Gujarat Politics: କଂଗ୍ରେସକୁ ବଡ଼ ଝଟକା ଦେଲା ବିଜେପି
Advertisement
Article Detail0/zeeodisha/odisha1383403

Gujarat Politics: କଂଗ୍ରେସକୁ ବଡ଼ ଝଟକା ଦେଲା ବିଜେପି

Gujarat  Assembly Election 2022: ଅକ୍ଟୋବର ୪ ତାରିଖ ମଙ୍ଗଳବାର ସେ ବିଧାନସଭା ଅଧ୍ୟକ୍ଷ ନିମାବେନ ଆଚାର୍ଯ୍ୟଙ୍କ ପାଖକୁ ତାଙ୍କର ଇସ୍ତଫା ପତ୍ର ପଠାଇ ଦେଇଥିଲେ।

Gujarat Politics: କଂଗ୍ରେସକୁ ବଡ଼ ଝଟକା ଦେଲା ବିଜେପି

Gujarat MLA Harshadkumar Ribadiya: ଚଳିତ ବର୍ଷ ଶେଷ ଆଡକୁ ହେବାକୁ ଯାଉଥିବା ଗୁଜୁରାଟ ବିଧାନସଭା ନିର୍ବାଚନ ପୂର୍ବରୁ ବିରୋଧି କଂଗ୍ରେସକୁ ଜୋରଦାର ଝଟକା ଦେଇଛି ଶାସକ ବିଜେପି। ବିରୋଧୀ ପକ୍ଷର ଜଣେ ବିଧାୟକଙ୍କୁ ନିଜ ଗୋଷ୍ଠୀରେ ସାମିଲ କରାଇବାରେ ସଫଳ ହୋଇଛି ଶାସକ ଦଳ। ଗୋଟିଏ ପଟେ ଦିନକୁ ଦିନ ନିର୍ବାଚନ ପାଖେଇ ଆସୁଥିବା ଅନ୍ୟ ପଟେ ଆରମ୍ଭ ହୋଇଯାଇଛି ନେତାଙ୍କ ଦଳ ବଦଳ ପ୍ରକ୍ରିୟା।

ଅକ୍ଟୋବର ୬ ତାରିଖ ଗୁରୁବାର ରାଜଧାନୀ ଗାନ୍ଧୀ ନଗର ସ୍ଥିତ ଦଳୀୟ ମୁଖ୍ୟାଳୟ ଠାରେ ବିଜେପି ହାତ ଧରିଛନ୍ତି ଦଳ ଛାଡ଼ିଥିବା  କଂଗ୍ରେସ ବିଧାୟକ ହର୍ଷଦ ରିବାଦିଆ। ଅକ୍ଟୋବର ୪ ତାରିଖ ମଙ୍ଗଳବାର ସେ ବିଧାନସଭା ଅଧ୍ୟକ୍ଷ ନିମାବେନ ଆଚାର୍ଯ୍ୟଙ୍କ ପାଖକୁ ତାଙ୍କର ଇସ୍ତଫା ପତ୍ର ପଠାଇ ଦେଇଥିଲେ। ବିଧାୟକ ପଦରୁ ଇସ୍ତଫା ପରେ କଂଗ୍ରେସ ବିଧାୟକ ଦଳ ବିରୋଧରେ ବର୍ଷିଥିଲେ। 

କଂଗ୍ରେସ ବିଧାୟକ ହର୍ଷଦ ରିବାଦିଆ (Congress MLA Harshadkumar Ribadiya) ଯେଉଁ ଆସନରୁ ଗୁଜୁରାଟ ବିଧାନସଭାକୁ (Gujarat Legislative Assembly) ପ୍ରତିନିଧିତ୍ୱ କରୁଛନ୍ତି ତାହା ରାଜ୍ୟର ସୌରାଷ୍ଟ୍ର ଅଞ୍ଚଳରେ (Gujarat Saurashtra Region) ଅବସ୍ଥିତ। ଏହି ଅଞ୍ଚଳରୁ ଲେଓବା ପଟେଲ ସମ୍ପ୍ରଦାୟର (Leuva Patel Community) ଲୋକଙ୍କୁ ସାଧାରଣତଃ ନିର୍ବାଚିତ କରା ଯାଇଥାଏ। ତାଙ୍କୁ ଜଣେ ମଜବୁତ ପଟିଦାର ନେତା (Patidar Leader) ଭାବେ ପରିଗଣିତ କରାଯାଏ।  ସେ ବର୍ତ୍ତମାନ ରାଜ୍ୟର ଜୁନଗଡ଼ ଜିଲ୍ଲାରେ (Junagadh District) ଅବସ୍ଥିତ ବିସାବଦର ବିଧାନସଭା ଆସନର (Visavadar Assembly Constituency) ପ୍ରତିନିଧିତ୍ୱ କରୁଥିଲେ।

