କିଛି ମାସ ପୂର୍ବେ ନୂଆ ଆଇଟି ନିୟମକୁ ନେଇ ମୁହାଁମୁହିଁ ହୋଇଥିଲେ ଭାରତ ସରକାର ଏବଂ ଆମେରିକୀୟ ସାମାଜିକ ଗଣମାଧ୍ୟମ।
Trending Photos
ନୂଆଦିଲ୍ଲୀ: ନୂଆ ଆଇଟି ନିୟମକୁ ନେଇ ଭାରତ ସରକାର ଏବଂ ସୋସିଆଲ ମିଡିଆ ଟ୍ୱିଟର ମଧ୍ୟରେ ବିବାଦ ଜାରି ରହିଛି। ଏ ପ୍ରସଙ୍ଗରେ ଏଣ୍ଟ୍ରି ମାରିଛନ୍ତି ନୂତନ ଆଇଟି ମନ୍ତ୍ରୀ। ଏ ଘଟଣାରେ ସେ ସିଧାସଳଖ ସାମାଜିକ ଗଣମାଧ୍ୟମ ଉଦ୍ଦେଶ୍ୟରେ ଚେତାବନୀ ଦେଇଛନ୍ତି।
କିଛି ମାସ ପୂର୍ବେ ନୂଆ ଆଇଟି ନିୟମକୁ (IT Act) ନେଇ ମୁହାଁମୁହିଁ ହୋଇଥିଲେ ଭାରତ ସରକାର (Govt of India) ଏବଂ ସୋସିଆଲ ମିଡିଆ ପ୍ଲାଟଫର୍ମ (Social Media Platform) ଟ୍ୱିଟର (Twitter)। ଯେଉଁ ବିବାଦର ସମର୍ଥନ ସମାଧାନ ବର୍ତ୍ତମାନ ପର୍ଯ୍ୟନ୍ତ ହୋଇପାରିନାହିଁ। ଭାରତ ବିରୋଧି ବିଷୟ ବସ୍ତୁ ପ୍ରସାର ଉପରେ କଟକଣା ଜାରି କରିବାକୁ ନେଇ ଉଭୟ ପକ୍ଷ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା।
Also Read: NCPCR ଅଭିଯୋଗ ପରେ Twitter ବିରୁଦ୍ଧରେ ମାମଲା ଦାଏର
ସଦ୍ୟ ଏ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ସରକାରଙ୍କ ନୂତନ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ (IT Minister Ashwini Vaishnaw)। ସୋସିଆଲ ମିଡିଆରେ ଟ୍ୱିଟର ଉଦ୍ଦେଶ୍ୟରେ ସ୍ପଷ୍ଟ ଭାବେ ବାର୍ତ୍ତା ଦେଇ କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଏଠାରେ ଭାରତୀୟ ଆଇନ କାନୁନକୁ ପାଳନ କରିବାକୁ। କେନ୍ଦ୍ର ସରକାରଙ୍କ ନୂଆ ଆଇଟି ନିୟମକୁ ପାଳନ କରିବାକୁ ସୋସିଆଲ ମିଡିଆ କମ୍ପାନୀ ଉଦ୍ଦେଶ୍ୟରେ ବାର୍ତ୍ତା ଦେଇଛନ୍ତି। ଏହା ସହିତ ସେ କହିଛନ୍ତି ଭାରତରେ ରହୁଥିବା କିମ୍ବା କାର୍ଯ୍ୟ କରୁଥିବା କୌଣସି ବ୍ୟକ୍ତି ବିଶେଷ, ସଙ୍ଗଠନ କିମ୍ବା ସଂସ୍ଥାକୁ ବାଧ୍ୟତାମୂଳକ ଭାବେ ଭାରତୀୟ ଆଇନ କାନୁନକୁ ମାନିବାକୁ ହେବ।
ଭାରତ ସରକାରଙ୍କ ନୂତନ ଆଇଟି ନିୟମ ମାନିବାରେ ବିଫଳ ହୋଇଥିବା ନେଇ ଏହି ଆମେରିକା ଭିତ୍ତିକ ସୋସିଆଲ ମିଡିଆ କମ୍ପାନୀ ବିରୁଦ୍ଧରେ ଅଭିଯୋଗ ଆସିଥିଲା। ଏହି ନିୟମ ଅନୁସାରେ ଟ୍ୱିଟର ମୁଖ୍ୟ ନିୟମ ଅଧିକାରୀ, ନୋଡାଲ ଅଫିସର ଏବଂ ଅଭିଯୋଗ ଉପରେ ଶୁଣାଣି କରିବାକୁ ସ୍ୱତନ୍ତ୍ର ଅଧିକାରୀ ଏପରି ସର୍ବୋମୋଟ ୩ ଜଣ ଉଚ୍ଚପଦସ୍ଥ ଅଧିକାରୀ ନିଯୁକ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଭାରତରେ ୫୦ ଲକ୍ଷରୁ ଅଧିକ ଉପଭୋକ୍ତା ଟ୍ୱିଟର ବ୍ୟବହାର କରିଥାନ୍ତି।
Also Read: ଆମେରିକା ରାଷ୍ଟ୍ରପତି ସରକାରୀ ଟ୍ୱିଟର ଆକାଉଣ୍ଟ 'POTUS' ହେବ Reset, ହଟିଯିବେ ସମସ୍ତ ଫଲୋର୍ସ
କେନ୍ଦ୍ର ସରକାରଙ୍କ ନୂଆ ଆଇଟି ନିୟମ ଚଳିତ ବର୍ଷ ମେ ୨୬ ତାରିଖରୁ କାର୍ଯ୍ୟକାରୀ ହେଉଥିବା ବେଳେ ନୂତନ ସୋସିଆଲ ମିଡିଆ ଗାଇଡଲାଇନ୍ସ (Social Media Guidelines) ପାଳନ କରିବାରେ କୌଣସି ଆଗ୍ରହ ଦେଖାଇନାହିଁ ଟ୍ୱିଟର। ଦିନକ ପୂର୍ବେ ଟ୍ୱିଟର ପକ୍ଷରୁ କୁହାଯାଇଥିଲା ଭାରତ ପାଇଁ ଏକ ମଧ୍ୟବର୍ତ୍ତୀକାଳୀନ ମୁଖ୍ୟ ମୁଖ୍ୟ ଅନୁପାଳନ ଅଧିକାରୀଙ୍କୁ ନିଯୁକ୍ତି ଦେଇଛି ଏବଂ ଖୁବ ଶୀଘ୍ର ଅନ୍ୟାନ୍ୟ ମୁଖ୍ୟ ନିଯୁକ୍ତି ଦେବ। ନୂତନ ଆଇଟି ନିୟମ ଅନୁଯାୟୀ ଭାରତରେ ଜଣେ ଅଭିଯୋଗ ଅଧିକାରୀ ନିଯୁକ୍ତ କରିବାକୁ ଆଠ ସପ୍ତାହ ସମୟ ଆବଶ୍ୟକ ଦରକାର ବୋଲି କହିଥିଲା ଏହି ଆମେରିକୀୟ ସାମାଜିକ ଗଣମାଧ୍ୟମ (American Social Media Company)।