କେନ୍ଦ୍ର ଗୃହମନ୍ତ୍ରୀଙ୍କ ଅନୁରୋଧ ସତ୍ତ୍ୱେ ସୁରକ୍ଷା ନେବାକୁ ମନା କରିଦେଲେ Asaduddin Owaisi
Advertisement
Article Detail0/zeeodisha/odisha1091442

କେନ୍ଦ୍ର ଗୃହମନ୍ତ୍ରୀଙ୍କ ଅନୁରୋଧ ସତ୍ତ୍ୱେ ସୁରକ୍ଷା ନେବାକୁ ମନା କରିଦେଲେ Asaduddin Owaisi

ସୁରକ୍ଷା ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ପାଖରେ ସେ ଦୁଇଟି ଦାବି ରଖିଥିଲେ ଏଆଇଏମ୍ଆଇଏମ୍ ମୁଖ୍ୟ।

କେନ୍ଦ୍ର ଗୃହମନ୍ତ୍ରୀଙ୍କ ଅନୁରୋଧ ସତ୍ତ୍ୱେ ସୁରକ୍ଷା ନେବାକୁ ମନା କରିଦେଲେ Asaduddin Owaisi

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶସ୍ଥିତ ହାପୁଡ଼ ଜିଲ୍ଲାରେ ହୋଇଥିବା ଆକ୍ରମଣ ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ସୁରକ୍ଷା ଗ୍ରହଣ କରିବାକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ପକ୍ଷରୁ କରାଯାଇଥିବା ଅନୁରୋଧ ସତ୍ତ୍ୱେ ଏହାକୁ ଗ୍ରହଣ କରିବାକୁ ମନା କରିଛନ୍ତି ଏଆଇଏମ୍ଆଇଏମ୍ ସଭାପତି ଅସାଦୁଦ୍ଦିନ ଓୱେସି।

ଅମରୋହା ଜିଲ୍ଲାର ହସଲନପୁର ଠାରେ ଆୟୋଜିତ ହୋଇଥିବା ଏକ ନିର୍ବାଚନ ରାଲିକୁ ସମ୍ବୋଧିତ କରି ଏଆଇଏମ୍ଆଇଏମ୍ ମୁଖ୍ୟ (AIMIM Chief) ଅସାଦୁଦ୍ଦିନ ଓୱେସି (Asaduddin Owaisi) କହିଛନ୍ତି ଯେ ସେ ସୁରକ୍ଷା ଚାହୁଁନାହାଁନ୍ତି। ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଆହ୍ୱାନକୁ ଅନୁସରଣ କରି ଏଆଇଏମ୍ଆଇଏମ୍ ମୁଖ୍ୟ ଅସାଦୁଦ୍ଦିନ ଓୱେସି କହିଛନ୍ତି ଯେ ତାଙ୍କୁ ସୁରକ୍ଷା ଦରକାର ନାହିଁ।

ଅନ୍ୟପଟେ ଏଆଇଏମ୍ଆଇଏମ୍ ମୁଖ୍ୟଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ସୋମବାର ରାଜ୍ୟସଭାରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ (Union Home Minister) ଅମିତ ଶାହ (Amit Shah)। ଏନେଇ ଜବାବ ରଖି କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ଆସାଦୁଦ୍ଦିନ ଓୱେସି Z  ବର୍ଗର ସୁରକ୍ଷା (Z Category Security) ନେବା ଆବଶ୍ୟକ। 

Also Read: Attack on Asaduddin Owaisi: ରାଜ୍ୟସଭାରେ ଜବାବ ରଖିଲେ କେନ୍ଦ୍ର ଗୃହମନ୍ତ୍ରୀ

ତାଙ୍କ ସୁରକ୍ଷାର ପୁନର୍ବାର ମୂଲ୍ୟାଙ୍କନ କରାଯାଇଛି ଏବଂ ବିପଦ ଉପରେ ହୋଇଥିବା ମୂଲ୍ୟାଙ୍କନ ଆଧାରରେ ତାଙ୍କୁ ଦିଲ୍ଲୀରେ କେନ୍ଦ୍ରୀୟ ସଂରକ୍ଷିତ ପୋଲିସ ବଳ (Central Reserve Police Force) ସିଆରପିଏଫ (CRPF) ଦ୍ୱାରା ପ୍ରଦାନ କରାଯାଉଥିବା Z ବର୍ଗର ସୁରକ୍ଷା ସବ ବୁଲେଟ ପ୍ରୁଫ୍ ଗାଡି଼ ଯୋଗାଇ ଦିଆଯାଇଛି। ଆମେ ପାଇଥିବା ମୌଖିକ ସୂଚନା ହେଉଛି ଯେ ସେ ସୁରକ୍ଷା ନେବାକୁ ମନା କରି ଦେଇଛନ୍ତି। ଆମ ସମସ୍ତଙ୍କ ଚିନ୍ତା ଦୂର କରି ସେ ତୁରନ୍ତ ସୁରକ୍ଷା ନେବାକୁ ମୁଁ ତାଙ୍କୁ ଗୃହ ମାଧ୍ୟମରେ ଅନୁରୋଧ କରିବାକୁ ଚାହେଁ ବୋଲି କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ। 

ଗୁଳିମାଡ଼ ଘଟଣା ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା Z ବର୍ଗର ସୁରକ୍ଷା ନେବାକୁ ମନା କରି ଦେଇଛନ୍ତି ଏଆଇଏମ୍ଆଇଏମ୍ ମୁଖ୍ୟ। ସୁରକ୍ଷା ପ୍ରସଙ୍ଗରେ ସେ ସରକାରଙ୍କ ପାଖରେ ସେ ଦୁଇଟି ଦାବି ରଖିଥିଲେ। ନିଜର ଦାବି ଉପସ୍ଥାପନ କରି ସେ କହିଛନ୍ତି ତାଙ୍କୁ ବୁଲେଟ୍ ପ୍ରୁଫ୍ ଗାଡି ଏବଂ ଅସ୍ତ୍ର ରଖିବାକୁ ଅନୁମତି ପ୍ରଦାନ କରଯାଉ। ମୁଁ ସରକାରୀ ସୁରକ୍ଷା ନେବାକୁ ଚାହୁଁନାହିଁ ବୋଲି କହିଥିଲେ ସେ।

Also Read: Z Category ସୁରକ୍ଷା ନେବେ ନାହିଁ Asaduddin Owaisi; ସରକାରଙ୍କ ପାଖରେ ରଖିଲେ ୨ ଦାବି

ନିଜ ପାଖରେ ବୁଲେଟ୍ ପ୍ରୁଫ୍ ଗାଡି ରଖିବା ପାଇଁ ମୁଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଏକ ପତ୍ର ଲେଖିବି। ଲାଇସେନ୍ସପ୍ରାପ୍ତ ଅସ୍ତ୍ର ରଖି ନିଜେ ନିଜର ସୁରକ୍ଷା କରିବି ବୋଲି କହିଥିଲେ ଅସାଦୁଦ୍ଦିନ ଓୱେସି। ନିର୍ବାଚନ ପ୍ରଚାର କରିବା ଅବସରରେ ଗୁରୁବାର ତାଙ୍କ ଉପରେ ହୋଇଥିବା ଗୁଳିମାଡ ପରେ କେନ୍ଦ୍ର ସରକାର ତାଙ୍କୁ Z ବର୍ଗର ସୁରକ୍ଷା ଦେବାକୁ ନିଷ୍ପତ୍ତି ନେଇଥିଲେ।