INDIA Bloc: କାହିଁକ ହୋଇପାରିଲା ନାହିଁ ମେଣ୍ଟ ଏବଂ ଆସନ ବୁଝାମଣା? ସାମ୍ନାକୁ ଆସିଲା ବଡ଼ କାରଣ
Advertisement

INDIA Bloc: କାହିଁକ ହୋଇପାରିଲା ନାହିଁ ମେଣ୍ଟ ଏବଂ ଆସନ ବୁଝାମଣା? ସାମ୍ନାକୁ ଆସିଲା ବଡ଼ କାରଣ

West Bengal Politics: ପଶ୍ଚିମବଙ୍ଗ ରାଜନୀତିରେ ବିରୋଧି ଇଣ୍ଡିଆ ମେଣ୍ଟ ସଫଳ ହୋଇ ନପାରିବା ପଛରେ ରାଜନୀତି କମ ବ୍ୟକ୍ତିଗତ କାରଣ ଅଧିକ ରହିଥିବା କୁହାଯାଉଛି।

INDIA Bloc: କାହିଁକ ହୋଇପାରିଲା ନାହିଁ ମେଣ୍ଟ ଏବଂ ଆସନ ବୁଝାମଣା? ସାମ୍ନାକୁ ଆସିଲା ବଡ଼ କାରଣ

Adhir Ranjan Chowdhury vs Mamata Banerjee Enmity: ୨୦୨୪ ଲୋକସଭା ନିର୍ବାଚନରେ ପଶ୍ଚିମବଙ୍ଗରେ ଏକାକୀ ଲଢିବ ଟିଏମସି। ଲୋକସଭା ନିର୍ବାଚନ ପୂର୍ବରୁ ଟିଏମସି ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତି ଦ୍ୱାରା କଂଗ୍ରେସ ଚକିତ ହୋଇଯାଇଛି। ପଶ୍ଚିମବଙ୍ଗରେ ବିରୋଧି ଦଳଙ୍କ ଇଣ୍ଡିଆ ମେଣ୍ଟ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇ ଯାଇଥିବାର ଦେଖାଯାଉଛି। କଂଗ୍ରେସ-ଟିଏମସି ମଧ୍ୟରେ ଆସନ ବୁଝାମଣାକୁ ନେଇ କୌଣସି  ସହମତି ହୋଇ ପାରିଲ ନାହିଁ। ଅନ୍ୟପଟେ ସିପିଆଇ-ଏମ ନେତୃତ୍ୱାଧୀନ ବାମ ମେଣ୍ଟ ମଧ୍ୟ ଟିଏମସି ସରକାରକୁ ଟାର୍ଗେଟ କରିବାରେ ଲାଗିଥିଲା। ଟିଏମସି-କଂଗ୍ରେସ ମଧ୍ୟରେ ଚାଲିଥିବା ବିବାଦ ପଛରେ ରାଜନୀତି କମ ବ୍ୟକ୍ତିଗତ କାରଣ ରହିଥିବାର ମନେହୁଏ। ପଶ୍ଚିମବଙ୍ଗ କଂଗ୍ରେସ ଅଧ୍ୟକ୍ଷ ଅଧିର ରଞ୍ଜନ ଚୌଧୁରୀଙ୍କୁ ଜବାବ ଦେବାକୁ ଏକାଠି ହୋଇଥିଲେ ଟିଏମସି ନେତା। ଟିଏମସି ନେତା ଡେରେକ ଓ’ବ୍ରାଇନ୍ ପିଟିଆଇ ସହ କଥାବାର୍ତ୍ତା ବେଳେ କହିଛନ୍ତି ଯେ  ପଶ୍ଚିମବଙ୍ଗରେ ଇଣ୍ଡିଆ ମେଣ୍ଟ ବିଫଳ ହେବାର କାରଣ ହେଉଛନ୍ତି ଅଧିର ରଞ୍ଜନ ଚୌଧରୀ। ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ଏବଂ ଅଧିର ରଞ୍ଜନ ଚୌଧୁରୀଙ୍କ ମଧ୍ୟରେ ଚାଲିଥିବା ବିବାଦ କାରଣରୁ ଟିଏମସି-କଂଗ୍ରେସ ଏକାଠି ହୋଇପାରିଲେ ନାହିଁ ବୋଲି କୁହାଯାଉଛି। 

