Parliament Membership Cancellation: ଗତ ୧୯୫୧ ମସିହା ପର ଠାରୁ ୧୬ ଜଣ ସାଂସଦ ଲୋକସଭା ଏବଂ ରାଜ୍ୟସଭା ସଦସ୍ୟତା ହରାଇଛନ୍ତି। ସେମାନଙ୍କୁ ଅଯୋଗ୍ୟ ଘୋଷିତ କରାଯାଇଛି। ଯେଉଁଥିରେ ରାହୁଲ ଗାନ୍ଧୀ ଏବଂ ଇନ୍ଦିରା ଗାନ୍ଧୀ ମଧ୍ୟ ଅନ୍ତର୍ଭୂକ୍ତ ରହିଛନ୍ତି। ଏହା ବ୍ୟତୀତ ଶିଳ୍ପପତି ବିଜୟ ମାଲ୍ୟା ଏବଂ ଅନ୍ୟାନ୍ୟ ସାଂସଦ ମଧ୍ୟ ଅଛନ୍ତି।
Trending Photos
Cancellation of Parliament Membership of MP: କୌଣସି ଅପରାଧିକ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ବିଧାୟକ କିମ୍ବା ସାଂସଦ ଅଯୋଗ୍ୟ ଘୋଷିତ ହୋଇ ସେମାନଙ୍କ ପଦ ହରାଇଥାନ୍ତି। ଏହି ପ୍ରକ୍ରିୟା ଦେଶରେ ସମ୍ବିଧାନ କାର୍ଯ୍ୟକାରୀ ହେବା ପର ଠାରୁ ଚାଲିଆସୁଛି। ଗତ ୧୯୫୧ ମସିହା ପର ଠାରୁ ୧୬ ଜଣ ସାଂସଦ ଲୋକସଭା ଏବଂ ରାଜ୍ୟସଭା ସଦସ୍ୟତା ହରାଇଛନ୍ତି। ସେମାନଙ୍କୁ ଅଯୋଗ୍ୟ ଘୋଷିତ କରାଯାଇଛି। ଯେଉଁଥିରେ ରାହୁଲ ଗାନ୍ଧୀ ଏବଂ ଇନ୍ଦିରା ଗାନ୍ଧୀ ମଧ୍ୟ ଅନ୍ତର୍ଭୂକ୍ତ ରହିଛନ୍ତି। ଏହା ବ୍ୟତୀତ ଶିଳ୍ପପତି ବିଜୟ ମାଲ୍ୟା ଏବଂ ଅନ୍ୟାନ୍ୟ ସାଂସଦ ମଧ୍ୟ ଅଛନ୍ତି। ଲୋକସଭା ସଦସ୍ୟତା ହରାଇଥିବା ପ୍ରଥମ ସାଂସଦ ହେଉଛନ୍ତି ଏଚ୍.ଜି ମୁଦଗଲ।
ସାଂସଦ ସେମାନଙ୍କର ସଂସଦୀୟ ପଦ ହରାଇବାର ପ୍ରଥମ ମାମଲା ହେଉଛି ୨୫ ସେପ୍ଟେମ୍ବର ୧୯୫୧। ସଂଯୋଗକ୍ରମେ ସାଂସଦ ଜଣଙ୍କ କଂଗ୍ରେସ ଦଳରୁ ଆସିଥିଲେ। ତାଙ୍କର ନାଁ ହେଉଛି ଥିଲା ଏଚ୍.ଜି ମୁଦଗଲ। ସଂସଦରେ ପ୍ରଶ୍ନ ପଚାରିବା ବଦଳରେ ଟଙ୍କା ନେଇଥିବାରୁ ତାଙ୍କୁ ଲୋକସଭାରୁ ହଟାଇ ଦିଆଯାଇଥିଲା। ତାଙ୍କୁ ଅଯୋଗ୍ୟ ଘୋଷଣା କରି ତାଙ୍କର ସଦସ୍ୟତା ବାତିଲ କରାଯାଇଥିଲା। ସେ ପର୍ଯ୍ୟନ୍ତ ଦେଶରେ ପ୍ରଥମ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇନଥିଲା। ଦେଶରେ ଏକ ଅସ୍ଥାୟୀ ସରକାର ଥିଲା। ପ୍ରଶ୍ନ କରିବା ପାଇଁ ଜଣେ ବ୍ୟବସାୟୀଙ୍କ ଠାରୁ ତାଙ୍କୁ ଟଙ୍କା ମିଳିଥିଲା।
