Odisha Election 2024: ସ୍ବାମୀଙ୍କ ସହ ପଦ୍ମ ଧରିଲେ ପୂର୍ବତନ ମହିଳା କମିଶନ ଅଧ୍ୟକ୍ଷା ଜ୍ୟୋତି ପାଣିଗ୍ରାହୀ
Advertisement

Odisha Election 2024: ସ୍ବାମୀଙ୍କ ସହ ପଦ୍ମ ଧରିଲେ ପୂର୍ବତନ ମହିଳା କମିଶନ ଅଧ୍ୟକ୍ଷା ଜ୍ୟୋତି ପାଣିଗ୍ରାହୀ

Jyoti Panigrahi: ବିଜେପିରେ (BJP) ମିଶିଲେ ପୂର୍ବତନ ମହିଳା କମିଶନ ଅଧ୍ୟକ୍ଷା ଜ୍ୟୋତି ପାଣିଗ୍ରାହୀ (Jyoti Panigrahi) । ବିଜେଡିରୁ (BJD) ଟିକେଟ୍ ନମିଳିବା ପରେ ସେ କିଛି ଦିନ ତଳେ ଦଳରୁ ଇସ୍ତଫା ଦେଇଥିଲେ । ତାଙ୍କ ସହ ତାଙ୍କ ସ୍ବାମୀ ତଥା ବଲାଙ୍ଗୀରର ବରିଷ୍ଠ ଆଇନଜୀବୀ ସରୋଜ ପାଣିଗ୍ରାହୀ (Saroj Panigrahi) ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି ।

ଖବର ଅନୁଯାୟୀ, ବିଜେଡ଼ିର ଜଣେ ଦକ୍ଷ ନେତ୍ରୀ ଭାବେ ବେଶ ଜଣାସୁଣା ଥିଲେ ଜ୍ୟୋତି ପାଣିଗ୍ରାହୀ । ଦଳ ତାଙ୍କୁ ସୁନ୍ଦରଗଡ଼ର ପର୍ଯ୍ୟବେକ୍ଷକ ଦାୟିତ୍ବ ମଧ୍ଯ ଦେଇଥିଲା । ହେଲେ ଗତ ଗୁରୁବାର ଅର୍ଥାତ୍ ଏପ୍ରିଲ ୧୧ରେ ଜ୍ୟୋତି ଦଳରୁ ଇସ୍ତଫା ଦେଇଥିଲେ । ନିଜ ଇସ୍ତଫା ପତ୍ରରେ ସେ ଲେଖିଥିଲେ, ‘ପୂର୍ବ ପରି ଦଳ ଆଉ ନାହିଁ । ଦଳର ନେତାଙ୍କୁ ଆଉ ଭେଟି ହେଉନାହିଁ । ତେଣୁ ମୁଁ ବାଧ୍ଯ ହୋଇ ଦଳ ଛାଡୁଛି’ । ତେବେ ବିଜେଡ଼ି ଛାଡ଼ିବାର କିଛିଦିନ ପରେ ସୋମାବାର ପଦ୍ମ ଧରିଛନ୍ତି ଜ୍ୟୋତି ପାଣିଗ୍ରାହୀ ।  

Also Read- Potato Price Hike: ସପ୍ତାହକରେ ୮ ଟଙ୍କା ବଢିଲା ଆଳୁ ଦର, ଚିନ୍ତାରେ ଗ୍ରାହକ

Also Read- Heat Wave: ସକାଳୁ ଜଳୁଛି ରାଜଧାନୀ, ୩୦ ଡିଗ୍ରୀ ଟପିଲା ୧୦ ସହରର ତାପମାତ୍ରା

ଏହା ସହ ବିଜେଡି ଛାଡି ନୂଆପଡ଼ାର ବହୁ ଯୁବ ନେତା ବିଜେପିରେ ସାମିଲ ହୋଇଛନ୍ତି । ବିଜେଡିର ସମ୍ପାଦକ ସରୋଜ ସାହୁ, ଜିଲ୍ଲା ଯୁବ ବିଜେଡି ସଭାପତି ହରିଶଚନ୍ଦ୍ର ପଣ୍ଡା, ଡୁମେରପାଣି ସରପଞ୍ଚ ଟିକେରାମ ସାହୁ, ସହ ଅନେକ କର୍ମୀ ବିଜେପିରେ ମିଶିଛନ୍ତି । ମିଶ୍ରଣ ପର୍ବରେ ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ବସନ୍ତ ପଣ୍ଡାଙ୍କ ସହ ଅନେକ ନେତା ଉପସ୍ଥିତ ଥିଲେ ।