BJP ପୋଷ୍ଟରରେ Congress ନେତାଙ୍କ ଫଟୋ; ସରଗରମ ରାଜ୍ୟ ରାଜନୀତି
Advertisement
Article Detail0/zeeodisha/odisha971418

BJP ପୋଷ୍ଟରରେ Congress ନେତାଙ୍କ ଫଟୋ; ସରଗରମ ରାଜ୍ୟ ରାଜନୀତି

ଜନଆଶୀର୍ବାଦ ଯାତ୍ରାରେ ବିଜେପି ଦଳୀୟ ନେତାଙ୍କ ଫଟୋଥିବା ବ୍ୟାନର ବ୍ୟବହାର କରିବାକୁ ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ।

BJP ପୋଷ୍ଟରରେ Congress ନେତାଙ୍କ ଫଟୋ; ସରଗରମ ରାଜ୍ୟ ରାଜନୀତି

ଗ୍ୱାଲିୟର: ବିରୋଧି ଦଳ ପୋଷ୍ଟରରେ ଦଳୀୟ ନେତାଙ୍କ ଫଟୋ ଦୃଶ୍ୟମାନ ହେବା ପରେ ଦଳରେ ହଇଚଇ ସୃଷ୍ଟି ହେବା ସହ ସରଗରମ ହୋଇଉଠିଛି ରାଜ୍ୟ ରାଜନୀତି। ମଧ୍ୟ ପ୍ରଦେଶରେ ଦେଖିବାକୁ ଏଭଳି ଦୃଶ୍ୟ।  ଏପରି ଘଟଣା ପ୍ରଥମ ଥର ଲାଗି ଦେଖିବାକୁ ମିଳିନାହିଁ। ପୂର୍ବରୁ ଅନେକ ଥର ଏପରି ହୋଇସାରିଛି। 

ରାଜ୍ୟରେ କ୍ଷମତାସୀନ ଶାସକ ବିଜେପି ପକ୍ଷରୁ ଆୟୋଜିତ ହୋଇଥିବା ଜନଆଶୀର୍ବାଦ ଯାତ୍ରାରେ ଦଳୀୟ ନେତା ଜ୍ୟୋତିରାଦିତ୍ୟା ସିନ୍ଧିଆଙ୍କ ପିତା ମାଧବ ରାଓ ସିନ୍ଧିଆଙ୍କ ଫଟୋଥିବା ବ୍ୟାନର ପୋଷ୍ଟର ବିଭିନ୍ନ ସ୍ଥାନରେ ଲଗାଯାଉଛି। ହେଲେ ଏହାକୁ ସହଜେ ଗ୍ରହଣ କରି ପାରିନାହିଁ ରାଜ୍ୟ ରାଜନୀତିରେ ବିରୋଧି ଆସନରେ ବସିଥିବା କଂଗ୍ରେସ। ଏପରି ପୋଷ୍ଟର ରାଜ୍ୟର ଗ୍ୱାଲିୟର ଜିଲ୍ଲାରେ ଲଗାଯାଇଥିବା ଜଣାପଡି଼ଛି।   

ଜନଆଶୀର୍ବାଦ ଯାତ୍ରାରେ ବିଜେପି ଦଳୀୟ ନେତା ମାଧବ ରାଓ ସିନ୍ଧିଆଙ୍କ ଫଟୋଥିବା ବ୍ୟାନର ବ୍ୟବହାର କରିବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସ ବିଧାୟକ ଡ.ସତୀଶ ସିକରବାର। ଏ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ସେ କହିଛନ୍ତି ମାଧବ ରାଓ ସିନ୍ଧିଆ କେବେ ବିଜେପି ସହ ନଥିଲେ। ଜୀବନର ଶେଷ ନିଶ୍ୱାସ ନେବା ପର୍ଯ୍ୟନ୍ତ ସେ ଜଣ ନିଷ୍ଠାପର କଂଗ୍ରେସ ନେତା ଭାବେ ଦଳ ପାଇଁ କାର୍ଯ୍ୟ କରିଥିଲେ। ଥରେ ଦଳ ସହ ମତଭେଦ ହେବା କାରଣରୁ ଦଳ ଠାରୁ ଦୂରେଇ ଯାଇ ନୂଆ ଦଳ ଗଠନ କରିଥିଲେ। ହେଲେ ବିଜେପି ଶିବିରରେ ଯୋଗ ଦେଇନଥିଲେ। ଦଳୀୟ ସ୍ୱାର୍ଥ ପାଇଁ ବିଜେପି ତାଙ୍କ ଫଟୋକୁ ବ୍ୟବହାର କରିବା ଏକ ବଡ ଭୁଲ।

Also Read: ନିଜ ଗଡରୁ ସିନ୍ଧିଆ ଗାଏବ!

