କଂଗ୍ରେସ ଛାଡ଼ି ଥିବା ହାର୍ଦ୍ଦିକ 'ବନ୍ଧ୍ୟାକରଣ' ଯୋଗୁଁ ଥିଲେ ଚିନ୍ତିତ, ନା ଅନ୍ୟ କିଛି ଥିଲା କାରଣ?
Advertisement

କଂଗ୍ରେସ ଛାଡ଼ି ଥିବା ହାର୍ଦ୍ଦିକ 'ବନ୍ଧ୍ୟାକରଣ' ଯୋଗୁଁ ଥିଲେ ଚିନ୍ତିତ, ନା ଅନ୍ୟ କିଛି ଥିଲା କାରଣ?

Hardik Patel: ସୂଚନାଯୋଗ୍ୟ, ହାର୍ଦ୍ଦିକ ପଟେଲ ୨୦୧୫ରେ ପାଟିଦାରଙ୍କ ପାଇଁ ସଂରକ୍ଷଣ ଦାବି କରି ଆନ୍ଦୋଳନ କରି ଚର୍ଚ୍ଚାକୁ ଆସିଥିଲେ । ୨୦୧୯ରେ ହାର୍ଦ୍ଦିକ ପଟେଲ କଂଗ୍ରେସରେ ଯୋଗ ଦେଇଥିଲେ । ଜୁଲାଇ ୨୦୨୦ରେ ତାଙ୍କୁ ଗୁଜରାଟ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷର ଦାୟିତ୍ୱ ଦିଆଯାଇଥିଲା ।

କଂଗ୍ରେସ ଛାଡ଼ି ଥିବା ହାର୍ଦ୍ଦିକ 'ବନ୍ଧ୍ୟାକରଣ' ଯୋଗୁଁ ଥିଲେ ଚିନ୍ତିତ, ନା ଅନ୍ୟ କିଛି ଥିଲା କାରଣ?

ନୂଆଦିଲ୍ଲୀ: Hardik Patel: ଦୀର୍ଘ ଦିନ ଧରି କଂଗ୍ରେସ ଉପରେ ଅସନ୍ତୋଷ ଥିବା ଗୁଜୁରାଟ ୟୁନିଟର କାର୍ଯ୍ୟକାରୀ ଅଧ୍ୟକ୍ଷ ହାର୍ଦ୍ଦିକ ପଟେଲ (Hardik Patel) ଦଳରୁ ଇସ୍ତଫା ଦେଇଛନ୍ତି । ସେ କହିଛନ୍ତି ଯେ, ବର୍ତ୍ତମାନ ସେ ଗୁଜୁରାଟ ପାଇଁ କାମ କରିପାରିବେ । ତେବେ ହାର୍ଦ୍ଦିକ କାହିଁକି କଂଗ୍ରେସ (Congress) ଉପରେ ଅସନ୍ତୁଷ୍ଟ ଥିଲେ? ଏହାର ଅନେକ କାରଣ ସାମ୍ନାକୁ ଆସୁଛି । ୨୦୧୫ରେ ପାଟିଦାରଙ୍କ ପାଇଁ ଆନ୍ଦୋଳନ କରି ଚର୍ଚ୍ଚାକୁ ଆସିଥିବା ହାର୍ଦ୍ଦିକ କହିଥିଲେ ଯେ, ତାଙ୍କୁ ହଇରାଣ କରାଯାଉଛି । କିନ୍ତୁ ଏହି ସମୟ ମଧ୍ୟରେ ପଟିଦାର ନେତା ନରେଶ ପଟେଲ (Patidar Leader Naresh Patel) ଙ୍କ ନାମ ମଧ୍ୟ ସାମ୍ନାକୁ ଆସିଛି, ଯାହାକୁ ନେଇ ମଧ୍ୟ ହାର୍ଦ୍ଦିକ ଅସନ୍ତୁଷ୍ଟ ଥିଲେ ବୋଲି କୁହାଯାଉଛି ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କୋଡଲଧାମ ମନ୍ଦିର ଟ୍ରଷ୍ଟର ଅଧ୍ୟକ୍ଷ ତଥା ମଜଭୁତ ପାଟିଦାର ନେତା ନରେଶ ପଟେଲ (Naresh Patel) ଙ୍କୁ ଦଳରେ ସାମିଲ କରିବାକୁ କଂଗ୍ରେସ ବିଚାର କରୁଛି । ଏହାକୁ ନେଇ ହାର୍ଦ୍ଦିକ (Hardik Patel) ବହୁତ ଅସନ୍ତୋଷ ଥିଲେ । ହାର୍ଦ୍ଦିକ ମନେ କରୁଥିଲେ ଯେ ନରେଶ ପଟେଲଙ୍କ କଂଗ୍ରେସ (Congress) ରେ ଯୋଗଦେବା ପରେ ପାଟିଦାର ନେତା (Patidar Leader) ଭାବରେ ତାଙ୍କର ପ୍ରାଧାନ୍ୟ ଶେଷ ହୋଇଯିବ ।

