Kangana Ranaut ଏବଂ Hindutva ପ୍ରସଙ୍ଗରେ Entry ମାରିଲେ Asaduddin Owaisi; କହିଲେ...
Advertisement

Kangana Ranaut ଏବଂ Hindutva ପ୍ରସଙ୍ଗରେ Entry ମାରିଲେ Asaduddin Owaisi; କହିଲେ...

ଦେଶର ସ୍ୱାଧିନତା ଏବଂ ହିନ୍ଦୁତ୍ୱ ପ୍ରସଙ୍ଗକୁ ନେଇ ସରଗରମ ହୋଇଉଠିଛି ରାଜନୀତି। 

Kangana Ranaut ଏବଂ Hindutva ପ୍ରସଙ୍ଗରେ Entry ମାରିଲେ Asaduddin Owaisi; କହିଲେ...

ଲକ୍ଷ୍ନୌ: ଦେଶର ସ୍ୱାଧିନତା ପ୍ରସଙ୍ଗରେ ବଲିଉଡ଼ ଅଭିନେତ୍ରୀ କଙ୍ଗନା ରାଣାୱତ ରଖିଥିବା ବୟାନ ଏବଂ ହିନ୍ଦୁତ୍ୱ ପ୍ରସଙ୍ଗରେ ପ୍ରବେଶ କରିଛନ୍ତି ଏଆଇଏମ୍ଆଇଏମ୍ ମୁଖ୍ୟ ଅସାଦୁଦ୍ଦିନ ଓୱେସି। ଉଭୟ ପ୍ରସଙ୍ଗରେ ସେ ବିଜେପି ଉଦ୍ଦେଶ୍ୟରେ ଟାର୍ଗେଟ କରି ତାଙ୍କର ପ୍ରତିକ୍ରିୟା ରଖିଛନ୍ତି।      

ଆସନ୍ତାବର୍ଷ ହେବାକୁ ଯାଉଥିବା ଉତ୍ତର ପ୍ରଦେଶ ନିର୍ବାଚନ (Uttar Pradesh Assembly Election 2022) ଲାଗି ରବିବାର ରାଜ୍ୟର ଆଲିଗଡ଼ ଜିଲ୍ଲାରେ ଦଳ ପକ୍ଷରୁ ଆୟୋଜିତ ହୋଇଥିବା ଶୋଷିତ ବଞ୍ଚିତ ସମାଜ ସମ୍ମେଳନ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି ଏଆଇଏମ୍ଆଇଏମ୍ ମୁଖ୍ୟ ଅସାଦୁଦ୍ଦିନ ଓୱେସି (AIMIM President Asaduddin Owaisi) । ଏହି ଅବସରରେ ଦେଶର ସ୍ୱାଧିନତା ପ୍ରସଙ୍ଗରେ ବଲିଉଡ଼ ଅଭିନେତ୍ରୀ କଙ୍ଗନା ରାଣାୱତ ରଖିଥିବା ବୟାନ ଉପରେ ପ୍ରଶ୍ନ ଉଠାଇଛନ୍ତି।

Also Read: ShivSena ପଚାରିଲା ପ୍ରଶ୍ନ; ନିର୍ବାଚନ ପୂର୍ବରୁ କାହିଁକି ବିପଦଗ୍ରସ୍ତ ହେଉଛି ହିନ୍ଦୁତ୍ୱ?

ଏନେଇ ଓୱେସି କହିଛନ୍ତି ମୁଁ ଦେଶର ପ୍ରଧାନମନ୍ତ୍ରୀ ଏବଂ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ପଚାରିବାକୁ ଚାହେଁ ଦେଶ ୨୦୧୪ ନାଁ ୧୯୪୭ ମସିହାରେ ସ୍ୱାଧିନ ହୋଇଥିଲା। ଯଦି କଙ୍ଗନା ରାଣାୱତ ଦେଇଥିବା ବୟାନକୁ ଯଦି କୌଣସି  ମୁସଲମାନ ଦେଇଥାନ୍ତା ତାହେଲେ ତାକୁ ଗୁଳି ମାରି ଦିଆଯାଇଥାନ୍ତା। ଦେଶର ସ୍ୱାଧିନତା ପ୍ରସଙ୍ଗରେ ବଲିଉଡ଼ ଅଭିନେତ୍ରୀ ବୟାନକୁ ପ୍ରଧାନମନ୍ତ୍ରୀ ମୋଦି ଏବଂ ମୁଖ୍ୟମନ୍ତ୍ରୀ ଦେଶଦ୍ରୋହ ମାନିବେ ନାହିଁ। 

