ବିଜେଡିର ପୂର୍ବତନ ସାଂସଦ କଂଗ୍ରେସରେ ମିଶିବା ଓ ପିସିସି ପଦ ପାଇବାର ସମ୍ଭାବନା କୁ ନେଇ ଚର୍ଚ୍ଚା
Advertisement

ବିଜେଡିର ପୂର୍ବତନ ସାଂସଦ କଂଗ୍ରେସରେ ମିଶିବା ଓ ପିସିସି ପଦ ପାଇବାର ସମ୍ଭାବନା କୁ ନେଇ ଚର୍ଚ୍ଚା

କଂଗ୍ରେସର ପିସିସି ସଭାପତି ପଦକୁ ନେଇ ଚାଲିଥିବା କନ୍ଦଳ ମଧ୍ୟରେ ,କଂଗ୍ରେସର ବରିଷ୍ଠ ନେତାମାନେ ଦିଲ୍ଲୀରେ ଡେରା ପକେଇଛନ୍ତି I ତେବେ କିଏ ହେବ ପିସିସି ସଭାପତି ହେବ ଏ ନେଇ ଦଳ ପକ୍ଷରୁ କୌଣସି ସ୍ପଷ୍ଟ ହୋଇନଥିଲେ ମଧ୍ୟ ଓଡିଶା ରାଜନୈତିକ ପାଠଶାଳାରେ ଗୋଟିଏ ନାଁ କୁ ନେଇ ବଡ ଚର୍ଚ୍ଚା ଚାଲିଛିI ଶୁଣିବାକୁ ମିଳୁଛି ଢେଙ୍କାନାଳର ପୂର୍ବତନ ସାଂସଦ ତଥା ଓଡିଶା ଗଣମାଧ୍ୟମର ଚର୍ଚ୍ଚିତ ସମ୍ପାଦକ, କଂଗ୍ରେସରେ ମିଶିବା ସହିତ ପିସିସି ସଭାପତି ପଦ ପାଇବାର ସମ୍ଭାବନାକୁ ନେଇ ରାଜ୍ୟରେ ଚାଲିଛି ବଡ ଚର୍ଚ୍ଚାl 

ବିଜେଡିର ପୂର୍ବତନ ସାଂସଦ କଂଗ୍ରେସରେ ମିଶିବା ଓ ପିସିସି ପଦ ପାଇବାର ସମ୍ଭାବନା କୁ ନେଇ ଚର୍ଚ୍ଚା

କିଛିଦିନ ହେବ ରାଜ୍ୟ ପିସିସି ସଭାପତିକୁ ନେଇ ଚାଲିଥିବା କନ୍ଦଳ କଂଗ୍ରେସକୁ ବଡ ସମସ୍ୟାରେ ପକାଇ ଦେଇଛି Iସାମ୍ପ୍ରତିକ ପରିସ୍ଥିତିରେ କଂଗ୍ରେସର ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱ ଉପରେ,ଅନେକ ନେତୃବୃନ୍ଦ ପ୍ରଶ୍ନ କରିଛନ୍ତି lଯାହାକୁ ନେଇ କିଛିଦିନ ହେବ ଦଳ ମଧ୍ୟରେ ଘମାଘୋଟ ଲଢେଇ ଚାଲିଛି lକିଛିଦିନ ତଳେ ରାଜ୍ୟରେ ସରିଥିବା ପଂଚାୟତ ନିର୍ବାଚନଠାରୁ ଆରମ୍ଭ କରି ପୌର ନିର୍ବାଚନ ପର୍ଯ୍ୟନ୍ତ, ଦଳ ଯେଉଁ ପ୍ରଦର୍ଶନ କଲା ଏହା ବି କଂଗ୍ରେସକୁ ଅଧିକ ଘାଇଲା କରିପକାଇଛି l ଏମିତି ବି ଦଳ ମଧ୍ୟରେ ନିରଞ୍ଜନ ପଟ୍ଟନାୟକ ଓ ସୌମ୍ୟ ପଟାନାୟକଙ୍କ ସମ୍ପର୍କକୁ ନେଇ ମଧ୍ୟ ଅନେକ ପ୍ରଶ୍ନ ଉଠାଯାଇଛି l ପଂଚାୟତ ନିର୍ବାଚନ ଓ ପୌର ନିର୍ବାଚନରେ ଦଳର ପୁରୁଖା ନେତା ମାନେ ,କେହି ଟିକେ ନିର୍ବାଚନ ପ୍ରଚାରର ଦୁଆର ମାଡିବା ତ ଦୂରର କଥା ,କର୍ମୀ ମାନଙ୍କୁ ଉତ୍ସାହିତ କରିବା ପାଇଁ ମଧ୍ୟ କୌଣସି ନେତା ଗାଁ ର ମାଟି ବି ମାଡିଲେନି l ଯଦି ଆମେ କଂଗ୍ରେସ ଓଡିଶା ପ୍ରଭାରୀ ଚେଲ୍ଲା କୁମାରଙ୍କ କଥା କହିବା,କୁହାଯାଉଛି ଯେ ସେ ମଧ୍ୟ କରୋନାର ଆଳ ଦେଖାଇ ଏହି ଦୁଇ ନିର୍ବାଚନରୁ ମଧ୍ୟ ଦୂରରେ ରହିଲେ lଏହା ସତ୍ୱେ ବି କଂଗ୍ରେସର ରାଜ୍ୟରେ ସମ୍ପ୍ରତି ନିର୍ବାଚନରେ ପ୍ରଦର୍ଶନ କିଛି ଖରାପ କରିନlଥିଲା 

ସୁତରାଂ ବିଶେଷ ସୂତ୍ରରୁ ଯେଉଁ ଖବର ହସ୍ତଗତ ହୋଇଛି , ଯାହା ଜଣାପଡୁଛି ବିଶିଷ୍ଟ ଗଣମାଧ୍ୟମର ସମ୍ପାଦକ ତଥା ବିଜେଡିର ପୂର୍ବତନ ସାଂସଦ କଂଗ୍ରେସରେ ମିଶିବା ପାଇଁ କଂଗ୍ରେସ ନେତାଙ୍କ ସହ ଦିଲ୍ଲୀରେ ଡେରା ପକାଇଛନ୍ତି,ଏବଂ କଂଗ୍ରେସରେ ମିଶିବା ପରେ ତାଙ୍କୁ ରାଜ୍ୟ ପିସିସି ସଭାପତିର ଦାୟିତ୍ୱ ଦିଆଯିବ ବୋଲି ଶୁଣିବାକୁ ମିଳୁଛିl