ସଙ୍କଟରେ ହରିୟାଣାର ବିଜେପି ସରକାର, ଅନାସ୍ଥା ପ୍ରସ୍ତାବ ଜିତିପାରିବେ କି ଖଟ୍ଟର?
Advertisement
Article Detail0/zeeodisha/odisha861681

ସଙ୍କଟରେ ହରିୟାଣାର ବିଜେପି ସରକାର, ଅନାସ୍ଥା ପ୍ରସ୍ତାବ ଜିତିପାରିବେ କି ଖଟ୍ଟର?

Haryana Politics: ରାଜ୍ୟର ବିରୋଧୀ ଦଳ କଂଗ୍ରେସ  (Congress) ଶୁକ୍ରବାର ବିଧାନସଭାର ବଜେଟ୍ ଅଧିବେଶନର ପ୍ରଥମ ଦିନରେ ହିଁ ମନୋହର ଲାଲ ଖଟ୍ଟର ସରକାର (Khattar Govt) ଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ (no-confidence motion) ଆଣିବାର ଦାବି କରିଥିଲା ।

ସଙ୍କଟରେ ହରିୟାଣାର ବିଜେପି ସରକାର, ଅନାସ୍ଥା ପ୍ରସ୍ତାବ ଜିତିପାରିବେ କି ଖଟ୍ଟର?

ନୂଆଦିଲ୍ଲୀ: Haryana Politics: କେନ୍ଦ୍ରର ୩ଟି କୃଷି ଆଇନ (Farm Laws) କୁ ବିରୋଧ କରି କୃଷକମାନେ (Farmers) ହରିୟାଣାରେ ଜୋରଦାର ପ୍ରଦର୍ଶନ ଜାରି ରଖିଛନ୍ତି । ଯାହା ବର୍ତ୍ତମାନ ବିଜେପି-ଜେଜେପି ମିଳିତ ସରକାର (BJP-JJP Govt) ର ଚିନ୍ତାକୁ ଆହୁରି ବଢ଼ାଇ ଦେଇଛି । ସେପଟେ ଖଟ୍ଟର ସରକାର (Khattar Govt) ବିରୋଧରେ କଂଗ୍ରେସ (Congress) ଅନାସ୍ଥା ପ୍ରସ୍ତାବ (no-confidence motion) ଆଣିବ । ସେହିପରି କୃଷକ ଆନ୍ଦୋଳନର ନେତାମାନେ ହରିୟାଣାର ଲୋକଙ୍କୁ ସେମାନଙ୍କ ବିଧାୟକଙ୍କ ଉପରେ ଚାପ ପକାଇବାକୁ ନିବେଦନ କରିଛନ୍ତି । ଯାହା ଦ୍ୱାରା ବିଜେପି-ଜେଜେପି ମିଳିତ ସରକାର ବିରୋଧରେ ମାର୍ଚ୍ଚ ୧୦ରେ ବିଧାନସଭାରେ ଆଗତ ହେବାକୁ ଯାଉଥିବା ଅନାସ୍ଥା ପ୍ରସ୍ତାବକୁ ସମର୍ଥନ କରି ଭୋଟ କରିବେ ।

ଅଧିକ ପଢ଼ନ୍ତୁ:-ଓଡ଼ିଶା-ଉତ୍ତର ପ୍ରଦେଶ ସମେତ ୮ଟି ରାଜ୍ୟର ୬୩ଟି ଜିଲ୍ଲାରେ କୋରୋନା ସ୍ଥିତି ଭଲ ନୁହେଁ

ରାଜ୍ୟର ବିରୋଧୀ ଦଳ କଂଗ୍ରେସ (Congress) ଶୁକ୍ରବାର ବିଧାନସଭାର ବଜେଟ୍ ଅଧିବେଶନର ପ୍ରଥମ ଦିନରେ ହିଁ ମନୋହର ଲାଲ ଖଟ୍ଟର ସରକାର (Khattar Govt) ଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ (no-confidence motion) ଆଣିବାର ଦାବି କରିଥିଲା । ଯାହା ଉପରେ ବିଧାନସଭା ବାଚସ୍ପତି ମାର୍ଚ୍ଚ ୧୦ରେ ଚର୍ଚ୍ଚା କରିବାକୁ ଅନୁମତି ଦେଇଛନ୍ତି । ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ସିଂ ହୁଡ୍ଡା କହିଛନ୍ତି ଯେ, "ଅନାସ୍ଥା ପ୍ରସ୍ତାବରୁ ଲୋକଙ୍କୁ ଜଣା ପଡ଼ିଯିବ ଯେ କେଉଁ ବିଧାୟକ ସରକାରଙ୍କ ସହ ଛିଡା ହୋଇଛନ୍ତି ଏବଂ କିଏ କୃଷକଙ୍କ ସହ ଛିଡା ହୋଇଛନ୍ତି ।"

ଅଧିକ ପଢ଼ନ୍ତୁ:-PF ଖାତାଧାରୀଙ୍କ ପାଇଁ ଖୁସି ଖବର

ହରିୟାଣାବାସୀଙ୍କୁ ଦିଆଯାଇଥିବା ଏକ ସାର୍ବଜନୀନ ଆବେଦନରେ ମିଳିତ କିସାନ୍ ମୋର୍ଚ୍ଚା କହିଛି ଯେ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ମିଶି ତିନୋଟି କୃଷି ଆଇନ ଉପରେ କୃଷକଙ୍କ ବିରୋଧରେ ଘେରାବନ୍ଦୀ କରୁଛନ୍ତି । ଯାହା ଦ୍ୱାରା ଏହି ଆନ୍ଦୋଳନ ଦୁର୍ବଳ ହୋଇପାରିବ ।