ଏପ୍ରିଲରେ ଏଜେନ୍ସିକୁ ଦିଆଯାଇଥିବା ଏକ ସାକ୍ଷାତକାରରେ ହାର୍ଦ୍ଦିକ କହିଥିଲେ ଯେ, "ଆପଣ ୨୦୧୭ରେ ହାର୍ଦ୍ଦିକଙ୍କୁ ବ୍ୟବହାର କରିଛନ୍ତି, ଆପଣ ୨୦୨୨ରେ ନରେଶ ଭାଇଙ୍କୁ ବ୍ୟବହାର କରିବାକୁ ଚାହୁଁଛନ୍ତି ଏବଂ ୨୦୨୭ରେ ଅନ୍ୟ ଜଣେ ପାଟିଦାର ନେତାଙ୍କୁ ବ୍ୟବହାର କରିବେ । ଆପଣ କାହିଁକି ହାର୍ଦ୍ଦିକଙ୍କୁ ସମର୍ଥନ ଓ ତାଙ୍କୁ ମଜଭୁତ କରୁନାହାଁନ୍ତି । ସେମାନେ ନରେଶ ଭାଇଙ୍କୁ ନେବା ଉଚିତ୍, କିନ୍ତୁ କ'ଣ ସେମାନେ ତାଙ୍କ ସହ ସେହିପରି ବ୍ୟବହାର କରିବେ, ଯେମିତି ମୋ ସହ କରୁଛନ୍ତି ।  ସହ ମୋ ପରି ବ୍ୟବହାର କରିବେ?'

କିନ୍ତୁ ଗତ ସପ୍ତାହରେ ଅନ୍ୟ ଏକ ସାକ୍ଷାତକାରରେ ସେ କହିଥିଲେ ଯେ, ଯଦି ମୁଁ ମୋର ବୟସର ଜିଗ୍ନେଶ ମେଭାନୀ ଓ କହ୍ନେୟା କୁମାରଙ୍କ ନାମ ସୁପାରିଶ କରିପାରେ, ତେବେ ଯଦି ୫୫-୬୦ ବର୍ଷ ବୟସର ନରେଶ ପଟେଲ ପାର୍ଟିରେ ଯୋଗ ଦିଅନ୍ତି, ତେବେ ମୋତେ କ’ଣ ସମସ୍ୟା ହେବ? 

ସୂଚନାଯୋଗ୍ୟ, ହାର୍ଦ୍ଦିକ ପଟେଲ ୨୦୧୫ରେ ପାଟିଦାରଙ୍କ ପାଇଁ ସଂରକ୍ଷଣ ଦାବି କରି ଆନ୍ଦୋଳନ କରି ଚର୍ଚ୍ଚାକୁ ଆସିଥିଲେ । ୨୦୧୯ରେ ହାର୍ଦ୍ଦିକ ପଟେଲ କଂଗ୍ରେସରେ ଯୋଗ ଦେଇଥିଲେ । ଜୁଲାଇ ୨୦୨୦ରେ ତାଙ୍କୁ ଗୁଜରାଟ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷର ଦାୟିତ୍ୱ ଦିଆଯାଇଥିଲା ।

ହାର୍ଦ୍ଦିକ ଟ୍ୱିଟରରେ ସୋନିଆ ଗାନ୍ଧୀଙ୍କୁ ଲେଖାଯାଇଥିବା ଚିଠିକୁ ସେୟାର କରି  ଲେଖିଛନ୍ତି ଯେ, ମୁଁ ସାହସ କରି କଂଗ୍ରେସ ଦଳର ପଦ ଓ ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଉଛି । ମୁଁ ନିଶ୍ଚିତ ଯେ ମୋର ନିଷ୍ପତ୍ତିକୁ ମୋର ସମସ୍ତ ସହକର୍ମୀ ଓ ଗୁଜୁରାଟର ଲୋକମାନେ ସ୍ୱାଗତ କରିବେ । ମୋର ବିଶ୍ୱାସ ଯେ ମୋର ଏହି ପଦକ୍ଷେପ ପରେ ମୁଁ ଭବିଷ୍ୟତରେ ଗୁଜୁରାଟ ପାଇଁ ସକାରାତ୍ମକ କାର୍ଯ୍ୟ କରିବାକୁ ସମର୍ଥ ହେବି । କଂଗ୍ରେସ କେବଳ ବିରୋଧର ରାଜନୀତିରେ ହିଁ ସୀମିତ ରହିଯାଇଛି । କିନ୍ତୁ ଦେଶର  ଜନସାଧାରଣଙ୍କୁ ଏପରି ବିକଳ୍ପ ଆବଶ୍ୟକ, ଯାହା ସେମାନଙ୍କ ଭବିଷ୍ୟତ ବିଷୟରେ ଚିନ୍ତା କରୁଥିବ ।

