Gujarat Election 2022: କ'ଣ ଏଥର ନିଜର ପୁରୁଣା ରେକର୍ଡ ଭାଙ୍ଗିପାରିବ କି ବିଜେପି? ସର୍ଭେରୁ ହେଲା ବଡ଼ ଖୁଲାସା
Advertisement
Article Detail0/zeeodisha/odisha1410723

Gujarat Election 2022: କ'ଣ ଏଥର ନିଜର ପୁରୁଣା ରେକର୍ଡ ଭାଙ୍ଗିପାରିବ କି ବିଜେପି? ସର୍ଭେରୁ ହେଲା ବଡ଼ ଖୁଲାସା

Gujarat  Politics: ଚଳିତ ବର୍ଷ ଅନୁଷ୍ଠିତ ଗୁଜୁରାଟ ବିଧାନସଭା ନିର୍ବାଚନରେ କେଉଁ ଦଳ କେତେ ଆସନ ପାଇବ ସେ ନେଇ ଏକ ଜାତୀୟ ଗଣମାଧ୍ୟମ ପକ୍ଷରୁ ସର୍ଭେ କରାଯାଇଛି। ଯେଉଁଥିରୁ ଜଣାପଡିଛି ଯେ ଏହି ନିର୍ବାଚନରେ କେଉଁ ଦଳ କେତେ ଆସନ ପାଇବ।

Gujarat Election 2022: କ'ଣ ଏଥର ନିଜର ପୁରୁଣା ରେକର୍ଡ ଭାଙ୍ଗିପାରିବ କି ବିଜେପି? ସର୍ଭେରୁ ହେଲା ବଡ଼ ଖୁଲାସା

Gujarat Assembly Election 2022: ଚଳିତ ବର୍ଷ ଆଡକୁ ହେବାକୁ ଯାଉଛି ଗୁଜୁରାଟ ବିଧାନସଭା ନିର୍ବାଚନ। ଏହି ନିର୍ବାଚନ ପାଇଁ ଖୁବଶୀଘ୍ର ତାରିଖ ଘୋଷଣା କରିପାରନ୍ତି ନିର୍ବାଚନ ଆୟୋଗ। ନିର୍ବାଚନ ପାଖେଇ ଆସୁଥିବାରୁ ପ୍ରସ୍ତୁତିକୁ ଜୋରଦାର କରିବାରେ ଲାଗିପଡ଼ିଛନ୍ତି ବିଭିନ୍ନ ରାଜନୈତିକ ଦଳ। ଏପରିକି ତାରିଖ ଘୋଷଣା ହେବା ପୂର୍ବରୁ ଜୋରସୋରରେ ନିର୍ବାଚନ ପ୍ରଚାର କରିବାରେ ଲାଗି ପଡ଼ିଛନ୍ତି ବିଭିନ୍ନ ରାଜନୈତିକ ଦଳ। 

ଗୁଜୁରାଟ ବିଧାନସଭା ନିର୍ବାଚନ ୨୦୨୨ (Gujarat Assembly Election 2022) ପାଇଁ କଂଗ୍ରେସ (Congress) ଚୁପଚାପ୍ ପ୍ରଚାର କରିବାରେ ଲାଗିଛି। ଅନ୍ୟପଟେ ଆପ୍ ସଂଯୋଜକ ଅରବିନ୍ଦ କେଜ୍ରିୱାଲ (AAP Convener Arvind Kejriwal) ଲଗାତାର ଗୁଜରାଟ ଗସ୍ତ କରି ଜନସାଧାରଣଙ୍କୁ ଅନେକ ବଡ଼ ପ୍ରତିଶୃତି ଦେଉଛନ୍ତି। ଏହି ସମୟରେ ବିଜେପି (BJP) ମଧ୍ୟ ନିଜର ସ୍ଥିତିକୁ ମଜବୁତ କରିବାକୁ ଅଣ୍ଟା ଭିଡ଼ିଛି। ଦଳର ବରିଷ୍ଠ ନେତା ଗୁଜୁରାଟ ପରିଦର୍ଶନରେ ଆସୁଛନ୍ତି। 

ଚଳିତ ବର୍ଷ ଅନୁଷ୍ଠିତ ଗୁଜୁରାଟ ବିଧାନସଭା ନିର୍ବାଚନରେ କେଉଁ ଦଳ କେତେ ଆସନ ପାଇବ ସେ ନେଇ ଏକ ଜାତୀୟ ଗଣମାଧ୍ୟମ ପକ୍ଷରୁ ସର୍ଭେ କରାଯାଇଛି। ଯେଉଁଥିରୁ ଜଣାପଡିଛି ଯେ ଏହି ନିର୍ବାଚନରେ କେଉଁ ଦଳ କେତେ ଆସନ ପାଇବ।

Also Read: Gujarat Politics: ନିର୍ବାଚନରେ ​​କିଏ ପାଇବ ଟିକେଟ୍? କିପରି ଲାଭ ପାଇବ ବିଜେପି?