ଏହି ମାମଲାରେ ମାଧବରାଓ ସିନ୍ଧିଆଙ୍କ ପତ୍ନୀ ମାଧବୀ ରାଜେ ସିନ୍ଧିଆ ହସ୍ତକ୍ଷେପ କରନ୍ତୁ। ଏହା ସହିତ କଂଗ୍ରେସ ବିଧାୟକ ଆହୁରି ମଧ୍ୟ କହିଛନ୍ତି ସେ କଂଗ୍ରେସରେ ଯୋଗଦାନ କରି ତାଙ୍କର ରାଜନୈତିକ ଯାତ୍ରାକୁ ଆଗେଇ ନିଅନ୍ତୁ। ବିଜେପି ହେଉଛି ସେହି ଦଳ ଯିଏ ଆଗ୍ରା ଠାରେ ମାଧବରାଓ ସିନ୍ଧିଆଙ୍କ ଉପରେ ଆକ୍ରମଣ କରାଇଥିଲା। ନିଜେ ପିତାଙ୍କ ଉପରେ ଆକ୍ରମଣ କରାଇଥିବା ଆକ୍ରମଣକାରୀଙ୍କ ସହ ଆଜିର ଦିନରେ ଛିଡା ହୋଇଛନ୍ତି ଜ୍ୟୋତିରାଦିତ୍ୟ ସିନ୍ଧିଆ। 

ଏ ଘଟଣାରେ ପ୍ରତିକ୍ରିୟା ରଖି କଂଗ୍ରେସକୁ ଜବାବ ଦେଇ ଗ୍ୱାଲିୟର ବିଜେପି ସଭାପତି କମଲ ମାଖିଜାନି କହିଛନ୍ତି ଅଭିଯୋଗ ଆଣିଥିବା ନେତା ଜଣଙ୍କ ତଥ୍ୟହୀନ କଥା କହୁଛନ୍ତି। ତାଙ୍କ ଇତିହାସ ବାବଦରେ କିଛି ଜଣାନାହିଁ। ଯଦି ଜ୍ୟୋତିରାଦିତ୍ୟ ସିନ୍ଧିଆ କୌଣସି କାର୍ଯ୍ୟକ୍ରମ ମାଧ୍ୟମରେ ନିଜ ପିତାଙ୍କୁ ସମ୍ମାନ ଦେଉଛନ୍ତି ତାହେଲେ ଏଥିରେ ଭୁଲ ରହିଲା କେଉଁଠି। ମାଧବରାଓ ସିନ୍ଧିଆଙ୍କୁ କୌଣସି ଦଳ ମଧ୍ୟରେ ଆବଦ୍ଧ କରି ରଖାଯାଇ ପାରିବ ନାହିଁ। କାରଣ  ସେ କୌଣସି ଦଳ ନୁହେଁ ବରଂ ଦେଶର ଜଣେ ସମ୍ମାନସ୍ପଦ ରାଜନେତା ଥିଲେ।  

Also Read: ମନୋବାଞ୍ଛା ହେଲା ପୂରଣ; ଶତ୍ରୁତାକୁ ଭୁଲି ପୁଣି ଏକାଠି ହେବେ ରାଜା-ମହାରାଜା

କଂଗ୍ରେସ ବିଧାୟକ ଡ.ସତୀଶ ସିକରବାରଙ୍କୁ ଟାର୍ଗେଟ କରି ବିଜେପି ନେତା କମଲ ମାଖିଜାନି କହିଛନ୍ତି ମାଧବରାଓ ସିନ୍ଧିଆଙ୍କୁ ନେଇ ପ୍ରଶ୍ନ ଉଠାଉଥିବା ନେତା ଜଣଙ୍କ ବିଜେପିରୁ ନିଜର ରାଜନୈତିକ ଯାତ୍ରା ଆରମ୍ଭ କରିଥିଲେ। ତାଙ୍କ ପିତା ମଧ୍ୟ ବିଜେପିରେ ରାଜନୀତି କରିଥିଲେ। ଦଳ ଛାଡିବା ପରେ କଣ ସେ ନିଜ ପିତାଙ୍କୁ ସମ୍ମାନ ଦେଉନଛନ୍ତି ନା ନାହିଁ। 

ଏହା କୌଣସି ପ୍ରଥମ ଘଟଣା ନୁହେଁ ଯେ ମାଧବ ରାଓ ସିନ୍ଧିଆଙ୍କ ଫଟୋ ବ୍ୟବହାର କରିବାକୁ ନେଇ କଂଗ୍ରେସ ଆପତ୍ତି ଉଠାଇଛି। ବର୍ତ୍ତମାନ ମଧ୍ୟ ପ୍ରଦେଶରେ କ୍ଷମତାସୀନ ବିଜେପି ସରକାରରେ ମନ୍ତ୍ରୀ ଥିବା ସିନ୍ଧିଆ ଗୋଷ୍ଠୀର ନେତାଙ୍କ ସରକାରୀ ବାସଭବନରେ ସିନ୍ଧିଆ ପିତା-ପୁତ୍ରଙ୍କ ଫଟୋ ଲଗାଯାଇଛି। ଅନ୍ୟପଟେ ଭାରତୀୟ ରାଜନୀଚିରେ ଜଣାଶୁଣା ଚେହେରା ଭାବେ ପରିଚିତ ମାଧବ ରାଓ ସିନ୍ଧିଆଙ୍କ ପୁଣ୍ୟତିଥି ଅଥବା ଜନ୍ମଜୟନ୍ତୀରେ ବିଜେପି ନେତା ଶ୍ରଦ୍ଧାସୁମନ ଅର୍ପଣ କରୁଥିବାର ନଜର ଆସିଥାନ୍ତି।