କେନ୍ଦ୍ରରେ ଏଥର ସୁରକ୍ଷା ଦୃଷ୍ଟିରୁ କୌଣସି ବିଦେଶୀ ଅତିଥି ଆସିବେ ନାହିଁ। କୋରୋନା ପାଇଁ ପୂର୍ବେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ (Boris Johnson) ଙ୍କ ଭାରତ ଗସ୍ତ ବାତିଲ ହୋଇଛି। ତେବେ ୫୫ ବର୍ଷରେ ପ୍ରଥମ ଥର ଭାରତ ବିନା ଅତିଥିଙ୍କ ଉପସ୍ଥିତିରେ ଗଣତନ୍ତ୍ର ଦିବସ ପାଳିବ। ଲାଲ ବାହାଦୂର ଶାସ୍ତ୍ରୀଙ୍କ ଦେହାନ୍ତ ପାଇଁ ୧୯୬୬ ମସିହାରେ ଏଭଳି ପରିସ୍ଥିତି ଉପୁଜିଥିଲା।
Trending Photos
ଭୁବନେଶ୍ୱର: ବିଚିତ୍ର ଆମ ସରକାରଙ୍କ କୋଭିଡ୍ ଗାଇଡଲାଇନ। ସର୍ବସାଧାରଣ ଓ ରାଜ୍ୟନୈତିକ କାର୍ଯ୍ୟକ୍ରମ ପାଇଁ ତିଆରି ହେଉଛି ଭିନ୍ନ ଭିନ୍ନ ନୀତି ନିୟମ। କେଉଁଠି ବିକାଶ ନାରେ ବିନାଶକୁ ଡାକରା ଦିଆ ହେଇଛି ତ ଆଉ କେଉଁଠି କୋରୋନାର ଦ୍ୱାହି ଦେଇ ଲୋକଙ୍କୁ ଜାତୀୟ ଉତ୍ସବରୁ ଦୂରେଇ ରଖାଯାଉଛି। ଯାହାର ଏକ ଜ୍ୱଳନ୍ତ ଉଦାହରଣ ହେଉଛି ଗଣତନ୍ତ୍ର ଦିବସ ଉପଲକ୍ଷେ ରାଜ୍ୟ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା କୋରୋନା ଗାଇଡଲାଇନ।
ଚଳିତବର୍ଷ ଦେଶ ୭୪ତମ ସାଧାରଣତନ୍ତ୍ର ଦିବସ (74th Republic Day)ପାଳନ କରିବାକୁ ଯାଉଛି। ମହାମାରୀ କୋରୋନା (Corona virus) ପାଇଁ ଏହି ଜାତୀୟ ଉତ୍ସବ ଫିକା ପଡିବ। କେନ୍ଦ୍ରରେ ଏଥର ସୁରକ୍ଷା ଦୃଷ୍ଟିରୁ କୌଣସି ବିଦେଶୀ ଅତିଥି ଆସିବେ ନାହିଁ। କୋରୋନା ପାଇଁ ପୂର୍ବେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ (Boris Johnson) ଙ୍କ ଭାରତ ଗସ୍ତ ବାତିଲ ହୋଇଛି। ତେବେ ୫୫ ବର୍ଷରେ ପ୍ରଥମ ଥର ଭାରତ ବିନା ଅତିଥିଙ୍କ ଉପସ୍ଥିତିରେ ଗଣତନ୍ତ୍ର ଦିବସ ପାଳିବ। ଲାଲ ବାହାଦୂର ଶାସ୍ତ୍ରୀଙ୍କ ଦେହାନ୍ତ ପାଇଁ ୧୯୬୬ ମସିହାରେ ଏଭଳି ପରିସ୍ଥିତି ଉପୁଜିଥିଲା।
Also Read: କୋରୋନା ଟିକାକରଣ; ୭୫% ସାଂସଦ-ମନ୍ତ୍ରୀଙ୍କୁ ଲାଗିବ ଟିକା, ସାମିଲ ହେବେନି ୧୫ ହଜାର ସ୍ୱାସ୍ଥ୍ୟକର୍ମୀ
ସାଧାରଣତନ୍ତ୍ର ଦିବସ ପାଳନ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶନାମା (Covid Guidline) ଅନୁସାରେ-
କୋରୋନା ସଂକ୍ରମଣକୁ ଦେଖି ଏଭଳି ଗାଇଡଲାଇନ ପ୍ରଯୁଜ୍ୟ। କିନ୍ତୁ ରାଜନୈତିକ କାର୍ଯ୍ୟକ୍ରମରେ ଏଭଳି କଟକଣା କାହିଁକି ରହୁନାହିଁ ବୋଲି ଏବେ ସାଧାରଣରେ ପ୍ରଶ୍ନ ଉଠୁଛି। ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡିରେ ଅନେକ ମେଗା ପ୍ରକଳ୍ପର ଲୋକାର୍ପଣ କରିଛନ୍ତି। ଦୀର୍ଘ ୯ ମାସ ପରେ ମୁଖ୍ୟମନ୍ତ୍ରୀ (Naveen Patnaik) ଏଭଳି ମେଗା ଇଭେଣ୍ଟରେ ଯୋଗ ଦେଇଛନ୍ତି। ତେବେ ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଗନ୍ନାଥ ମନ୍ଦିର ଓ ଲିଙ୍ଗରାଜ ମନ୍ଦିର କୋଭିଡ଼ ଗାଇଡଲାଇନ ଅନୁଯାୟୀ ପରିଦର୍ଶନ କରିଥିଲେ ।
