Jharkhand Politics: ଅଭିନବ ଉପାୟରେ ପ୍ରତିବାଦ କରି ସମସ୍ୟା ଜଣାଇଲେ କଂଗ୍ରେସ ବିଧାୟିକା ଦୀପିକା ପାଣ୍ଡେ ସିଂହ
Advertisement
Article Detail0/zeeodisha/odisha1362921

Jharkhand Politics: ଅଭିନବ ଉପାୟରେ ପ୍ରତିବାଦ କରି ସମସ୍ୟା ଜଣାଇଲେ କଂଗ୍ରେସ ବିଧାୟିକା ଦୀପିକା ପାଣ୍ଡେ ସିଂହ

Mahagama MLA Deepika Pandey Singh: ବୁଧବାର କଂଗ୍ରେସ ବିଧାୟିକା ଦୀପିକା ପାଣ୍ଡେ ସିଂହ ରାସ୍ତାରେ ଥିବା ଖାଲରେ ଜମା ହୋଇଥିବା ବର୍ଷା ଜଳ ଏବଂ କାଦୁଅ ମଧ୍ୟରେ ବସି ଜାତୀୟ ରାଜପଥର ଖରାପ ଅବସ୍ଥା ବାବଦରେ ବିରୋଧ ପ୍ରଦର୍ଶନ କରିଛନ୍ତି। 

Jharkhand Politics: ଅଭିନବ ଉପାୟରେ ପ୍ରତିବାଦ କରି ସମସ୍ୟା ଜଣାଇଲେ କଂଗ୍ରେସ ବିଧାୟିକା ଦୀପିକା ପାଣ୍ଡେ ସିଂହ

Congress MLA Deepika Pandey Singh: ସମସ୍ୟା ଜଣାଇବାକୁ ଯାଇ ଏକ ଅଭିନବ ଉପାୟ ଆପଣାଇଛନ୍ତି ଝାଡଖଣ୍ଡ ଗୋଡ୍ଡା ଜିଲ୍ଲାର ମହାଗମା ବିଧାନସଭା ଆସନର କଂଗ୍ରେସ ବିଧାୟିକା ଦୀପିକା ପାଣ୍ଡେ ସିଂହ।  ବୁଧବାର ସେ ରାସ୍ତାରେ ଥିବା ଖାଲରେ ଜମା ହୋଇଥିବା ବର୍ଷା ଜଳ ଏବଂ କାଦୁଅ ମଧ୍ୟରେ ବସି ଜାତୀୟ ରାଜପଥର ଖରାପ ଅବସ୍ଥା ବାବଦରେ ବିରୋଧ ପ୍ରଦର୍ଶନ କରିଛନ୍ତି। ତୁରନ୍ତ ଏହାକୁ ମରାମତି କରିବା ପାଇଁ ଦାବି କରିଛନ୍ତି ବିଧାୟିକା। ଗର୍ତ୍ତରେ ଭର୍ତ୍ତି ହୋଇଥିବା କାଦୁଅ ପାଣିରେ ଗାଧୋଇ ସେ ସଂକଳ୍ପ ନେଇଛନ୍ତି ଯେ ପର୍ଯ୍ୟନ୍ତ ରାସ୍ତାରେ ଥିବା ଖାଲ ଖମା ମରାମତି କରା ଯାଇନାହିଁ ସେ ପର୍ଯ୍ୟନ୍ତ ସଂଗ୍ରାମ ଜାରି ରଖିବେ ବୋଲି ଶପଥ ନେଇଛନ୍ତି।

ଝାଡଖଣ୍ଡ (Jharkhand ) ଗୋଡ୍ଡା ଜିଲ୍ଲାର (Godda District) ମହାଗମା ବିଧାନସଭା ଆସନର (Mahagama Assembly Constituency) କଂଗ୍ରେସ ବିଧାୟିକା ଦୀପିକା ପାଣ୍ଡେ ସିଂହ (Congress MLA Deepika Pandey Singh) କହିଛନ୍ତି, "ମୁଁ କେନ୍ଦ୍ର ଏବଂ ରାଜ୍ୟ ମଧ୍ୟରେ ଚାଲିଥିବା ଲଢେଇ ରେ ଭାଗ ନେବାକୁ ଚାହୁଁ ନାହିଁ। ଏହା ହେଉଛି ଜାତୀୟ ରାଜପଥ ୧୩୩।  ଏହି ରାସ୍ତାର ବିସ୍ତାର କାର୍ଯ୍ୟ ଗତ ମେ ମାସରୁ ଆରମ୍ଭ ହୋଇଛି। ହେଲେ କେନ୍ଦ୍ର ଏହି ରାଜପଥର ମରାମତି ପାଇଁ ଆର୍ଥିକ ସହାୟତା ପ୍ରଦାନ କରି ନାହାଁନ୍ତି। ଏପରି ସ୍ଥିତିରେ ମୁଁ ଲୋକଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ଏହାକୁ ମରାମତି କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିବି। "

