Trending Photos
ନୂଆଦିଲ୍ଲୀ: କର୍ଣ୍ଣାଟକ, ମଧ୍ୟପ୍ରଦେଶ, ବିହାର ପରେ ଏବେ ବିଜେପି ଫୋକସରେ ହାଇଦ୍ରାବାଦ। ନିଜାମ ସହରକୁ ଦଖଲ କରି ଦକ୍ଷିଣ ଭାରତରେ ଦଳ ତାର ଦବଦବା ଜାହିର କରିବାକୁ ଲକ୍ଷ୍ୟ ରଖିଛି। ଏଥିପାଇଁ ଯୋରସୋରରେ ପ୍ରଚାର ପ୍ରସାର ବି ଚାଲିଛି। ଏହି ଅଭିଯାନରେ ବାଜିପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଠୁ ଆରମ୍ଭ କରି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସାମିଲ ହୋଇଛନ୍ତି।
ଡିସେମ୍ବର ୧ ତାରିଖରେ ହାଇଦ୍ରାବାଦ ପୌର ନିର୍ବାଚନ ହେବ। ଆଉ ଏହାକୁ ଗୋଟିଏ ଆଞ୍ଚଳିକ ନୁହେଁ ବରଂ ବିଧାନସଭା କି ସାଧାରଣ ନିର୍ବାଚନର ରୂପ ଦେଇଛି। ହାଇଦ୍ରାବାଦ (Hyderabad) ବିଜୟ ବିଜେପି ପାଇଁ ଏତେ ଜରୁରୀ ହୋଇପଡିଛି ଯେ, ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର ପାଇଁ କେନ୍ଦ୍ରରୁ ହେଭିୱେଟ ନେତାଙ୍କ ସୁଅ ଛୁଟିଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, କେନ୍ଦ୍ରମନ୍ତ୍ରୀ ଗୃହମନ୍ତ୍ରୀ ଅମିତ ଶାହା, କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଓ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହାର ଷ୍ଟାର କ୍ୟାମ୍ପେନର ସାଜିଛନ୍ତି।
Also Read: ଦିଲ୍ଲୀରୁ ନିଖୋଜ ଅମିତ ଶାହା!
ପୂର୍ବରୁ ହାଇଦ୍ରାବାଦରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା (JP Nadda) ଏବଂ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ (Smriti Irani) ରୋଡ ଶୋ କରିଛନ୍ତି। ଶନିବାର ଯୋଗୀ ଆଦିତ୍ୟନାଥ (Yogi Adityanath) ମାଲକାଜଗିରିରେ ରାଲି କରିଥିଲେ। ସେଠାରେ ସେ କହିଥିଲେ ଯେ, ହାଇଦ୍ରାବାଦ ପୌର ନିର୍ବାଚନରେ ଯଦି ବିଜେପି ଜିତେ ତେବେ, ଏହି ସହରର ନାଆକୁ ଭାଗ୍ୟନଗର କରାଯିବ। ଯାହା ପରେ AIMIM ମୁଖ୍ୟ ଅସାଦୁଦ୍ଦିନ ଓୱେସୀ ତାଙ୍କୁ ଟାର୍ଗେଟ କରିଥିଲେ।
ତେବେ ଆଜି ହାଇଦ୍ରାବାଦରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା (Amit Shah) ଙ୍କ ପ୍ରଚାର କାର୍ଯ୍ୟକ୍ରମ ଅଛି। ଚାରମିନାର (Charminar) ସ୍ଥିତ ଭାଗ୍ୟନଗର ମନ୍ଦିରରୁ ତାଙ୍କର ରୋଡ ଶୋ ଆରମ୍ଭ କରିଛନ୍ତି। କୁହାଯାଉଛି, ଶନିବାର ଯୋଗୀଙ୍କ ହାଇଦ୍ରାବାଦର ନଆ ଭାଗ୍ୟନଗର କରିବା ଘୋଷଣା ପରେ ଶାହା ସେହି ମନ୍ଦିରର ଯାଇଛନ୍ତି। ତେବେ ଘଟଣା ଯାହା ବି ହେଉ, ଏହି ହାଇଦ୍ରାବାଦ ନିର୍ବାଚନ ପ୍ରଚାର ବେଳେ ସେ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ TRS ଓ AIMIMର ଅଘୋଷିତ ମେଣ୍ଟ ଉପରେ ବର୍ଷିଛନ୍ତି।
Also read: 'ଯେକୌଣସି ସମୟରେ ହୋଇପାରେ ବିହାର ବିଧାନସଭା ନିର୍ବାଚନ, କର ପ୍ରସ୍ତୁତି'
କୁହାଯାଉଛି, ଆସନ୍ତା ୨ ଦିନ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Modi) ମଧ୍ୟ ହାଇଦ୍ରାବାଦ ଗସ୍ତ କରିବେ। ତେବେ ସେ ନିକଟରେ ହାଇଦ୍ରାବାଦରେ କୋରୋନା ଟିକା ତିଆରି ଚାଲିଥିବା ସଂସ୍ଥାର ପରିଦର୍ଶନ କରିଛନ୍ତି। ଅନ୍ୟ ନଗର ନିଗମ ଭଳି GHMC ମଧ୍ୟ ଗୋଟିଏ ସାଧାରଣ ସଂସ୍ଥା। କିନ୍ତୁ ବିଜେପି ଏହାକୁ କାହିଁକି ଅଧିକ ଗୁରୁତ୍ୱ ଦେଉଛି ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି। ଏହାକୁ ଦୃଷ୍ଟିରେ ରଖିଲେ ଆସନ୍ତାବର୍ଷ ହେବାକୁ ଥିବା ଭୁବନେଶ୍ୱର ନଗର ନିଗମ ନିର୍ବାଚନରେ ବି ପ୍ରଚାର ପାଇଁ ବିଜେପିର କେନ୍ଦ୍ରୀୟ ହେଭିୱେଟ ଆସିପାରନ୍ତି।
୨୦୧୬ରେ ହୋଇଥିବା ୧୫୦ ସିଟ ବିଶିଷ୍ଟ ହାଇଦ୍ରାବାଦ ପୌର ନିର୍ବାଚନରେ ବଜେପିକୁ ମାତ୍ର ୪ଟି ସିଟ ମିଳିଥିଲା। ୯୯ରେ ଶାସକ TRS ଓ ୪୪ରେ AIMIM ବିଜୟ ହୋଇଥିଲେ। କଂଗ୍ରେସ ମାତ୍ର ୨ଟି ସିଟରେ ସନ୍ତୁଷ୍ଟ ହୋଇଥିଲା। ହେଲେ ଏଥରେ ହାଇଦ୍ରାବାଦକୁ କବଜା କରିବାକୁ ବିଜେପି ଟାର୍ଗେଟ ରଖିଛି। ସେପଟେ ବିଜେପି ପ୍ରାର୍ଥୀ ମେୟର ହେଲେ ପୁରୁଣା ହାଇଦ୍ରାବାଦରେ surgical strike ହେବ ବୋଲି ତେଲେଙ୍ଗାନା ବିଜେପି ମୁଖ୍ୟ ବି. ସଞ୍ଜୟ କହିଛନ୍ତି।