'ଅମୃତ ମହୋତ୍ସବ' ପୋଷ୍ଟରରେ ନାହାନ୍ତି ନେହରୁ, ଏମିତି ପ୍ରତିକ୍ରିୟା ଦେଲା କଂଗ୍ରେସ
Advertisement

'ଅମୃତ ମହୋତ୍ସବ' ପୋଷ୍ଟରରେ ନାହାନ୍ତି ନେହରୁ, ଏମିତି ପ୍ରତିକ୍ରିୟା ଦେଲା କଂଗ୍ରେସ

'ଅମୃତ ମହୋତ୍ସବ' ପୋଷ୍ଟରରେ ମହାତ୍ମା ଗାନ୍ଧୀ, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ, ନତାଜୀ ସୁଭାଷ ଚନ୍ଦ୍ର ବୋଷ, ରାଜେନ୍ଦ୍ର ପ୍ରସାଦ, ଡଃ ବାବା ସେହେବ ଅମ୍ବେଦକର, ଭାଗବତ ସିଂ, ମଦନ ମୋହନ ମାଲବୀୟ ଏବଂ ବୀର ସାବରକରଙ୍କ ଫଟୋ ରହିଛି।

ସୌ: ସୋସିଆଲ ମି଼ଡିଆ

ନୂଆଦିଲ୍ଲୀ: ଦେଶରେ ସ୍ୱାଧୀନତା ଦିବସ ପରଠାରୁ ଚାରିଆଡେ 'ସ୍ୱାଧିନତାର ଅମୃତ ମହୋତ୍ସବ'  ବିଷୟରେ ଆଲୋଚନା ହେଉଛି। ଏହାରି ମଧ୍ୟରେ କାର୍ଯ୍ୟକ୍ରମ ସହ ଜଡିତ ପୋଷ୍ଟରରେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଫଟୋ ନାହିଁ। ଯାହାକୁ ନେଇ ରାଜନୈତିକ ମାହୋଲରେ ଉତ୍ତେଜନା ଦେଖାଦେଇଛି। ଭାରତୀୟ ଐତିହାସିକ ଅନୁସନ୍ଧାନ ପରିଷଦ (ICHR) ଦ୍ୱାରା 'Azadi Ka Amrit Mahotsav'ରୁ ପଣ୍ଡିତ ନେହେରୁଙ୍କ ଫଟୋ ହଟାଇବାକୁ କଂଗ୍ରେସ ନେତାମାନେ ତୀବ୍ର ଆପତ୍ତି କରିଛନ୍ତି।

ICHR ଦ୍ୱାରା ଜାରି କରାଯାଇଥିବା Azadi Ka Amrit Mahotsavର ପ୍ରଥମ ଡିଜିଟାଲ ପୋଷ୍ଟରରେ ଗୋଟିଏ ପଟେ ଭାରତର ମାନଚିତ୍ର ଓ ତାହା ମଧ୍ୟରେ ଦେଶର ଐତିହ୍ୟ ଏବଂ ସଂସ୍କୃତିକୁ ସ୍ଥାନ ଦିଆଯାଇଛି। ଅନ୍ୟପଟେ ଚକ୍ରାକାର ଭାବେ ମହାତ୍ମା ଗାନ୍ଧୀ, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ, ନତାଜୀ ସୁଭାଷ ଚନ୍ଦ୍ର ବୋଷ, ରାଜେନ୍ଦ୍ର ପ୍ରସାଦ, ଡଃ ବାବା ସେହେବ ଅମ୍ବେଦକର, ଭାଗବତ ସିଂ, ମଦନ ମୋହନ ମାଲବୀୟ ଏବଂ ବୀର ସାବରକରଙ୍କ ଫଟୋ ରହିଛି। କିନ୍ତୁ ପୋଷ୍ଟରରେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁ ( Jawaharlal Nehru) ଙ୍କ ଫଟୋ ନିଖୋଜ ଅଛି।

Also Read: ପଶ୍ଚିମବଙ୍ଗ ପରେ ବିଜେପି ହାତରୁ ଛଡାଇନେବୁ ତ୍ରିପୁରା: ଅଭିଷେକ ବାନାର୍ଜୀ 

'ଅମୃତ ମହୋତ୍ସବ' ପୋଷ୍ଟରେ ନେହରୁଙ୍କୁ ଫଟୋ ନଥିବାକୁ ନେଇ ରାହୁଲ ଗାନ୍ଧୀ (Rahul Gandhi) ତୀବ୍ର ଅସନ୍ତୋଷ ଜାହିର କରିଛନ୍ତି। ସେ ବିଜେପିକୁ ଟାର୍ଗେଟ କରି କହିଛନ୍ତି ଯେ, ଦେଶର ପ୍ରିୟ ପଣ୍ଡିତ ନେହେରୁଙ୍କୁ କିପରି ଲୋକଙ୍କ ହୃଦୟରୁ ହଟାଯାଇପାରିବ? ଫେସବୁକରେ ନେହେରୁଙ୍କ ଜୀବନ ସହ ଜଡିତ ଅନେକ ଫଟୋ ମଧ୍ୟ ସେ ସେୟାର କରିଛନ୍ତି। ଲୋକସଭାରେ କଂଗ୍ରେସ ଉପନେତା ଗୌରବ ଗୋଗୋଇ (Gourav Gogoi) କହିଛନ୍ତି ଯେ, କୌଣସି ଦେଶ ସ୍ୱାଧୀନତା ସଂଗ୍ରାମ ବିଷୟରେ ଉଲ୍ଲେଖ କରୁଥିବା ୱେବସାଇଟରୁ ଏହାର ପ୍ରଥମ ପ୍ରଧାନମନ୍ତ୍ରୀଙ୍କ ଫଟୋ ହଟାଇବ ନାହିଁ। କିନ୍ତୁ ଏଠାରେ ଏହା କରାଯାଇଛି, ଯାହା ଅତ୍ୟନ୍ତ ନିନ୍ଦନୀୟ ଏବଂ ଅନ୍ୟାୟ। 

ସେହିଭଳି କଂଗ୍ରେସ ସାଂସଦ ଶଶି ଥରୁର (Shashi Tharoor) କହିଛନ୍ତି ଯେ, ପଣ୍ଡିତ ନେହେରୁଙ୍କ ଫଟୋ ହଟାଇ ICHR ନିଜକୁ ଅପବିତ୍ର କରିଛି। ଅନ୍ୟପଟେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପି ଚିଦାମ୍ବରମ (P Chidambaram) ICHRକୁ ସ୍ପଷ୍ଟୀକରଣ ମାଗିଛନ୍ତି। ଦେଶର ୭୫ତମ ସ୍ୱାଧିନତା ବର୍ଷିକୀ ଅବସରରେ ଜାରି 'ଅମୃତ ମହୋତ୍ସବ' ପୋଷ୍ଟରୁ ନେହରୁଙ୍କୁ କାହିଁକି ସ୍ଥାନ ଦିଆଯାଇନାହିଁ ICHR ସଦସ୍ୟ ଓ ସଚୀବ ଉତ୍ତର ଦିଅନ୍ତୁ ବୋଲି ଚିଦାମ୍ବରମ କହିଛନ୍ତି।