କଂଗ୍ରେସ ବିଧାୟିକା ଦୀପିକା ପାଣ୍ଡେ ସିଂହ ଦାବି କରିଛନ୍ତି ଯେ ସେ ଦୀର୍ଘ ଦିନ ଧରି ଜାତୀୟ ରାଜପଥର କିଛି ଅଂଶ ମରାମତି କରିବାକୁ ମୁଁ ଦାବି କରିଆସୁଛି। ହେଲେ ବିଭାଗୀୟ ଘଟଣାସ୍ଥଳ ପରିଦର୍ଶନ କରିନାହାଁନ୍ତି। ସେ ସ୍ଥାନୀୟ ଗୋଡ୍ଡା ଲୋକସଭା ଆସନର (Godda Lok Sabha Constituency) ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କୁ (BJP MP Nishikant Dubey) ସମାଲୋଚନା କରି ସେ ଟ୍ୱିଟ କରି କହିଛନ୍ତି ଯେ ଯଦି ଜନ ପ୍ରତିନିଧି  ଏଠାକୁ ଆସିଥାନ୍ତେ ତାହେଲେ ସେମାନେ ଲୋକଙ୍କ ଅସୁବିଧା ବୁଝି ପାରିଥାନ୍ତେ। 

Also Read: ଘୋଡାରେ ଆସି ବିଧାନସଭାରେ ପହଞ୍ଚିଥିଲେ ବିଧାୟିକା ଅମ୍ବା ପ୍ରସାଦ

କଂଗ୍ରେସ ବିଧାୟିକାଙ୍କୁ ପାଲଟା ଜବାବ ଦେଇ ବିଜେପି ସାଂସଦ ଟ୍ୱିଟ କରି ଅଭିଯୋଗ କରିଛନ୍ତି ଯେ ମହାଗାମା ବିଧାୟିକା ଦୀପିକା ପାଣ୍ଡେ ସିଂହ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବିରୋଧରେ ଧାରଣା ଦେଇଛନ୍ତି। ବିଜେପି ସାଂସଦ ଦୁବେ ଦାବି କରିଛନ୍ତି ଯେ ଏହି ଜାତୀୟ ରାଜପଥ ରାଜ୍ୟ ସଡକ ନିର୍ମାଣ ବିଭାଗ ଦ୍ୱାରା ପରିଚାଳିତ ଏବଂ ୬ ମାସ ପୂର୍ବରୁ କେନ୍ଦ୍ର ସରକାର ଏହାର ମରାମତି ପାଇଁ ୭୫ କୋଟି ଟଙ୍କା ଆବଣ୍ଟିତ କରି ସାରିଛନ୍ତି।

ଏହି ରାଜପାଥ ମରାମତି ପାଇଁ କେନ୍ଦ୍ର ସରକାର କୌଣସି ଅର୍ଥ ଦେଇନାହାଁନ୍ତି ବୋଲି କଂଗ୍ରେସ ବିଧାୟିକା ଅଭିଯୋଗ କରିଛନ୍ତି। ବିଜେପି ସାଂସଦଙ୍କ ସ୍ପଷ୍ଟୀକରଣ ଉପରେ କଂଗ୍ରେସ ବିଧାୟିକ କହିଛନ୍ତି ଯେ ସେ ଯାହା କହୁଛନ୍ତି ତାହା ସମ୍ପୂର୍ଣ୍ଣ ମିଥ୍ୟା. କେନ୍ଦ୍ର ସରକାର କୌଣସି ସହାୟତା ରାଶି ଆବଣ୍ଟିତ କରିନାହାଁନ୍ତି। ଏହି ଘଟଣାରେ ଜାତୀୟ ରାଜପଥ ପ୍ରାଧିକରଣ ପକ୍ଷରୁ କୌଣସି ପ୍ରତିକ୍ରିୟା ରଖା ଯାଇନାହିଁ।