Gujarat Elections 2022: ଗୁଜୁରାଟର ରାଜନୈତିକ ଚିତ୍ର ବଦଳାଇ ପାରନ୍ତି ୧୫ ପ୍ରତିଶତ ଆଦିବାସୀ, ଜାଣନ୍ତୁ କାହାକୁ ମିଳିବ ସମ୍ପ୍ରଦାୟର ଭୋଟ?
Advertisement

Gujarat Elections 2022: ଗୁଜୁରାଟର ରାଜନୈତିକ ଚିତ୍ର ବଦଳାଇ ପାରନ୍ତି ୧୫ ପ୍ରତିଶତ ଆଦିବାସୀ, ଜାଣନ୍ତୁ କାହାକୁ ମିଳିବ ସମ୍ପ୍ରଦାୟର ଭୋଟ?

Gujarat Politics: ଗୁଜୁରାଟର ମୋଟ ଜନସଂଖ୍ୟାର ୧୫ ପ୍ରତିଶତ ହେଉଛନ୍ତି  ହେଉଛନ୍ତି ଆଦିବାସୀ। ଏହି ସମ୍ପ୍ରଦାୟ ଯେଉଁ ଦଳକୁ ସମର୍ଥନ ଦେଇଥାନ୍ତି ତାହାର ପ୍ରଭାବରେ ରାଜ୍ୟର ରାଜନୈତିକ ସମୀକରଣ ମଧ୍ୟ ପରିବର୍ତ୍ତନ ହୋଇଥାଏ। 

Gujarat Elections 2022: ଗୁଜୁରାଟର ରାଜନୈତିକ ଚିତ୍ର ବଦଳାଇ ପାରନ୍ତି ୧୫ ପ୍ରତିଶତ ଆଦିବାସୀ, ଜାଣନ୍ତୁ କାହାକୁ ମିଳିବ ସମ୍ପ୍ରଦାୟର ଭୋଟ?

Gujarat Assembly Elections 2022: ଗୁଜୁରାଟ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଅଭିଯାନକୁ ଜୋରଦାର କରିଛନ୍ତି ବିଭିନ୍ନ ରାଜନୈତିକ ଦଳ। ରାଜ୍ୟର ମୋଟ ୧୮୨ ବିଧାନସଭା ଆସନ ପାଇଁ ମତଦାନ ଡିସେମ୍ବର ୧ ଏବଂ ୫ ତାରିଖରେ ମତଦାନ ଅନୁଷ୍ଠିତ ହେବ। ଡିସେମ୍ବର ୧ ତାରିଖରେ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ମତଦାନରେ ୮୯ ଆସନ ଲାଗି ଭୋଟ୍ ଗ୍ରହଣ କରାଯିବ। ଅନ୍ୟପକ୍ଷରେ ଡିସେମ୍ବର ୫ ତାରିଖରେ ୯୩ ଆସନରେ ମତଦାନ ଅନୁଷ୍ଠିତ ହେବ। ରାଜନୈତିକ ଦଳ ଗୁଜୁରାଟର ସମସ୍ତ ରାଜନୈତିକ ସମୀକରଣ ସମାଧାନ କରିବାରେ ବ୍ୟସ୍ତ ଅଛନ୍ତି। ଏଭଳି ପରିସ୍ଥିତିରେ ରାଜ୍ୟର ଆଦିବାସୀ ସମ୍ପ୍ରଦାୟ ବିଧାନସଭା ନିର୍ବାଚନରେ ​​ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି। ଯାହା କୌଣସି ରାଜନୈତିକ ଦଳର ଭାଗ୍ୟ ବଦଳାଇପାରେ।

ଗୁଜୁରାଟର ମୋଟ ଜନସଂଖ୍ୟାର ୧୫ ପ୍ରତିଶତ ହେଉଛନ୍ତି  ହେଉଛନ୍ତି ଆଦିବାସୀ। ଏହି ସମ୍ପ୍ରଦାୟ ଯେଉଁ ଦଳକୁ ସମର୍ଥନ ଦେଇଥାନ୍ତି ତାହାର ପ୍ରଭାବରେ ରାଜ୍ୟର ରାଜନୈତିକ ସମୀକରଣ ମଧ୍ୟ ପରିବର୍ତ୍ତନ ହୋଇଥାଏ।  ଗୁଜୁରାଟ ରାଜନୀତିରେ ଆଦିବାସୀ ସମ୍ପ୍ରଦାୟ କଂଗ୍ରେସ ଦଳର ପାରମ୍ପାରିକ ଭୋଟର ଭାବରେ ପରିଗଣିତ ହୋଇଥାନ୍ତି। ହେଲେ ବିଗତ ବର୍ଷରେ ରାଜ୍ୟରେ ଅନୁଷ୍ଠିତ ହୋଇଥିବା ଲୋକସଭା ଏବଂ ବିଧାନସଭା ନିର୍ବାଚନରେ ​ ଆଦିବାସୀ ଭୋଟ୍ ବ୍ୟାଙ୍କ କଂଗ୍ରେସ ହାତରୁ ଚାଲି ଯାଇଥିବାର ଦେଖିବାକୁ ମିଳିଛି। ଗତ ୨୦୧୯ ଲୋକସଭା ନିର୍ବାଚନରେ ​​ଆଦିବାସୀ ସମ୍ପ୍ରଦାୟର ପ୍ରାୟ ୫୦ ପ୍ରତିଶତ ଭୋଟ୍ ବିଜେପି ଖାତାକୁ ଜଣଆପଡ଼ିଛି। ଆଦିବାସୀ ସମ୍ପ୍ରଦାୟର ପ୍ରମୁଖ ଜନସଂଖ୍ୟା ପୂ୍ର୍ବ ଗୁଜୁରାଟର ବିଭିନ୍ନ ଜିଲ୍ଲାରେ ବସବାସ କରିଥାନ୍ତି।