ଯେତେବେଳେ କଂଗ୍ରେସ ସାଂସଦ ଏଚ୍.ଜି ମୁଦଗଲଙ୍କ ବିରୋଧରେ ଅଭିଯୋଗ ଆସିଥିଲା ସେତେବେଳେ ପ୍ରଥମେ ଏକ ସ୍ୱତନ୍ତ୍ର ସଂସଦୀୟ ଅନୁସନ୍ଧାନ କମିଟି ଗଠନ କରାଯାଇଥିଲା। ଯାହାର ନେତୃତ୍ୱ ନେଇଥିଲେ ଟି.ଟି କୃଷ୍ଣମାଚାରି। ଏହି କମିଟି ସହ ଜଡ଼ିତ ଅନ୍ୟ ସଦସ୍ୟ ହେଉଛନ୍ତି ପ୍ରଫେସର କେ.ଟି ଶାହା, ସୟଦ ନୌଶେରଲି, ଜି.ଦୁର୍ଗାବାଇ ଏବଂ କାଶୀନାଥରାଓ ବୈଦ୍ୟ। ଏହି କମିଟି ୧୯୫୧ ମସିହା ଜୁନ୍ ୮ ତାରିଖରେ ଗଠିତ ହୋଇଥିଲା। ଯାହା ସଂସଦ ଦ୍ୱାରା ଗଠିତ ହୋଇଥିଲା। ଏହା ପୂର୍ବରୁ ସଂସଦରେ ଏକ ବିତର୍କ ହୋଇଥିଲା ଯେଉଁଥିରେ ନିଜେ ମୁଦଗାଲ ମଧ୍ୟ ଭାଗ ନେଇଥିଲେ। ମୁଦଗାଲଙ୍କୁ ହଟାଇବା ପ୍ରସ୍ତାବରେ ମତଦାନ ହେବା ପୂର୍ବରୁ ମୁଦଗଲ ଇସ୍ତଫା ଦେଇଥିଲେ।
ତତ୍କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ ଏଚ.ଜି ମୁଦଗଲଙ୍କ ବିରୋଧରେ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନକୁ ଯଥାର୍ଥ ବୋଲି କହିଥିଲେ। ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ସେ କହିଥିଲେ ଯେ ଯଦି ଏଭଳି ମାମଲାରେ ସଂସଦ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରେ ତାହେଲେ ଜନସାଧାରଣଙ୍କ ପାଖକୁ ଏକ ଭୁଲ ବାର୍ତ୍ତା ଯିବ। ଏଚ୍.ଜି ମୁଦଗାଲ ଟଙ୍କା ନେଇ ପ୍ରଶ୍ନ ପଚାରିଥିଲେ। ଏହା ଏକ ଷ୍ଟିଙ୍ଗ୍ ଅପରେସନ୍ ମାଧ୍ୟମରେ ମଧ୍ୟ ପ୍ରକାଶ ପାଇଥିଲା।
ସଂସଦୀୟ କମିଟି ଏହି ପ୍ରସଙ୍ଗରେ ୩୮୭ ପୃଷ୍ଠାର ଏକ ରିପୋର୍ଟ ଦେଇଥିଲା। ଯାହା ୧୯୫୧ ମସିହା ଅଗଷ୍ଟ ମାସରେ ସଂସଦରେ ଉପସ୍ଥାପିତ ହୋଇଥିଲା। କମିଟି ଏହି ଘଟଣାର ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ କରିଥିଲା। ତଦନ୍ତ ବେଳେ କମିଟି ଜାଣିବାକୁ ପାଇଲେ ଯେ ବମ୍ବେ ବୁଲିଅନ୍ ଆସୋସିଏସନ୍ ସହିତ ମୁଦଗଲଙ୍କ ସମ୍ପର୍କ ରହିଛି। ଏହି ଆସୋସିଏସନ ପାଖରୁ ଟଙ୍କା ନେଇ ମୁଦଗଲ ବମ୍ବେ ବୁଲିଅନ୍ ଆସୋସିଏସନ୍ ସପକ୍ଷରେ ଅନେକ ପ୍ରଶ୍ନ ପଚାରିଥିଲେ। ଯାହା ଦ୍ୱାରା ଏହି ସଂସ୍ଥା ଉପକୃତ ହେବ। ତାଙ୍କ ବ୍ୟବସାୟରେ ଆସୁଥିବା ପ୍ରତିବନ୍ଧକ ହଟାଯାଇ ପାରିବ। ତଦନ୍ତରୁ ସ୍ପଷ୍ଟ ହୋଇଥିଲା ଏଚ.ଜି ମୁଦଗଲ ଜଣେ ସାଂସଦ ହୋଇ ସଂସଦର ସମ୍ମାନ ହ୍ରାସ କରିଛନ୍ତି। ସଂସଦର ନୈତିକତା ବିରୋଧରେ କାର୍ଯ୍ୟ କରିଛନ୍ତି। ସଂସଦୀୟ ଅନୁସନ୍ଧାନ କମିଟି ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛି।
ଅନୁସନ୍ଧାନରୁ ଏହା ମଧ୍ୟ ଜଣାପଡିଥିଲା ଯେ ଏଚ.ଜି ମୁଦଗଲ କେବଳ ଏଥିରୁ ଆର୍ଥିକ ଲାଭ ପାଇନାହାଁନ୍ତି ବରଂ ତାଙ୍କୁ ମହଙ୍ଗା ଜିନିଷ ମଧ୍ୟ ପ୍ରଦାନ କରାଯାଇଛି। ଯଦିଓ ବୁଲିଅନ୍ ଆସୋସିଏସନର ବୋର୍ଡ ସଦସ୍ୟଙ୍କ ମଧ୍ୟରେ ଅନେକ ମତଭେଦ ରହିଥିଲା। ହେଲେ ପରେ ଏହା ଜଣାପଡିଥିଲା ଯେ ବହୁ ବିତର୍କ ପରେ ବୁଲିଅନ୍ ଆସୋସିଏସନ ଏଚ.ଜି ମୁଦଗଲକୁ ୫୦୦୦ ଟଙ୍କା ଦେଇଥିଲା। ଯାହାଫଳରେ ସେ ଏହି ସଂସ୍ଥା ସପକ୍ଷରେ ପ୍ରଶ୍ନ ପଚାରି ପାରିବେ ଏବଂ ସଂସଦରେ ସଂସ୍ଥା ସପକ୍ଷରେ ଏକ ସକରାତ୍ମକ ମାହୋଲ ସୃଷ୍ଟି କରିପାରିବେ।
ପ୍ରଶ୍ନ ପଚାରିବା ବଦଳରେ ତାଙ୍କୁ କୌଣସି ଲାଭ ମିଳିଥିବା କଥାକୁ ପ୍ରଥମେ ଏଚ.ଜି ମୁଦଗଲ ଅସ୍ୱୀକାର କରୁଥିଲେ। ହେଲେ ପରେ କଂଗ୍ରେସ ସାଂସଦ ଜଣଙ୍କ ତତ୍କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ସାମ୍ନାରେ ଏକଥାକୁ ଗ୍ରହଣ କରିଥିଲେ। ତାଙ୍କୁ ୨୦ ହଜାର ଟଙ୍କା ମିଳିଥିବା ନେଇ ଯେଉଁ ପ୍ରଚାର କରାଯାଉଥିଲା, ତାହା ଉପରେ ପ୍ରତିକ୍ରିୟା ରଖି ଏଚ.ଜି ମୁଦଗଲ କହିଥିଲେ ଯେ ତାଙ୍କୁ ୨୭୦୦ ଟଙ୍କା ମିଳିଛି। ଅନ୍ୟପଟେ ୧୯୭୬ ମସିହା, ୧୫ ନଭେମ୍ବରରେ ତତ୍କାଳୀନ ସୁବ୍ରମଣ୍ୟମ ସ୍ୱାମୀ ଦେଶ ବାହାରେ ସଂସଦ ବିଷୟରେ ଭୁଲ ମନ୍ତବ୍ୟ ଦେଇଥିବାରୁ ତାଙ୍କୁ ରାଜ୍ୟସଭାରୁ ବହିଷ୍କାର କରାଯାଇଥିଲା ଏବଂ ତାଙ୍କର ସଦସ୍ୟତା ବାତିଲ କରାଯାଇଥିଲା।