୬୯ ବର୍ଷୀୟ ମମତା ବାନାର୍ଜୀ କ୍ରମାଗତ ଭାବେ ତୃତୀୟ ଥର ଲାଗି ପଶ୍ଟିମବଙ୍ଗ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଗତ ୧୯୯୮ ମସିହା ଜାନୁଆରୀ ୧ ତାରିଖରେ କଂଗ୍ରେସ ପାଖରୁ ଅଲଗା ହୋଇ ନିଜର ରାଜନୈତିକ ଦଳ ଟିଏମସି ଗଠନ କରିଥିଲେ। ବେଳେବେଳେ ସେ ଏବଂ ବର୍ତ୍ତମାନର ପଶ୍ଚିମବଙ୍ଗ କଂଗ୍ରେସ ଅଧ୍ୟକ୍ଷ ଅଧିର ରଞ୍ଜନ ଚୌଧୁରୀ ଏକାଠି କାମ କରୁଥିଲେ। ହେଲେ ମଧ୍ୟ ସେମାନଙ୍କ ମଧ୍ୟରେ ତିକ୍ତତା ଚାଲିଥିଲା। ଉଭୟଙ୍କ ସହ କାମ କରିଥିବା ଜଣେ ନେତା ଇଣ୍ଡିଆନ୍ ଏକ୍ସପ୍ରେସ ସହ କଥାବାର୍ତ୍ତୀ କରିବା ବେଳେ କହିଛନ୍ତି ଯେ ଉଭୟେ କେବେ ଗୋଟିଏ ଡଙ୍ଗାରେ ବସିପାରିବେ ନାହିଁ। ଯେତେବେଳେ ମମତା ବାନାର୍ଜୀ ତତ୍କାଳୀନ ପିସିସି ମୁଖ୍ୟ ସୋମନ୍ ମିତ୍ରଙ୍କ ବିରୋଧରେ ବିଦ୍ରୋହ କରି ଟିଏମସି ଗଠନ କରିଥିଲେ, ସେତେବେଳେ ଅଧିର ରଞ୍ଜନ ଚୌଧୁରୀ ତାଙ୍କ ବିରୋଧରେ ଠିଆ ହୋଇଥିଲେ। ଯଦିଓ ଟିଏମସି ଗଠିତ ହେବା ପରେ ଅନେକ କଂଗ୍ରେସ ନେତା ଦଳ ଛାଡ଼ି ମମତା ବାନାର୍ଜୀ ଶିବିରରେ ସାମିଲ ହୋଇଥିଲେ। ହେଲେ ଅଧିର ରଞ୍ଜନ ଚୌଧୁରୀ କଂଗ୍ରେସ ସହ ଛିଡ଼ା ହୋଇ ରହିଥିଲେ। ସେ ସବୁବେଳେ ଟିଏମସି ଏବଂ ମମତା ବାନାର୍ଜୀଙ୍କ ଠାରୁ ଦୂରତା ବଜାୟ ରଖିଥିଲେ। ୬୭ ବର୍ଷୀୟ ଅଧିର ରଞ୍ଜନ ଚୌଧୁରୀ  ପଶ୍ଚିମବଙ୍ଗର ବହରାମପୁର ଲୋକସଭା ଆସନରୁ ୫ ଥର ସାଂସଦ ଭାବରେ ନିର୍ବାଚିତ ହୋଇଛନ୍ତି। ସେ ଏବେ ପଶ୍ଚିମବଙ୍ଗ କଂଗ୍ରେସ କମିଟି ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଛନ୍ତି।