ଏଥର ପୁଣି ଥରେ ଗୁଜୁରାଟରେ ବିଜେପି ସରକାର ଗଠନ ହେଉଥିବା ଏହି ସର୍ଭେ ଫଳାଫଳରୁ ଜଣାପଡ଼ିଛି। ରାଜ୍ୟର ପ୍ରାୟ ୬୩ ପ୍ରତିଶତ ଲୋକ ବିଶ୍ୱାସ କରନ୍ତି ଯେ ଗୁଜରାଟ ବିଧାନସଭା ନିର୍ବାଚନରେ ​​ବିଜେପି ଜିତିବ। ଅନ୍ୟପଟେ ପ୍ରତିଶତ ଲୋକ ବିଶ୍ୱାସ କରନ୍ତି ଯେ କଂଗ୍ରେସ ଜିତିବ। ସେପଟେ ୧୯ ପ୍ରତିଶତ ଲୋକ ବିଶ୍ୱାସ କରନ୍ତି ଏଥର ଆମ ଆଦମୀ ପାର୍ଟି ଜିତିବ। ଚଳିତ ବର୍ଷ ବିଧାନସଭା ନିର୍ବାଚନରେ ଗୁଜରାଟର ମୋଟ ୧୮୨ ସିଟ୍ ମଧ୍ୟରୁ କେଉଁ ଦଳ କେତେ ଆସନ ପାଇବ ତାହା ସର୍ଭେରୁ ଜଣାପଡିଛି। 

  • ଉତ୍ତର ଗୁଜୁରାଟରେ ବିଜେପି ୨୦-୨୪, କଂଗ୍ରେସ ୮-୧୨, ଆମ ଆଦମୀ ପାର୍ଟି ୦-୧ ଏବଂ ଅନ୍ୟ ଦଳକୁ ୦-୧ ସିଟ୍ ମିଳିପାରେ। 
  • ଦକ୍ଷିଣ ଗୁଜୁରାଟରେ ବିଜେପି ୨୭-୩୧, କଂଗ୍ରେସ ୩-୭, ଆମ୍ ଆଦମୀ ପାର୍ଟି ୦-୨ ଏବଂ ଅନ୍ୟ ଦଳକୁ ୦-୧ ସିଟ୍ ମିଳିପାରେ। 
  • ସୌରାଷ୍ଟ୍ର ଅଞ୍ଚଳରେ ବିଜେପି ୩୮-୪୨, କଂଗ୍ରେସ ୧୧-୧୫, ଆମ ଆଦମୀ ପାର୍ଟି ୦-୧ ଏବଂ ଅନ୍ୟ ଦଳକୁ ୦-୨ ସିଟ୍ ମିଳିପାରେ।
  • ମଧ୍ୟ ଗୁଜୁରାଟରେ ବିଜେପି ୪୬-୫୦, କଂଗ୍ରେସ ୧୦-୧୪, ଆମ ଆଦମୀ ପାର୍ଟି ୦-୧ ଏବଂ ଅନ୍ୟ ଦଳକୁ ୦-୨ ସିଟ୍ ମିଳିପାରେ।  

Also Read: Mission Gujarat: ଗଡ଼ ଦଖଲ ପାଇଁ ବିଜେପି କରିଛି ଆକ୍ସନ ପ୍ଲାନ, ନୂଆ ରଣନୀତି ଘୋଷଣା କଲା ଦଳ

ଏହି ସର୍ଭେ ଅନୁଯାୟ ଏହି ନିର୍ବାଚରେ ବିଜେପି ୪୭%, କଂଗ୍ରେସ ୩୨%, ଆମ ଆଦମୀ ପାର୍ଟି ୧୭% ଏବଂ ଅନ୍ୟ ଦଳକୁ ୪% ଭୋଟ ମିଳିପାରେ। ଯଦି ଆସନ କଥା କୁହାଯାଏ ତାହେଲେ ବିଜେପି ୧୩୫-୧୪୩ ସିଟ୍ ପାଇପାରେ। ଅନ୍ୟପଟେ କଂଗ୍ରେସ ୩୬-୪୪, ଆମ ଆଦମୀ ପାର୍ଟି ୦-୨ ଏବଂ ଅନ୍ୟ ଦଳ ଖାତାରେ ୦-୩ ସିଟ୍ ଆସିପାରେ। ଏଥର ନିର୍ବାଚନରେ ବିଜେପି ବିପୁଳ ବିଜୟ ହାସଲ କରୁଥିବା ସର୍ଭେ ଫଳାଫଳରୁ ଜଣାପଡୁଛି। ଏଥର ଦଳ ଗୁଜୁରାଟ ବିଧାନସଭା ନିର୍ବାଚନରେ ଏହାର ପୁରୁଣା ରେକର୍ଡ ଭାଙ୍ଗିପାରେ।