ମୁସଲମାନଙ୍କୁ ଏକଜୁଟ ହେବାକୁ ଆହ୍ୱାନ ଦେଇ ଓୱେସି କହିଛନ୍ତି ହିନ୍ଦୁ ଭୋଟ୍ ବିଜେପି ଖାତାକୁ ଯାଇଛି। ମୁସଲମାନ ଭୋଟ୍ ସେମାନଙ୍କ ପାଇଁ କୌଣସି ମୂଲ୍ୟ ରଖେ ନାହିଁ। ମୁଁ ଦେଶର ସମ୍ବିଧାନର ଗଣତନ୍ତ୍ରରେ ବିଶ୍ୱାସ କରେ। ହେଲେ  ମୁସଲମାନ ଭୋଟର କୌଣସି ମୂଲ୍ୟ ନାହିଁ। ଯଦି ଏହା ହୋଇଥାନ୍ତା ତାହେଲେ ବିଜେପି ନେତା ମୁସଲମାନଙ୍କୁ କୌଣସି ବୟାନବାଜି କରୁନଥାନ୍ତେ କିମ୍ବା ଆଜମ ଖାନଙ୍କ ଭଳି ନେତା ଜେଲ ଯାଇନଥାନ୍ତେ। 

Also Read: Jinnah ବିବାଦରେ Entry ମାରିଲେ Asaduddin Owaisi; କହିଲେ ଦେଶ ବିଭାଜନ ପାଇଁ କଂଗ୍ରେସ ଦାୟୀ

ସେହିପରି ହିନ୍ଦୁତ୍ୱ ପ୍ରସଙ୍ଗ ଉପରେ ଜବାବ ରଖି ଏଆଇଏମ୍ଆଇଏମ୍ ମୁଖ୍ୟ କହିଛନ୍ତି ଏନେଇ ଯାହା କୁହାଯାଉଛି ତାହା ହେଉଛି ମିଥ୍ୟା ଇତିହାସ। ଅସାଦୁଦ୍ଦିନ ଓୱେସି ଏପରି ମତ ରଖିବା ପଛରେ କାରଣ ହେଉଛି ନିକଟରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ (UP CM Yogi) ମୌର୍ଯ୍ୟ ଶାସକ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ (Chandragupta Maurya) ଉପରେ ରଖିଥିବା ବୟାନ।   

ଗତ ରବିବାର ବିଜେପି ପଛୁଆ ବର୍ଗ ମୋର୍ଚ୍ଚା (BJP OBC Morcha) ପକ୍ଷରୁ ଆୟୋଜିତ ସାମାଜିକ ପ୍ରତିନିଧି ସମ୍ମେଳନ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ଅବସରରେ ମୁଖ୍ୟମନ୍ତ୍ରୀ ଯୋଗୀ କହିଥିଲେ ଅଖଣ୍ଡ ଭାରତର ପ୍ରଥମ ସମ୍ରାଟ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ଦ୍ୱାରା ପରାସ୍ତ ହୋଇଥିବା ବିଦେଶୀ ଶାସକ ସିକନ୍ଦରଙ୍କୁ ଇତିହାସରେ ଜଣେ ମହାନ ରାଜା ଭାବେ ସ୍ଥାନିତ କରାଯାଇଛି। ଇତିହାସକାର ମୌର୍ଯ୍ୟ ଶାସକଙ୍କ ସହ ନ୍ୟାୟ କରିନାହାଁନ୍ତି। ଚନ୍ଦ୍ରଗୁପ୍ତ ମୌର୍ଯ୍ୟ କିମ୍ବା ସମ୍ରାଟ ଅଶୋକଙ୍କୁ ମହାନ ଦର୍ଶାଇବା ବଦଳରେ ଜଣେ ବିଦେଶୀ ଶାସକଙ୍କୁ ମହାନ ଭାବେ ପ୍ରଦର୍ଶିତ କରିଛନ୍ତି। 

Also Read: ଜିନ୍ନାଙ୍କୁ ସମର୍ଥନ କରୁଥିବା ଲୋକ ହେଉଛନ୍ତି ତାଲିବାନ ସମର୍ଥକ: UP CM Yogi

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଏପରି ବୟାନ ଉପରେ ଜବାବ ରଖି ଏଆଇଏମ୍ଆଇଏମ୍ ମୁଖ୍ୟ ଓୱେସି କହିଥିଲେ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ଏବଂ ସିକନ୍ଦର କେବେ ଯୁଦ୍ଧରେ ମୁହାଁମୁହିଁ ହୋଇନଥିଲେ। ମୁଖ୍ୟମନ୍ତ୍ରୀ ଇତିହାସ ପଢନ୍ତୁ। ବାବା ଲୋକ ନିଜ  ମନ ମୁତାବକ ତଥ୍ୟ ପ୍ରସ୍ତୁତ କରୁଛନ୍ତି। ସେମାନେ ଶିକ୍ଷାକୁ ଗୁରୁତ୍ୱ ଦିଅନ୍ତି ନାହିଁ ଏବଂ ଯାହା ସେମାନେ ରଖୁଥିବା ବୟାନରୁ ପ୍ରତିଫଳିତ ହେଉଛି।