କେବେ ମମତା ବାନାର୍ଜୀଙ୍କୁ ପସନ୍ଦ କରନ୍ତି ନାହିଁ ଅଧିର ରଞ୍ଜନ ଚୌଧୁରୀ 
ଗତ ୨୦୧୧ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଟିଏମସି କଂଗ୍ରେସ ସମର୍ଥନରେ ୩୪ ବର୍ଷ ବାମ ମେଣ୍ଟର ଶାସନରେ ପୂର୍ଣ୍ଣଚ୍ଛେଦ ପକାଇ ଦେଇଥିଲା। ଗତ ୨୦୧୨ ଡିସେମ୍ବର ମାସରେ କଂଗ୍ରେସ ବିଧାୟକ ମନୋଜ ଚକ୍ରବର୍ତ୍ତୀ ମମତା ବାନାର୍ଜୀଙ୍କ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେବା ପରେ ଭାଙ୍ଗିଯାଇଥିଲା ଟିଏମସି-କଂଗ୍ରେସ ମେଣ୍ଟ। ଏପରିକି ସେତେବେଳେ ମନୋଜ ଚକ୍ରବର୍ତ୍ତୀଙ୍କ ଖୋଲା ଖୋଲି ଭାବେ ଠିଆ ହୋଇଥିଲେ ଅଧିର ରଞ୍ଜନ ଚୌଧୁରୀ। ଧିରେ ଧିରେ ଅଧିର ପଶ୍ଚିମବଙ୍ଗ ରାଜନୀତିରେ ମମତା ବିରୋଧି ଚେହେରା ଭାବେ ଉଭା ହୋଇଥିଲେ। ଗତ ୨୦୧୬ ବିଧାନସଭା ନିର୍ବାଚନରେ ଯେତେବେଳେ କଂଗ୍ରେସ-ବାମଦଳ ମଧ୍ୟରେ ମେଣ୍ଟ ହୋଇଥିଲା, ସେତେବେଳେ ଅଧିର ରଞ୍ଜନ ଚୌଧୁରୀ ଏହାକୁ ମଜବୁତ କରିବାରେ ଲାଗି ପଡ଼ିଥିଲେ।

ଇଣ୍ଡିଆନ ଏକ୍ସପ୍ରେସ ଜଣେ ଜଣେ ବରିଷ୍ଠ ଟିଏମସି ନେତା ସୂତ୍ରରୁ କହିଛି ଯେ କଂଗ୍ରେସ କେନ୍ଦ୍ରୀୟ ନେତୃତୃଙ୍କୁ ବାରମ୍ବାର ଏକଥା କୁହାଯାଇ ସାରିଛି ଯେ ଯେପର୍ଯ୍ୟନ୍ତ ଅଧିର ରଞ୍ଜନ ଚୌଧରୀ ପଶ୍ଚିମବଙ୍ଗ କଂଗ୍ରେସ କମିଟି ମୁଖ୍ୟ ପଦରେ ରହିବେ ସେ ପର୍ଯ୍ୟନ୍ତ ଟିଏମସି ସହ ମେଣ୍ଟ କରିବା ସମ୍ଭବ ନୁହେଁ। ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ପ୍ରଦୀପ ଭଟ୍ଟାଚାର୍ଯ୍ୟ କିମ୍ବା ଅବଦୁଲ ମାନ୍ନଙ୍କ ପରି କଂଗ୍ରେସ ନେତାଙ୍କୁ ପସନ୍ଦ କରିନ୍ତି, ଯିଏ ତାଙ୍କ ଦଳ ପ୍ରତି ଏତେ ତିକ୍ତତା ରଖନ୍ତି ନାହିଁ।

ଆସନ ବୁଝାମଣାକୁ ନେଇ ସୃଷ୍ଟି ହୋଇଥିଲା ବିବାଦ
ନିକଟରେ ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ରାଜ୍ୟର ମୁର୍ଶିଦାବାଦ ଜିଲ୍ଲାରେ ଆୟୋଜିତ ହୋଇଥିବା ଏକ ଦଳୀୟ ବୈଠକରେ ଯୋଗ ଦେଇଥିଲେ। ମୁର୍ଶିଦାବାଦ ଅଧିର ରଞ୍ଜନ ଚୌଧରୀଙ୍କ ଗୃହ ଜିଲ୍ଲା ଭାବେ ଜଣାଶୁଣା। ଏହି ଜିଲ୍ଲାରେ ଆୟୋଜିତ ହୋଇଥିବା ଦଳୀୟ ବୈଠକରେ ଯୋଗ ଦେଇଥିବା ଟିଏମସି କର୍ମକର୍ତ୍ତାଙ୍କୁ କହିଥିଲେ ଯେ ରାଜ୍ୟର ସମସ୍ତ ୪୨ ଲୋକସଭା ଆସନରେ ଦଳ ଏକାକୀ ନିର୍ବାଚନ ଲଢିବ। ଏହା ସହିତ ଏହି ରୁଦ୍ଧ ଦ୍ୱାର ବୈଠକରେ ସେ ଦଳୀୟ କର୍ମକର୍ତ୍ତାଙ୍କ ସମ୍ବୋଧିତ କରିବା ବେଳେ କହିଥିଲେ ଯଦି ଏକାଠି ହୋଇ ଲଢେଇ କରନ୍ତି ତାହେଲେ ବହରାମପୁର  ଆସନରୁ ଅଧିର ରଞ୍ଜନ ଚୌଧୁରୀଙ୍କୁ ପରାସ୍ତ କରିପାରିବେ। ଏହା ପୂର୍ବରୁ ଆଧିର ରଞ୍ଜନ ଚୌଧୁରୀ ମମତା ବାନାର୍ଜୀଙ୍କୁ ଚ୍ୟାଲେଞ୍ଜ କରି କହିଥିଲେ ଯଦି ଆପଣଙ୍କର ସାହାସ ଅଛି  ତାହେଲେ ବହରାମପୁର ଆସନରେ ପ୍ରତିଦ୍ୱନ୍ଦ୍ୱିତା କର। କଂଗ୍ରେସ ସହାୟତାରେ ଟିଏମସି ପଶ୍ଚିମବଙ୍ଗରେ ସରକାର ଗଠନ କରିଥିଲା ବୋଲି ମମତା ବାନାର୍ଜୀ ଉଦ୍ଦେଶ୍ୟରେ ସ୍ପଷ୍ଟ ଭାବରେ ଜଣାଇ ଦେଇଥିଲେ ସେ। 