Also Read: ବିକାଶ ପଥରେ କଳାହାଣ୍ଡି, ମକରରେ ଭେଟିଦେଲେ ୨ ହଜାର କୋଟିର ପ୍ରକଳ୍ପ
କଳାହାଣ୍ଡି (Kalahandi)ରେ ମେଗା ପ୍ରକଳ୍ପର ଲୋକାର୍ପଣ ପାଇଁ ଏକ ବିରାଟ ଜନସଭାର ଆୟୋଜନ କରାଯାଇଥିଲା। ସେଠାରେ ହଜାର ହଜାର ଲୋକ ସାମିଲ ହୋଇଥିଲେ। ସଭାରେ କୋରୋନା ନିୟମର ବି ଖୋଲାଖୋଲି ଉଲ୍ଲଙ୍ଘନ ହୋଇଥିଲା। କିନ୍ତୁ ଏଥିପାଇଁ କାହାରି ନିଘା ନାହିଁ। ଲୋକଙ୍କ ଜୀବନକୁ ବିପଦରେ ପକାଇ ସମସ୍ତେ କେବଳ ନିଜ ନିଜର ଫାଇଦା ଖୋଜୁଛନ୍ତି। ବର୍ତ୍ତମାନ ସୁଦ୍ଧା କେନ୍ଦ୍ର ସରକାର ନା ରାଜ୍ୟସରକାର ଏଭଳି ଆୟୋଜନ କରିବାକୁ କୌଣସି ନିର୍ଦ୍ଦିଷ୍ଟ ଗାଇଡଲାଇନ କରି ନାହାନ୍ତି।
ଏପରିକି ବାହାଘର ପାଇଁ ନିକଟରେ ୨୦୦ ଲୋକଙ୍କ ଅନୁମତି ପ୍ରଦାନ କରିଥିବା ବେଳେ ଶେଷକୃତ୍ୟରେ ମାତ୍ର ୫୦ ରୁ ୧୦୦ ଲୋକଙ୍କୁ ଅନୁମତି ପ୍ରଦାନ କରିଛନ୍ତି। ଏଭଳି ଲକଡାଉନ ସମୟରେ ବହୁ ବିଶିଷ୍ଚ ବ୍ୟକ୍ତି ବିଶେଷଙ୍କ ମୃତ୍ୟୁ ହୋଇଥିଲେ ମଧ୍ୟ ତାଙ୍କ ପାଇଁ ମଧ୍ୟ ରାଜ୍ୟ ସରକାର ଏଭଳି କଠୋର ହୋଇଥିଲେ। କିନ୍ତୁ ପୂର୍ବତନ ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ବିୟୋଗରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଥିଲା।
Also Read: କୋରୋନା ଟିକାକରଣକୁ ନେଇ ରାଜ୍ୟଙ୍କୁ ନିର୍ଦ୍ଦେଶ ଦେଲା କେନ୍ଦ୍ର, କହିଲା-କାହାକୁ ଲାଗିବ ଟିକା ଓ କାହାକୁ ନାହିଁ
ମାତ୍ର ରାଜ୍ୟରେ ବର୍ତ୍ତମାନ ସୁଦ୍ଧା କୋରୋନା ମୁକ୍ତ ହୋଇନଥିବା ବେଳେ ଖୋଦ ରାଜ୍ୟ ମୁଖିଆ କିଭଳି ଏତେବଡ଼ ମେଗା ଇଭେଣ୍ଟର ଆୟୋଜନ କରିଲେ ତାହାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ସୃଷ୍ଟି ହୋଇଛି । ଆଗକୁ ଦୁଇ ଦୁଇଟି ଗୁରୁତ୍ୱପୂର୍ଣ୍ଣ ନିର୍ବାଚନ ରହୁଥିବା ବେଳେ ତମାମ ରାଜ୍ୟରେ ନିଜର ଦବଦବା ଜାରି ରଖିବାକୁ ଶାସକ ଦଳ ଏଭଳି ଖୋଲାଖୋଲି କୋଭିଡ଼ ଗାଇଡ଼ ଲାଇନକୁ ଉଲ୍ଲଂଘନ କରିଥିବା ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ଏହା କେବଳ ଓଡିଶା ନୁହେଁ ବିଜେପିର ଏକାଧିକ ପଶ୍ଚିମବଙ୍ଗ ରାଲିରେ ବି ଦେଖିବାକୁ ମିଳିଛି।
ଯଦି ବିବାହ ଉତ୍ସବରେ ଲୋକେ ସାମିଲ ହେବେ, ନାଚଗୀତ ବି ହେବ। ମନ୍ଦିର, ସିନେମା ହଲ, ସ୍କୁଲ ଖୋଲିବ। ଆଉ ସାତ ଦିନରେ ୭୦ରୁ ଊର୍ଦ୍ଧ୍ୱ ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀ କୋରୋନା ପଜିଟିଭ୍ ଚିହ୍ନଟ ହେବେ। ହଜାର ହଜାର ଜନତାଙ୍କୁ ନେଇ ରାଜନୈତିକ କାର୍ଯ୍ୟକ୍ରମ କରାଯାଇ ପାରିବ। ତେବେ ସାଧାରଣତନ୍ତ୍ର ଦିବସ ସମାରୋହରେ ଜନସାଧାରଣଙ୍କୁ ବାରଣ କରିବା କେତେ ଦୂର ଯୁକ୍ତିଯୁକ୍ତ ବୋଲି ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ କରିଛନ୍ତି।