ସେହିପରି ୧୯୭୭ ମସିହା, ୧୮ ନଭେମ୍ବରରେ, ଇନ୍ଦିରା ଗାନ୍ଧୀଙ୍କ ବିରୋଧରେ ପ୍ରଧାନମନ୍ତ୍ରୀ ରହିଥିବା ସମୟରେ ଅପବ୍ୟବହାର ତଥା ଅନ୍ୟାନ୍ୟ ଅଭିଯୋଗ ହେତୁ ଏକ ଅବିଶ୍ୱାସ ପ୍ରସ୍ତାବ ଅଣାଯାଇଥିଲା। ଏହା ପରେ ଏକ ସ୍ୱତନ୍ତ୍ର ସଂସଦୀୟ ଅନୁସନ୍ଧାନ କମିଟି ଗଠନ କରାଯାଇଥିଲା। ଏହି କମିଟି ପକ୍ଷରୁ ଦାଖଲ କରାଯାଇଥିବା ରିପୋର୍ଟ ତାଙ୍କ ବିରୋଧରେ ଥିଲା। ୧୯୭୮ ମସିହା, ୧୮ ଡିସେମ୍ବରରେ ଇନ୍ଦିରା ଗାନ୍ଧୀଙ୍କ ବିରୋଧରେ ମତଦାନ ଅନୁଷ୍ଠିତ ହେବାର ତାଙ୍କ ସଦସ୍ୟତା ଛଡ଼ାଇ ନିଆଯାଇଥିଲା।
ସେହିପରି ୨୦୦୫ ବର୍ଷରେ ନୋଟ ଫର କ୍ୱେରିଜ ମାମଲାରେ ଲୋକସଭାରେ ଏକ ସ୍ୱତନ୍ତ୍ର କମିଟି ଗଠନ କରାଯାଇଥିଲା। କଂଗ୍ରେସ ସାଂସଦ ପୱନ କୁମାର ବଂସଲଙ୍କ ନେତୃତ୍ୱରେ ଏହି କମିଟି ଗଠନ କରାଯାଇଥିଲା। ଏହି କମିଟି ୧୦ ଜଣ ଲୋକସଭା ସାଂସଦଙ୍କ ବିରୋଧରେ ଯାଞ୍ଚ କରିଥିଲେ। ଯେଉଁମାନେ ସଂସଦରେ ଟଙ୍କା ନେଇ ପ୍ରଶ୍ନ ପଚାରିଥିଲେ ପରେ ସେମାନଙ୍କୁ ଲୋକସଭାରୁ ବହିଷ୍କାର କରାଯାଇଥିଲା।
ଏହି ରିପୋର୍ଟ କୋବ୍ରା ପୋଷ୍ଟ ପକ୍ଷରୁ କରାଯାଇଥିବା ଷ୍ଟିଙ୍ଗ୍ ଅପରେସନ୍ ମାଧ୍ୟମରେ ସାମ୍ନାକୁ ଆସିଥିଲା। ଯେଉଁଥିରେ ଜଣାପଡ଼ିଥିଲା କେତେକ ଦଳର ସାଂସଦନୋଟ୍ ନେଇ ସଂସଦରେ ପ୍ରଶ୍ନ ପଚାରିବାକୁ କିପରି ପ୍ରସ୍ତୁତ ଅଛନ୍ତି। ଏହି ଘଟଣା ସାମ୍ନାକୁ ଆସିବା ମାତ୍ରେ ଉତ୍ତେଜନା ଦେଖାଦେଇଥିଲା। ସେମାନଙ୍କ ବିରୋଧରେ କିରଣ ବଂସଲଙ୍କ ସ୍ୱତନ୍ତ୍ର ଅଦାଲତରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆରମ୍ଭ ହୋଇଥିଲା। ଏହି ମାମଲା ସତ୍ୟ ବୋଲି ଜଣାପଡିଥିଲା। ଏହି ଘଟଣାରେ ୧୧ ଜଣ ସାଂସଦଙ୍କ ନାଁ ସାମ୍ନାକୁ ଆସିଥିଲା। ଯେଉଁଥିରେ ୧୦ ଜଣ ଲୋକସଭା ଏବଂ ଜଣେ ରାଜ୍ୟସଭା ସାଂସଦ ରହିଥିଲେ।