Also Read: Gujarat Politics: ଗୁଜରାଟରେ କଂଗ୍ରେସକୁ ବଡ଼ ଝଟକା: ଆପ୍ ମୁହଁ କଂଗ୍ରେସ ବିଧାୟକ

 

ମଙ୍ଗଳବାର ବିଧାୟକ ପଦରୁ ଇସ୍ତଫା ଦେଇଥିବା ହର୍ଷଦ ରିବାଦିଆଙ୍କୁ ଗୁରୁବାର ରାଜଧାନୀ ଗାନ୍ଧୀନଗରସ୍ଥିତ ଗୁଜୁରାଟ ବିଜେପି ମୁଖ୍ୟାଳୟ କମଳମ ଠାରେ ଆୟୋଜିତ ହୋଇଥିବା ଏକ କାର୍ଯ୍ୟକ୍ରମରେ ଦଳରେ ଅନ୍ତର୍ଭୁକ୍ତ କରାଯାଇଛି। ଗୁଜୁରାଟ ବିଜେପି ସାଧାରଣ ସମ୍ପାଦକ ପ୍ରଦୀପ ସିଂବ ବାଘେଲା ତାଙ୍କୁ ଦଳରେ ସ୍ୱାଗତ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ବହୁ ସ୍ଥାନୀୟ କଂଗ୍ରେସ ନେତା ମଧ୍ୟ ଦଳରେ ଯୋଗ ଦେଇଛନ୍ତି। ବିଜେପି ହାତ ଧରିବା ପରେ ପୂର୍ବତନ କଂଗ୍ରେସ ବିଧାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱକୁ ପ୍ରଶଂସା କରିବା ସହ ସେ କେନ୍ଦ୍ର ସରକାରଙ୍କ କୃଷକ ବନ୍ଧୁତ୍ୱପୂର୍ଣ୍ଣ ନୀତି ଏବଂ ସର୍ବନିମ୍ନ ସହାୟକ ମୂଲ୍ୟ ବଢାଇବା ଏବଂ ଚାଷୀଙ୍କୁ ପ୍ରଦାନ କରା ଯାଉଥିବା ସହାୟତାକୁ ପ୍ରଶଂସା କରିଛନ୍ତି। 

ବିଧାୟକ ପଦରୁ ଇସ୍ତଫା ଦେବା ପରେ କଂଗ୍ରେସକୁ ଏକ ଦିଗହୀନ ଦଳ ବୋଲି କହିଛନ୍ତି ହର୍ଷଦ ରିବାଦିଆ। ଦଳୀୟ ନେତୃତ୍ୱ ମୋତେ ଆବଶ୍ୟକ ସମୟରେ ସାହାଯ୍ୟ କରିନାହାଁନ୍ତି। ପ୍ରଧାନମନ୍ତ୍ରୀ ମୋଦି କିପରି ଭାବରେ ଦେଶର ବିକାଶ କରୁଛନ୍ତି ଏବଂ ଏମଏସପି ବୃଦ୍ଧି କରି ଅନ୍ୟାନ୍ୟ ପଦକ୍ଷେପ ନେଇ କୃଷକଙ୍କ ସ୍ୱାର୍ଥ ରକ୍ଷା ପାଇଁ କାର୍ଯ୍ୟ କରୁଛନ୍ତି ମୁଁ ଏହା ଦ୍ୱାରା ଅତ୍ୟନ୍ତ ପ୍ରଭାବିତ ହୋଇଛି। ମୋ ନିର୍ବାଚନମଣ୍ଡଳୀର ଲୋକେ ମଧ୍ୟ ବିଜେପିର ନୀତି ଦ୍ୱାରା ପ୍ରଭାବିତ ହୋଇଛନ୍ତି। ବିଜେପି ସରକାର ଦିନେ ମୋ ଅଞ୍ଚଳର ଚାଷୀଙ୍କୁ ବିଦ୍ୟୁତ ଯୋଗାଣ ପାଇଁ ମୋର ଅନୁରୋଧକୁ ବିଚାର କରିଛନ୍ତି। ଏପରି ଅନେକ ପଦକ୍ଷେପ ମୋତେ ପ୍ରଭାବିତ କରିଛି ଏବଂ ସେଥିପାଇଁ ମୁଁ ବିଜେପିରେ ଯୋଗ ଦେଇଛି। ଆଗାମୀ ଦିନରେ ମୋର ଅନେକ ସହଯୋଗୀ ମଧ୍ୟ ବିଜେପିରେ ଯୋଗଦେବେ। ଆମେ ଦଳର ସୈନିକ ଭାବରେ କାର୍ଯ୍ୟ କରିବୁ।