NCPCR ଅଭିଯୋଗ ପରେ Twitter ବିରୁଦ୍ଧରେ ମାମଲା ଦାଏର
Advertisement

NCPCR ଅଭିଯୋଗ ପରେ Twitter ବିରୁଦ୍ଧରେ ମାମଲା ଦାଏର

ନୂତନ ଆଇଟି ଆଇନକୁ ନେଇ ବିଗତ କେତେ ଦିନ ହେବ ଭାରତ ସରକାର ଏବଂ ଏହି ସାମାଜିକ ଗଣମାଧ୍ୟମ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଛି।

NCPCR ଅଭିଯୋଗ ପରେ Twitter ବିରୁଦ୍ଧରେ ମାମଲା ଦାଏର

ନୂଆଦିଲ୍ଲୀ: ଏନସିପିସିଆର ପକ୍ଷରୁ ହୋଇଥିବା ଅଭିଯୋଗ ଆଧାରରେ ସୋସିଆଲ ମିଡିଆ ଟ୍ୱିଟର ବିରୁଦ୍ଧରେ ମାମଲା ଦାଏର ଦିଲ୍ଲୀ ପୋଲିସ ସାଇବର ସେଲ୍। ଏହି ସାମାଜିକ ଗଣାମାଧ୍ୟମରେ ବାରମ୍ବାର ବିଭିନ୍ନ ପ୍ରକାର ଅଶ୍ଲୀଳ ବିଷୟବସ୍ତୁ ପ୍ରସାରିତ କରାଯାଉଥିବା ନେଇ ଏନସିପିସିଆର ପକ୍ଷରୁ ଅଭିଯୋଗ କରିବା ପରେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଦିଲ୍ଲୀ ପୋଲିସ। 

ଏ ଘଟଣାରେ ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ-ଏନସିପିସିଆର (National Commission for Protection of Child Rights-NCPCR) ଦିଲ୍ଲୀ ପୋଲିସ (Delhi Police) ସାଇବର ସେଲ ଡିସିପିଙ୍କୁ (Cyber Cell DCP) ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ପୂର୍ବରୁ ଏନସିପିସିଆର ପକ୍ଷରୁ ସାଇବର ସେଲ ଏବଂ ଦିଲ୍ଲୀ ପୋଲିସ କମିଶନରଙ୍କ (Delhi Police Commissioner) ନିକଟକୁ ଦୁଇଟି ପତ୍ର ଲେଖାଯାଇଥିଲା। 

Also Read: Lock ହେବା ପରେ ପୁଣି Restore ହେଲା କେନ୍ଦ୍ର IT ମନ୍ତ୍ରୀଙ୍କ Twitter Handle

ପ୍ରୋଟେକ୍ସନ ଅଫ୍ ଚିଲଡ୍ରେନ ଫ୍ରମ୍ ସେକ୍ସୁଆଲ ଅଫେନ୍ସ-ପୋକ୍ସ (Protection of Children from Sexual Offences-POCSO) ଏବଂ ଆଇଟି ଆକ୍ଟ (IT Act) ଆଧାରରେ ସୋସିଆଲ ମିଡିଆ ପ୍ଲାଟଫର୍ମ (Social Media Platform) ଟ୍ୱିଟର (Twitter) ବିରୁଦ୍ଧରେ ମାମଲା ଦାଏର କରିଛି ଦିଲ୍ଲୀ ପୋଲିସ (Delhi Police)। 

Also Read: ଆମେରିକା ରାଷ୍ଟ୍ରପତି ସରକାରୀ ଟ୍ୱିଟର ଆକାଉଣ୍ଟ 'POTUS' ହେବ Reset, ହଟିଯିବେ ସମସ୍ତ ଫଲୋର୍ସ

ନୂତନ ଆଇଟି ଆଇନକୁ ନେଇ ବିଗତ କେତେ ଦିନ ହେବ ଭାରତ ସରକାର (Govt of India) ଏବଂ ଟ୍ୱିଟର ମୁହାଁମୁହିଁ ହୋଇଛନ୍ତି। ଗତକାଲି ପୁଣି ଏକ କାରନାମାକୁ ନେଇ ବିବାଦ ଘେରକୁ ଟଣା ହୋଇଥିଲା ଏହି ସାମାଜିକ ଗଣମାଧ୍ୟମ। ଗତ ସୋମବାର ଟ୍ୱିଟର ଏହାର ଅଧିକାରୀକ ୱେବସାଇଟରେ (Twitter Official Website) ଏକ ଭାରତୀୟ ମାନଚିତ୍ର (India Map) ପ୍ରଦର୍ଶିତ ହୋଇଥିଲା ଯେଉଁଥିରୁ ଜାମୁ-କାଶ୍ମୀର (Jammu-Kashmir) ଏବଂ ଲଦାଖ କେନ୍ଦ୍ର ଶାସିତ ଅଞ୍ଚଳ (Ladakh Union Territory) ଗାଏବ ହୋଇଯାଇଥିଲା। ହେଲେ ପରେ ଏହାକୁ ହଟାଇ ନିଆଯାଇଥିଲା।