ଏହି ସାଂସଦଙ୍କ ମଧ୍ୟରୁ ୬ ବିଜେପି ଏବଂ ୩ ବିଏସପି ସାଂସଦ ରହିଥିଲେ। ଏହା ବ୍ୟତୀତ ଆରଜେଡି ଏବଂ କଂଗ୍ରେସ ଦଳରୁ ଜଣେ ଲେଖାଁଏ ସାଂସଦ ରହିଥିଲେ। ସେମାନେ ହେଉଛନ୍ତି ୱାଇ.ଜି ମହାଜନ (ବିଜେପି), ଛତ୍ରପାଲ ଲୋଢା (ବିଜେପି), ଆନ୍ନା ସାହେବା ଏମ.କେ ପାଟିଲ (ବିଜେପି), ମନୋଜ କୁମାର (ଆରଜେଡି), ଚନ୍ଦ୍ର ପ୍ରତାପ ସିଂ (ବିଜେପି), ରାମସେବକ ସିଂହ (କଂଗ୍ରେସ), ନରେନ୍ଦ୍ର କୁମାର କୁଶୱାୱା (ବିଏସପି), ପ୍ରଦୀପ ଗାନ୍ଧୀ (ବିଜେପି), ସୁରେଶ ଚନ୍ଦେଲ (ବିଜେପି), ଲାଲ ଚନ୍ଦ୍ର କୋଲ (ବିଏସପି) ଏବଂ ରାଜା ରାମପାଲ (ବିଏସପି)।
ଏହି ମାମାଲାରେ ଏକ ସ୍ୱତନ୍ତ୍ର କମିଟି ଗଠନ କରାଯାଇଥିଲା। ଯାହା ଏହି ସାଂସଦଙ୍କୁ ଲୋକସଭା ଏବଂ ରାଜ୍ୟସଭା ଗୃହରୁ ହଟାଇବାକୁ ସୁପାରିଶ କରିଥିଲା। ପରେ ସଂସଦରେ ୨୦୦୫, ୨୪ ଡିସେମ୍ବରରେ ଭୋଟ୍ ହୋଇଥିଲା। ଏହା ଏକ ପ୍ରକାରର ଐତିହାସିକ ଭୋଟ୍ ଥିଲା। ଯାହା ପ୍ରଥମ ଥର ପାଇଁ ସଂସଦରେ ଅନୁଷ୍ଠିତ ହୋଇଥିଲା। ଏହା ପରେ ଏହି ସମସ୍ତ ସାଂସଦଙ୍କୁ ବରଖାସ୍ତ କରାଯାଇଥିଲା। ହେଲେ ବିଜେପି ଏହାକୁ ଦୃଢ ବିରୋଧ କରି ସଂସଦକୁ କଙ୍ଗାରୁ କୋର୍ଟ ବୋଲି କହିଥିଲେ।
୨୦୧୬ ବର୍ଷରେ ବ୍ୟାଙ୍କ ଦ୍ୱାରା ଋଣ ଖିଲାପକାରୀ ହେବା ପରେ ଲଣ୍ଡନ ପଳାୟନ କରିଥିଲେ ଶିଳ୍ପପତି ବିଜୟ ମାଲ୍ୟା। ସଂସଦର ନୈତିକ କମିଟି ଏହାକୁ ସାଂସଦଙ୍କ ସମ୍ମାନ ହ୍ରାସ କରିବାର ମାମଲା ଭାବେ ଗ୍ରହଣ କରିଥିଲା। ତାଙ୍କୁ ରାଜ୍ୟସଭାରୁ ବହିଷ୍କାର କରାଯାଇଥିଲା। ସଦ୍ୟ ୨୦୨୩ ମାର୍ଚ୍ଚରେ କେରଳ ୱାୟନାଡ଼ ଲୋକସଭା ଆସନର ସାଂସଦ ରାହୁଲ ଗାନ୍ଧୀଙ୍କୁ ଗୁଜୁରାଟ ସୁରଟ କୋର୍ଟ ୨ ବର୍ଷର କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଯାହା ପରେ ଲୋକସଭା ରାହୁଲ ଗାନ୍ଧୀ ସଦସ୍ୟତା ଅଯୋଗ୍ୟ ଘୋଷିତ ହୋଇଯାଇଛି