ସାଂସଦ ପଦରୁ ଇସ୍ତଫା ଦେଲେ ଅଖିଲେଶ ଯାଦବ
Advertisement

ସାଂସଦ ପଦରୁ ଇସ୍ତଫା ଦେଲେ ଅଖିଲେଶ ଯାଦବ

ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ସମାଜବାଦୀ ପାର୍ଟି ଏକାକୀ ୧୧୧ ଏବଂ ସମାଜବାଦୀ ମେଣ୍ଟକୁ ସର୍ବମୋଟ ୧୨୫ ଆସନ ମିଳିଛି। 

ସାଂସଦ ପଦରୁ ଇସ୍ତଫା ଦେଲେ ଅଖିଲେଶ ଯାଦବ

ନୂଆଦିଲ୍ଲୀ: ମାର୍ଚ୍ଚ ୨୨ ତାରିଖ ମଙ୍ଗଳବାର ଆଜମଗଡ଼ ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଲେଶ ଯାଦବ। ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ସେ ମୈନପୁରୀ ଜିଲ୍ଲାର କରହଲ ଆସନର ବିଧାୟକ ନିର୍ବାଚିତ ହୋଇଛନ୍ତି। ବିଧାନସଭା ସଦସ୍ୟ ଥାଇ ସେ ଦୃଢ ବିରୋଧି ଦଳ ଭୂମିକା ନିର୍ବାହ କରିବେ। ଅଖିଳେଶ ଯାଦବଙ୍କ ପରେ ରାମପୁର ସାଂସଦ ଆଜମ ଖାନ ମଧ୍ୟ ଲୋକସଭା ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି।
 
 ୨୦୨୨ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ମୈନପୁରୀ ଜିଲ୍ଲାର କରହଲ ଆସନରୁ ସମାଜବାଦୀ ପାର୍ଟି ପକ୍ଷରୁ ଦଳୀୟ ବିଧାୟକ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରିଥିବା ଅଖିଲେଶ ଯାଦବ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ବିଧାୟକ ପ୍ରାର୍ଥୀ ଏସପି ସିଂହ ବଘେଲଙ୍କୁ ୬୭ ହଜାର ୫୦୪ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି। ଅଖିଳେଶ ଯାଦବଙ୍କୁ ୧ ଲକ୍ଷ ୪୮ ହଜାର ୧୯୬ ଖଣ୍ଡ ଭୋଟ୍ ମିଳିଥିବାବେଳେ କେନ୍ଦ୍ରମନ୍ତ୍ରୀ ବଘେଲ ୮୦ ହଜାର ୬୯୨ ଭୋଟ୍ ପାଇଥିଲେ।

Also Read: UP Election 2022: ସମାଜବାଦୀ ପାର୍ଟି ହାର ମାନିବାକୁ ପ୍ରସ୍ତୁତ ନୁହଁନ୍ତି ଅଖିଲେଶ ଯାଦବ

ବିଧାନସଭା ନିର୍ବାଚନରେ ହୋଇଥିବା ଦଳୀୟ ପରାଜୟକୁ ସ୍ୱୀକାର ପ୍ରସ୍ତୁତ ନାହାଁନ୍ତି ଅଖିଳେଶ ଯାଦବ। ସେ ଲଗାତାର ଭାବେ ବିଜେପି ସରକାର ଏବଂ ଏହାର ନୀତିକୁ ବିରୋଧ କରୁଛନ୍ତି। ସଦ୍ୟ ସେ ଦରଦାମ ବୃଦ୍ଧି ପ୍ରସଙ୍ଗରେ ବିଜେପି ସରକାରକୁ ଟାର୍ଗେଟ କରିଛନ୍ତି।

ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ସମାଜବାଦୀ ପାର୍ଟି ଏକାକୀ ୧୧୧ ଏବଂ ସମାଜବାଦୀ ମେଣ୍ଟକୁ ସର୍ବମୋଟ ୧୨୫ ଆସନ ମିଳିଛି। ଅନ୍ୟପଟେ କ୍ରମାଗତ ଭାବେ ଦ୍ୱିତୀୟ ଥର ଲାଗି ସରକାର ଗଠନ କରିଥିବା ବିଜେପି ଏକାକୀ ୨୫୫ ଏବଂ ବିଜେପି ନେତୃତ୍ୱାଧିନ ଏନଡିଏ ମେଣ୍ଟ ୨୭୩ ସିଟ୍ ପାଇଛି।  

Also Read: UP ନିର୍ବାଚନରେ କାହିଁକି ହାରିଲା ଦଳ? କାରଣ କହିଲେ ଅଖିଲେଶ ଯାଦବ

ଏଥର ଉତ୍ତର ପ୍ରଦେଶ ବିଧାନସଭାରେ  ମୁଖ୍ୟ ଏବଂ ଦୃଢ ବିରୋଧି ଦଳ ଭାବେ ଉଭା ହୋଇଛି ସମାଜବାଦୀ ପାର୍ଟି। କାରଣ ୨୦୨୨ ବିଧାନସଭା ନିର୍ବାଚନରେ ​​ବିଏସପି ଏବଂ କଂଗ୍ରେସ ଭଳି ଦଳର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି। ବିଏସପି କେବଳ ଗୋଟିଏ ଏବଂ କଂଗ୍ରେସ ୨ ଆସନ ହାତେଇଛନ୍ତି।