ଏହା ବି ପଢ଼ନ୍ତୁ:-ପ୍ରତିଦିନ ସକାଳେ ଖାଆନ୍ତୁ ଗଜା ବୁଟ, ମିଳିବ ଏସବୁ ଜବରଦସ୍ତ ଲାଭ

ଏହା ବି ପଢ଼ନ୍ତୁ:-ହିନ୍ଦୁ ଧର୍ମକୁ ନେଇ ଏ କ’ଣ କହିଗଲେ ଅଖିଳେଶ?

ଏହା ବି ପଢ଼ନ୍ତୁ:-ସାଧାରଣ ଜନତାଙ୍କୁ ଡବଲ ଝଟକା: ପୁଣି ବଢ଼ିଲା LPG ର ଦାମ୍, ଜାଣନ୍ତୁ ଆଜି କେତେ ଟଙ୍କା ମହଙ୍ଗା ହେଲା ସିଲିଣ୍ଡର

 

ଏଠାରେ କହି ରଖୁଛୁ ଯେ, ଏପ୍ରିଲରେ ତାଙ୍କର ଅସନ୍ତୋଷ ସାମ୍ନାକୁ ଆସିଥିଲା, ଯେତେବେଳେ ସେ ଏକ ସାକ୍ଷାତକାରରେ କହିଥିଲେ ଯେ, ଦଳରେ ମୋର ସ୍ଥିତି ନବ ବିବାହିତ ବରଙ୍କ ଭଳି, ଯାହାଙ୍କୁ ବିବାହ ପରେ ତୁରନ୍ତ ବନ୍ଧ୍ୟାକରଣ କରିଦିଆଯାଇଛି । ମୋତେ କୌଣସି PCC ବୈଠକକୁ ଆମନ୍ତ୍ରଣ କରାଯାଉ ନାହିଁ । ଯଦି ସେମାନେ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ମୋ ଠାରୁ ପରାମର୍ଶ ନ ଗ୍ରହଣ କରନ୍ତି ତେବେ ଏହି ପଦର ଅର୍ଥ କ'ଣ? ଏଠାରେ ସେ କହିବାକୁ ଚେଷ୍ଟା କରୁଥିଲେ ଯେ ଦଳରେ ନିଷ୍ପତ୍ତି ନେବାକୁ ତାଙ୍କର କୌଣସି ଶକ୍ତି ନାହିଁ ।

ବିଗତ ଦିନରେ ହାର୍ଦ୍ଦିକ ପଟେଲ ନିଜକୁ ରାମ ଭକ୍ତ ବୋଲି କହିଥିଲେ । ନିଜକୁ ରାମ ଭକ୍ତ ବୋଲି କହି ହାର୍ଦ୍ଦିକ କହିଥିଲେ ଯେ, ସେ ଜଣେ ହିନ୍ଦୁ ହୋଇଥିବାରୁ ଗର୍ବିତ । ହାର୍ଦ୍ଦିକ ପଟେଲ ତାଙ୍କ ପିତାଙ୍କ ମୃତ୍ୟୁ ପରେ ଚାରି ହଜାର ଭାଗବତ ଗୀତା ବଣ୍ଟନ ବିଷୟରେ କହିଥିଲେ ଓ କହିଥିଲେ ଯେ ଆମେ ହିନ୍ଦୁ ଧର୍ମରୁ ଆସିଛୁ ଏବଂ ହିନ୍ଦୁ ହୋଇଥିବାରୁ ଆମେ ଗର୍ବିତ । ଏହା ପରେ ଗୁଜୁରାଟ ବିଜେପି ଅଧ୍ୟକ୍ଷ ସିଆର ପାଟିଲ ମଧ୍ୟ ହାର୍ଦ୍ଦିକ ପଟେଲଙ୍କୁ ପ୍ରଶଂସା କରିଛନ୍ତି । ଯେଉଁଥିପାଇଁ ହାର୍ଦ୍ଦିକଙ୍କ ବିଜେପି ଯିବାର କଳ୍ପନାଜଳ୍ପନା ଜୋର ଧରିଛି ।