ୍ଟ୍ରପତି କୌଣସି ଆଭିମୁଖ୍ୟ ଗ୍ରହଣ ନ କରନ୍ତି ତାହେଲେ ଦେଶର ଅଖଣ୍ଡତା ପ୍ରତି ବିପଦ ଆସିବ। ଦେଶର ୩ ସେନାବାହିନୀର ସର୍ବୋଚ୍ଚ କମାଣ୍ଡର ଏବଂ ନ୍ୟାୟପାଳିକା ମୁଖ୍ୟ ହେଉଛନ୍ତି ରାଷ୍ଟ୍ରପତି। ରାଷ୍ଟ୍ରପତି ଦେଶକୁ ଦିଗଦର୍ଶନ ଦେଇଥାନ୍ତି। ମାତ୍ର କିଛି ବର୍ଷ ହେବ ଏହି ପଦବୀରେ ବସିଥିବା ବ୍ୟକ୍ତି ତାଙ୍କ ଇଚ୍ଛା ଅନୁଯାୟୀ କୌଣସି କାର୍ଯ୍ୟ କରି ପାରୁ ନାହାଁନ୍ତି।

Also Read: ରାଷ୍ଟ୍ରପତି ନିର୍ବାଚନ ଲଢିବାକୁ ନେଇ ପ୍ରତିକ୍ରିୟା ରଖିଲେ ଏନସିପି ସୁପ୍ରିମୋ ଶରଦ ପାୱର

Also Read: ରାଷ୍ଟ୍ରପତି ନିର୍ବାଚନ ଲଢିବାକୁ ନେଇ ପ୍ରତିକ୍ରିୟା ରଖିଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର

Also Read: Presidential Election 2022: ପ୍ରାର୍ଥୀ ଚୟନ ନେଇ ବିରୋଧି ଦଳ ପକ୍ଷରୁ ବୈଠକ ଆୟୋଜିତ