୨୦୨୪ ଲୋକସଭା ନିର୍ବାଚନ ପାଇଁ ଟିଏମସି କଂଗ୍ରେସ ଲାଗି ସେହି ୨ ଆସନ ଛାଡି଼ବା ଲାଗି ରାଜି ହୋଇଥିଲା। ଯେଉଁ ଆସନରେ କଂଗ୍ରେସ ୨୦୧୯ ଲୋକସଭା ନିର୍ବାଚନରେ ହାତେଇଥିଲା। ସେହି ୨ ଆସନ ହେଉଛି ବହରାମପୁର ଏବଂ ମାଲଦା ଦକ୍ଷିଣ। ଟିଏମସି ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି ପଶ୍ଚିମବଙ୍ଗ କଂଗ୍ରେସ କମିଟି ଅଧ୍ୟକ୍ଷ କହିଥିଲେ ଦଳକୁ  ଯେଉଁ ୨ ଆସନ ଦେବା କଥା କୁହାଯାଉଛି ତାହାକୁ କଂଗ୍ରେସ ଟିଏମସି ସହ ଲଢେଇ କରି ହାତେଇଥିଲା। ପୁନର୍ବାର ଏହି ଆସନ ଜିତିବା ପାଇଁ ମମତା ବାନାର୍ଜୀଙ୍କ ଦୟାର ଆବଶ୍ୟକତା ନାହିଁ।

ଗୁରୁବାର ଯେତେବେଳେ ସାମ୍ବାଦିକ ଆସନ ବୁଝାମଣା ସମ୍ପର୍କରେ ପ୍ରଶ୍ନ କରିଥିଲେ, ସେତେବେଳେ ଟିଏମସି ନେତା ଡେରେକ ଓ’ବ୍ରାଇନ୍ ଅଧିର ରଞ୍ଜନ ଚୌଧରୀ ନାଁ ନେବାକୁ ପଛାଇ ନଥିଲେ। ଏନେଇ ଟିଏମସି ନେତା ଜଣଙ୍କ କହିଥିଲେ ଯେ ପଶ୍ଚିମବଙ୍ଗରେ ଇଣ୍ଡିଆ ମେଣ୍ଟର ୨ ମୁଖ୍ୟ ବିରୋଧି ଅଛନ୍ତି। ସେମାନେ ହେଉଛନ୍ତି ବିଜେପି ଏବଂ ଅଧିର ରଞ୍ଜନ ଚୌଧରୀ। ବର୍ତ୍ତମାନର ପଶ୍ଚିମବଙ୍ଗ କଂଗ୍ରେସ କମିଟି ଅଧ୍ୟକ୍ଷ ବିଜେପି ଭାଷା କହୁଛନ୍ତି। ତାଙ୍କ ପାଇଁ  ପଶ୍ଚିମବଙ୍ଗରେ ବିରୋଧି  ଇଣ୍ଡିଆ ମେଣ୍ଟ କାମ କରିପାରିଲା ନାହିଁ।