Also Read: Gujarat Elections 2022: ବିଜେପି ଲାଗି କାଳ ସାଜିପାରେ ଝାଡଖଣ୍ଡ! ଜାଣନ୍ତୁ କିପରି ବିଗିଡିପାରେ ଖେଳ

 

ଗୁଜୁରାଟର ଆଦିବାସୀ ବହୁଳ ଜିଲ୍ଲା

  • ଡାଙ୍ଗ: ୯୫%
  • ତାପୀ: ୮୪% 
  • ନର୍ମଦା: ୮୨%
  • ଦାହୋଦ: ୭୪% 
  • ଭଲସାଦ: ୫୩% 
  • ନଭସାରୀ: ୪୮%
  • ଭାରୁଚ: ୩୧% 
  • ପଞ୍ଚମହଲ: ୩୦% 
  • ଭଦୋଦରା: ୨୮% 
  • ସାବରକଣ୍ଠା: ୨୨%  

ଗତ ୨୦୧୧ ଜନଗଣନା ଅନୁଯାୟୀ ଗୁଜୁରାଟରେ ୮୯.୧ ଲକ୍ଷ ଆଦିବାସୀ ଅଛନ୍ତି। ଯାହା ରାଜ୍ୟର ମୋଟ ଜନସଂଖ୍ୟାର ୧୫ ପ୍ରତିଶତ। ଗୁଜୁରାଟର ମୋଟ ୧୮୨ ସିଟ୍ ମଧ୍ୟରୁ ୨୭ ଆସନ ଆଦିବାସୀ ବର୍ଗ ପାଇଁ ସଂରକ୍ଷିତ ରହିଛି। ଯେଉଁଠାରେ କେବଳ ଏହି ସମ୍ପ୍ରଦାୟର ଲୋକେ ନିର୍ବାଚନ ଲଢିପାରିବେ। ଉଭୟ ବିଜେପି-କଂଗ୍ରେସ ପ୍ରାର୍ଥୀ ଆଦିବାସୀଙ୍କ ପାଇଁ ସଂରକ୍ଷିତ ଆସନରେ ଜିତିଛନ୍ତି। ଗତ ୨୦୧୭ ଗୁଜୁରାଟ ବିଧାନସଭା ନିର୍ବାଚନରେ ​ଭାରତୀୟ ଟ୍ରାଇବାଲ ପାର୍ଟି ୨ ଆସନରେ ଜିତିଥିଲେ। ହେଲେ କୌତୁହଳର ବିଷୟ ହେଉଛି ଆଦିବାସୀ ବର୍ଗ କେବଳ ସେମାନଙ୍କ ପାଇଁ ସଂରକ୍ଷିତ ରହିଥିବା ୨୭ ଆସନରେ ସୀମିତ ନୁହଁନ୍ତି। ସେମାନଙ୍କର ପ୍ରଭାବ ଗୁଜୁରାଟର ପ୍ରାୟ ୩୫-୪୫ ଆସନରେ ରହିଛି ବୋଲି ବିଶ୍ୱାସ କରାଯାଏ। ରାଜ୍ୟର ଏପରି ୪୭ ବିଧାନସଭା ଆସନ ରହିଛି ଯେଉଁଠାରେ ଆଦିବାସୀ ଜନସଂଖ୍ୟା ୧୦ ପ୍ରତିଶତରୁ ଅଧିକ ରହିଛି। ସେହିପରି ୪୦ ଆସନରେ ଆଦିବାସୀ ଜନସଂଖ୍ୟା ୨୦ ପ୍ରତିଶତରୁ ଅଧିକ ରହିଛି। 

ଗତ ୨୦୧୭ ବିଧାନସଭା ନିର୍ବାଚନରେ ​​ଆଦିବାସୀ ସମ୍ପ୍ରଦାୟ କଂଗ୍ରେସ ଉପରେ ଅଧିକ ବିଶ୍ୱାସ ରଖିଥିଲେ। କଂଗ୍ରେସ ଏହି ସଂରକ୍ଷିତ ୨୭ ସିଟ୍ ମଧ୍ୟରୁ ୧୫ ଆସନରେ ଜିତିଥିଲା। ଅନ୍ୟପଟେ ବିଜେପି ୮, ​ଭାରତୀୟ ଟ୍ରାଇବାଲ ପାର୍ଟି ୨ ଏବଂ ଅନ୍ୟ ୨ ଆସନରେ ସ୍ୱାଧୀନ ପ୍ରାର୍ତୀ ଜିତିଥିଲେ।