ଅଲ ଇଣ୍ଡିଆ କିସାନ-ସଭା ହରିୟାଣାର ଉପାଧ୍ୟକ୍ଷ ଇନ୍ଦ୍ରଜିତ ସିଂ କହିଛନ୍ତି ଯେ, "ଜନନାକ ଜନତା ପାର୍ଟି ଓ ସ୍ୱାଧୀନ ବିଧାୟକଙ୍କୁ ସ୍ୱତନ୍ତ୍ର ଭାବେ ଯୋଗାଯୋଗ କରାଯିବ ଏବଂ ସରକାରଙ୍କ ବିରୋଧରେ ପ୍ରସ୍ତାବକୁ ସମର୍ଥନ କରିବାକୁ ଭୋଟ୍ ଦେବାକୁ କୁହାଯିବ । ଲୋକଙ୍କ ଜୀବିକା ବିପଦରେ ରହିଛି । ଯଦି ସେ ଏହି ଜଟିଳ ସମୟରେ ଆମ ସହିତ ଛିଡ଼ା ହୁଅନ୍ତି ନାହିଁ, ଲୋକମାନେ ତାଙ୍କୁ କେବେ କ୍ଷମା କରିବେ ନାହିଁ ।"

ଅଧିକ ପଢ଼ନ୍ତୁ:-ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର, ଛୋଟ ରୁଟରେ ପ୍ରତିଦିନ ଚାଲିବ ଅଣ ସଂରକ୍ଷିତ ଟ୍ରେନ୍!

ଶିରୋମଣି ଅକାଳୀ ଦଳ ସାଧାରଣ ଲୋକଙ୍କ ମଧ୍ୟରେ ଏକ ଚିଠି ବାଣ୍ଟିଛି । ଏହା ଏକ ମଡେଲ ଚିଠି ଯାହାକୁ ଲୋକଙ୍କୁ ସେମାନଙ୍କ ପ୍ରତିନିଧୀଙ୍କ ନିକଟକୁ ପଠାଇବାକୁ କୁହାଯାଇଛି । ଏଥିରେ କୁହାଯାଇଛି -"ବିଜେପି-ଜେଜେପି ମିଳିତ ମେଣ୍ଟ ଏପର୍ଯ୍ୟନ୍ତ କୃଷକ ବିରୋଧୀ ତଥା ଲୋକଙ୍କ ବିରୋଧୀ ମନୋଭାବ ପ୍ରଦର୍ଶନ କରିଛି । ଏହି ତିନୋଟି ଆଇନ ଓ ଏମଏସପି ଗ୍ୟାରେଣ୍ଟି ସମ୍ବନ୍ଧରେ ଚାଲିଥିବା ଆନ୍ଦୋଳନ ପ୍ରତି ହରିୟାଣା ସରକାର ଅସମ୍ବେଦନଶୀଳ ମନୋଭାବ ଗ୍ରହଣ କରୁଛନ୍ତି, ଲୋକଙ୍କ କ୍ରୋଧ ବଢ଼ିବାରେ ଲାଗିଛି । କେବଳ ଗୋଟିଏ ଉପାୟ ଅଛି ଯେଉଁଥିରେ ଜନତା ବିରୋଧୀ ସରକାରଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ଦିଆଯାଇପାରିବ, ଯଦି ଆପଣ ସରକାରଙ୍କୁ ସମର୍ଥନ କରନ୍ତି ତେବେ ଲୋକମାନେ ଆପଣଙ୍କୁ ଏହି ନିର୍ବାଚନମଣ୍ଡଳୀରେ ଶିକ୍ଷା ଦେବେ ।"

ଅଧିକ ପଢ଼ନ୍ତୁ:-ଏପ୍ରିଲ ୧ରୁ ବଦଳିଯିବ ଆପଣଙ୍କ LIC ସମେତ ଏହି ପଲିସି ସହ ଜଡିତ ନିୟମ, ଜାଣି ନିଅନ୍ତୁ ନଚେତ ହୋଇପାରେ କ୍ଷତି

୯୦ ଆସନ ବିଶିଷ୍ଟ ହରିୟାଣା ବିଧାନସଭାରେ ବିଜେପିର ୪୦ ଓ ଜେଜେପିର ୧୦ ଜଣ ବିଧାୟକ ସମେତ ୭ ଜଣ ସ୍ୱାଧୀନ ବିଧାୟକଙ୍କ ମଧ୍ୟରୁ ପାଞ୍ଚଜଣ ଖଟ୍ଟର ସରକାରଙ୍କୁ ସମର୍ଥନ କରୁଛନ୍ତି । ସେପଟେ ବିଧାନସଭାରେ କଂଗ୍ରେସର ୩୦ ଜଣ ବିଧାୟକ ଅଛି । ମହମରୁ ବିଧାୟକ ବଲରାଜ କୁଣ୍ଡୁ ଏବଂ ଦାଦରୀରୁ ବିଧାୟକ ସୋମବୀର ସାଙ୍ଗୱାନ୍ ବିଜେପିରୁ ସମର୍ଥନ ପ୍ରତ୍ୟାହାର କରିସାରିଛନ୍ତି । ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବକୁ ନେଇ ବିରୋଧୀ ଦଳର ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପିନ୍ଦର ସିଂ ହୁଡ୍ଡା (Bhupinder Singh Hooda) କଂଗ୍ରେସ ବିଧାୟକଙ୍କ ସହ ଅନେକ ପର୍ଯ୍ୟାୟର ବୈଠକ କରିସାରିଛନ୍ତି ।